Sardar Patel and Birsa Munda shared the vision of national unity: PM Modi
Let’s pledge to make India a global animation powerhouse: PM Modi
Journey towards Aatmanirbhar Bharat has become a Jan Abhiyan: PM Modi
Stop, think and act: PM Modi on Digital arrest frauds
Many extraordinary people across the country are helping to preserve our cultural heritage: PM
Today, people around the world want to know more about India: PM Modi
Glad to see that people in India are becoming more aware of fitness: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଆପଣ ଯଦି ମୋତେ ପଚାରନ୍ତି ଯେ, ମୋ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କ’ଣ ଥିଲା, ତେବେ ମୋର ଅନେକ କଥା ମନେପଡ଼େ । କିନ୍ତୁ, ତନ୍ମଧ୍ୟରୁ ଗୋଟିଏ ମୁହୂର୍ତ୍ତ ହେଉଛି ସବୁଠାରୁ ବିଶିଷ୍ଟ, ସେହି କ୍ଷଣଟି ଥିଲା – ଯେତେବେଳେ ଗତବର୍ଷ ନଭେମ୍ବର ୧୫ ତାରିଖ ଦିନ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନ ଝାଡ଼ଖଣ୍ଡର ଉଲିଆତୁ ଗାଁକୁ ଯାଇଥିଲି । ଏହି ଯାତ୍ରା ମୋତେ ବହୁମାତ୍ରାରେ ପ୍ରଭାବିତ କରିଥିଲା । ଏହି ପବିତ୍ର ଭୂମିର ମାଟିକୁ ମସ୍ତକରେ ଲଗାଇବାର ସୌଭାଗ୍ୟ ପ୍ରାପ୍ତ କରିବାରେ ମୁଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ସେତେବେଳେ ମୁଁ କେବଳ ଯେ ସ୍ୱାଧୀନତା ସଂଗ୍ରାମର ଶକ୍ତିକୁ ଅନୁଭବ କଲି ତା’ ନୁହେଁ, ବରଂ ଏହି ଭୂମିର ଶକ୍ତି ସହ ଜଡ଼ିତ ହେବାର ସୁଯୋଗ ମଧ୍ୟ ମିଳିଲା । ମୁଁ ଏ କଥା ଅନୁଭବ କଲି ଯେ, କିଭଳି ଗୋଟିଏ ସଂକଳ୍ପକୁ ସମ୍ପୂର୍ଣ୍ଣ କରିବାର ସାହସ ଦେଶର କୋଟି କୋଟି ଲୋକଙ୍କ ଭାଗ୍ୟକୁ ବଦଳାଇ ଦେଇପାରେ ।

ବନ୍ଧୁଗଣ, ଭାରତ ପ୍ରତ୍ୟେକ ଯୁଗରେ କିଛି ନା କିଛି ଆହ୍ୱାନର ସମ୍ମୁଖୀନ ହୋଇଛି ଏବଂ ପ୍ରତ୍ୟେକ ଯୁଗରେ ଏଭଳି ଅସାଧାରଣ ଭାରତବାସୀ ଜନ୍ମଗ୍ରହଣ କଲେ, ଯିଏ ଏହି ଆହ୍ୱାନଗୁଡ଼ିକର ମୁକାବିଲା କଲେ । ଆଜିର ‘ମନ୍ କି ବାତ୍’ରେ ମୁଁ ସାହସ ଏବଂ ଦୂରଦୃଷ୍ଟିସମ୍ପନ୍ନ ସେହିଭଳି ଦୁଇଜଣ ମହାନାୟକଙ୍କ ବିଷୟରେ ଆଲୋଚନା କରିବି । ତାଙ୍କର ୧୫୦ତମ ଜୟନ୍ତୀ ପାଳନ କରିବାକୁ ଦେଶ ସ୍ଥିର କରିଛି । ଅକ୍ଟୋବର ୩୧ ତାରିଖରୁ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ବର୍ଷ ଆରମ୍ଭ ହେବ । ଏହା ପରେ ନଭେମ୍ବର ୧୫ ତାରିଖଠାରୁ ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ତମ ଜୟନ୍ତୀ ବର୍ଷ ଆରମ୍ଭ ହେବ । ଏହି ଦୁଇ ମହାପୁରୁଷ ଭିନ୍ନ ଭିନ୍ନ ଆହ୍ୱାନର ସମ୍ମୁଖୀନ ହୋଇଥିଲେ । କିନ୍ତୁ, ଉଭୟଙ୍କ ଦୂରଦୃଷ୍ଟି ସମାନ ଥିଲା - “ଦେଶର ଏକତା” ।

ବନ୍ଧୁଗଣ, ବିଗତ ବର୍ଷମାନଙ୍କରେ ଦେଶର ଏଭଳି ମହାନ ନାୟକ-ନାୟିକାମାନଙ୍କ ଜୟନ୍ତୀକୁ ନୂତନ ଉଦ୍ଦୀପନା ସହ ପାଳନ କରି ନୂତନ ପିଢ଼ିକୁ ନୂତନ ପ୍ରେରଣା ମିଳିଛି । ଆପଣମାନଙ୍କର ମନେଥିବ, ଆମେ ଯେତେବେଳେ ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜୟନ୍ତୀ ପାଳନ କରିଥିଲୁ, ସେତେବେଳେ କେତେ ବିଶେଷ ଆୟୋଜନ ହୋଇଥିଲା । ନ୍ୟୁୟର୍କର ଟାଇମ୍ସ ସ୍କୋୟାର ଠାରୁ ଆରମ୍ଭ କରି ଆଫ୍ରିକାର ଛୋଟିଆ ଗାଁ ପର୍ଯ୍ୟନ୍ତ ବିଶ୍ୱବାସୀ ଭାରତର ସତ୍ୟ ଏବଂ ଅହିଂସାର ବାର୍ତ୍ତାକୁ ହୃଦୟଙ୍ଗମ କଲେ, ଏ ସମ୍ପର୍କରେ ଜାଣିଲେ ଏବଂ ଏହାକୁ ଅନୁସରଣ କଲେ । ଯୁବବର୍ଗଠାରୁ ଆରମ୍ଭ କରି ବୟସ୍କମାନଙ୍କ ଯାଏଁ, ଭାରତୀୟଙ୍କଠାରୁ ବିଦେଶୀ ଯାଏଁ, ପ୍ରତ୍ୟେକେ ଗାନ୍ଧିଜୀଙ୍କ ଉପଦେଶକୁ ନୂତନ ସନ୍ଦର୍ଭରେ ଗ୍ରହଣ କଲେ । ନୂତନ ବୈଶ୍ୱିକ ପରିସ୍ଥିତିରେ ସେ ସମ୍ପର୍କରେ ଜ୍ଞାନଲାଭ କଲେ । ଯେତେବେଳେ ଆମେ ସ୍ୱାମୀ ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ କଲୁ, ସେତେବେଳେ ଦେଶର ଯୁବବର୍ଗ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତିକୁ ନୂତନ ଭାବେ ପରିଭାଷିତ କଲେ । ଏହି ଯୋଜନାଗୁଡ଼ିକ ଆମକୁ ଏହି ଅନୁଭୂତି ପ୍ରଦାନ କଲେ ଯେ, ଆମ ମହାପୁରୁଷଗଣ ଅତୀତ ଗର୍ଭରେ ବିଲୀନ ହୋଇଯାଆନ୍ତି ନାହିଁ । ବରଂ ସେମାନଙ୍କ ଜୀବନ ଆମର ବର୍ତ୍ତମାନକୁ ଭବିଷ୍ୟତର ପଥ ପ୍ରଦର୍ଶିତ କରେ ।

ବନ୍ଧୁଗଣ, ଯଦିଓ ସରକାର ଏହି ମହାପୁରୁଷମାନଙ୍କ ୧୫୦ତମ ଜନ୍ମ ଜୟନ୍ତୀକୁ ଜାତୀୟ ସ୍ତରରେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି, କିନ୍ତୁ ଆପଣମାନଙ୍କ ସହଭାଗିତା ହିଁ ଏହି ଅଭିଯାନରେ ପ୍ରାଣସଂଚାର କରିବ, ଏହାକୁ ଜୀବନ୍ତ କରିବ । ଏହି ଅଭିଯାନରେ ଅଂଶଗ୍ରହଣ କରିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ଲୌହମାନବ ସର୍ଦ୍ଦାର ପଟେଲଙ୍କ ସମ୍ପର୍କରେ ଆପଣଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ #Sardar150ରେ ଶେୟାର କରନ୍ତୁ ଏବଂ ଧରତୀ-ଆବା ବିର୍ସା ମୁଣ୍ଡାଙ୍କ ପ୍ରେରଣାକୁ #BirsaMunda150 ଜରିଆରେ ବିଶ୍ୱବାସୀଙ୍କ ସମ୍ମୁଖକୁ ଆଣନ୍ତୁ । ଆସନ୍ତୁ, ଏକାଠି ମିଶି ଏହି ଉତ୍ସବକୁ ଭାରତର ବିବିଧତାରେ ଏକତାର ଉତ୍ସବରେ ପରିଣତ କରିବା । ଏହାକୁ ପରମ୍ପରାରୁ ବିକାଶର ଉତ୍ସବରେ ପରିଣତ କରିବା ।

ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କୁ ସେ ଦିନ ନିଶ୍ଚୟ ମନେଥିବ, ଯେତେବେଳେ ଛୋଟା ଭୀମର ପ୍ରସାରଣ ଟିଭି ପରଦାରେ ଆରମ୍ଭ ହୋଇଥିଲା । ପିଲାମାନେ ତ ଏହା କେବେ ବି ଭୁଲିପାରିନଥିବେ । ଛୋଟା ଭୀମକୁ ନେଇ କେତେ ଉତ୍ସାହ ଥିଲା !! ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଜି ଢୋଲକପୁରର ଢୋଲ କେବଳ ଭାରତ ନୁହେଁ, ବରଂ ଅନ୍ୟ ଦେଶର ପିଲାମାନଙ୍କ ପାଇଁ ମଧ୍ୟ ଆକର୍ଷଣ ସାଜିଛି । ସେହିପରି ଆମର ଅନ୍ୟାନ୍ୟ ଆନିମେଟେଡ୍ ସିରିଆଲ୍ କ୍ରିଷ୍ଣା, ହନୁମାନ, ମୋଟୁ-ପତଲୁକୁ ପସନ୍ଦ କରୁଥିବା ଦର୍ଶକ ମଧ୍ୟ ସାରା ବିଶ୍ୱରେ ରହିଛନ୍ତି । ଭାରତର ଆନିମେଶନ୍ ଚରିତ୍ର, ଏଠାକାର ଆନିମେଶନ୍ ଚଳଚ୍ଚିତ୍ର ଏହାର ବିଷୟବସ୍ତୁ ଏବଂ ସୃଜନଶୀଳତା ଯୋଗୁଁ ସାରାବିଶ୍ୱରେ ଆଦର ଲାଭ କରୁଛି । ଆପଣମାନେ ଦେଖିଥିବେ ଯେ ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ସିନେମା ପରଦା ଯାଏଁ, ଗେମିଂ କନ୍ସୋଲରୁ ଆରମ୍ଭ କରି ଭର୍ଚୁଆଲ ରିଆଲିଟି ଯାଏଁ – ସବୁଠି ଆନିମେଶନ୍ ରହିଛି । ଆନିମେଶନ୍ ଦୁନିଆରେ ଭାରତ ନୂତନ ବିପ୍ଳବ ସୃଷ୍ଟି କରିବା ମାର୍ଗରେ ଅଗ୍ରସର ହେଉଛି । ଭାରତର ଗେମିଂ ସ୍ପେସ୍ ମଧ୍ୟ ଦ୍ରୁତଗତିରେ ବିସ୍ତାର ଲାଭ କରିଚାଲିଛି । ଭାରତୀୟ ଖେଳ ମଧ୍ୟ ଆଜିକାଲି ସାରା ବିଶ୍ୱରେ ଲୋକପ୍ରିୟ ହେବାରେ ଲାଗିଛି । କିଛିମାସ ପୂର୍ବରୁ ମୁଁ ଭାରତର ଅଗ୍ରଣୀ ଗେମରମାନଙ୍କ ସହିତ ସାକ୍ଷାତ କରିଥିଲି । ସେତେବେଳେ ମୋତେ ଭାରତୀୟ ଖେଳର ଆଶ୍ଚର୍ଯ୍ୟଜନକ ସୃଜନଶୀଳତା ଏବଂ ଗୁଣବତ୍ତାକୁ ବୁଝିବାର ସୁଯୋଗ ମିଳିଥିଲା । ପ୍ରକୃତରେ, ଦେଶରେ ସୃଜନଶୀଳ ଶକ୍ତିର ଗୋଟିଏ ପ୍ରବାହ ପ୍ରବାହିତ ହେଉଛି । ଆନିମେଶନ୍ ଦୁନିଆରେ ମେଡ୍ ଇନ୍ ଇଣ୍ଡିଆ କିମ୍ବା ମେଡ୍ ବାୟ ଇଣ୍ଡିଆନ୍ସ ବ୍ୟାପକ ଭାବେ ଦୃଷ୍ଟିଗୋଚର ହେଉଛି । ଆପଣମାନେ ଏକଥା ଜାଣି ଖୁସିହେବେ ଯେ, ଆଜି ଭାରତର ପ୍ରତିଭାଶାଳୀମାନେ ବିଦେଶୀ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛନ୍ତି । ଏବେକାର ସ୍ପାଇଡରମ୍ୟାନ୍ ହେଉ କିମ୍ବା ଟ୍ରାନ୍ସଫର୍ମର୍ସ ହେଉ, ଏହି ଦୁଇ ଚଳଚ୍ଚିତ୍ରରେ ଲୋକେ ହରିନାରାୟଣ ରାଜୀବଙ୍କ ଅବଦାନକୁ ବହୁ ପ୍ରଶଂସା କରିଛନ୍ତି । ଭାରତର ଆନିମେଶନ୍ ଷ୍ଟୁଡିଓ ଡିଜ୍ନୀ ଓ ୱାର୍ଣ୍ଣର୍ ବ୍ରଦର୍ସ ଭଳି ବିଶ୍ୱର ସୁପ୍ରସିଦ୍ଧ ପ୍ରଡକ୍ସନ କମ୍ପାନୀ ସହ କାମ କରୁଛନ୍ତି ।

ବନ୍ଧୁଗଣ, ଆଜି ଆମ ଯୁବବର୍ଗ ଆମ ସଂସ୍କୃତିର ଝଲକ ରହିଥିବା Original ଇଣ୍ଡିଆନ୍ କଂଟେଂଟ୍ ପ୍ରସ୍ତୁତ କରୁଛନ୍ତି । ଯାହାକୁ ସମଗ୍ର ବିଶ୍ୱବାସୀ ଦେଖୁଛନ୍ତି । ଆନିମେଶନ୍ ସେକ୍ଟର ଆଜି ଏଭଳି ଗୋଟିଏ ଶିଳ୍ପରେ ପରିଣତ ହୋଇଛି, ଯାହା ଅନ୍ୟ ଶିଳ୍ପଗୁଡ଼ିକୁ ଶକ୍ତି ପ୍ରଦାନ କରୁଛି । ଯେମିତିକି, ଆଜିକାଲି ଭିଆର୍ ଟୁରିଜିମ୍ ବହୁତ ଖ୍ୟାତି ଅର୍ଜନ କରିବାରେ ଲାଗିଛି । ଆପଣ ଭର୍ଚୁଆଲ୍ ଟୁର୍ ବା ଆଭାସୀ ପର୍ଯ୍ୟଟନ ମାଧ୍ୟମରେ ଅଜନ୍ତାର ଗୁମ୍ଫାକୁ ଦେଖିପାରିବେ, କୋଣାର୍କ ମନ୍ଦିର ପରିସରରେ ଭ୍ରମଣ କରିପାରନ୍ତି କିମ୍ବା ବାରାଣସୀର ଘାଟର ଆନନ୍ଦକୁ ଅନୁଭବ କରିପାରନ୍ତି । ଏସବୁ ଭିଆର ଆନିମେଶନ୍ ଭାରତର କ୍ରିଏଟର୍ସମାନେ ପ୍ରସ୍ତୁତ କରିଛନ୍ତି । ଭିଆର ଜରିଆରେ ଏହି ସ୍ଥାନଗୁଡ଼ିକୁ ଦେଖିବା ପରେ ଅନେକ ଲୋକ ବାସ୍ତବରେ ଏହି ସ୍ଥାନ ପରିଦର୍ଶନ କରିବାକୁ ଚାହୁଁଛନ୍ତି । ଅର୍ଥାତ, ପର୍ଯ୍ୟଟନ ସ୍ଥଳର ଆଭାସୀ ପରିଦର୍ଶନ ଲୋକଙ୍କ ମନରେ ସେହି ସ୍ଥାନ ପରିଦର୍ଶନର ଆଗ୍ରହ ସୃଷ୍ଟି କରିବାର ଏକ ମାଧ୍ୟମ ପାଲଟିଛି । ଆଜି ଏହି କ୍ଷେତ୍ରରେ ଆନିମେଟରମାନଙ୍କ ସହିତ କଥାକାର, ଲେଖକ, ପ୍ରଚ୍ଛଦପଟ ସ୍ୱର ବିଶେଷଜ୍ଞ, ସଙ୍ଗୀତଜ୍ଞ, Game Developers, ଆଭାସୀ ବାସ୍ତବିକତା ବିଶେଷଜ୍ଞମାନଙ୍କ ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ତେଣୁ, ନିଜର ସୃଜନଶୀଳତାର ବିକାଶ ପାଇଁ ମୁଁ ଭାରତୀୟ ଯୁବବର୍ଗଙ୍କୁ ଆହ୍ୱାନ କରୁଛି । କିଏ ଜାଣେ, ବିଶ୍ୱର ପରବର୍ତ୍ତୀ ସୁପରହିଟ୍ ଆନିମେଶନ୍ ଆପଣଙ୍କ କମ୍ପ୍ୟୁଟରରୁ ସୃଷ୍ଟି ହୋଇପାରେ! ହୁଏତ ପରବର୍ତ୍ତୀ ଭାଇରାଲ୍ ଗେମ୍ ଆପଣଙ୍କ ସୃଜନ ହୋଇପାରେ! ଶିକ୍ଷାତ୍ମକ ଆନିମେଶନରେ ଆପଣଙ୍କ ନବସୃଜନ ବଡ଼ ସଫଳତା ଲାଭ କରିପାରେ । ଚଳିତ ଅକ୍ଟୋବର ୨୮ ତାରିଖ, ଅର୍ଥାତ୍ ଆସନ୍ତା କାଲି ବିଶ୍ୱ ଆନିମେଶନ୍ ଦିବସ ମଧ୍ୟ ପାଳିତ ହେବାକୁ ଯାଉଛି । ଆସନ୍ତୁ, ଆମେ ସମସ୍ତେ ଭାରତକୁ ଗ୍ଲୋବାଲ୍ ଆନିମେଶନ୍ ପାୱାର ହାଉସରେ ପରିଣତ କରିବାକୁ ସଂକଳ୍ପ ଗ୍ରହଣ କରିବା ।

ମୋର ପ୍ରିୟ ଦେଶବାସୀଗଣ, ସଫଳତାର ମନ୍ତ୍ର ପ୍ରଦାନ କରି ସ୍ୱାମୀ ବିବେକାନନ୍ଦ ଥରେ କହିଥିଲେ – କୌଣସି ଏକ ବିଚାରଧାରା (ବା ଆଇଡିଆ) ଗ୍ରହଣ କରନ୍ତୁ । ସେହି ବିଚାରଧାରାକୁ ନିଜ ଜୀବନରେ ସମାହିତ କରିଦିଅନ୍ତୁ । ସଦାସର୍ବଦା ସେ ବିଷୟରେ ଚିନ୍ତା କରନ୍ତୁ, ତାହାର ସ୍ୱପ୍ନ ଦେଖନ୍ତୁ ତାହାକୁ ନିଜ ଜୀବନର ଅଙ୍ଗ କରିନିଅନ୍ତୁ । ଆଜି ଆତ୍ମନିର୍ଭର ଭାରତ ଅଭିଯାନ ମଧ୍ୟ ସଫଳତାର ଏହି ମନ୍ତ୍ରକୁ ନେଇ ଆଗେଇ ଚାଲିଛି । ଏହି ଅଭିଯାନ ଆମ ସାମୂହିକ ଚେତନାର ଅଂଶ ପାଲଟିଯାଇଛି । ନିରନ୍ତର ଭାବେ, ପ୍ରତିମୁହୂର୍ତ୍ତରେ ଏହା ଆମ ପାଇଁ ପ୍ରେରଣାର ଉତ୍ସ ପାଲଟିଯାଇଛି । ଆତ୍ମନିର୍ଭରତା କେବଳ ଆମର ନୀତି ନୁହେଁ, ଆମର Passionରେ ପରିଣତ ହୋଇସାରିଲାଣି । ବେଶୀ ନୁହେଁ, ମାତ୍ର ୧୦ ବର୍ଷ ପୂର୍ବ କଥା । ସେତେବେଳେ ଯଦି କେହି କହୁଥିଲା ଯେ, କୌଣସି ଜଟିଳ କାରିଗରୀ କୌଶଳକୁ ଭାରତରେ ବିକଶିତ କରାଯାଉ, ଏକଥା ଉପରେ କିଛି ଲୋକ ବିଶ୍ୱାସ କରୁନଥିଲେ ତ କିଛି ଏହାକୁ ପରିହାସ କରୁଥିଲେ । କିନ୍ତୁ ଆଜି ସେହି ଲୋକେ ଦେଶର ସଫଳତାକୁ ଦେଖି ଆଶ୍ଚର୍ଯ୍ୟଚକିତ ହେଉଛନ୍ତି । ଆତ୍ମନିର୍ଭର ହୋଇଚାଲିଛି ଭାରତ, ପ୍ରତ୍ୟେକ କ୍ଷେତ୍ରରେ କରିଚାଲିଛି ଚମତ୍କାର ପ୍ରଦର୍ଶନ । ଆପଣମାନେ ଚିନ୍ତା କରନ୍ତୁ, ଦିନେ ମୋବାଇଲ୍ ଫୋନ୍ ଆମଦାନୀ କରୁଥିବା ଭାରତ, ଆଜି, ବିଶ୍ୱର ଦ୍ୱିତୀୟ ସର୍ବବୃହତ ଉତ୍ପାଦନକାରୀ ହୋଇଯାଇଛି । ଦିନେ, ବିଶ୍ୱରେ ସର୍ବାଧିକ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରୁଥିବା ଭାରତ, ଆଜି ୮୫ଟି ଦେଶକୁ ରପ୍ତାନୀ ମଧ୍ୟ କରୁଛି । ମହାକାଶ ବିଜ୍ଞାନରେ ଭାରତ ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିପାରିଥିବା ପ୍ରଥମ ଦେଶ ହୋଇଯାଇଛି । ଆଉ ଗୋଟିଏ କଥା ତ ମୋତେ ସବୁଠୁ ଭଲ ଲାଗେ ଯେ, ଆତ୍ମନିର୍ଭରଶୀଳତାର ଏହି ଅଭିଯାନ, ଏବେ କେବଳ ସରକାରୀ ଅଭିଯାନ ହୋଇ ରହିନାହିଁ, ଏବେ ଆତ୍ମନିର୍ଭର ଭାରତ ଅଭିଯାନ, ଗୋଟିଏ ଜନଆନ୍ଦୋଳନରେ ପରିଣତ ହୋଇଛି । ପ୍ରତ୍ୟେକ କ୍ଷେତ୍ରରେ ଏହା ସଫଳତା ଲାଭ କରିଚାଲିଛି । ଯେମିତିକି ଚଳିତ ମାସରେ ଲଦ୍ଦାଖର ହାନଲେରେ ଆମେ ଏସିଆର ସବୁଠାରୁ ବଡ଼ ଇମେଜିଂ ଟେଲିସ୍କୋପ MACE ବା ଚିତ୍ର-ଉତ୍ତୋଳନକାରୀ ଦୂରବୀକ୍ଷଣ ଯନ୍ତ୍ର ମଧ୍ୟ ଉଦଘାଟନ କରିଛୁ । ଏହା ୪୩୦୦ ମିଟର ଉଚ୍ଚତାରେ ଅବସ୍ଥିତ । ଏହାର ବିଶେଷତ୍ୱ କ’ଣ – ଜାଣିଛନ୍ତି କି ? ଏହା ଭାରତରେ ନିର୍ମିତ । ଚିନ୍ତା କରନ୍ତୁ, ଯେଉଁଠି ତାପମାତ୍ରା ମାଇନସ୍ ୩୦ ଡିଗ୍ରୀ, ଯେଉଁଠି ଅମ୍ଳଜାନର ଅଭାବ ରହିଛି, ସେଠାରେ ଆମର ବୈଜ୍ଞାନିକ ଏବଂ ସ୍ଥାନୀୟ ଉଦ୍ୟୋଗଗୁଡ଼ିକ ତାହା କରିଦେଖାଇଛନ୍ତି, ଯାହା ଏସିଆର କୌଣସି ଦେଶ କରିନାହାନ୍ତି । ହାନଲେର ଦୂରବୀକ୍ଷଣ ଯନ୍ତ୍ର ହୁଏତ ଦୂର ଦୁନିଆକୁ ଦେଖୁଛି, କିନ୍ତୁ ଆମକୁ ଦର୍ଶାଉଛି – ଆତ୍ମନିର୍ଭର ଭାରତର ଶକ୍ତି ।

ବନ୍ଧୁଗଣ, ମୁଁ ଚାହୁଁଚି ଯେ ଆପଣ ମଧ୍ୟ ଗୋଟିଏ କାମ ନିଶ୍ଚିତ ଭାବେ କରନ୍ତୁ । ଆତ୍ମନିର୍ଭର ଭାରତର ଅଧିକରୁ ଅଧିକ ଉଦାହରଣ, ଏବଂ ଏଭଳି ପ୍ରୟାସଗୁଡ଼ିକ ସମ୍ପର୍କରେ ଶେୟାର୍‌ କରନ୍ତୁ । ନିଜ ନିଜ ଆଖପାଖରେ କ’ଣ ସବୁ ନୂଆ Innovation ଦେଖୁଛନ୍ତି, କେଉଁ ସ୍ଥାନୀୟ ଷ୍ଟାର୍ଟଅପ୍‌ ଆପଣଙ୍କୁ ସବୁଠୁ ବେଶୀ ପ୍ରଭାବିତ କରିଛି, ଏହି ତଥ୍ୟକୁ #AatmanirbharInnovation ସହ ସାମାଜିକ ଗଣମାଧ୍ୟମରେ ଲେଖନ୍ତୁ ଏବଂ ଆତ୍ମନିର୍ଭର ଭାରତର ଉତ୍ସବ ପାଳନ କରନ୍ତୁ । ଏ ପାର୍ବଣ ଋତୁରେ ତ ଆମେ ସମସ୍ତେ ଆତ୍ମନିର୍ଭର ଭାରତର ଏହି ଅଭିଯାନକୁ ଅଧିକ ମଜଭୁତ କରିଥାଉ । ଆମେ ଭୋକାଲ୍‌ ଫର୍‌ ଲୋକାଲ୍‌ ମନ୍ତ୍ର ସହିତ ନିଜର କିଣାକିଣି କରିଥାଉ । ଏହା ହେଉଛି ନୂଆ ଭାରତ, ଯେଉଁଠି ଅସମ୍ଭବ ହେଉଛି କେବଳ ଏକ ଆହ୍ୱାନ, ଯେଉଁଠି ମେକ୍‌ ଇନ୍‌ ଇଣ୍ଡିଆ ଏବେ ମେକ୍‌ ଫର୍‌ ଦି ୱାର୍ଲଡ ହୋଇଯାଇଛି, ଯେଉଁଠି ପ୍ରତ୍ୟେକ ନାଗରିକ ଜଣେ ଜଣେ Innovator, ଯେଉଁଠି ପ୍ରତ୍ୟେକ ଆହ୍ୱାନ ଏକ ସୁଯୋଗ । ଆମକୁ କେବଳ ଯେ ଭାରତକୁ ଆତ୍ମନିର୍ଭର କରିବାର ନାହିଁ, ବରଂ ନିଜ ଦେଶକୁ ଉଦ୍ଭାବନର ବିଶ୍ୱଶକ୍ତି ଭାବେ ମଜଭୁତ କରିବାର ଅଛି ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣଙ୍କୁ ଏକ ଅଡିଓ ଶୁଣାଉଛି ।

ଟ୍ରାନ୍ସକ୍ରିପ୍‌ସନ ଅଡିଓ ବାଇଟ୍‌

ଠକ କଲର୍‌ ୧ : ହେଲୋ

ପୀଡ଼ିତ : ସାର୍‌ ନମସ୍ତେ ସାର୍‌

ଠକ କଲର୍‌ ୧ : ନମସ୍ତେ

ପୀଡ଼ିତ : ସାର୍‌, କହନ୍ତୁ ସାର୍‌

ଠକ କଲର୍‌ ୧ : ଦେଖନ୍ତୁ ଆପଣ ଏ ଯେଉଁ ଏଫ୍‌ଆଇର୍‌ ନମ୍ବର ମୋତେ ପଠାଇଛନ୍ତି, ଏହି ନମ୍ବର ବିରୋଧରେ ୧୭ଟି ଅଭିଯୋଗ ଆମ ପାଖରେ ଅଛି, ଆପଣ ଏହି ନମ୍ବର ବ୍ୟବହାର କରୁଛନ୍ତି କି ?

ପୀଡ଼ିତ : ମୁଁ ଏହାକୁ ବ୍ୟବହାର କରେନି ସାର୍‌

ଠକ କଲର୍‌ ୧ : ଏବେ କୋଉଠୁ କଥା ହେଉଛନ୍ତି ?

ପୀଡ଼ିତ : ସାର୍‌ କର୍ଣ୍ଣାଟକ ସାର୍‌, ଏବେ ଘରେ ଅଛି ସାର୍‌

ଠକ କଲର୍‌ ୧ : ଓକେ, ଆପଣ ନିଜର ଷ୍ଟେଟ୍‌ମେଣ୍ଟ୍‌ ରେକର୍ଡ କରନ୍ତୁ ଯେପରିକି ଏହି ନମ୍ବରକୁ ବ୍ଲକ୍‌ କରିହେବ। ଭବିଷ୍ୟତରେ ଯେପରିକି ଆପଣଙ୍କର କିଛି ଅସୁବିଧା ହେବନାହିଁ, ଓକେ

ପୀଡ଼ିତ : ହଁ ସାର୍‌

ଠକ କଲର୍‌ ୧ : ଏବେ ମୁଁ ଆପଣଙ୍କୁ କନେକ୍ଟ୍‌ କରୁଛି, ଇଏ ଆପଣଙ୍କର ଇନ୍‌ଭେଷ୍ଟିଗେସନ ଅଫିସର୍‌ । ଆପଣ ନିଜର ଷ୍ଟେଟ୍‌ମେଣ୍ଟ ରେକର୍ଡ କରନ୍ତୁ ଯେଭଳି ଏହି ନମ୍ବରକୁ ବ୍ଲକ୍‌ କରିଦିଆଯିବ, ଓକେ

ପୀଡ଼ିତ : ହଁ ସାର୍‌

ଠକ କଲର୍‌ ୧ : ହଁ ଆଜ୍ଞା କହନ୍ତୁ, କ’ଣ ମୁଁ କାହା ସହ କଥା ହଉଛି ? ଆପଣଙ୍କ ଆଧାର କାର୍ଡ ମୋତେ ଦେଖାନ୍ତୁ, ଭେରିଫାଏ କରିବା ପାଇଁ ... କହନ୍ତୁ

ପୀଡ଼ିତ : ସାର୍‌ ମୋ ପାଖରେ ଏବେ ନାହିଁ ସାର୍‌ ଆଧାର କାର୍ଡ ସାର୍‌...ପ୍ଲିଜ୍‌ ସାର୍‌

ଠକ କଲର୍‌ ୧ : ଆପଣଙ୍କର ଫୋନ୍‌ରେ ଅଛି କି ?

ପୀଡ଼ିତ : ନା ସାର୍‌

ଠକ କଲର୍‌ ୧ : ଫୋନରେ ଆଧାର କାର୍ଡର କୌଣସି ଫଟୋ ନାହିଁ କି ?

ପୀଡ଼ିତ : ନାହିଁ ସାର୍

ଠକ କଲର୍‌ ୧ : ନମ୍ବର ମନେ ଅଛି ଆପଣଙ୍କର ?

ପୀଡ଼ିତ : ନାଇଁ ସାର୍‌, ନମ୍ବର ବି ମନେ ନାହିଁ ସାର୍‌

ଠକ କଲର୍‌ ୧ : ଆମକୁ କେବଳ ଭେରିଫାଏ କରିବାର ଅଛି, ଓକେ, କେବଳ ଭେରିଫାଏ କରିବା ପାଇଁ

ପୀଡ଼ିତ : ନା ସାର୍‌

ଠକ କଲର୍‌ ୧ : ଆପଣ ଡରନ୍ତୁନି ଡରନ୍ତୁନି, ଯଦି କିଛି ଭୁଲ୍ କରିନାହାନ୍ତି ତାହେଲେ ଆପଣ ଡରନ୍ତୁନି

ପୀଡ଼ିତ : ହଁ ସାର୍‌ ହଁ ସାର୍‌

ଠକ କଲର୍‌ ୧ : ଆପଣଙ୍କ ପାଖରେ ଆଧାର କାର୍ଡ ଅଛି ତ ମୋତେ ଦେଖାନ୍ତୁ ଭେରିଫାଏ କରିବା ପାଇଁ

ପୀଡ଼ିତ : ନା ସାର୍‌ .. ନା ସାର୍‌ .. ମୁଁ ଗାଁକୁ ଆସିଛି ସାର୍‌ .. ସେଇଠି ଘରେ ଅଛି ସାର୍‌

ଠକ କଲର୍‌ ୧ : ଓକେ

ଦ୍ୱିତୀୟ ସ୍ୱର : ମେ ଆଇ କମ୍‌ ଇନ୍‌ ସାର୍‌

ଠକ କଲର୍‌ ୧ : କମ୍‌ ଇନ୍‌

ଠକ କଲର୍‌ ୨ : ଜୟ ହିନ୍ଦ୍‌

ଠକ କଲର୍‌ ୧ : ଜୟ ହିନ୍ଦ୍‌

ଠକ କଲର୍‌ ୧ : ଏ ଲୋକର One sided ଭିଡିଓ କଲ୍‌ ରେକର୍ଡ କର ପ୍ରୋଟୋକଲ୍‌ ଅନୁସାରେ ... ଓକେ

//////////

ଏଇ ଅଡିଓ କେବଳ ସୂଚନା ପାଇଁ ନୁହେଁ, ଏହା କୌଣସି ମନୋରଞ୍ଜନଧର୍ମୀ ଅଡିଓ ନୁହେଁ, ଏକ ଗଭୀର ଚିନ୍ତାକୁ ନେଇ ଏହି ଅଡିଓ ଆସିଛି । ଆପଣ ଏବେ ଯେଉଁ କଥାବାର୍ତ୍ତା ଶୁଣିଲେ, ତାହା ଏକ ଡିଜିଟାଲ୍‌ ଆରେଷ୍ଟ୍‌ର ଠକେଇ ଅଟେ । ଏହି କଥାବାର୍ତ୍ତା ଜଣେ ପୀଡ଼ିତ ଓ ଠକ ମଧ୍ୟରେ ହୋଇଥିଲା । ଡିଜିଟାଲ୍‌ ଆରେଷ୍ଟ୍‌ ଠକେଇରେ ଫୋନ୍‌ କରୁଥିବା ଠକ କେବେ ପୁଲିସ, ସିବିଆଇ, କେବେ ନାର୍କୋଟିକ୍ସ ତ ଆଉ କେବେ ଆର୍‌ବିଆଇ, ଏଭଳି ବିଭିନ୍ନ ପ୍ରକାରର ଅଧିକାରୀର ମିଛ ପରିଚୟ ଦେଇ ବଡ଼ ଆତ୍ମବିଶ୍ୱାସର ସହ କଥା ହୋଇଥାନ୍ତି । ‘ମନ୍‌ କି ବାତ୍‌’ର ବହୁତ ଶ୍ରୋତା ମୋତେ କହିଛନ୍ତି ଯେ ଏ ନେଇ ନିଶ୍ଚିତ ଭାବେ ଚର୍ଚ୍ଚା କରାଯିବା ଦରକାର । ଆସନ୍ତୁ, ମୁଁ ଆପଣଙ୍କୁ ସୂଚନା ଦେଉଛି ଯେ ଏହି ଠକାମି କରୁଥିବା ଲୋକେ କିପରି କାମ କରନ୍ତି; ଏହି ବିପଦଜନକ ଖେଳ କ’ଣ? ଆପଣ ନିଜେ ବୁଝିବା ଜରୁରୀ ଆଉ ଅନ୍ୟକୁ ବୁଝାଇବା ମଧ୍ୟ ସେତିକି ଆବଶ୍ୟକ । ପ୍ରଥମ କୌଶଳରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସବୁକୁ ସେମାନେ ସଂଗ୍ରହ କରନ୍ତି ଯେମିତିକି – “ଆପଣ ଗତମାସରେ ଗୋଆ ଯାଇଥିଲେ କି ନାହିଁ ? ଆପଣଙ୍କ ଝିଅ ଦିଲ୍ଲୀରେ ପଢ଼ୁଛି କି ନାହିଁ ?” ସେମାନେ ଆପଣଙ୍କ ବିଷୟରେ ଏତେ ତଥ୍ୟ ସଂଗ୍ରହ କରନ୍ତି ଯେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଦ୍ୱିତୀୟ କୌଶଳରେ ସରକାରୀ କାର୍ଯ୍ୟାଳୟ ପରି Set up ଏବଂ Uniform ପ୍ରଦର୍ଶନ କରି ଭୟର ପରିବେଶ ସୃଷ୍ଟି କରିଥାନ୍ତି ତଥା ଆଇନର ବିଭିନ୍ନ ଧାରାର ଆଳରେ ସେମାନେ ଆପଣଙ୍କୁ ଫୋନରେ କଥାରେ କଥାରେ ଏତେ ଡରାଇ ଦେବେ ଯେ ଆପଣ ଚିନ୍ତା ବି କରିପାରିବେ ନାହିଁ । ଶେଷରେ ଆରମ୍ଭ ହୁଏ ତୃତୀୟ କୌଶଳ, ସମୟ ଚାପର ପ୍ରୟୋଗ ଯେମିତିକି, “ଏବେ ନିଷ୍ପତ୍ତି ନେବାକୁ ହେବ, ନଚେତ୍‌ ଆପଣଙ୍କୁ ଗିରଫ ହେବାକୁ ପଡ଼ିବ ।” ଏ ଲୋକେ ପୀଡ଼ିତ ଉପରେ ଏତେ ମନୋବୈଜ୍ଞାନିକ ଚାପ ପକାନ୍ତି ଯେ ସେ ଅସହାୟ ହୋଇପଡ଼େ । ଡିଜିଟାଲ୍‌ ଆରେଷ୍ଟ୍‌ ଭୟର ଶିକାର ହେଉଥିବା ଲୋକଙ୍କ ମଧ୍ୟରେ ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ବୟସର ବ୍ୟକ୍ତି ଥାଆନ୍ତି । ଲୋକେ ଡରିଯାଇ ନିଜର କଷ୍ଟ ଅର୍ଜିତ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । କେବେ ବି ଆପଣଙ୍କ ପାଖକୁ ଯଦି ଏଭଳି କଲ୍‌ ଆସେ, ତେବେ ଆପଣଙ୍କୁ ଡରିବାର ନାହିଁ । ଆପଣ ଜାଣିବା ଦରକାର ଯେ କୌଣସି ତଦନ୍ତକାରୀ ସଂସ୍ଥା ଫୋନ୍‌କଲ୍‌ ବା ଭିଡିଓ କଲ୍‌ରେ ଏହିଭଳି ପଚରାଉଚୁରା କେବେ ବି କରନ୍ତି ନାହିଁ । ମୁଁ ଆପଣଙ୍କୁ ଡିଜିଟାଲ୍‌ ସୁରକ୍ଷାର ତିନିଟି ପଦକ୍ଷେପ ସମ୍ପର୍କରେ କହୁଛି । ଏହି ତିନିଟି ପଦକ୍ଷେପ ହେଲା- ଅଟକିଯାଆନ୍ତୁ-ଭାବନ୍ତୁ-ଆକ୍ସନ ନିଅନ୍ତୁ । କଲ୍‌ ଆସିବା କ୍ଷଣି ‘ଅଟକିଯାନ୍ତୁ’- ବିଚଳିତ ହୁଅନ୍ତୁ ନାହିଁ, ଶାନ୍ତ ରହନ୍ତୁ, ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, କାହାକୁ ନିଜର ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ, ସମ୍ଭବ ହେଲେ ସ୍କ୍ରିନ୍‌ ସଟ୍‌ ନିଅନ୍ତୁ ଓ ରେକର୍ଡିଂ ନିଶ୍ଚିତ କରନ୍ତୁ । ଏହାପରେ ଆସେ ଦ୍ୱିତୀୟ ପଦକ୍ଷେପ । ପ୍ରଥମ ପଦକ୍ଷେପ ଥିଲା, ‘ଅଟକିଯାଆନ୍ତୁ’, ଦ୍ୱିତୀୟ ପଦକ୍ଷେପ ହେଲା ‘ଭାବନ୍ତୁ’ । କୌଣସି ସରକାରୀ ସଂସ୍ଥା ଫୋନ୍‌ରେ ଏଭଳି ଧମକ ଦିଏନାହିଁ କି ଭିଡିଓ କଲ୍‌ରେ ପଚରାଉଚୁରା କରେ ନାହିଁ କିମ୍ବା ଏଭଳି ଟଙ୍କା ମାଗେ ନାହିଁ । ଯଦି ଡର ଲାଗୁଛି ତ ଭାବନ୍ତୁ ଯେ କିଛି ଗଡ଼ବଡ଼ ଅଛି । ଏ ତ ଗଲା ପ୍ରଥମ ଏବଂ ଦ୍ୱିତୀୟ ପଦକ୍ଷେପ କଥା, ଏବେ ମୁଁ କହୁଛି ତୃତୀୟ ପଦକ୍ଷେପ ସମ୍ପର୍କରେ । ପ୍ରଥମ ପଦକ୍ଷେପରେ ମୁଁ କହିଲି ‘ଅଟକି ଯାଆନ୍ତୁ’, ଦ୍ୱିତୀୟରେ ମୁଁ କହିଲି ‘ଭାବନ୍ତୁ’, ଆଉ ତୃତୀୟରେ କହୁଛି- ‘ଆକ୍ସନ ନିଅନ୍ତୁ’ । ଜାତୀୟ ସାଇବର୍‌ ହେଲ୍‌ପଲାଇନ ୧୯୩୦କୁ ଡାଏଲ୍‌ କରନ୍ତୁ, cybercrime.gov.inରେ ରିପୋର୍ଟ କରନ୍ତୁ, ପରିବାର ଓ ପୁଲିସକୁ ସୂଚନା ଦିଅନ୍ତୁ, ପ୍ରମାଣ ସୁରକ୍ଷିତ ରଖନ୍ତୁ । ‘ଅଟକନ୍ତୁ’, ପରେ ‘ଭାବନ୍ତୁ’, ତା’ପରେ ଆକ୍ସନ୍‌ ନିଅନ୍ତୁ । ଏହି ତିନୋଟି ପଦକ୍ଷେପ ଆପଣଙ୍କ ଡିଜିଟାଲ୍‌ ସୁରକ୍ଷାର କବଚ ହୋଇପାରିବ ।

ବନ୍ଧୁଗଣ, ମୁଁ ପୁଣିଥରେ କହୁଛି ଯେ ଡିଜିଟାଲ୍‌ ଆରେଷ୍ଟ ଭଳି କୌଣସି ବ୍ୟବସ୍ଥା ଆଇନରେ ନାହିଁ, ଏହା କେବଳ ଏକ ଫ୍ରଡ୍‌, ଏକ ଠକେଇ, ମିଛ, ବଦମାସ୍‌ମାନଙ୍କର ଗୋଷ୍ଠୀ ଅଛି ଏବଂ ଯେଉଁମାନେ ଏଭଳି କରୁଛନ୍ତି ସେମାନେ ସମାଜର ଶତ୍ରୁ । ଡିଜିଟାଲ୍‌ ଆରେଷ୍ଟ୍‌ ନାଁରେ ଯେଉଁ ଠକେଇ ଚାଲିଛି ତା’ର ମୁକାବିଲା ପାଇଁ ବିଭିନ୍ନ ତଦନ୍ତକାରୀ ସଂସ୍ଥା ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରଖିବା ପାଇଁ ନେସନାଲ୍‌ ସାଇବର୍‌ କୋ-ଅର୍ଡିନେସନ ସେଣ୍ଟର୍‌ ପ୍ରତିଷ୍ଠା କରାଯାଇଛି । ସଂସ୍ଥାଗୁଡ଼ିକ ପକ୍ଷରୁ ଏପରି ଠକେଇ କରୁଥିବା ହଜାର ହଜାର ଭିଡିଓ କଲିଂ ଆଇଡିକୁ ବ୍ଲକ୍‌ କରାଯାଇଛି । ଲକ୍ଷଲକ୍ଷ ସିମ୍‌ କାର୍ଡ, ମୋବାଇଲ୍‌ ଫୋନ୍‌ ଓ ବ୍ୟାଙ୍କ୍‌ ଖାତାକୁ ମଧ୍ୟ ବ୍ଲକ୍‌ କରାଯାଇଛି । ସଂସ୍ଥାଗୁଡ଼ିକ ତ ନିଜ କାମ କରୁଛନ୍ତି, କିନ୍ତୁ ଡିଜିଟାଲ୍‌ ଆରେଷ୍ଟ୍‌ ନାଁରେ ହେଉଥିବା ଠକେଇରୁ ରକ୍ଷା ପାଇବାକୁ ହେଲେ ସମସ୍ତେ ସଚେତନ ହେବା ନିହାତି ଜରୁରୀ; ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ । ଯେଉଁମାନେ ଏଇଭଳି ସାଇବର ଠକେଇର ଶିକାର ହୋଇଛନ୍ତି, ସେମାନେ ଅଧିକରୁ ଅଧିକ ଲୋକଙ୍କୁ ଏ ବିଷୟରେ ଜଣାଇବା ଦରକାର । ଆପଣ ସଚେତନତା ପାଇଁ #SafeDigitalIndiaର ପ୍ରୟୋଗ କରିପାରିବେ । ମୁଁ ସ୍କୁଲ୍‌ ଓ କଲେଜଗୁଡ଼ିକୁ ମଧ୍ୟ କହିବି ଯେ ସାଇବର ଠକେଇ ବିରୋଧୀ ଅଭିଯାନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାମିଲ କରନ୍ତୁ । ସମାଜରେ ସମସ୍ତଙ୍କ ପ୍ରୟାସରେ ହିଁ ଆମେ ଏହି ଆହ୍ୱାନର ମୁକାବିଲା କରିପାରିବା ।

ମୋର ପ୍ରିୟ ଦେଶବାସୀଗଣ, ଆମର ବହୁତ ସ୍କୁଲ୍‌ପିଲା କାଲିଗ୍ରାଫି ଅର୍ଥାତ ସୁନ୍ଦର ହସ୍ତାକ୍ଷରରେ ବହୁତ ରୁଚି ରଖନ୍ତି । ଏହା ମାଧ୍ୟମରେ ଆମର ଲେଖା ସଫା, ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ । ଆଜି ଜାମ୍ମୁକାଶ୍ମୀରରେ ସ୍ଥାନୀୟ ସଂସ୍କୃତିକୁ ଲୋକପ୍ରିୟ କରିବା ପାଇଁ ଏହାର ଉପଯୋଗ ହେଉଛି । ସେଠାକାର ଅନନ୍ତନାଗର ଫିରଦୌସା ବଶିର୍‌ ଜୀ କାଲିଗ୍ରାଫିରେ ଦକ୍ଷତା ହାସଲ କରିଛନ୍ତି, ଏହା ଜରିଆରେ ସେ ସ୍ଥାନୀୟ ସଂସ୍କୃତିର ବିଭିନ୍ନ ଦିଗକୁ ଲୋକଲୋଚନକୁ ଆଣୁଛନ୍ତି । ଫିର୍‌ଦୌସା ଜୀଙ୍କ କାଲିଗ୍ରାଫି ସ୍ଥାନୀୟ ଲୋକଙ୍କୁ, ବିଶେଷକରି ଯୁବପିଢ଼ିକୁ ଆକର୍ଷିତ କରୁଛି । ଉଧମପୁରର ଗୋରିନାଥ୍ ଜୀ ମଧ୍ୟ ଠିକ୍‌ ଏଇଭଳି ପ୍ରଚେଷ୍ଟା ଜାରି ରଖିଛନ୍ତି ।

ଗୋଟିଏ ଶତାବ୍ଦୀରୁ ଅଧିକ ପୁରୁଣା ସାରଙ୍ଗୀ ମାଧ୍ୟମରେ ଡୋଗରା ସଂସ୍କୃତି ଓ ପରମ୍ପରାର ବିଭିନ୍ନ ରୂପକୁ ସାଇତିବାରେ ଲାଗିଛନ୍ତି । ସାରଙ୍ଗୀର ଧୁନ୍ ସହିତ ସେ ନିଜ ସଂସ୍କୃତି ସହିତ ଜଡ଼ିତ ପ୍ରାଚୀନ କାହାଣୀ ଓ ଐତିହାସିକ ଘଟଣାଗୁଡ଼ିକୁ ଅତି ମନଛୁଆଁ ଭାବରେ କହୁଛନ୍ତି । ଦେଶର ଭିନ୍ନ ଭିନ୍ନ ଭାଗରେ ଆପଣଙ୍କୁ ଏଭଳି ଅନେକ ଅସାଧାରଣ ଲୋକ ମିଳିଯିବେ ଯେଉଁମାନେ ସାଂସ୍କୃତିକ ପରମ୍ପରାର ସଂରକ୍ଷଣ ପାଇଁ ଆଗେଇ ଆସିଛନ୍ତି । ଡି. ବୈକୁଣ୍ଠମ୍ ପ୍ରାୟ ୫୦ ବର୍ଷ ଧରି ଚେରିୟାଲ୍ ଲୋକକଳାକୁ ଲୋକପ୍ରିୟ କରିବା ପାଇଁ ଲାଗିପଡ଼ିଛନ୍ତି । ତେଲଙ୍ଗାନା ରାଜ୍ୟ ସହ ଜଡ଼ିତ ଏହି କଳାକୁ ଆଗେଇନେବା ପାଇଁ ସେ ଅଦ୍ଭୁତ ପ୍ରୟାସ କରୁଛନ୍ତି । ଚୋରିୟାଲ୍ ପେଣ୍ଟିଂ ତିଆରି କରିବାର ପ୍ରକ୍ରିୟା ଅତ୍ୟନ୍ତ ନିଆରା । ଏହା ଗୋଟିଏ Scroll ରୂପରେ କାହାଣୀଗୁଡ଼ିକୁ ସାମନାକୁ ଆଣେ । ଏଥିରେ ଆମ ଇତିହାସ ଓ ପୁରାଣର ସମ୍ପୂର୍ଣ୍ଣ ଝଲକ ଦେଖିବାକୁ ମିଳେ । ଛତିଶଗଡ଼ ନାରାୟଣପୁର ନିବାସୀ ବୁଟଲୁରାମ ମାଥରା ମହାଶୟ ଅବୁଝମାଡ଼ିଆ ଜନଜାତିର ଲୋକକଳାକୁ ସଂରକ୍ଷିତ କରିବାରେ ଲାଗିପଡ଼ିଛନ୍ତି । ଗତ ଚାରି ଦଶନ୍ଧିରୁ ସେ ତାଙ୍କର ଏହି ଅଭିଯାନରେ ଲାଗିଛନ୍ତି । ତାଙ୍କର ଏହି କଳା ‘ବେଟୀ ବଚାଓ, ବେଟୀ ପଢ଼ାଓ’ ଏବଂ ସ୍ୱଚ୍ଛ ଭାରତ ଭଳି ଅଭିଯାନ ସହିତ ଲୋକମାନଙ୍କୁ ଯୋଡ଼ିବାରେ ମଧ୍ୟ ବହୁତ ସହାୟକ ହୋଇଛି ।

ବନ୍ଧୁଗଣ, କାଶ୍ମୀର ବରଫାବୃତ ପାହାଡ଼ଠାରୁ ଆରମ୍ଭକରି ଛତିଶଗଡ଼ର ଜଙ୍ଗଲ ପର୍ଯ୍ୟନ୍ତ ଆମର କଳା ଏବଂ ସଂସ୍କୃତି କେମିତି ନୂଆ ନୂଆ ରଙ୍ଗରେ ଉଦ୍ଭାସିତ ହୋଇଛି ଆମେ ଏବେ ସେ ବିଷୟରେ କଥାହେଉଥିଲେ, କିନ୍ତୁ ଏହି କଥା ଏଇଠି ଶେଷ ହେଉନି । ଆମର ଏହି କଳାର ସୁଗନ୍ଧ ଦୂରଦୂରାନ୍ତ ଯାଏ ବିସ୍ତାର ହେଉଛି । ବିଶ୍ୱର ଭିନ୍ନ ଭିନ୍ନ ଦେଶର ଲୋକମାନେ ଭାରତୀୟ କଳା ଓ ସଂସ୍କୃତି ଦ୍ୱାରା ମନ୍ତ୍ରମୁଗ୍ଧ ହେଉଛନ୍ତି । ମୁଁ ଯେତେବେଳେ ଆପଣମାନଙ୍କୁ ଉଧମପୁରରେ ଗୁଞ୍ଜରି ଉଠୁଥିବା ସାରଙ୍ଗୀ କଥା କହୁଥିଲି, ସେତେବେଳେ ମନେପଡୁଥିଲା ଯେ କେମିତି ହଜାର ହଜାର ମାଇଲ୍ ଦୂରରେ ଋଷର ସହର ୟାକୁଟସ୍କରେ ମଧ୍ୟ ଭାରତୀୟ କଳାର ମଧୁର ଧ୍ୱନି ଗୁଞ୍ଜରିତ ହେଉଛି । କଳ୍ପନା କରନ୍ତୁ ତ, ଭୀଷଣ ଶୀତରେ, ମାଇନସ ୬୫ ଡିଗ୍ରୀ ତାପମାତ୍ରା, ଚାରିଆଡ଼େ ବରଫର ଧଳା ଚାଦର, ଆଉ ସେଠାକାର ଗୋଟିଏ ମଞ୍ଚରେ ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ଦେଖୁଛନ୍ତି – କାଳିଦାସଙ୍କର “ଅଭିଜ୍ଞାନ ଶାକୁନ୍ତଳମ୍” । ଆପଣ ଭାବିପାରୁଛନ୍ତି ? ଦୁନିଆର ସବୁଠୁଁ ଥଣ୍ଡା ସହର ୟାକୁଟସ୍କରେ ଭାରତୀୟ ସାହିତ୍ୟର ମାଧୁର୍ଯ୍ୟ । ଏ ଖାଲି କଳ୍ପନା ନୁହେଁ, ଆମକୁ ଗର୍ବ ଓ ଆନନ୍ଦରେ ଅଭିଭୂତ କଲାଭଳି ନିଚ୍ଛକ ସତ୍ୟ ।

ବନ୍ଧୁଗଣ କିଛି ସପ୍ତାହ ପୂର୍ବରୁ ମୁଁ ଲାଓସ୍ ମଧ୍ୟ ଯାଇଥିଲି । ସେ ନବରାତ୍ରିର ସମୟ ଥିଲା ଏବଂ ମୁଁ ସେଠାରେ କିଛି ଅଦ୍ଭୁତ କଥା ଦେଖିଲି । ସ୍ଥାନୀୟ କଳାକାରମାନେ “ଫଲକ୍ ଫଲମ୍” ପରିବେଷଣ କରୁଥିଲେ – ‘ଲାଓସର ରାମାୟଣ’ । ତାଙ୍କ ଆଖିରେ ସେହିଭଳି ଭକ୍ତି ଥିଲା, ସ୍ୱରରେ ସେହି ସମର୍ପଣ ଥିଲା ଯେମିତି ଆମମାନଙ୍କର ଆମ ରାମାୟଣ ପ୍ରତି ଥାଏ । ସେହିଭଳି କୁୱେତରେ ଶ୍ରୀ ଅବଦୁଲ୍ଲା ଅଲବାରୁନ୍ ରାମାୟଣ ଓ ମହାଭାରତର ଅରବୀ ଭାଷାରେ ଅନୁବାଦ କରିଛନ୍ତି । ଏହି କାମଟି ଖାଲି ଅନୁବାଦ ନୁହେଁ, ବରଂ ଦୁଇଟି ମହାନ୍ ସଂସ୍କୃତି ମଧ୍ୟରେ ଏକ ସଂଯୋଗ ସେତୁ । ତାଙ୍କର ଏହି ପ୍ରୟାସ ଆରବ୍ ଜଗତରେ ଭାରତୀୟ ସାହିତ୍ୟ ପ୍ରତି ଏକ ନୂତନ ଭାବଧାରା ସୃଷ୍ଟି କରୁଛି । ପେରୁରେ ଆଉ ଏକ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳେ – ଏରଲିନ୍ଦା ଗାର୍ସିଆ ସେଠାକାର ଯୁବବର୍ଗଙ୍କୁ ଭାରତନାଟ୍ୟମ୍ ଶିକ୍ଷା ଦେଉଛନ୍ତି ଏବଂ ମାରିଆ ବାଲଦେସ୍ ଓଡ଼ିଶୀ ନୃତ୍ୟର ପ୍ରଶିକ୍ଷଣ ଦେଉଛନ୍ତି । ଏହି କଳାଗୁଡ଼ିକ ଦ୍ୱାରା ପ୍ରଭାବିତ ହୋଇ ଦକ୍ଷିଣ ଆମେରିକାର ଅନେକ ଦେଶରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତି ପ୍ରବଳ ଆକର୍ଷଣ ଦେଖାଯାଉଛି ।

ବନ୍ଧୁଗଣ, ବିଦେଶ ଭୂମିରେ ଭାରତର ଏହି ଉଦାହରଣ ଦର୍ଶାଇଦିଏ ଯେ ଭାରତୀୟ ସଂସ୍କୃତିର ଶକ୍ତି ଅଦ୍ଭୁତ । ଏହା କ୍ରମାଗତ ଭାବରେ ବିଶ୍ୱକୁ ନିଜ ଆଡ଼କୁ ଆକର୍ଷିତ କରିଚାଲିଛି ।

“ଯେଉଁଠି ଅଛି କଳା, ସେଇଠି ଅଛି ଭାରତ”

“ଯେଉଁଠି ଅଛି ସଂସ୍କୃତି, ସେଇଠି ଅଛି ଭାରତ ।”

ଆଜି ସାରା ବିଶ୍ୱର ଲୋକ ଭାରତକୁ ଜାଣିବାକୁ ଚାହୁଁଛନ୍ତି, ଭାରତର ଲୋକମାନଙ୍କୁ ଜାଣିବାକୁ ଚାହୁଁଛନ୍ତି । ତେଣୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ ଯେ ଆପଣଙ୍କ ଆଖପାଖର ସାଂସ୍କୃତିକ ଘଟଣାଗୁଡ଼ିକୁ #CulturalBridgesରେ ସେୟାର୍ କରନ୍ତୁ । ଏହିଭଳି ଉଦାହରଣଗୁଡ଼ିକ ଆମେ ‘ମନ୍ କି ବାତ୍’ରେ ଭବିଷ୍ୟତରେ ବି ଆଲୋଚନା କରିବା ।

ମୋର ପ୍ରିୟ ଦେଶବାସୀଗଣ, ଦେଶର ଅନେକାଂଶରେ ଶୀତଋତୁ ଆରମ୍ଭ ହୋଇଗଲାଣି, କିନ୍ତୁ Fitnesse Passion, Fit Indiae Spirit– ଏସବୁର କୌଣସି ଋତୁରେ କିଛି ଫରକ୍ ପଡ଼େନି । ଯାହାର ଫିଟ୍ ରହିବାର ଅଭ୍ୟାସ ଅଛି ସେ ଶୀତ, ଗ୍ରୀଷ୍ମ, ବର୍ଷା କିଛି ବି ଦେଖେନି । ମୁଁ ଖୁସି ଯେ ଭାରତର ଲୋକମାନେ ଏବେ ଫିଟନେସ ପ୍ରତି ଖୁବ୍ ସଚେତନ ହେଲେଣି । ଆପଣମାନେ ମଧ୍ୟ ଦେଖୁଥିବେ ଯେ ଆପଣଙ୍କ ଆଖପାଖର ପାର୍କମାନଙ୍କରେ ଲୋକମାନଙ୍କ ସଂଖ୍ୟା ବଢ଼ୁଛି । ପାର୍କରେ ବୁଲୁଥିବା ବୟସ୍କ, ନବଯୁବକ ଏବଂ ଯୋଗ କରୁଥିବା ପରିବାରମାନଙ୍କୁ ଦେଖି ମୋତେ ବହୁତ ଖୁସି ଲାଗେ । ମୋର ମନେଅଛି, ଯୋଗଦିବସରେ ମୁଁ ଯେତେବେଳେ ଶ୍ରୀନଗରରେ ଥିଲି, ବର୍ଷା ସତ୍ତ୍ୱେ ବି ଅନେକ ଲୋକ ଯୋଗ ପାଇଁ ଏକତ୍ରିତ ହୋଇଥିଲେ । ଏହି କିଛିଦିନ ତଳେ ଶ୍ରୀନଗରରେ ଯେଉଁ ମାରାଥନ୍ ହେଲା, ସେଥିରେ ମଧ୍ୟ ମୋତେ ଫିଟନେସ ପ୍ରତି ସେହିଭଳି ଉତ୍ସାହ ଦେଖିବାକୁ ମିଳିଲା । ଫିଟ୍ ଇଣ୍ଡିଆର ଏହି ଭାବନା ଏବେ ଏକ ଗଣଆନ୍ଦୋଳନରେ ପରିଣତ ହେଲାଣି ।

ବନ୍ଧୁଗଣ, ଆମର ସ୍କୁଲଗୁଡ଼ିକ ପିଲାମାନଙ୍କର ଫିଟନେସ ପ୍ରତି ଏବେ ଅଧିକ ଧ୍ୟାନ ଦେଉଛନ୍ତି – ଏହାଦେଖି ମଧ୍ୟ ମୋତେ ବହୁତ ଭଲ ଲାଗୁଛି । Fit India 15 School hours ମଧ୍ୟ ଗୋଟିଏ ଅଭିନବ ପ୍ରୟାସ । ସ୍କୁଲଗୁଡ଼ିକ ନିଜର ପ୍ରଥମ ପିରିୟଡର ଉପଯୋଗ ଭିନ୍ନ ଭିନ୍ନ ଫିଟନେସ କାର୍ଯ୍ୟକଳାପ ପାଇଁ କରୁଛନ୍ତି । ଅନେକ ସ୍କୁଲରେ କେଉଁଦିନ ପିଲାମାନଙ୍କୁ ଯୋଗ ଅଭ୍ୟାସ କରାଯାଉଛି, ପୁଣି କେଉଁଦିନ ଏରୋବିକ୍ସର ଶିକ୍ଷା ଦିଆଯାଉଛି, କେତେବେଳେ କ୍ରୀଡ଼ା କୌଶଳ ଉପରେ ବି କାମ ହେଉଛି । କେଉଁଦିନ ଖୋଖୋ, କବାଡ଼ି ଆଦି ପାରମ୍ପରିକ ଖେଳ ଶିଖାଯାଉଛି, ଆଉ ଏସବୁର ପ୍ରଭାବ ମଧ୍ୟ ବହୁତ ବଢ଼ିଆ ହେଉଛି । ଉପସ୍ଥାନ ମଧ୍ୟ ଭଲ ରହୁଛି, ପିଲାମାନଙ୍କର ମନଯୋଗ ଭଲ ରହୁଛି ଏବଂ ତାଙ୍କୁ ମଜା ବି ଲାଗୁଛି ।

ବନ୍ଧୁଗଣ, ମୁଁ ସୁସ୍ଥତାର ଏହି ଶକ୍ତିକୁ ସବୁଠାରେ ଦେଖୁଛି । ‘ମନ୍ କି ବାତ୍’ର ବହୁତ ଶ୍ରୋତାମାନେ ମଧ୍ୟ ସେମାନଙ୍କର ଅନୁଭୂତି ମୋତେ ଜଣାଇଛନ୍ତି । କିଛି ଲୋକ ତ ବହୁତ ଋଚିପୂର୍ଣ୍ଣ ପ୍ରୟୋଗ କରୁଛନ୍ତି । ଉଦାହରଣ Family Fitness hour ଅର୍ଥାତ୍ ଗୋଟିଏ ପରିବାର ପ୍ରତ୍ୟେକ ସପ୍ତାହରେ ଗୋଟିଏ ଘଣ୍ଟା Family Fitness Activity ପାଇଁ ରଖୁଛନ୍ତି । ଆଉ ଗୋଟିଏ ଉଦାହରଣ ହେଲା – Indigenous Games Revival, ଅର୍ଥାତ୍ କେତେକ ପରିବାର ପିଲାମାନଙ୍କୁ ପାରମ୍ପରିକ ଖେଳ ଖେଳାଉଛନ୍ତି । ଆପଣ ମଧ୍ୟ ଆପଣଙ୍କ Fitness Routine ସମ୍ବନ୍ଧୀୟ ଅନୁଭୂତିକୁ #FitIndia ନାମରେ ସୋସିଆଲ ମିଡିଆରେ ନିଶ୍ଚୟ ସେୟାର୍ କରନ୍ତୁ । ମୁଁ ଦେଶର ଲୋକମାନଙ୍କୁ ଗୋଟିଏ ଜରୁରୀ ସୂଚନା ଦେବାକୁ ଚାହେଁ । ଏ ବର୍ଷ ୩୧ ଅକ୍ଟୋବର ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଦିନରେ ହିଁ ଦୀପାବଳୀ ପଡ଼ୁଛି । ଆମେ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖ ଦିନ ରାଷ୍ଟ୍ରୀୟ ଏକତା ଦିବସ ପାଇଁ ‘Run for Unity’ର ଆୟୋଜନ ମଧ୍ୟ କରନ୍ତି । ଦୀପାବଳୀ ଯୋଗୁଁ ଏ ବର୍ଷ ୨୯ ଅକ୍ଟୋବର ମଙ୍ଗଳବାର ଦିନ ‘Run for Unity’ ଆୟୋଜନ କରାଯିବ । ମୋର ଅନୁରୋଧ ବହୁସଂଖ୍ୟାରେ ଏଥିରେ ଯୋଗଦାନ କରନ୍ତୁ – ଦେଶର ଏକତାର ମନ୍ତ୍ର ସହିତ ଫିଟନେସର ମନ୍ତ୍ରକୁ ମଧ୍ୟ ସବୁଆଡ଼େ ପ୍ରଚାର କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆଜିପାଇଁ ଏତିକି । ଆପଣ ନିଜର ମତାମତ ନିଶ୍ଚୟ ପଠାନ୍ତୁ । ଏ ହେଉଛି ଉତ୍ସବର ସମୟ । ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ଧନତେରସ୍, ଦୀପାବଳୀ, ଛଟପୂଜା, ଗୁରୁନାନକ ଜୟନ୍ତୀ ଏବଂ ସମସ୍ତ ପର୍ବ ପାଇଁ ବହୁତ ଶୁଭକାମନା । ଆପଣମାନେ ସମସ୍ତେ ଉତ୍ସାହର ସହିତ ଉତ୍ସବ ପାଳନ କରନ୍ତୁ – ଭୋକାଲ ଫର ଲୋକାଲ ମନ୍ତ୍ରକୁ ମନେରଖନ୍ତୁ । ଚେଷ୍ଟା କରନ୍ତୁ ଯେମିତି ପର୍ବ ସମୟରେ ଆପଣଙ୍କ ଘରକୁ ସ୍ଥାନୀୟ ଦୋକାନୀମାନଙ୍କଠାରୁ ସାମଗ୍ରୀ ଆସିବ । ପୁଣିଥରେ ଆପଣ ସମସ୍ତଙ୍କୁ ଆଗାମୀ ପର୍ବଗୁଡ଼ିକର ବହୁତ ବହୁତ ଅଭିନନ୍ଦନ । ଧନ୍ୟବାଦ ।

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Engineering goods exports up 10.4% in January,2026, crosses $100 billion mark in April-January Period of FY26

Media Coverage

Engineering goods exports up 10.4% in January,2026, crosses $100 billion mark in April-January Period of FY26
NM on the go

Nm on the go

Always be the first to hear from the PM. Get the App Now!
...
This year’s Union Budget lays the roadmap for Viksit Bharat, driven by technology, reforms and finance: PM Modi
February 27, 2026
This year’s Union Budget lays the roadmap for Viksit Bharat, driven by technology, reforms and finance: PM
We have simplified processes, improved the Ease of Doing Business, expanded technology-led governance, and strengthened institutions; and even today, the country is riding the 'Reform Express': PM
In the past decade, we have had a very strong focus on infrastructure: PM
In the past decade, we have continued to maintain a very strong focus on infrastructure: PM
We have made a conscious decision that India's development will only be achieved by creating solid assets such as Highways, Railways, Ports, Digital Networks, and Power Systems: PM
These assets will continue to generate productivity for many decades to come. For this reason, Public Capital Expenditure is being continuously increased: PM
When Government, Industry, and Knowledge Partners move forward together, then Reforms change into Results, only then do announcements become achievements, on the ground: PM

 

नमस्कार !

इस साल के पहले Budget Webinar में, मैं आप सभी का अभिनंदन करता हूं। बीते कुछ वर्षों में बजट वेबिनार, इसकी एक मजबूत परंपरा बन गई है। अक्सर बजट का आंकलन अलग-अलग पैरामीटर्स पर किया जाता है, कभी Stock Market की चाल पर बात होती है, कभी Income Tax प्रस्तावों पर चर्चा केंद्रित हो जाती है। सच्चाई ये है कि राष्ट्रीय बजट कोई short-term trading document नहीं होता, वह एक policy roadmap होता है। इसलिए बजट की प्रभावशीलता का आंकलन भी ठोस पैरामीटर्स पर किया जाना चाहिए। ऐसी नीतियां जो infrastructure का विस्तार करें, जो credit के प्रवाह को आसान बनाएं, जो Ease of Doing Business बढ़ाएं, जो governance में ट्रांसपेरेंसी बढ़ाएं, जो जनता का जीवन आसान बनाएं, उनके लिए नए-नए अवसर बनाएं। बजट में इससे जुड़े निर्णय ही अर्थव्यवस्था को स्थायी मजबूती देते हैं, और सबसे महत्वपूर्ण बात ये है कि किसी भी Budget को अलग-थलग, stand alone करके नहीं देखा जाना चाहिए। Nation Building, राष्ट्र निर्माण, यही एक निरंतर प्रक्रिया होती है। हर Budget एक बड़े लक्ष्य की ओर बढ़ने का एक चरण होता है, और हमारे सामने वो बड़ा लक्ष्य है साल 2047, 2047 तक विकसित भारत का निर्माण। हर Reform, हर आवंटन, हर बदलाव को इस लंबी यात्रा के हिस्से के रूप में ही देखा जाना चाहिए। और इसलिए, हर साल बजट के बाद होने वाले ये वेबिनार बहुत महत्वपूर्ण होते हैं। मेरी अपेक्षा है कि ये वेबिनार केवल Ideas के आदान-प्रदान तक सीमित न रहें, बल्कि एक प्रभावी brainstorming exercise बनें। आपके अनुभव और व्यावहारिक चुनौतियों पर आधारित सुझाव, आर्थिक रणनीतियों को और बेहतर बनाने और समाधान खोजने में अवश्य मदद करेंगे। जब Industry, Academia, Analysts और Policymakers मिल करके सोचते हैं, तो योजनाओं का implementation और बेहतर होता है, result और सटीक मिलते हैं। इन वेबिनार्स की सीरीज के पीछे यही एक भावना है।

साथियों,

21वीं सदी का एक चौथाई हिस्सा बीत चुका है। अगर आप स्वयं के विषय में सोचे, तो आपके जीवन का बहुत अच्छा, महत्वपूर्ण कालखंड बीत चुका है। अब हम देश की विकास यात्रा के एक महत्वपूर्ण समय में हैं। ये वो समय है, जब हमारी अर्थव्यवस्था तेज गति से आगे बढ़ रही है, और साथ ही भारत पिछले एक दशक में, भारत ने असाधारण Resilience दिखाई है, और ये संयोग से नहीं आई है, हमारी Resilience, Conviction-Driven Reforms की देन है। हमने Processes को सरल किया है, Ease of Doing Business को बेहतर बनाया है, Technology-Led Governance का विस्तार किया है, Institutions को मजबूत किया है, और आज भी ये देश Reform Express पर सवार है। इस Momentum को बनाए रखने के लिए हमें ना केवल पालिसी इंटेंट पर ध्यान देना है, बल्कि डिलीवरी एक्सीलेंस पर भी फोकस करना है। Reforms का मूल्यांकन घोषणा से नहीं, बल्कि जमीनी स्तर पर उनके प्रभाव से होना चाहिए। हमें AI, Blockchain और डेटा Analytics का व्यापक उपयोग कर Transparency, Speed और Accountability बढ़ानी ही होगी, और साथ ही Grievance Redressal Systems से Impact की निरंतर Monitoring भी करनी होगी।

साथियों,

पिछले एक दशक में इंफ्रास्ट्रक्चर पर हमारा बहुत फोकस रहा है। हमने सोच-समझकर ये फैसला किया कि भारत का विकास हाईवेज, Railways, Ports, डिजिटल नेटवर्क, Power Systems, ऐसे अनेक, ऐसे अनेक, अब जैसे ठोस Assets को तैयार करके ही होगा। ये आने वाले कई दशकों तक Productivity पैदा करते रहेंगे। इससे, और इसी वजह से Public Capital Expenditure लगातार बढ़ाया जा रहा है। 11 साल पहले Public Capex के लिए बजट में लगभग 2 लाख करोड़ रुपए का प्रावधान था, मौजूदा बजट में ये बढ़कर लगभग 12 लाख करोड़ रुपए के पार हो गया है। इतने बड़े पैमाने पर सरकारी निवेश होना Private Sector के लिए भी एक स्पष्ट संदेश है।

साथियों,

अब समय है कि Industry और Financial Institutions भी नई ऊर्जा के साथ आगे आएं। हमें Infrastructure में ज्यादा भागीदारी चाहिए, Financing Models में ज्यादा Innovation चाहिए, और Emerging Sectors में ज्यादा मजबूत Collaboration चाहिए। इस दिशा में मेरा एक और सुझाव है, हमें Project Sanction Methodology और Appraisal Quality को और मजबूत करना होगा। हमें Cost-Benefit Analysis और Lifecycle Costing को सर्वोपरि रखते हुए Waste और Delays रोकने ही होंगे।

साथियों,

हम Foreign Investment Framework को और सरल कर रहे हैं। हमारा प्रयास सिस्टम को ज्यादा Predictable और Investor-Friendly बनाने का है। हम Long-Term Finance को बेहतर बनाने के लिए, Bond Markets को और ज्यादा सक्रिय बनाने की दिशा में भी कदम उठा रहे हैं। बॉन्ड की खरीद और बिक्री की प्रक्रिया को आसान बनाया जा रहा है।

साथियों,

हमें Bond Market Reforms को Long-Term Growth के Enablers के रूप में देखना होगा, हमें Predictability सुनिश्चित करनी होगी, Liquidity को गहरा करना होगा, नए Instruments लाने होंगे, और Risks का प्रभावी प्रबंधन करना होगा। तभी हम Sustained Foreign Capital आकर्षित कर पाएंगे। मुझे अपेक्षा है कि आप Global Best Practices से सीख लेकर, Foreign Investment Framework और Bond Markets को मजबूत करने के लिए स्पष्ट और ठोस सुझाव देंगे।

साथियों,

कोई भी Policy Framework तैयार कर सकती है, लेकिन उसकी सफलता आप सब पर निर्भर करती है। उद्योग जगत को Fresh Investment और Innovation के साथ आगे आना होगा। Financial Institutions और Analysts को Practical Solutions, Practical Solutions तैयार करने में मदद करनी होगी, और Market Confidence को मजबूत करना होगा। जब Government, Industry और Knowledge Partners एक साथ आगे बढ़ते हैं, तब Reforms Results में बदलते हैं। तभी Announcements जमीन पर Achievements बन जाते हैं। मेरा सुझाव है कि हम एक स्पष्ट Reform Partnership Charter विकसित करें। यह Government, Industry, Financial Institutions और Academia का साझा संकल्प हो। ये चार्टर, विकसित भारत की यात्रा का बहुत अहम दस्तावेज बनेगा।

साथियों,

मैं सभी Stakeholders, Financial Institutions, Markets, Industry, Professionals और Innovators से कहूंगा, इस बजट ने जो नए अवसर दिए हैं, उनका फायदा उठाएं, बजट द्वारा खोले गए नए अवसरों के साथ गहराई से जुड़ें। आपकी भागीदारी से योजनाओं का Implementation और बेहतर होगा, आपके फीडबैक और सहयोग से बेहतर नतीजे आएंगे। आइए, हम सब मिलकर Reform करें, Grow करें और ऐसा Future बनाएं, जो विकसित भारत का सपना जल्द से जल्द साकार हो।

मुझे पूरा विश्वास है, आज आप सब गहरा मंथन करेंगे, प्रक्रियाओं को सरल करने पर आपका ध्यान केंद्रित होगा और हम ये गलती ना करें, बजट के पहले भी हम आप सबसे कंसल्टेशन करते हैं, उसका मकसद अलग है, उसका मकसद होता है बजट और अच्छा बने। लेकिन अब बजट बन चुका है, अब बजट की चर्चा के लिए कार्यक्रम नहीं है, अब बजट में जो है उसको जमीन पर जल्दी से जल्दी उतारना, सरल से सरल मार्ग से उतारना और सबका, सभी स्टेकहोल्डर का लाभ हो, उनकी भागीदारी हो, इस बात को ध्यान में रख करके आप चर्चा करेंगे, मंथन करेंगे, तो ये वेबिनार सचमुच में वाइब्रेंट इकोनॉमी का दरवाजा खोल देंगे।

बहुत-बहुत धन्यवाद !

नमस्कार !