Prabhu Ram was also a source of inspiration for the makers of our Constitution: PM Modi
The festivals of our democracy further strengthen India as the ‘Mother of Democracy’: PM Modi
Pran Pratishtha in Ayodhya has woven a common thread, uniting people across the country: PM Modi
India of the 21st century is moving ahead with the mantra of Women-led development: PM Modi
The Padma Awards recipients are doing unique work in their respective fields: PM Modi
The Ministry of AYUSH has standardized terminology for Ayurveda, Siddha and Unani medicine: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏହାହେଉଛି ୨୦୨୪ର ପ୍ରଥମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ । ଅମୃତ କାଳରେ ରହିଛି ଏକ ନୂତନ ଉତ୍ସାହ, ନୂତନ ଉଦ୍ଦୀପନା । ଦୁଇଦିନ ପୂର୍ବରୁ ଆମେ ସମସ୍ତେ ଦେଶବାସୀ ୭୫ତମ ସାଧାରଣତନ୍ତ୍ର ଦିବସ ବହୁ ଆଡମ୍ବର ସହ ପାଳନ କରିଛୁ । ଚଳିତ ବର୍ଷ ଆମ ସମ୍ବିଧାନକୁ ମଧ୍ୟ ୭୫ ବର୍ଷ ପୂରଣ ହେବାକୁ ଯାଉଛି ଏବଂ ସର୍ବୋଚ୍ଚ ନ୍ୟାୟାଳୟର ମଧ୍ୟ ୭୫ ବର୍ଷ ପୂରଣ ହେବ । ଆମ ଗଣତନ୍ତ୍ରର ଏହି ପର୍ବ ଗଣତନ୍ତ୍ରର ଜନନୀ ରୂପେ ଭାରତକୁ ଆହୁରି ସଶକ୍ତ କରୁଛି । ଭାରତର ସମ୍ବିଧାନ ଏତେ ଗଭୀର ମାନସ ମନ୍ଥନ ପରେ ସୃଷ୍ଟି କରାଯାଇଛି ଯେ, ଏହାକୁ ଏକ ଜୀବନ୍ତ ଦସ୍ତାବିଜ କୁହାଯାଉଛି । ଏହି ସମ୍ବିଧାନର ମୂଳ ଲେଖାର ତୃତୀୟ ଅଧ୍ୟାୟରେ ଭାରତର ନାଗରିକମାନଙ୍କର ମୌଳିକ ଅଧିକାର ସମ୍ପର୍କରେ ବର୍ଣ୍ଣନା କରାଯାଇଛି ଏବଂ ଏକଥା ମଧ୍ୟ ଋଚିପୂର୍ଣ୍ଣ ଯେ, ତୃତୀୟ ଅଧ୍ୟାୟ ଆରମ୍ଭରେ ଆମର ସମ୍ବିଧାନ ନିର୍ମାତାଗଣ ଭଗବାନ ରାମ, ମାତା ସୀତା ଏବଂ ଲକ୍ଷ୍ମଣଙ୍କ ଛବିକୁ ସ୍ଥାନ ଦେଇଥିଲେ । ପ୍ରଭୁ ରାମଙ୍କ ଶାସନ, ଆମ ସମ୍ବିଧାନ ନିର୍ମାତାମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲା, ତେଣୁ ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ମୁଁ “ଦେବ ରୁ ଦେଶ” କଥା କହିଥିଲି। ରାମଙ୍କଠାରୁ ରାଷ୍ଟ୍ର କଥା କହିଥିଲି ।

ବନ୍ଧୁଗଣ, 

ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଦେଶର କୋଟି କୋଟି ଲୋକଙ୍କୁ ସତେ ଯେମିତି ଗୋଟିଏ ସୂତ୍ରରେ ବାନ୍ଧି ଦେଇଥିଲା । ସମସ୍ତଙ୍କ ଭାବନା ଏକ, ସମସ୍ତଙ୍କ ଭକ୍ତି ଏକ, ସମସ୍ତଙ୍କ ମୁଖରେ ରାମ, ସମସ୍ତଙ୍କ ହୃଦୟରେ ଥିଲେ ରାମ । ଦେଶର ଅନେକ ଲୋକ ଏହି ସମୟରେ ରାମଙ୍କ ଭଜନ ଗାନ କରି ତାହାକୁ ଶ୍ରୀ ରାମଙ୍କ ଚରଣରେ ସମର୍ପିତ କରିଥିଲେ । ଜାନୁଆରୀ ୨୨ ତାରିଖ ସନ୍ଧ୍ୟାରେ ସମଗ୍ର ଦେଶ ରାମଜ୍ୟୋତି ପ୍ରଜ୍ଜ୍ୱଳିତ କରି ଦୀପାବଳୀ ପାଳନ କରିଥିଲା । ଏହି ସମୟରେ ଦେଶ ଏକତାର ଶକ୍ତି ଦେଖିଲା, ଯାହା ବିକଶିତ ଭାରତର ଆମର ସଂକଳ୍ପର ମଧ୍ୟ ଏକ ବଡ଼ ଆଧାର । ମୁଁ ଦେଶବାସୀଙ୍କୁ ଅନୁରୋଧ କରିଥିଲି ଯେ, ମକର ସଂକ୍ରାନ୍ତି ଠାରୁ ଜାନୁଆରୀ ୨୨ ଯାଏଁ ଏକ ସ୍ୱଚ୍ଛତା ଅଭିଯାନ ପାଳନ କରାଯାଉ । ଲକ୍ଷ ଲକ୍ଷ ଲୋକେ ସଶ୍ରଦ୍ଧ ଭାବରେ ଯୋଡ଼ିହୋଇ ନିଜ ନିଜ ଅଞ୍ଚଳରେ ଥିବା ଧାର୍ମିକ ସ୍ଥାନଗୁଡ଼ିକରେ ସଫେଇ ଅଭିଯାନ ଚଳାଇଥିବାରୁ ମୋତେ ଭଲ ଲାଗିଲା । ଅନେକ ଲୋକ ମୋତେ ଏହାର ଛବିଗୁଡ଼ିକ ପଠାଇଛନ୍ତି, ଭିଡିଓମାନ ପଠାଇଛନ୍ତି । ଏହି ଭାବନା ବାଧାପ୍ରାପ୍ତ ନ ହେଉ, ଏହି ଅଭିଯାନ ଅଟକି ନ ଯାଉ । ଏକତାର ଏହି ଶକ୍ତି, ଆମ ଦେଶକୁ ସଫଳତାର ନୂତନ ଶିଖରକୁ ପହଞ୍ଚାଇବ ।

 

ମୋର ପ୍ରିୟ ଦେଶବାସୀଗଣ,

 ଏଥର ଜାନୁଆରୀ ୨୬ର ପରେଡ୍ ବହୁତ ଅନନ୍ୟ ଥିଲା । କିନ୍ତୁ ସବୁଠାରୁ ଅଧିକ ଆଲୋଚନା, ପରେଡ୍‌ରେ ନାରୀ ଶକ୍ତିକୁ ନେଇ ହୋଇଥିଲା । ଯେତେବେଳେ କର୍ତ୍ତବ୍ୟ ପଥ ଉପରେ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏବଂ ଦିଲ୍ଲୀ ପୋଲିସ୍‌ର ମହିଳା ଦଳ ପାଦ ସହ ପାଦ ମିଳାଇ ଚାଲିଲେ, ସେତେବେଳେ ସମସ୍ତେ ଗର୍ବ ଅନୁଭବ କଲେ। ମହିଳା ବ୍ୟାଣ୍ଡର ମାର୍ଚ୍ଚ ଦେଖି, ସେମାନଙ୍କ ମଧ୍ୟରେ ରହିଥିବା ସୁନ୍ଦର ତାଳମେଳ ଦେଖି, ଦେଶବିଦେଶର ଲୋକେ ଆନନ୍ଦିତ ହୋଇ ଉଠିଲେ । ଏଥର ପରେଡ୍‌ରେ ମାର୍ଚ୍ଚିଂ କରିଥିବା ୨୦ଟି ଦଳ ମଧ୍ୟରୁ ୧୧ଟି ଦଳ କେବଳ ମହିଳାମାନଙ୍କର ହିଁ ଥିଲା । ପ୍ରଜ୍ଞାପନ ମେଢ଼ଗୁଡ଼ିକରେ ଅଂଶଗ୍ରହଣ କରିଥିବା କଳାକାର ମଧ୍ୟ ମହିଳାମାନେ ହିଁ ଥିଲେ । ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା ସେଥିରେ ମଧ୍ୟ ପ୍ରାୟ ଦେଢ଼ ହଜାର ଝିଅ ଅଂଶଗ୍ରହଣ କରିଥିଲେ । ଅନେକ ମହିଳା କଳାକାର ଶଙ୍ଖ, ନାଦସ୍ୱରମ୍ ଏବଂ ନାଗଡ଼ା ଭଳି ଭାରତୀୟ ବାଦ୍ୟଯନ୍ତ୍ର ବଜାଉଥିଲେ । ଡିଆର୍‌ଡିଓ ତରଫରୁ ଅଂଶଗ୍ରହଣ କରିଥିବା ପ୍ରଜ୍ଞାପନ ମେଢ଼ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେଥିରେ ଦର୍ଶାଯାଇଥିଲା ଯେ, କିଭଳି ନାରୀଶକ୍ତି ଜଳ, ସ୍ଥଳ, ଆକାଶ, ସାଇବର୍ ଏବଂ ମହାକାଶ, ପ୍ରତ୍ୟେକ କ୍ଷେତ୍ରରେ ଦେଶକୁ ସୁରକ୍ଷା ଯୋଗାଉଛନ୍ତି । ଏକବିଂଶ ଶତାବ୍ଦୀର ଭାରତ ଏହିଭଳି ମହିଳାଙ୍କ ନେତୃତ୍ୱରେ ବିକାଶର ମନ୍ତ୍ର ସହ ଆଗକୁ ବଢ଼ିଚାଲିଛି ।

ବନ୍ଧୁଗଣ, 

ଆପଣମାନେ କିଛିଦିନ ପୂର୍ବରୁ ହିଁ ଅର୍ଜୁନ ପୁରସ୍କାର ସମାରୋହକୁ ମଧ୍ୟ ଦେଖିଥିବେ । ସେଥିରେ ରାଷ୍ଟ୍ରପତି ଭବନରେ ଦେଶର ଅନେକ କୃତି ଖେଳାଳୀ ଏବଂ ଆଥଲେଟ୍‌ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏଠାରେ ମଧ୍ୟ ଯେଉଁ ଗୋଟିଏ କଥା ଜନସାଧାରଣଙ୍କୁ ଆକୃଷ୍ଟ କଲା, ତାହା ଥିଲା ଅର୍ଜୁନ ପୁରସ୍କାର ପାଇଥିବା ଝିଅମାନେ ଏବଂ ସେମାନଙ୍କ ଜୀବନଯାତ୍ରା । ଏଥର ୧୩ ଜଣ ମହିଳା କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ମହିଳା କ୍ରୀଡ଼ାବିତ୍‌ମାନେ ଅନେକ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ଭାରତକୁ ଗୌରବାନ୍ୱିତ କରିଥିଲେ । ଶାରୀରିକ ଆହ୍ୱାନ, ଆର୍ଥିକ ଆହ୍ୱାନ ଏହି ସାହସୀ ଏବଂ ପ୍ରତିଭାଶାଳୀ ଖେଳାଳୀମାନଙ୍କ ଆଗରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରିଲାନି । ପରିବର୍ତ୍ତିତ ହେଉଥିବା ଭାରତରେ ପ୍ରତ୍ୟେକ କ୍ଷେତ୍ରରେ ଆମ ଝିଅମାନେ, ଦେଶର ମହିଳାମାନେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଆଉ ଗୋଟିଏ କ୍ଷେତ୍ର ଅଛି, ଯେଉଁଠି ମହିଳାମାନେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଛନ୍ତି, ତାହା ହେଉଛି ସ୍ୱୟଂ ସହାୟକ ଗୋଷ୍ଠୀ । ଆଜି ଦେଶରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଛି ଏବଂ ସେମାନଙ୍କ କାର୍ଯ୍ୟ ପରିସର ମଧ୍ୟ ବହୁତ ବିସ୍ତାର ଲାଭ କରିଛି । ସେଦିନ ଆଉ ବେଶୀ ଦୂର ନୁହେଁ, ଯେବେ ଗାଁ ଗାଁରେ ବିଲବାଡ଼ିରେ ଆପଣମାନେ ନମୋ ଡ୍ରୋନ୍ ଦିଦିମାନଙ୍କୁ ଡ୍ରୋନ୍ ସାହାଯ୍ୟରେ ଚାଷକାର୍ଯ୍ୟରେ ସହାୟତା କରୁଥିବା ଦେଖିପାରିବେ । ଉତ୍ତରପ୍ରଦେଶର ବେହେରାଇଚ୍‌ଠାରେ ସ୍ଥାନୀୟ ବସ୍ତୁଗୁଡ଼ିକୁ ବ୍ୟବହାର କରି ଜୈବିକ ସାର ଏବଂ ଜୈବ କୀଟନାଶକ ତିଆରି କରାଯାଉଥିବା ଖବର ମୋ ଦୃଷ୍ଟିକୁ ଆସିଛି । ସ୍ୱୟଂ ସହାୟତା ଗୋଷ୍ଠୀ ସହ ଜଡ଼ିତ ନିବିୟା ବେଗମ୍‌ପୁର ଗାଁର ମହିଳାମାନେ ଗାଈର ଗୋବର, ନିମ୍ବପତ୍ର ଓ ଅନେକ ପ୍ରକାର ଔଷଧୀୟ ବୃକ୍ଷକୁ ମିଶାଇ ଜୈବିକ ସାର ତିଆରି କରୁଛନ୍ତି । ସେହିଭଳି ଏହି ମହିଳାମାନେ ଅଦା, ରସୁଣ, ପିଆଜ ଓ ଲଙ୍କା ବାଟି ଜୈବିକ କୀଟନାଶକ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏହି ମହିଳାମାନେ ମିଶି ଉନ୍ନତି ଜୈବିକ ଇକାଈ ନାମରେ ଗୋଟିଏ ସଂସ୍ଥା ଗଢ଼ିଛନ୍ତି । ଏହି ସଂସ୍ଥା ଜୈବ ଉତ୍ପାଦଗୁଡ଼ିକୁ ତିଆରି କରିବାରେ ସେମାନଙ୍କ ସହାୟତା କରୁଛି । ସେମାନଙ୍କ ଦ୍ୱାରା ତିଆରି ଜୈବିକ ଖତ ଏବଂ ଜୈବ କୀଟନାଶକର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏବେ ଆଖପାଖର ୬ ହଜାରରୁ ଅଧିକ ଚାଷୀ ସେମାନଙ୍କର ଜୈବ ଉତ୍ପାଦ କ୍ରୟ କରୁଛନ୍ତି । ଏହାଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ଏହି ମହିଳାମାନଙ୍କ ଆୟ ବୃଦ୍ଧି ପାଇଛି, ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୋଇଛି ।

ମୋର ପ୍ରିୟ ଦେଶବାସୀଗଣ,

 ‘ମନ୍ କି ବାତ୍‌’ରେ ଆମେ ଏହିଭଳି ଦେଶବାସୀମାନଙ୍କ ପ୍ରଚେଷ୍ଟାକୁ ଲୋକଲୋଚନକୁ ଆଣିଥାଉ, ଯେଉଁମାନେ ନିଃସ୍ୱାର୍ଥ ଭାବରେ ସମାଜକୁ ଦେଶକୁ ସଶକ୍ତ କରିବାରେ କାର୍ଯ୍ୟରତ । ଏଭଳି ପରିସ୍ଥିତିରେ, ତିନିଦିନ ପୂର୍ବରୁ ଦେଶରେ ପଦ୍ମ ପୁରସ୍କାରର ଘୋଷଣା କରାଯାଇଥିବାବେଳେ ‘ମନ୍ କି ବାତ୍‌’ରେ ସେହିଭଳି ଲୋକଙ୍କ ବିଷୟରେ ଆଲୋଚନା ହେବା ସ୍ୱାଭାବିକ । ଚଳିତ ଥର ମଧ୍ୟ ଏଭଳି ଅନେକ ଦେଶବାସୀଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛି, ଯେଉଁମାନେ ସର୍ବନିମ୍ନ ସ୍ତରରେ କାର୍ଯ୍ୟକରି ସମାଜରେ ବଡ଼ ବଡ଼ ପରିବର୍ତନ କରିବାକୁ ଉଦ୍ୟମ କରିଛନ୍ତି । ଏହି ପ୍ରେରଣାଦାୟୀ ବ୍ୟକ୍ତିମାନଙ୍କ ଜୀବନଯାତ୍ରା ସମ୍ପର୍କରେ ଜାଣିବା ପାଇଁ ସମଗ୍ର ଦେଶରେ ବହୁତ ଉତ୍କଣ୍ଠା ପରିଲକ୍ଷିତ ହେଲା । ଗଣମାଧ୍ୟମର ଶୀର୍ଷ ଖବର ଠାରୁ ଦୂରରେ ଥିବା, ଖବରକାଗଜର ମୁଖ୍ୟ ପୃଷ୍ଠାଠାରୁ ଦୂରରେ ଥିବା ଏହି ବ୍ୟକ୍ତିଗଣ ଲୋକଲୋଚନକୁ ନ ଆସି ସମାଜସେବାରେ ନିଜକୁ ନିୟୋଜିତ କରି ରଖିଥିଲେ । ହୁଏତ ସେମାନଙ୍କ ବିଷୟରେ ଆମକୁ ପୂର୍ବରୁ କିଛି ଦେଖିବାକୁ କିମ୍ବା ଶୁଣିବାକୁ ମିଳି ନ ଥାଇ ପାରେ, କିନ୍ତୁ ପଦ୍ମ ସମ୍ମାନର ଘୋଷଣା ପରେ ଏଭଳି ଲୋକମାନଙ୍କ ବିଷୟରେ ଚାରିଆଡ଼େ ଆଲୋଚନା ଚାଲିଛି। ଲୋକେ ସେମାନଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ଆଗ୍ରହୀ ହେଉଥିବାରୁ ମୁଁ ଆନନ୍ଦ ଅନୁଭବ କରୁଛି । ପଦ୍ମ ପୁରସ୍କାର ଲାଭ କରିଥିବା ଏହି ଅଧିକାଂଶ ଲୋକେ ନିଜ ନିଜ କ୍ଷେତ୍ରରେ ବହୁତ ନିଆରା କାମ କରୁଛନ୍ତି । ଯେମିତିକି କେହି ଆମ୍ବୁଲାନ୍ସ ସେବା ଯୋଗାଇଦେଉଛି, ତ କେହି ନିରାଶ୍ର୍ରୟମାନଙ୍କ ପାଇଁ ଆଶ୍ରୟର ବ୍ୟବସ୍ଥା କରୁଛି । ଏମିତି ମଧ୍ୟ କିଛି ରହିଛନ୍ତି, ଯେଉଁମାନେ ହଜାର ହଜାର ବୃକ୍ଷରୋପଣ କରି ପ୍ରକୃତିର ସୁରକ୍ଷା ପାଇଁ ପ୍ରୟାସରତ । ଏମିତି ଜଣେ ଅଛନ୍ତି, ଯିଏ ଧାନର ୬୫୦ରୁ ଅଧିକ କିସମକୁ ସଂରକ୍ଷିତ କରିବା କାମ କରିିଛନ୍ତି । ଏମିତି ଜଣେ ମଧ୍ୟ ଅଛନ୍ତି, ଯିଏ ନିଶାଦ୍ରବ୍ୟ ଓ ମଦ୍ୟପାନର କୁଅଭ୍ୟାସକୁ ରୋକିବା ପାଇଁ ସମାଜରେ ସଚେତନତା ସୃଷ୍ଟି କରୁଛନ୍ତି । ଅନେକ ଲୋକେ ତ ସ୍ୱୟଂ ସହାୟତା ଗୋଷ୍ଠୀ, ବିଶେଷକରି ନାରୀ ଶକ୍ତି ଅଭିଯାନରେ ଲୋକମାନଙ୍କୁ ସମ୍ମିଳିତ କରିବା କାର୍ଯ୍ୟରେ ଲାଗିଛନ୍ତି । ସମ୍ମାନିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ୩୦ ଜଣ ମହିଳା ଥିବାରୁ ଦେଶବାସୀ ମଧ୍ୟ ବହୁତ ଖୁସି ଅନୁଭବ କରୁଛନ୍ତି । ଏହି ମହିଳାମାନେ ସର୍ବନିମ୍ନ ସ୍ତରରେ କାମ କରି, ନିଜ କାର୍ଯ୍ୟ ବଳରେ ସମାଜ ଏବଂ ଦେଶକୁ ଆଗେଇ ନେଉଛନ୍ତି ।

ବନ୍ଧୁଗଣ, ପଦ୍ମ ସମ୍ମାନ ପ୍ରାପ୍ତ କରିଥିବା ପ୍ରତ୍ୟେକଙ୍କର କାର୍ଯ୍ୟ ଦେଶବାସୀଙ୍କ ପାଇଁ ପ୍ରେରଣାଦାୟୀ । ଏଥର ସମ୍ମାନ ଲାଭ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସେମାନଙ୍କ ସଂଖ୍ୟା ଅଧିକ, ଯେଉଁମାନେ ଶାସ୍ତ୍ରୀୟ ନୃତ୍ୟ, ଶାସ୍ତ୍ରୀୟ ସଙ୍ଗୀତ, ଲୋକନୃତ୍ୟ, ମଞ୍ଚ ଏବଂ ଭଜନ ଗାୟନରେ ଦେଶକୁ ଗୌରବାନ୍ୱିତ କରୁଛନ୍ତି । ପ୍ରାକୃତ, ମାଳବୀ ଏବଂ ଲମ୍ବାଡ଼ୀ ଭାଷାରେ ଅନେକ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଏହି ସମ୍ମାନ ଦିଆଯାଇଛି । ବିଦେଶର ମଧ୍ୟ ଅନେକ ଲୋକଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି, ଯେଉଁମାନଙ୍କ କାର୍ଯ୍ୟ ଦ୍ୱାରା ଭାରତୀୟ ସଂସ୍କୃତି ଏବଂ ଐତିହ୍ୟ ନୂତନ ଶିଖର ସ୍ପର୍ଶ କରୁଛି । ଏଥିରେ ଫ୍ରାନ୍ସ, ତାଇୱାନ୍‌, ମେକ୍ସିକୋ ଏବଂ ବାଂଲାଦେଶର ନାଗରିକ ମଧ୍ୟ ଅନ୍ତର୍ଭୁକ୍ତ । 

ବନ୍ଧୁଗଣ,

 ମୁଁ ବହୁତ ଖୁସି ଯେ ଗତ ଏକ ଦଶନ୍ଧି ମଧ୍ୟରେ ପଦ୍ମ ସମ୍ମାନର ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ବଦଳିଯାଇଛି । ଏବେ ଏହା ପିପୁଲ୍ସ ପଦ୍ମ ହୋଇସାରିଛି । ପଦ୍ମ ସମ୍ମାନ ପ୍ରଦାନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ହୋଇଛି । ଏବେ ଏଥିପାଇଁ ଲୋକଙ୍କ ନିକଟରେ ନିଜକୁ ମଧ୍ୟ ନାମାଙ୍କିତ କରିବାର ସୁଯୋଗ ରହିଛି । ଏହି କାରଣରୁ ଏଥର ୨୦୧୪ ତୁଳନାରେ ୨୮ ଗୁଣ ଅଧିକ ନାମାଙ୍କନ ମିଳିଥିଲା । ଏଥିରୁ ଜଣାପଡ଼େ ଯେ ପଦ୍ମ ସମ୍ମାନର ପ୍ରତିଷ୍ଠା, ତା'ର ବିଶ୍ୱସନୀୟତା, ସେଥିପ୍ରତି ସମ୍ମାନ ପ୍ରତିବର୍ଷ ବୃଦ୍ଧି ପାଉଛି । ମୁଁ ପଦ୍ମ ସମ୍ମାନ ପାଇଥିବା ସମସ୍ତଙ୍କୁ ପୁଣିଥରେ ଶୁଭକାମନା ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, 

କୁହାଯାଏ ଯେ ପ୍ରତ୍ୟେକଙ୍କ ଜୀବନରେ ଏକ ଲକ୍ଷ୍ୟ ଥାଏ, ପ୍ରତ୍ୟେକ ଏହି ଲକ୍ଷ୍ୟକୁ ପୂର୍ଣ୍ଣ କରିବାକୁ ଜନ୍ମ ନେଇଥାନ୍ତି । ଏଥିପାଇଁ ଲୋକେ ସଂପୂର୍ଣ୍ଣ ନିଷ୍ଠାପର ଭାବେ ନିଜ କର୍ତ୍ତବ୍ୟ ପାଳନ କରିଥାନ୍ତି । ଆମେ ଦେଖିଛୁ ଯେ କିଏ ସମାଜସେବା ମାଧ୍ୟମରେ, କିଏ ସେନାରେ ଯୋଗଦେଇ, କିଏ ଆଗାମୀ ପିଢ଼ିକୁ ପାଠ ପଢ଼ାଇ ନିଜ କର୍ତ୍ତବ୍ୟ ପାଳନ କରିଥାଏ; କିନ୍ତୁ ବନ୍ଧୁଗଣ, ଆମ ଭିତରେ ଏଭଳି କିଛି ଲୋକ ମଧ୍ୟ ଥାଆନ୍ତି, ଯେଉଁମାନେ ଜୀବନର ଅନ୍ତ ପରେ ମଧ୍ୟ, ସମାଜ ପ୍ରତି ନିଜ ଦାୟିତ୍ୱ ତୁଲାଇଥାନ୍ତି ଓ ଏଥିପାଇଁ ତାଙ୍କର ମାଧ୍ୟମ ହୋଇଥାଏ ଅଙ୍ଗଦାନ । ଗତ କିଛିବର୍ଷ ମଧ୍ୟରେ ଦେଶରେ ଏକ ହଜାରରୁ ଅଧିକ ଲୋକ ଏଭଳି ଥିଲେ, ଯେଉଁମାନେ ନିଜ ମୃତ୍ୟୁ ପରେ ନିଜ ଅଙ୍ଗଦାନ କରିଛନ୍ତି । ଏହି ନିଷ୍ପତ୍ତି ସହଜ ହୋଇନଥାଏ, କିନ୍ତୁ ଏଭଳି ନିଷ୍ପତ୍ତି ଅନେକ ଜୀବନକୁ ବଞ୍ଚାଇ ଦେଇଥାଏ । ମୁଁ ସେହି ପରିବାରଗୁଡ଼ିକୁ ମଧ୍ୟ ପ୍ରଶଂସା କରୁଛି, ଯେଉଁମାନେ ନିଜ ଆତ୍ମୀୟଙ୍କର ଅନ୍ତିମ ଇଚ୍ଛାକୁ ସମ୍ମାନ ଦେଇଛନ୍ତି । ଆଜି, ଦେଶରେ ବହୁତ ସଂଗଠନ ଏ କ୍ଷେତ୍ରରେ ପ୍ରେରଣାଦାୟକ ପ୍ରୟାସ କରୁଛନ୍ତି । କେତେକ ସଂଗଠନ, ଲୋକଙ୍କୁ ଅଙ୍ଗଦାନ ପାଇଁ ସଚେତନ କରାଉଛନ୍ତି, କେତେକ ସଂସ୍ଥା ଅଙ୍ଗଦାନ ପାଇଁ ଇଚ୍ଛୁକ ଲୋକଙ୍କ ପଞ୍ଜୀକରଣ କରିବାରେ ସହାୟତା କରୁଛନ୍ତି । ଏପରି ପ୍ରୟାସ ଦ୍ୱାରା ଦେଶରେ ଅଙ୍ଗଦାନ ପ୍ରତି ସକାରାତ୍ମକ ପରିବେଶ ତିଆରି ହୋଇଛି ଓ ଲୋକଙ୍କ ଜୀବନ ମଧ୍ୟ ବଞ୍ଚିଯାଉଛି ।

ମୋର ପ୍ରିୟ ଦେଶବାସୀଗଣ, 

ଏବେ ମୁଁ ଆପଣଙ୍କୁ ଭାରତର ଏପରି ଏକ ଉପଲବ୍ଧି କଥା କହିବାକୁ ଯାଉଛି, ଯାହାଦ୍ୱାରା ରୋଗୀଙ୍କର ଜୀବନ ସହଜ ହୋଇଯିବ, ସେମାନଙ୍କ ସମସ୍ୟା କିଛିଟା କମ୍‍ ହେବ । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଏପରି ଥିବେ, ଯାହାଙ୍କର ଚିକିତ୍ସାରେ ଆୟୁର୍ବେଦ, ସିଦ୍ଧ ବା ୟୁନାନି ଚିକିତ୍ସା ପଦ୍ଧତି ବେଶ୍‍ ସହାୟତା କରିଥିବ । କିନ୍ତୁ ଏହି ପଦ୍ଧତିରେ ଚିକିତ୍ସିତ ଲୋକଙ୍କୁ ସେତେବେଳେ ସମସ୍ୟା ହୋଇଥାଏ, ଯେତେବେଳେ ଏହି ପଦ୍ଧତିର କୌଣସି ଅନ୍ୟ ଡାକ୍ତରଙ୍କ ନିକଟକୁ ସେମାନେ ଯାଇଥାନ୍ତି । ଏହି ଚିକିତ୍ସା ପଦ୍ଧତିରେ ରୋଗର ନାମ, ଚିକିତ୍ସା, ଔଷଧ ପାଇଁ ସମାନ ପ୍ରକାରର ଭାଷା ବ୍ୟବହାର ହୋଇ ନଥାଏ । ପ୍ରତ୍ୟେକ ଚିକିତ୍ସକ ନିଜ ଢଙ୍ଗରେ ରୋଗର ନାମ ଓ ଚିକିତ୍ସା ପଦ୍ଧତି ଲେଖିଥାନ୍ତି । ଫଳରେ ଅନ୍ୟ ଚିକିତ୍ସକ ଏହାକୁ ବୁଝିବା ଅନେକ ସମୟରେ କଷ୍ଟକର ହୋଇପଡ଼େ । ଦଶନ୍ଧି ଧରି ଚାଲିଆସୁଥିବା ଏହି ସମସ୍ୟାର ଏବେ ସମାଧାନ ଖୋଜାଯାଇଛି । ମୁଁ ଏହା ଜଣାଇବାବେଳେ ଖୁସି ଲାଗୁଛି ଯେ ଆୟୁଷ ମନ୍ତ୍ରଣାଳୟ ଆୟୁର୍ବେଦ, ସିଦ୍ଧ ଓ ୟୁନାନୀ ଚିକିତ୍ସା ସହିତ ସଂପୃକ୍ତ ତଥ୍ୟ ଓ ଶବ୍ଦାବଳୀର ବର୍ଗୀକରଣ କରିଛି, ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସହାୟତା ଯୋଗାଇଛି । ଉଭୟଙ୍କ ପ୍ରୟାସରେ ଆୟୁର୍ବେଦ, ୟୁନାନୀ ଓ ସିଦ୍ଧ ଚିକିତ୍ସାରେ ରୋଗ ଓ ଚିକିତ୍ସା ସହିତ ସଂପୃକ୍ତ ଶବ୍ଦାବଳୀକୁ କୋଡିଂ କରାଯାଇଛି । ଏହି କୋଡିଂ ସାହାଯ୍ୟରେ ଏବେ ସମସ୍ତ ଡାକ୍ତର ପ୍ରେସ୍‍କ୍ରିପ୍ସନ ବା ନିଜର ଚିଠାରେ ସମାନ ଭାଷାରେ ଲେଖିବେ। ଏହାର ଗୋଟିଏ ଲାଭ ହେବ ଯେ ଯଦି ଆପଣ ସେହି ଚିଠା ନେଇ ଅନ୍ୟ ଡାକ୍ତରଙ୍କ ନିକଟକୁ ଯିବେ, ତେବେ ସେହି ଡାକ୍ତରଙ୍କୁ ତା'ର ପୂରା ତଥ୍ୟ ସେହି ଚିଠାରୁ ହିଁ ମିଳିଯିବ । ଆପଣଙ୍କ ରୋଗ, ଚିକିତ୍ସା, କୋଉ କୋଉ ଔଷଧ ଚାଲିଛି, କେବେଠୁ ଚିକିତ୍ସା ଚାଲିଛି, ଆପଣଙ୍କୁ କେଉଁ ଜିନିଷ ପ୍ରତି ଆଲର୍ଜି ଅଛି, ଏସବୁ ଜାଣିବା ପାଇଁ ସେହି ଚିଠା ସାହାଯ୍ୟ କରିବ । ଏହାର ଆଉ ଏକ ଲାଭ ସେହି ଲୋକଙ୍କୁ ମିଳିବ, ଯେଉଁମାନେ ଗବେଷଣା କାର୍ଯ୍ୟ ସହିତ ସଂପୃକ୍ତ ଅଛନ୍ତି । ଅନ୍ୟ ଦେଶର ବୈଜ୍ଞାନିକଙ୍କୁ ମଧ୍ୟ ରୋଗ, ଔଷଧ ଏବଂ ତା' ପ୍ରଭାବର ସଂପୂର୍ଣ୍ଣ ତଥ୍ୟ ମିଳିଯିବ । ଗବେଷଣା ଅଗ୍ରଗତି କଲେ ଏବଂ ଅନେକ ବୈଜ୍ଞାନିକ ଏକାଠି ଯୋଡ଼ିହେଲେ ଏହି ଚିକିତ୍ସା ପଦ୍ଧତି ଆହୁରି ଭଲ ପରିଣାମ ଦେବ ଓ ଲୋକଙ୍କର ସେଥିପ୍ରତି ଆଗ୍ରହ ବଢ଼ିବ । ମୋର ବିଶ୍ୱାସ ଯେ ଆୟୁଷ ପଦ୍ଧତିଗୁଡ଼ିକ ସହିତ ସଂପୃକ୍ତ ଆମର ଚିକିତ୍ସକ ଏହି କୋଡିଂକୁ ଯଥାଶୀଘ୍ର ଆପଣାଇବେ ।

ମୋର ବନ୍ଧୁଗଣ, 

ଯେତେବେଳେ ଆୟୁଷ ଚିକିତ୍ସା ପଦ୍ଧତି କଥା କହୁଛିି ତ ମୋ ଦୃଷ୍ଟି ସମ୍ମୁଖକୁ ୟାନୁଙ୍ଗ ଜାମୋହ ଲେଗୋଙ୍କ ଚିତ୍ର ଚାଲିଆସୁଛି । ସୁଶ୍ରୀ ୟାନୁଙ୍ଗ୍ ଅରୁଣାଚଳ ପ୍ରଦେଶର ବାସିନ୍ଦା ଓ ସେ ଜଣେ ହର୍ବାଲ୍‍ ଔଷଧୀୟ ବିଶେଷଜ୍ଞ । ସେ ଆଦିମ ଜନଜାତିଙ୍କ ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ପୁନର୍ଜୀବିତ କରିବା ପାଇଁ ବହୁତ କାମ କରିଛନ୍ତି । ଏହି ଅବଦାନ ପାଇଁ ତାଙ୍କୁ ଏଥର ପଦ୍ମ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି । ସେହିଭଳି ଏଥର ଛତିଶଗଡ଼ର ହେମଚନ୍ଦ ମାଂଝୀଙ୍କୁ ମଧ୍ୟ ପଦ୍ମ ସମ୍ମାନ ମିଳିଛି । ବୈଦ୍ୟରାଜ ହେମଚନ୍ଦ ମାଂଝୀ ମଧ୍ୟ ଆୟୁଷ ଚିକିତ୍ସା ପଦ୍ଧତି ସହାୟତାରେ ଲୋକଙ୍କର ଚିକିତ୍ସା କରିଥାନ୍ତି । ଛତିଶଗଡ଼ର ନାରାୟଣପୁରରେ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ସେ ଗରିବ ରୋଗୀଙ୍କର ସେବା କରିଆସୁଛନ୍ତି । ଆମ ଦେଶରେ ଆୟୁର୍ବେଦ ଓ ଚେରମୂଳି ଔଷଧର ଯେଉଁ ଭଣ୍ଡାର ଲୁଚି ରହିଛି, ତା'ର ସଂରକ୍ଷଣରେ ସୁଶ୍ରୀ ୟାନୁଙ୍ଗ ଓ ହେମଚନ୍ଦ ଜୀଙ୍କ ଭଳି ଲୋକଙ୍କର ବଡ଼ ଭୂମିକା ରହିଛି ।

ମୋର ପ୍ରିୟ ଦେଶବାସୀଗଣ, 

"ମନ୍‍ କୀ ବାତ୍‍” ଜରିଆରେ ମୋର ଓ ଆପଣମାନଙ୍କର ଯେଉଁ ସଂପର୍କ ଗଢ଼ିଉଠିଛି ତାହା ଗୋଟିଏ ଦଶନ୍ଧି ପୁରୁଣା ହୋଇସାରିଛି । ସୋସିଆଲ୍‍ ମିଡିଆ ଓ ଇଣ୍ଟରନେଟ୍‍ର ଏହି ଯୁଗରେ ମଧ୍ୟ ରେଡିଓ ସମଗ୍ର ଦେଶକୁ ଯୋଡ଼ିବାର ଏକ ସଶକ୍ତ ମାଧ୍ୟମ । ରେଡିଓର ଶକ୍ତି କିଭଳି ପରିବର୍ତ୍ତନ ଆଣିପାରେ, ଏହାର ଏକ ନିଆରା ଉଦାହରଣ ଛତିଶଗଡ଼ରେ ଦେଖିବାକୁ ମିଳିଛି । ଗତ ପ୍ରାୟ ୭ ବର୍ଷ ଧରି ଏଠାରେ ରେଡିଓରେ ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି, ଯାହାର ନାମ ‘ହମର୍‍ ହାଥୀ- ହମର୍‍ ଗୋଠ୍‍' । ନାଁ ଶୁଣି ଆପଣଙ୍କୁ ଲାଗିପାରେ ଯେ ରେଡିଓ ଓ ହାତୀର କି ସଂପର୍କ ହୋଇପାରେ; କିନ୍ତୁ ଏହା ହିଁ ତ ରେଡ଼ିଓର ବିଶେଷତ୍ୱ । ଛତିଶଗଡ଼ରେ ଆକାଶବାଣୀର ଚାରିଟି କେନ୍ଦ୍ର ଅମ୍ବିକାପୁର, ରାୟପୁର, ବିଳାସପୁର ଓ ରାୟଗଡ଼ରୁ ପ୍ରତି ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ ଓ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଛତିଶଗଡ଼ର ଜଙ୍ଗଲ ଓ ତା' ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ ବଡ଼ ଧ୍ୟାନର ସହିତ ଏହି କାର୍ଯ୍ୟକ୍ରମକୁ ଶୁଣନ୍ତି । ‘ହମର୍‍ ହାଥୀ-ହମର୍‍ ଗୋଠ୍‍' କାର୍ଯ୍ୟକ୍ରମରେ ହାତୀପଲ ଜଙ୍ଗଲର କେଉଁ ଅଞ୍ଚଳ ଦେଇ ଯାତାୟାତ କରୁଛନ୍ତି ତାହା ଜଣାଇ ଦିଆଯାଏ । ଏହି ତଥ୍ୟ ଏଠାକାର ଲୋକଙ୍କର ବହୁତ କାମରେ ଆସେ । ଲୋକଙ୍କୁ ରେଡିଓରୁ ହାତୀପଲ ଯାତାୟାତର ତଥ୍ୟ ମିଳିବା କ୍ଷଣି ସେମାନେ ସତର୍କ ହୋଇଯାଆନ୍ତି । ଯେଉଁ ରାସ୍ତା ଦେଇ ହାତୀପଲ ଯାତାୟାତ କରନ୍ତି, ସେଠାକୁ ଯିବାର ବିପଦ ଟଳିଯାଏ । ଏହାଦ୍ୱାରା ଗୋଟିଏ ପଟେ ହାତୀପଲ ଦ୍ୱାରା କ୍ଷତିର ସମ୍ଭାବନା କମିଯାଏ ଏବଂ ଅନ୍ୟପଟେ ହାତୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାରେ ସହାୟତା ମିଳିଥାଏ । ଏହି ତଥ୍ୟର ଉପଯୋଗ ଦ୍ୱାରା ଭବିଷ୍ୟତରେ ହାତୀଙ୍କ ସଂରକ୍ଷଣରେ ମଧ୍ୟ ସହାୟତା ମିଳିବ । ଏଠାରେ ସୋସିଆଲ୍‍ ମିଡିଆ ଜରିଆରେ ମଧ୍ୟ ଲୋକଙ୍କୁ ହାତୀଙ୍କ ସହିତ ସଂପୃକ୍ତ ସୂଚନା ଦିଆଯାଉଛି । ଏହାଦ୍ୱାରା ଜଙ୍ଗଲ ଆଖପାଖରେ ରହୁଥିବା ଲୋକଙ୍କୁ ହାତୀଙ୍କ ସହ ତାଳମେଳ ରଖିବା ସହଜ ହୋଇଯାଇଛି । ଦେଶର ଅନ୍ୟ ବନାଞ୍ଚଳରେ ରହୁଥିବା ଲୋକେ ମଧ୍ୟ ଛତିଶଗଡ଼ର ଏହି ନିଆରା ପ୍ରୟାସ ଏବଂ ତା'ର ଅଭିଜ୍ଞତାର ଲାଭ ଉଠାଇପାରିବେ । 

ମୋର ପ୍ରିୟ ଦେଶବାସୀଗଣ, 

ଏହି ଜାନୁୟାରୀ ପଚିଶ ତାରିଖରେ ଆମେ ସମସ୍ତେ ଜାତୀୟ ମତଦାତା ଦିବସ ପାଳନ କରିଥିଲେ । ଏହା ଆମର ଗୌରବଶାଳୀ ଗଣତାନ୍ତ୍ରିକ ପରମ୍ପରା ପାଇଁ ଏକ ମୁଖ୍ୟ ଦିବସ । ଆଜି ଦେଶରେ ପ୍ରାୟ ଛୟାନବେ କୋଟି ମତଦାତା ଅଛନ୍ତି । ଏହି ସଂଖ୍ୟା କେତେ ବଡ଼ ତାହା ଆପଣମାନେ ଜାଣନ୍ତି? ଏହା ଆମେରିକାର ସର୍ବମୋଟ ଜନସଂଖ୍ୟାର ବି ପ୍ରାୟ ତିନିଗୁଣ । ଏହା ୟୁରୋପର ମୋଟ ଜନସଂଖ୍ୟାର ମଧ୍ୟ ଦେଢ଼ଗୁଣ ହେବ । ଯଦି ଆମେ ମତଦାନ କେନ୍ଦ୍ର କଥା ବିଚାର କରିବା ତେବେ ତା’ର ସଂଖ୍ୟା ପ୍ରାୟ ସାଢ଼େ ଦଶଲକ୍ଷ ହେବ । ଭାରତର ପ୍ରତ୍ୟେକ ନାଗରିକ ଯେମିତି ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିପାରିବେ, ସେଥିପାଇଁ ଆମ ନିର୍ବାଚନ କମିଶନ ଭାରତର ଏପରି ସ୍ଥାନରେ ମଧ୍ୟ ମତଦାନ କେନ୍ଦ୍ର ସ୍ଥାପନ କରୁଛନ୍ତି ଯେଉଁଠିକାର ଭୋଟର ସଂଖ୍ୟା ମାତ୍ର ଏକ । ମୁଁ ନିର୍ବାଚନ କମିଶନଙ୍କ ପ୍ରଶଂସା କରିବାକୁ ଚାହେଁ କାରଣ ସେ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ମଜଭୁତ୍ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।

ସାଥିଗଣ, 

ଆଜି ଦେଶ ପାଇଁ ଖୁସିର କଥା ଯେ ଦୁନିଆର ଅନ୍ୟ ଦେଶମାନଙ୍କରେ ଯେତେବେଳେ (Voting Percentage) ମତଦାନର ପ୍ରତିଶତ କମୁଛି ସେତେବେଳେ ଆମ ଦେଶରେ ମତଦାନ ପ୍ରତିଶତ ବଢ଼ି ବଢ଼ି ଚାଲିଛି । ୧୯୫୧-୫୨ରେ ଯେତେବେଳେ ଦେଶରେ ପ୍ରଥମଥର ନିର୍ବାଚନ ହୋଇଥିଲା, ସେତେବେଳେ ପ୍ରାୟ ପଇଁଚାଳିଶ ପ୍ରତିଶତ ଲୋକ ହିଁ ମତଦାନ କରିଥିଲେ । ଆଜି ଏହି ସଂଖ୍ୟା ଅନେକ ବଢ଼ିଯାଇଛି । ଦେଶରେ ଖାଲି ମତଦାତା ସଂଖ୍ୟା ବଢ଼ିଛି ତା’ନୁହେଁ ବରଂ turnout ମଧ୍ୟ ବଢ଼ିଛି । ଆମ ଯୁବ ଭୋଟରମାନଙ୍କର ପଞ୍ଜୀକରଣ ପାଇଁ ଅଧିକ ସୁଯୋଗ ମିଳୁ, ସେଥିପାଇଁ ସରକାର ଆଇନରେ ପରିବର୍ତ୍ତନ କରିଛନ୍ତି । ମୋତେ ଦେଖି ଖୁସିଲାଗୁଛି ଯେ ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସାମୂହିକ ସ୍ତରରେ ମଧ୍ୟ ଅନେକ କାମ ହେଉଛି । କେଉଁଠି ଲୋକମାନେ ଘର ଘର ଯାଇ ଲୋକମାନଙ୍କୁ ଭୋଟ ବିଷୟରେ ବୁଝାଉଛନ୍ତି । କେଉଁଠି କେଉଁଠି ଚିତ୍ରକଳା ମାଧ୍ୟମରେ, ଆଉ କେଉଁଠି ପଥପ୍ରାନ୍ତ ନାଟକ ମାଧ୍ୟମରେ ଯୁବ ସମ୍ପ୍ରଦାୟକୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରାଯାଉଛି । ଏହିଭଳି ପ୍ରତ୍ୟେକ ପ୍ରୟାସ ଆମର ଲୋକତନ୍ତ୍ରର ଉତ୍ସବରେ ଭିନ୍ନ ଭିନ୍ନ ରଙ୍ଗ ଭରିଦେଉଛି । ମୁଁ ‘ମନ୍ କି ବାତ୍‌’ ମାଧ୍ୟମରେ First time voter ମାନଙ୍କୁ କହିବାକୁ ଚାହେଁ ଯେ ସେମାନେ ଭୋଟର ଲିଷ୍ଟରେ ନିଜର ନାମ ପଞ୍ଜୀକରଣ ଅବଶ୍ୟ କରନ୍ତୁ । National Voter Service Portal ଏବଂ Voter Helpline App ମାଧ୍ୟମରେ ସେମାନେ ଏହି କାମ ସହଜରେ ପୂର୍ଣ୍ଣ କରିପାରିବେ । ଆପଣ ସଦାବେଳେ ମନେ ରଖନ୍ତୁ ଯେ ଆପଣଙ୍କର ଗୋଟିଏ ଭୋଟ ଏ ଦେଶର ଭାଗ୍ୟ ବଦଳାଇ ଦେଇପାରେ, ଦେଶର ଭାଗ୍ୟ ନିର୍ମାଣ କରିପାରେ ।

ମୋର ପ୍ରିୟ ଦେଶବାସୀଗଣ,

ଆଜି ଜାନୁୟାରୀ ୨୮ ତାରିଖରେ ଭାରତର ଏଭଳି ଦୁଇ ମହାନ ବ୍ୟକ୍ତିତ୍ୱଙ୍କର ଜନ୍ମଜୟନ୍ତୀ ପଡୁଛି ଯେଉଁମାନେ ଭିନ୍ନ ଭିନ୍ନ ସମୟରେ ଦେଶଭକ୍ତିର ଉଦାହରଣ ସୃଷ୍ଟି କରିଯାଇଛନ୍ତି । ଆଜି ଦେଶ ପଞ୍ଜାବକେଶରୀ ଲାଲା ଲଜପତ୍ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି । ଲାଲାଜୀ ସ୍ୱାଧୀନତା ସଂଗ୍ରାମର ଜଣେ ଏଭଳି ସେନାନୀ ଥିଲେ ଯିଏକି ଦେଶକୁ ବିଦେଶୀ ଶାସନରୁ ମୁକ୍ତ କରିବା ପାଇଁ ନିଜର ଜୀବନକୁ ଆହୂତି ଦେଇଦେଇଥିଲେ । ଲାଲାଜୀଙ୍କର ବ୍ୟକ୍ତିତ୍ୱକୁ ଖାଲି ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ ସୀମିତ କରାଯାଇପାରିବନି । ସେ ବହୁତ ଦୂରଦର୍ଶୀ ଥିଲେ । ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ କେତେଗୁଡ଼ିଏ ଅନ୍ୟ ସଂସ୍ଥାର ନିର୍ମାଣରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଖାଲି ବିଦେଶୀମାନଙ୍କୁ ଦେଶରୁ ବାହାର କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ତା’ନୁହେଁ ବରଂ ଦେଶକୁ ଆର୍ଥିକ ଦୃଷ୍ଟିରୁ ମଜଭୁତ୍ କରି ଗଢ଼ିବାର ଦୂରଦୃଷ୍ଟି ମଧ୍ୟ ତାଙ୍କ ଚିନ୍ତନର ମୁଖ୍ୟ ଅଂଶ ଥିଲା । ତାଙ୍କର ବିଚାର ଏବଂ ତାଙ୍କର ବଳିଦାନ ଭଗତସିଂହଙ୍କୁ ବହୁତ ପ୍ରଭାବିତ କରିଥିଲା । ଆଜି ଫିଲ୍‌ଡ ମାର୍ଶାଲ ଜେନେରାଲ କେ.ଏମ୍‌. କାରିୟାପ୍ପାଙ୍କୁ ମଧ୍ୟ ଶ୍ରଦ୍ଧାପୂର୍ବକ ପ୍ରଣାମ କରିବାର ଦିନ । ସେ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ କାଳରେ ଆମ ସୈନ୍ୟବାହିନୀର ନେତୃତ୍ୱ ନେଇ ବୀରତ୍ୱର ଉଦାହରଣ ସ୍ଥାପନ କରିଥିଲେ । ଆମ ସୈନ୍ୟବାହିନୀକୁ ଶକ୍ତିଶାଳୀ କରିବାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି ।

ମୋର ପ୍ରିୟ ଦେଶବାସୀଗଣ, 

ଆଜି କ୍ରୀଡ଼ା ଜଗତରେ ମଧ୍ୟ ଭାରତ ନିତ୍ୟ ନୂତନ ଉଚ୍ଚତାକୁ ଛୁଇଁବାରେ ଲାଗିଛି । ଖେଳଦୁନିଆରେ ଆଗେଇବା ପାଇଁ ନିହାତି ଜରୁରୀ କଥା ହେଉଛି ଖେଳାଳିମାନଙ୍କୁ ଅଧିକରୁ ଅଧିକ ଖେଳିବାର ସୁଯୋଗ ମିଳିବା ଉଚିତ ଏବଂ ଦେଶରେ ଭଲ ଭାବରେ କ୍ରୀଡା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବା ଉଚିତ । ଏହି ଭାବନା ଅନୁସାରେ ଆଜି ଭାରତରେ ନୂଆ ନୂଆ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯାଉଛି । ଏଇ କିଛିଦିନ ତଳେ ଚେନ୍ନଇରେ “ଖେଲୋ ଇଣ୍ଡିୟା ୟୁଥ୍ ଗେମ୍ସ”ର ଉଦଘାଟନ ମଧ୍ୟ କରାଗଲା । ଏଥିରେ ସାରାଦେଶର ପାଞ୍ଚହଜାରରୁ ଅଧିକ ଆଥଲେଟ ଭାଗ ନେଉଛନ୍ତି । ମୁଁ ଖୁସି ଯେ ଆଜି ଭାରତରେ ନିୟମିତ ଭାବେ ଏଇଭଳି ପ୍ଲାଟଫର୍ମ ପ୍ରସ୍ତୁତ ହେଉଛି ଯେଉଁଥିରେ ଖେଳାଳିମାନଙ୍କୁ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବାର ସୁଯୋଗ ମିଳୁଛି । ଏହିଭଳି ଗୋଟିଏ ମାଧ୍ୟମ ହେଉଛି ବିଚ୍ ଗେମ୍ସ ଯାହାର ଆୟୋଜନ ଡିୟୁଠାରେ କରାଯାଇଥିଲା । ଆପଣମାନେ ଜାଣନ୍ତି ଡିୟୁ ସୋମନାଥର ପାଖାପାଖି ଏକ କେନ୍ଦ୍ରଶାସିତ ଅଞ୍ଚଳ । ଏହି ବର୍ଷର ଆରମ୍ଭରେ ହିଁ ଡିୟୁରେ ବିଚ୍ ଗେମ୍ସ ଆୟୋଜନ କରାଯାଇଥିଲା । ଏହା ଭାରତର ପ୍ରଥମ Multi Sports Beach Games ଥିଲା । ଏଥିରେ Tug of War, Sea Swimming, Pencaksilat, ମଲ୍‌ଖମ୍ବ Beach Volleyball, ବିଚ୍ କବାଡ଼ି, Beach Soccer ଏବଂ Beach Boxing ଭଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ପ୍ରତ୍ୟେକ ପ୍ରତିଯୋଗୀକୁ ନିଜର ପ୍ରତିଭା ପ୍ରଦର୍ଶନର ପୂର୍ଣ୍ଣ ସୁଯୋଗ ମିଳିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ ଏଭଳି ରାଜ୍ୟରୁ ଖେଳାଳିମାନେ ଯୋଗଦେଇଥିଲେ, ଯେଉଁମାନଙ୍କର ସମୁଦ୍ର ସହିତ ସାମାନ୍ୟ ସମ୍ପର୍କ ମଧ୍ୟ ନାହିଁ। ଏହି tournamentରେ ସବୁଠାରୁ ଅଧିକ ପଦକ ବି ମଧ୍ୟପ୍ରଦେଶ ଜିତିଥିଲା, ଯେଉଁଠି କୌଣସି ବେଳାଭୂମି ନାହିଁ । ଖେଳ ପ୍ରତି ଏହିଭଳି ମନୋଭାବ ଯେକୌଣସି ଦେଶକୁ ଖେଳଦୁନିଆର ସମ୍ରାଟ (ସର୍ବଶ୍ରେଷ୍ଠ ଦେଶ) ଭାବେ ଗଢ଼ିତୋଳିପାରେ ।

ମୋର ପ୍ରିୟ ଦେଶବାସୀଗଣ, 

‘ମନ୍ କି ବାତ୍‌’ରେ ଏଥରକ ମୋ ସାଥିରେ ଏତିକି । ଫେବୃୟାରୀ ମାସରେ ଆପଣମାନଙ୍କ ସାଥେ ପୁଣିଥରେ କଥାହେବି । ଦେଶର ଲୋକମାନଙ୍କର ସାମୂହିକ ପ୍ରୟାସ ଦ୍ୱାରା, ବ୍ୟକ୍ତିଗତ ପ୍ରୟାସ ଦ୍ୱାରା ଦେଶ କେମିତି ଆଗକୁ ବଢ଼େ, ସେ ବିଷୟକୁ ହିଁ କେନ୍ଦ୍ରିତ ((focus) କରାଯିବ । ସାଥିଗଣ କାଲି ଅଣତିରିଶ ତାରିଖ ସକାଳ ଏଗାରଟା ବେଳେ ଆମେ “ପରୀକ୍ଷା ପେ ଚର୍ଚ୍ଚା” ମଧ୍ୟ କରିବା । “ପରୀକ୍ଷା ପେ ଚର୍ଚ୍ଚା”ର ଏହା ୭ମ ସଂସ୍କରଣ ହେବ । ଏହା ଏଭଳି କାର୍ଯ୍ୟକ୍ରମ ଯାହାକୁ ମୁଁ ସବୁବେଳେ ପ୍ରତୀକ୍ଷା କରିଥାଏ । ଏଥିରେ ମୋତେ ଛାତ୍ରଛାତ୍ରୀମାନଙ୍କ ସହିତ କଥା ହେବାର ସୁଯୋଗ ମିଳିଥାଏ ଏବଂ ମୁଁ ସେମାନଙ୍କର ଚାପକୁ କମ୍ କରିବାର ପ୍ରୟାସ ମଧ୍ୟ କରିଥାଏ । ଗତ ସାତବର୍ଷ ଭିତରେ “ପରୀକ୍ଷା ପେ ଚର୍ଚ୍ଚା” ଶିକ୍ଷା ଏବଂ ପରୀକ୍ଷା ସହିତ ସମ୍ବନ୍ଧିତ ଅନେକ ବିଷୟରେ ଆଲୋଚନା କରିବାର ଗୋଟିଏ ଭଲ ମାଧ୍ୟମ ହୋଇପାରିଛି । ମୁଁ ଖୁସି ଯେ ଏ ବର୍ଷ ପ୍ରାୟ ୨ କୋଟି ୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ପଞ୍ଜିକରଣ କରିଛନ୍ତି ଏବଂ ନିଜର ଇନପୁଟ ମଧ୍ୟ ଦେଇଛନ୍ତି । ମୁଁ ଆପଣମାନଙ୍କୁ ଜଣାଇଦେବାକୁ ଚାହେଁ ଯେ ଦୁଇହଜାର ଅଠର ମସିହାରେ ଯେତେବେଳେ ମୁଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲି ସେତେବେଳେ ଏହି ସଂଖ୍ୟା କେବଳ ବାଇଶ ହଜାର ଥିଲା । ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିବା ପାଇଁ ଏବଂ ପରୀକ୍ଷାର ଚାପ ସମ୍ବନ୍ଧରେ ସଚେତନତା ପାଇଁ ଅନେକ ଅଭିନବ ପ୍ରୟାସ କରାଯାଇଛି । ମୁଁ ଆପଣମାନଙ୍କୁ ବିଶେଷକରି ଯୁବବର୍ଗ ଓ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରୁଛି କି କାଲି ରେକର୍ଡ଼ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ । ମୋତେ ମଧ୍ୟ ଆପଣମାନଙ୍କ ସହିତ କଥାହୋଇ ବହୁତ ଭଲ ଲାଗିବ । ଏତିକି କହି ମୁଁ ‘ମନ୍ କି ବାତ୍‌’ର ଆଜିର ଅଧ୍ୟାୟରୁ ବିଦାୟ ନେଉଛି । ଖୁବ୍‌ଶୀଘ୍ର ପୁଣି ଭେଟିବା, ଧନ୍ୟବାଦ ।

 

 

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.