I am deeply grateful to the Gulf countries, who are providing all kinds of assistance to more than 1 crore Indians: PM Modi
I appeal to all citizens to remain vigilant and not be misled by rumours. Trust only the continuous information provided by the government: PM Modi
I am confident that just as we have overcome past crises with the strength of our 140 crore countrymen; this time too, we will together emerge victorious: PM Modi
Under 'Jal Sanchay Abhiyan', nearly 50 lakh Artificial Water Harvesting Structures have been created across the country: PM Modi
Under the Amrit Sarovar Abhiyan, nearly 70,000 Amrit Sarovars have been made across the country: PM Modi
Gyan Bharatam Survey is related to our great culture and rich heritage. Its objective is to collect information about manuscripts across the country: PM Modi
Recently, MY Bharat organized a budget quest. Its aim was to connect the youth across the country with the budget process and policymaking: PM Modi
I am happy to see that our country's youth are now embracing sports that were not as popular before: PM Modi
I would urge all of you to reduce your sugar intake … and as I have said earlier, we also need to cut down on cooking oil by 10 percent: PM Modi
Our fishermen brothers and sisters are not just warriors of the sea; they are also a strong foundation of a self-reliant India: PM Modi
Today, ever new innovations are taking place in the fields of fisheries and seaweed, and our fishermen are becoming self-reliant: PM Modi
Under "Ek Ped Maa Ke Naam" campaign, millions of trees have been planted across the country: PM Modi
Today, the impact of the "PM Surya Ghar Muft Bijli Yojana" is being observed in every corner of the country: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।

‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଏହି ମାର୍ଚ୍ଚ ମାସଟି ବିଶ୍ୱସ୍ତରରେ ଅତ୍ୟଧିକ ଗତିବିଧିପୂର୍ଣ୍ଣ ରହିଛି । ଆମ ସମସ୍ତଙ୍କର ମନେଅଛି ଯେ, ଅତୀତରେ ସମଗ୍ର ବିଶ୍ୱ କୋଭିଡ଼ ଯୋଗୁଁ ଦୀର୍ଘଦିନ ଧରି ଅନେକ ସମସ୍ୟା ଦେଇ ଗତି କରୁଥିଲା । ଆମ ସମସ୍ତଙ୍କ ଆଶା ଥିଲା ଯେ, କରୋନା ସଙ୍କଟରୁ ମୁକୁଳିବା ପରେ ବିଶ୍ୱ ନୂତନ ଭାବେ ବିକାଶର ମାର୍ଗରେ ଅଗ୍ରସର ହେବ । କିନ୍ତୁ, ବିଶ୍ୱର ଭିନ୍ନ ଭିନ୍ନ କ୍ଷେତ୍ରରେ କ୍ରମାଗତ ଭାବେ ଯୁଦ୍ଧ ଏବଂ ସଂଘର୍ଷର ପରିସ୍ଥିତି ସୃଷ୍ଟି ହୋଇ ଚାଲିଲା । ବର୍ତ୍ତମାନ ଆମ ଆଖପାଖରେ ମାସେ ଧରି ଭୀଷଣ ଯୁଦ୍ଧ ଚାଲିଛି । ଆମର ଲକ୍ଷ ଲକ୍ଷ ପରିବାରଙ୍କ ସ୍ୱଜନ ଏହି ଦେଶମାନଙ୍କରେ ରହୁଛନ୍ତି । ବିଶେଷକରି ଉପସାଗରୀୟ ଦେଶମାନଙ୍କରେ କାମ କରୁଛନ୍ତି । ମୁଁ ଗଲଫ୍ ଦେଶ ପ୍ରତି ବହୁତ କୃତଜ୍ଞ, ସେମାନେ ଏଭଳି ୧ କୋଟିରୁ ଅଧିକ ଭାରତୀୟଙ୍କୁ ସେଠାରେ ସବୁ ପ୍ରକାର ସହାୟତା ଦେଉଛନ୍ତି ।

ବନ୍ଧୁଗଣ,

ଯେଉଁ ଅଞ୍ଚଳରେ ବର୍ତ୍ତମାନ ଯୁଦ୍ଧ ଚାଲିଛି, ସେହି ଅଞ୍ଚଳ, ଆମ ଶକ୍ତି ଆବଶ୍ୟକତାର ବଡ଼ କେନ୍ଦ୍ରସ୍ଥଳ । ତେଣୁ ଏଥିଯୋଗୁଁ ସାରା ବିଶ୍ୱରେ ପେଟ୍ରୋଲ ଏବଂ ଡିଜେଲକୁ ନେଇ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଚାଲିଛି । ବିଶ୍ୱର ଅନ୍ୟାନ୍ୟ ଦେଶମାନଙ୍କ ସହ ରହିଥିବା ଆମର ସମ୍ପର୍କ, ଭିନ୍ନ ଭିନ୍ନ ଦେଶମାନଙ୍କରୁ ମିଳୁଥିବା ସହଯୋଗ ଏବଂ ବିଗତ ଏକ ଦଶନ୍ଧିରେ ଗଢ଼ିଉଠିଥିବା ଦେଶର ସାମର୍ଥ୍ୟ ଯୋଗୁଁ ଭାରତ ଏହି ପରିସ୍ଥିତିଗୁଡ଼ିକର କଡ଼ା ମୁକାବିଲା କରୁଛି ।

ବନ୍ଧୁଗଣ,

ଏହା ନିଶ୍ଚିତ ଭାବେ ଏକ ଆହ୍ୱାନଭରା ସମୟ । ମୁଁ ଆଜି ‘ମନ୍ କି ବାତ୍’ ମାଧ୍ୟମରେ ସମସ୍ତ ଦେଶବାସୀଙ୍କୁ ପୁଣିଥରେ ଅନୁରୋଧ କରୁଛି ଯେ, ଆମକୁ ଏକଜୁଟ ହୋଇ ଏହି ସମସ୍ୟାରୁ ବାହାରିବାକୁ ହେବ । ଯେଉଁମାନେ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି, ସେମାନେ ରାଜନୀତି କରିବା ଅନୁଚିତ । ଏହା ଦେଶର ୧୪୦ କୋଟି ଦେଶବାସୀଙ୍କ ହିତ ସହ ଜଡ଼ିତ ବିଷୟ । ଏଥିରେ ସ୍ୱାର୍ଥପୂର୍ଣ୍ଣ ରାଜନୀତିର କୌଣସି ସ୍ଥାନ ନାହିଁ । ଏଭଳି ପରିସ୍ଥିତିରେ ଯେଉଁ ଲୋକମାନେ ଗୁଜବ ସୃଷ୍ଟି କରୁଛନ୍ତି, ସେମାନେ ଦେଶର ବହୁତ ବଡ଼ କ୍ଷତି କରୁଛନ୍ତି । ମୁଁ ସମସ୍ତ ଦେଶବାସୀଙ୍କୁ ମଧ୍ୟ ଅନୁରୋଧ କରିବାକୁ ଚାହୁଁଛି ଯେ ସେମାନେ ସଚେତନ ରୁହନ୍ତୁ, ଗୁଜବ ଦ୍ୱାରା ପ୍ରରୋଚିତ ହୁଅନ୍ତୁ ନାହିଁ । ସରକାରଙ୍କ ତରଫରୁ ନିରନ୍ତର ଭାବେ ଯେଉଁ ସୂଚନାଗୁଡ଼ିକ ଆପଣଙ୍କୁ ଦିଆଯାଉଛି, ତାହା ଉପରେ ବିଶ୍ୱାସ କରନ୍ତୁ । ତାହାରି ଉପରେ ବିଶ୍ୱାସ କରି କୌଣସି ପଦକ୍ଷେପ ଗ୍ରହଣ କରନ୍ତୁ । ପ୍ରତିଥର ଭଳି ଏଥର ମଧ୍ୟ ମୋର ବିଶ୍ୱାସ ଯେ ଦେଶର ୧୪୦ କୋଟି ଦେଶବାସୀଙ୍କ ସାମର୍ଥ୍ୟ ବଳରେ ଯେଉଁଭଳି ଆମେ ପୁରୁଣା ସଙ୍କଟକୁ ପରାସ୍ତ କରିଥିଲୁ ଏଥର ମଧ୍ୟ ଆମେ ସମସ୍ତେ ମିଶି ଏହି କଠିନ ପରିସ୍ଥିତିରୁ ବହୁତ ଭଲ ଭାବେ ମୁକୁଳିପାରିବା ।

ମୋର ପ୍ରିୟ ଦେଶବାସୀଗଣ,

ଭାରତର ଶକ୍ତି ଏହାର କୋଟି କୋଟି ଲୋକଙ୍କ ମଧ୍ୟରେ ନିହିତ । ଆଜି ‘ମନ୍ କି ବାତ୍’ରେ ଗୋଟିଏ ଏଭଳି ପ୍ରଚେଷ୍ଟା ବିଷୟରେ ଜଣାଇବାକୁ ଚାହୁଁଛି, ଯାହା ଦେଶବାସୀଙ୍କ ଜନଭାଗିଦାରୀର ଭାବନାକୁ ପ୍ରଦର୍ଶିତ କରୁଛି, ଏହି ପ୍ରଚେଷ୍ଟା ହେଉଛି – ଜ୍ଞାନ ଭାରତମ୍ ସର୍ଭେ, ଯାହାର ସମ୍ପର୍କ ଆମର ମହାନ ସଂସ୍କୃତି ଏବଂ ସମୃଦ୍ଧ ଐତିହ୍ୟ ସହ ରହିଛି । ଏହାର ଉଦ୍ଦେଶ୍ୟ ହେଉଛି ସାରା ଦେଶରେ ରହିଥିବା ପାଣ୍ଡୁଲିପିଗୁଡ଼ିକ ସମ୍ପର୍କରେ ସୂଚନା ଏକତ୍ରିତ କରିବା । ଏହି ସର୍ଭେ ସହିତ ଯୋଡ଼ିହେବାର ଗୋଟିଏ ମାଧ୍ୟମ ହେଉଛି ଜ୍ଞାନ ଭାରତମ୍ ଆପ୍ । ଆପଣଙ୍କ ପାଖରେ ଯଦି କୌଣସି ପାଣ୍ଡୁଲିପି ରହିଛି, କିମ୍ବା ତତସମ୍ପର୍କରେ କୌଣସି ସୂଚନା ରହିଛି, ତେବେ ଏହାର ଫଟୋଚିତ୍ର ଜ୍ଞାନ ଭାରତମ୍ ଆପରେ ନିଶ୍ଚିତ ଭାବେ ଶେୟାର୍ କରନ୍ତୁ । ପ୍ରତ୍ୟେକ ପ୍ରବେଶ ସହ ଜଡ଼ିତ ସୂଚନାକୁ ଲିପିବଦ୍ଧ କରାଯିବା ପୂର୍ବରୁ ଏହାକୁ ସୁନିଶ୍ଚିତ କରାଯାଉଛି । ଏଯାବତ୍ ଅନେକ ବ୍ୟକ୍ତି ହଜାର ହଜାର ପାଣ୍ଡୁଲିପି ଏଥିରେ ଶେୟାର୍ କରିସାରିଲେଣି । ଉଦାହରଣ ସ୍ୱରୂପ, ଅରୁଣାଚଳ ପ୍ରଦେଶର ନାମସାଇ’ର ଚାଓ ନନ୍ତିସିନ୍ଧ ଲୋକାଙ୍ଗ, ତାଇ ଲିପିରେ ରହିଥିବା ପାଣ୍ଡୁଲିପି ଶେୟାର କରିଛନ୍ତି । ଅମୃତସରର ଭାଇ ଅମିତ ସିଂ ରାଣା, ଗୁରୁମୁଖୀ ଲିପିରେ ଲେଖାଥିବା ପାଣ୍ଡୁଲିପି ଶେୟାର କରିଛନ୍ତି । ଏହା ଆମର ମହାନ ଶିଖ୍ ପରମ୍ପରା ଏବଂ ପଞ୍ଜାବୀ ଭାଷା ସହ ସଂଲଗ୍ନ ଲିପି । କିଛି ସଂସ୍ଥା ତାଳପତ୍ରରେ ଲେଖାହୋଇଥିବା ପାଣ୍ଡୁଲିପି ଦେଇଛନ୍ତି । ରାଜସ୍ଥାନର ଅଭୟ ଜୈନ୍ ଗ୍ରନ୍ଥାଳୟ ତାମ୍ରଫଳକରେ ଲେଖାଯାଇଥିବା ବହୁତ ପୁରୁଣା ପାଣ୍ଡୁଲିପି ଶେୟାର କରିଛନ୍ତି । ସେହିଭଳି, ଲଦ୍ଦାଖର ହାମିସ୍ ମଠ ତିବ୍ଦତୀୟ ଭାଷାରେ ଦୁର୍ମୂଲ୍ୟ ପାଣ୍ଡୁଲିପି ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ମୁଁ ଏଠାରେ ମାତ୍ର କିଛି ଉଦାହରଣ ଦେଇଛି । ଏହି ସର୍ଭେ ଜୁନ୍ ମାସ ମଧ୍ୟଭାଗ ପର୍ଯ୍ୟନ୍ତ ଜାରି ରହିବ । ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ସଂସ୍କୃତିର ବିଭିନ୍ନ ଦିଗକୁ ଲୋକଲୋଚନକୁ ଆଣନ୍ତୁ ଏବଂ ସେୟାର୍‍ କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ,

ଭାରତ ବିଶ୍ୱର ସବୁଠାରୁ ଯୁବ ଦେଶ । ଦେଶର ଯୁବବର୍ଗର ଶକ୍ତି ଯେତେବେଳେ ରାଷ୍ଟ୍ରନିର୍ମାଣ ସହ ଯୋଡ଼ିହୁଏ, ତାହା ଅତ୍ୟଧିକ ସହାୟକ ହୋଇଥାଏ । ରାଷ୍ଟ୍ର ନିର୍ମାଣର ଏହି ଦାୟିତ୍ୱକୁ ନିର୍ବାହ କରିବାରେ ଗୋଟିଏ ବଡ଼ ଭୂମିକା ବହନ କରୁଛି ମୋର ଯୁବ ଭାରତ, ଅର୍ଥାତ୍ ମୋ ଭାରତ ସଙ୍ଗଠନ । ଏହି ସଂଗଠନ ଦେଶର ଯୁବବର୍ଗଙ୍କୁ ଭିନ୍ନ ଭିନ୍ନ ସକାରାତ୍ମକ ଗତିବିଧି ସହ ଯୋଡୁଛି । ନିକଟରେ ମୋ ଭାରତ ଦ୍ୱାରା ବଜେଟ୍ କ୍ୱେଷ୍ଟର ଆୟୋଜନ କରାଯାଇଥିଲା । ସାରା ଦେଶର ଯୁବବର୍ଗଙ୍କୁ ବଜେଟ ପ୍ରକ୍ରିୟା ଏବଂ ନୀତି ନିର୍ମାଣ ସହ ଯୋଡ଼ିବା ଥିଲା ଏହାର ଉଦ୍ଦେଶ୍ୟ । ଏହାର କୁଇଜ୍ରେ ସାରାଦେଶରୁ ପ୍ରାୟତଃ ୧୨ ଲକ୍ଷ ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ । କୁଇଜ୍ ପରେ ପ୍ରାୟ ୧ ଲକ୍ଷ ୬୦ ହଜାର ପ୍ରତିଯୋଗୀଙ୍କୁ ପ୍ରବନ୍ଧ ପ୍ରତିଯୋଗିତା ପାଇଁ ଚୟନ କରାଗଲା । ଏଥିରୁ କିଛି ପ୍ରବନ୍ଧ ପଢ଼ିବାକୁ ମଧ୍ୟ ମୋତେ ସୁଯୋଗ ମିଳିଲା । ଏଥିରୁ ଜଣାପଡୁଛି ଯେ, ମୋ ଯୁବସାଥି ଦେଶ ବିକାଶରେ ଯୋଗଦାନ କରିବା ପାଇଁ କେତେ ତତ୍ପର । ତେଲେଙ୍ଗାନାର ସୂର୍ଯ୍ୟାପେଟରୁ କୋଟଲା ରଘୁବୀର ରେଡ୍ଡି, ଉତ୍ତରପ୍ରଦେଶର ବାରାବାଙ୍କିରୁ ସୌରଭ ବୈସୱାର ଏବଂ ବିହାରର ଗୋପାଳଗଞ୍ଜରୁ ସୁମିତ କୁମାର, କୃଷକ କଲ୍ୟାଣ ସହ ଜଡ଼ିତ ପ୍ରସଙ୍ଗ ଉପରେ ଲେଖିଛନ୍ତି । ପଞ୍ଜାବର ମୋହାଲିରୁ ଆଞ୍ଚଲ୍ ଏବଂ ଓଡ଼ିଶାର କେନ୍ଦ୍ରାପଡ଼ାରୁ ଓମପ୍ରକାଶ ରଥ ମହିଳାଙ୍କ ନେତୃତ୍ୱରେ ବିକାଶକୁ ଆଗେଇନେବାର ଉପାୟମାନ ସମ୍ପର୍କରେ ନିଜର ମତବ୍ୟକ୍ତ ଦେଇଛନ୍ତି । ହରିଆଣାର ଯମୁନାନଗରରୁ ‘ପ୍ରଥମ ବରାର’ ଲେଖିଛନ୍ତି ଯେ, ସବୁଜ ଏବଂ ସ୍ୱଚ୍ଛ ଭାରତ ହିଁ ସମୃଦ୍ଧ ଭାରତର ମାର୍ଗ । ଏଥିରୁ ସେମାନଙ୍କ ଗଭୀର ଚିନ୍ତାଧାରା ବିଷୟରେ ଜଣାପଡୁଛି । ଦିଲ୍ଲୀର ଶଙ୍ଖ ଗୁପ୍ତା ପ୍ରସ୍ତାବ ଦେଇଛନ୍ତି ଯେ ଗ୍ରାମାଞ୍ଚଳରେ କ୍ରୀଡ଼ା ପ୍ରତିଭା ଚିହ୍ନଟ କରାଯିବା ପାଇଁ ଅଧିକ ପ୍ରଚେଷ୍ଟା ହେବା ଦରକାର ଆମର ଯୁବବନ୍ଧୁମାନେ ଦକ୍ଷତା ବିକାଶ ଏବଂ ବ୍ୟବସାୟ କରିବାର ସହଜତା ସମ୍ପର୍କରେ ମଧ୍ୟ ନିଜ ଚିନ୍ତାଧାରା ଶେୟାର କରିଛନ୍ତି । ମୁଁ ସେହି ସମସ୍ତ ଯୁବବନ୍ଧୁଙ୍କୁ ପ୍ରଶଂସା କରୁଛି ଯେଉଁମାନେ ନିଜ ଧାରଣା ସେୟାର କରୁଛନ୍ତି । ଏହି ଚିନ୍ତାଧାରା ଦେଶକୁ ଆଗେଇ ନେବାପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ।

ମୋର ପ୍ରିୟ ଦେଶବାସୀଗଣ,

ସାରା ଦେଶର କ୍ରିକେଟପ୍ରେମୀଙ୍କ ପାଇଁ ଏହି ମାସଟି ଉଲ୍ଲାସ ଓ ଉତ୍ସାହପୂର୍ଣ୍ଣ ଥିଲା । ଭାରତ ଯେତେବେଳେ ଟି୨୦ ବିଶ୍ୱକପରେ ଐତିହାସିକ ବିଜୟ ଲାଭ କଲା, ସେତେବେଳେ ଦେଶରେ ଖୁସିର ଲହର ଖେଳିଗଲା । ନିଜ ଦଳର ଏହି ଗୌରବମୟ ସଫଳତା ଉପରେ ଆମେ ସମସ୍ତେ ବହୁତ ଗର୍ବିତ । ଗତମାସ ଶେଷ ଆଡ଼କୁ କର୍ଣ୍ଣାଟକର ହୁବଲିରେ ଗୋଟିଏ ଅତି ଚିତ୍ତାକର୍ଷକ ମୁକାବିଲା ଦେଖିବାକୁ ମିଳିଲା, ଏହି ମୁକାବିଲାରେ ବିଜୟଲାଭ କରି ଜାମ୍ମୁ କାଶ୍ମୀରର କ୍ରିକେଟ୍ ଦଳ ରଣଜୀ ଟ୍ରଫି ହାସଲ କଲା । ସବୁଠାରୁ ଖୁସିର କଥା ଯେ ପ୍ରାୟ ୭ ଦଶନ୍ଧିର ଦୀର୍ଘ ପ୍ରତୀକ୍ଷା ପରେ ଏହି ଦଳ ନିଜର ପ୍ରଥମ ରଣଜୀ ଟାଇଟଲ ହାସଲ କଲା । ଏହି ଅଭୁତପୂର୍ବ ସଫଳତା ଖେଳାଳିମାନଙ୍କର ଅନେକ ବର୍ଷର କ୍ରମାଗତ ପ୍ରଚେଷ୍ଟାର ପରିଣାମ । ଦଳର ଅଧିନାୟକ ପାରସ ଡୋଗ୍ରା ଚମତ୍କାର କୌଶଳ ପ୍ରଦର୍ଶନ କଲେ । ନିଜ ନେତୃତ୍ୱରେ ସେ ଏହି ବିଜୟରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଲେ । ଆଜି ଦେଶରେ କାଶ୍ମୀରର ଯୁବ ବୋଲର ଆକିବ୍ ନବୀଙ୍କ ପ୍ରଦର୍ଶନ ସମ୍ପର୍କରେ ମଧ୍ୟ ଆଲୋଚନା ହେଉଛି, ଯିଏ ରଣଜୀ ସିଜିନରେ ୬୦ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଏହି ବିଜୟ ଯୋଗୁଁ ଦଳର ଖେଳାଳି ଏବଂ କୋଚିଙ୍ଗ ଷ୍ଟାଫଙ୍କ ସହ ଜାମ୍ମୁ କାଶ୍ମୀରର ଜନସାଧାରଣ ମଧ୍ୟ ଅତ୍ୟଧିକ ରୋମାଞ୍ଚିତ । କ୍ରିକେଟ ପଡିଆରେ ଏହି ପ୍ରଭାବଶାଳୀ ପ୍ରଦର୍ଶନ ପରେ ସେଠାକାର ଯୁବବର୍ଗଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଉତ୍ସାହ ଆହୁରି ବୃଦ୍ଧି ପାଇଛି । ଆଗାମୀ ସମୟରେ ଏହା ଅନେକ ଯୁବକ ଯୁବତୀଙ୍କୁ କ୍ରୀଡ଼ାକୁ ଆପଣାଇବା ପାଇଁ ପ୍ରେରଣା ଯୋଗାଇବ । ଜାମ୍ମୁକାଶ୍ମୀର ଜନସାଧାରଣଙ୍କ ମଧ୍ୟରେ କ୍ରୀଡ଼ାକୁ ନେଇ ଅଦ୍ଭୁତ ଉତ୍ସାହ ରହିଛି । ଏବେ ଏହା ବଡ଼ କ୍ରୀଡ଼ା ଆୟୋଜନର ହବ୍ ହେବାକୁ ଯାଉଥିବା ଯୋଗୁଁ ମୁଁ ଖୁସି ଅନୁଭବ କରୁଛି । ଖେଲୋ ଇଣ୍ଡିଆ ଶୀତକାଳୀନ ଖେଳ ପାଇଁ ଗୁଲମାର୍ଗ ତ ଆଗରୁ ନିଜର ପରିଚୟ ସୃଷ୍ଟି କରିସାରିଛି । ଫୁଟବଲ୍ ଭଳି ଖେଳ ମଧ୍ୟ ଏଠାକାର ଯୁବବର୍ଗଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ । ଆଗାମୀ ସମୟରେ ଜାମ୍ମୁକାଶ୍ମୀରର ଖେଳାଳିମାନଙ୍କର ବିଜୟର ଏହି ଯାତ୍ରା ଜାରି ରହିବ ବୋଲି ମୋର ଆଶା ।

ମୋର ପ୍ରିୟ ଦେଶବାସୀଗଣ,

ମୁଁ ସବୁବେଳେ କହେ ଯିଏ ଖେଳିବ ସେ ହିଁ ସର୍ବଦା ପ୍ରସ୍ଫୁଟିତ ହେବ । ମୁଁ ବହୁତ ଖୁସି କାରଣ ମୋ ଦେଶର ଯୁବକମାନେ ଏବେ ସେହି ଖେଳ ସବୁ ଅଧିକ ଭାବରେ ଖେଳୁଛନ୍ତି ଯାହାସବୁ ଆଗରୁ ଅଧିକ ଲୋକପ୍ରିୟ ନଥିଲା । ଉତ୍ତରପ୍ରଦେଶର ପ୍ରତିଭାଶାଳୀ ଆଥଲେଟ୍ ଗୁଲବୀର ସିଂହ ଏଭଳି ଏକ ଖେଳକୁ ଚମତ୍କାର ଭାବେ ଦର୍ଶାଇଥିଲେ । ସେ କିଛି ସପ୍ତାହ ପୂର୍ବରୁ ନ୍ୟୁୟର୍କ ସିଟି ହାଫ୍ ମାରାଥନରେ ତୃତୀୟ ସ୍ଥାନ ହାସଲ କରି ଇତିହାସ ସୃଷ୍ଟି କରିଥିଲେ । ସେ ଏକ ଘଣ୍ଟାରୁ କମ୍ ସମୟରେ ହାଫ୍ ମାରାଥନ୍ ସମ୍ପୂର୍ଣ୍ଣ କରିବାରେ ପ୍ରଥମ ଭାରତୀୟ ଆଥଲେଟ୍ ହୋଇଥିଲେ । ମହିଳା ସ୍କ୍ୱାସ୍ ଖେଳାଳି ଅନାହତ ସିଂହ ସ୍କ୍ୱାସ୍ ଅନ୍ ଫାୟାର୍ ଓପନର ବୃହତ୍ ଅନ୍ତରାଷ୍ଟ୍ରୀୟ ଉପାଧି ହାସଲ କରିଥିଲେ । ମାତ୍ର ୧୭ ବର୍ଷ ବୟସରେ ସେ ଏହି ସଫଳତା ହାସଲ କରିଥିଲେ । ତତ୍ସହିତ ସେ ପିଏସଏ ବିଶ୍ୱ ରାଙ୍କିଙ୍ଗରେ ଟପ୍-୨୦ ଖେଳାଳିମାନଙ୍କ ମଧ୍ୟରେ ସର୍ବକନିଷ୍ଠ ମହିଳା ଖେଳାଳି ହୋଇଥିଲେ । ମୋତେ ଅସ୍ମିତା ଆଥଲେଟିକ୍ସ ଲିଗ୍ର ସୂଚନା ମଧ୍ୟ ମିଳିଥିଲା । ଏଥିରେ ମାର୍ଚ୍ଚ ୮ ତାରିଖ ଦିନ ମହିଳା ଦିବସ ଅବସରରେ ଅନେକ କ୍ରୀଡା ଇଭେଣ୍ଟଗୁଡିକର ଭବ୍ୟ ଆୟୋଜନ କରାଯାଇଥିଲା । ଏହି ଲିଗରେ ପ୍ରାୟ ୨ ଲକ୍ଷ ମହିଳା ଭାଗ ନେଇଥିଲେ । ମୁଁ ଏହାଦେଖି ବହୁତ ଆନନ୍ଦିତ ଯେ ଏହି କ୍ରୀଡ଼ା ପରିବର୍ତ୍ତନ ରେ ଭାରତର ନାରୀଶକ୍ତିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।

ବନ୍ଧୁଗଣ,

ମୋର ସର୍ବଦା ଆଗ୍ରହ ରହିଛି ଯେ ଆପଣମାନେ ସମସ୍ତେ ନିଜ ନିଜର ଫିଟନେସ୍ ପ୍ରତି ଧ୍ୟାନ ଦିଅନ୍ତୁ । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଏବେ ୧୦୦ ଦିନରୁ କମ୍ ସମୟ ବାକି ରହିଛି । ସମଗ୍ର ବିଶ୍ୱରେ ଯୋଗର ଆକର୍ଷଣ ବୃଦ୍ଧି ପାଇବାରେ ଲାଗିଛି । ଆଫ୍ରିକାର ଜିବୁତୀରେ ଅଲମିସ୍ ଜୀ, ତାଙ୍କର ଅରବିନ୍ଦ ଯୋଗକେନ୍ଦ୍ର ଜରିଆରେ ଯୋଗକୁ ବୃଦ୍ଧି କରିବାରେ ଲାଗିଛନ୍ତି । ସେ ସେଠାରେ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଲୋକମାନଙ୍କୁ ଯୋଗ ଶିଖାଉଛନ୍ତି । ଆପଣମାନଙ୍କ ମଧ୍ୟରୁ ଅନେକ ଇନଷ୍ଟାଗ୍ରାମ୍ କଣ୍ଟେଣ୍ଟ କ୍ରିଏଟର୍ ଯୁବରାଜ ଦୁଆଙ୍କର ପୋଷ୍ଟରେ ମୋ ରିପ୍ଲାଏ’ ଦେବା ଉପରେ କମେଣ୍ଟ କରିଛନ୍ତି । ସେ ଚାହୁଁଥିଲେ, ମୁଁ ତାଙ୍କ ପିତାଙ୍କୁ ଚିନି ଖାଇବା କମ୍ କରିବା ପାଇଁ କହେ । ମୁଁ ଭାରି ଖୁସି ଯେ ମୋ ଅନୁରୋଧର ସକାରାତ୍ମକ ପ୍ରଭାବ ତାଙ୍କ ପିତାଙ୍କ ଉପରେ ପଡ଼ିଲା । ମୁଁ ଆପଣମାନଙ୍କୁ ମଧ୍ୟ କହିବାକୁ ଚାହେଁ ଯେ ଆପଣମାନେ ମଧ୍ୟ ଚିନି ଖାଇବା କମ୍ କରନ୍ତୁ । ମୁଁ ଆଗରୁ ବି କହିଛି, ଆମେ ସବୁ ଖାଇବା ତେଲକୁ ୧୦ ପ୍ରତିଶତ କମ୍ କରିବା । ଏହି ଛୋଟ ଛୋଟ ଚେଷ୍ଟା ଦ୍ୱାରା ଆପଣମାନେ ମେଦବହୁଳତା ଏବଂ ଜୀବନଶୈଳୀ ସମ୍ବନ୍ଧିତ ରୋଗରୁ ମଧ୍ୟ ମୁକ୍ତ ରହିବେ ।

ମୋର ପ୍ରିୟ ଦେଶବାସୀଗଣ,

ଗୋଟିଏ ପୁରୁଣା ଲୋକୋକ୍ତି ଅଛି, ‘କରତ କରତ ଅଭ୍ୟାସ କେ, ଜଡମତ ହୋତ ସୁଜାନ’ ଅର୍ଥାତ୍ ଆମେ ନିରନ୍ତର ଅଭ୍ୟାସ କଲେ ଅଧିକ ବୁଦ୍ଧିମାନ ହୋଇପାରିବା । ଲୋକମାନେ ଯେତେ ସକ୍ରିୟ ଭାବେ କାର୍ଯ୍ୟରେ ଭାଗ ନେବେ, ସେମାନେ ସେତେ ଭଲ ଭାବରେ ଶିଖିପାରିବେ । ମୁଁ ବେଙ୍ଗାଲୁରୁରେ ଶିକ୍ଷା ସମ୍ବନ୍ଧୀୟ ଏକ ଅନନ୍ୟ ଚେଷ୍ଟା ବିଷୟରେ ଜାଣିବାକୁ ପାଇଲି । ଏଠାରେ ଗୋଟିଏ ଟିମ ପ୍ରୟୋଗ ଶିକ୍ଷା ଗବେଷଣା ପ୍ରତିଷ୍ଠାନ କାମ କରେ । ଏହି ଟିମର ଗବେଷଣା ପ୍ରକଳ୍ପ ଉପରେ ବିଶେଷ ଧ୍ୟାନ ରହିଛି । ଏହି ଟିମ୍ ସ୍କୁଲ ସ୍ତରର ବିଜ୍ଞାନ ଶିକ୍ଷାକୁ ଲୋକପ୍ରିୟ କରିବାକୁ ଚେଷ୍ଟିତ । ସେ ‘ଅନ୍ୱେଷଣ’ ନାମକ ଏକ ପ୍ରୟୋଗ କରିଛନ୍ତି । ଏହା ମାଧ୍ୟମରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର-ଛାତ୍ରୀମାନଙ୍କୁ ରସାୟନ ବିଜ୍ଞାନ, ପୃଥିବୀ ଏବଂ ବିଜ୍ଞାନ ସୁସ୍ଥତା ପରି ବିଷୟରେ ନବସୃଜନ କରିବାକୁ ସୁଯୋଗ ମିଳୁଛି । ଏହାଦ୍ୱାରା ଛାତ୍ରମାନଙ୍କର ଗବେଷଣା ଅନୁଭବ ବୃଦ୍ଧି ପାଉଛି ଏବଂ ସେମାନଙ୍କୁ ନିଜର ପ୍ରୋଜେକ୍ଟ ପ୍ରକାଶନ କରିବାକୁ ମଧ୍ୟ ଗୋଟିଏ ପ୍ଲାଟଫର୍ମ ମିଳୁଛି ।

ବନ୍ଧୁଗଣ,

ପରୀକ୍ଷା ଉପରେ ଚର୍ଚ୍ଚା ସମୟରେ କେତେକ ଛାତ୍ର-ଛାତ୍ରୀ ମୋତେ କହିଥିଲେ ଯେ ଯଦିଓ ସେମାନେ ବିଜ୍ଞାନ ପଢ଼ିବାକୁ ଚାହାଁନ୍ତି ତଥାପି ତାଙ୍କୁ ଏହି ବିଷୟକୁ ପଢ଼ିବାକୁ ଡର ଲାଗୁଛି । ଏଥିପାଇଁ ପ୍ରୟୋଗ ଟିମର ଚେଷ୍ଟା ବହୁତ ପ୍ରଶଂସନୀୟ । ଏହା ଛାତ୍ର-ଛାତ୍ରୀଙ୍କୁ ବିଜ୍ଞାନ ପଢ଼ିବା ପାଇଁ ଓ ବ୍ୟବହାରିକ ଭାବରେ କିଛି କରି ଦେଖାଇବା ପାଇଁ ସୁଯୋଗ ଦିଏ । ଯେତେବେଳେ ଆମେ କୌଣସି କାମକୁ ନିଜେ କରି ଦେଖୁ ସେତେବେଳେ ଆମର ଜିଜ୍ଞାସା ଓ ଆଗ୍ରହ ବଢ଼େ । କିଏ ଜାଣେ, ମୋର ଏହି ଯୁବସାଥିମାନଙ୍କ ମଧ୍ୟରୁ କାଲି ଭଲ ବୈଜ୍ଞାନିକ ନ ବାହାରିବେ ।

ବନ୍ଧୁଗଣ,

ଶିକ୍ଷା ମାଧ୍ୟମରେ ନାଗା ସମୁଦାୟ, ଅତୀତକୁ ସଂରକ୍ଷିତ କରିବାକୁ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ଏକ ଚେଷ୍ଟା କରୁଛି । ଏହି ସମୁଦାୟର ଲୋକମାନେ ତାଙ୍କର ଆଦିବାସୀ ପରମ୍ପରାକୁ ବହୁତ ସମ୍ମାନ ଦିଅନ୍ତି । ସେମାନେ ସେଥିପାଇଁ ଗର୍ବ ଅନୁଭବ କରିବା ସହିତ ନିଜର ଆପ୍ରୋଚକୁ ମଧ୍ୟ ଆଧୁନିକ ରଖିଥାନ୍ତି । ନାଗା ଜନଜାତିରେ ମୋରୁଙ୍ଗ ଲର୍ଣ୍ଣିଙ୍ଗର ଏକ ପାରମ୍ପରିକ ବ୍ୟବସ୍ଥା ପୂର୍ବରୁ ଥିଲା । ଏଥିରେ ବୟସ୍କ ଲୋକମାନେ ନିଜ ଅନୁଭୂତିରୁ ଯୁବକମାନଙ୍କୁ ପାରମ୍ପରିକ ଜ୍ଞାନ, ଇତିହାସ ଓ ଜୀବନଶୈଳୀ ବିଷୟରେ କହୁଥିଲେ । ସମୟ ସହିତ ଏହି ବ୍ୟବସ୍ଥା ମୋରୁଙ୍ଗ ଶିକ୍ଷାର ଧାରଣାରେ ପରିବର୍ତ୍ତିତ ହୋଇଛି । ଏହା ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଗଣିତ ଓ ବିଜ୍ଞାନ ଭଳି ବିଷୟ ପଢ଼ିବା ପାଇଁ ରୁଚି ଉତ୍ପନ୍ନ କରାଯାଉଛି । ଏଥିରେ ସମୁଦାୟର ବୟସ୍କମାନେ ସେମାନଙ୍କୁ ଗଳ୍ପ, ଲୋକଗୀତ ଓ ପାରମ୍ପରିକ ଖେଳ ସହିତ ଜୀବନ କୌଶଳ ମଧ୍ୟ ଶିଖାଉଛନ୍ତି । ଏହିପରି ଆମର ନାଗାଲାଣ୍ଡ ନିଜର ସାଂସ୍କୃତିକ ପରମ୍ପରାକୁ ସୁରକ୍ଷିତ ରଖିବା ସହିତ ପିଲାମାନଙ୍କର ଶିକ୍ଷାକୁ ବିକାଶ ଦିଗରେ ଅଗ୍ରସର କରୁଛି । ଆପଣମାନେ ମଧ୍ୟ ନିଜ ନିଜ ଅଞ୍ଚଳରେ ହେଉଥିବା ପ୍ରୟାସ ବିଷୟରେ ଖବର ନିଅନ୍ତୁ ଏବଂ ମୋତେ ମଧ୍ୟ ସେୟାର୍‍ କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ,

ଦେଶର ଅନେକ ଭାଗରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଗଲାଣି । ଅର୍ଥାତ୍, ଏହି ସମୟରେ ଜଳ ସଂରକ୍ଷଣର ସଂକଳ୍ପକୁ ପୁନଃ ଆରମ୍ଭ କରିବାକୁ ହେବ । ଗତ ୧୧ ବର୍ଷରେ ‘ଜଳ ସଞ୍ଚୟ ଅଭିଯାନ’ ଲୋକଙ୍କୁ ବହୁତ ସଚେତନ କରିପାରିଛି । ଏହି ଅଭିଯାନ ଯୋଗୁଁ ସମଗ୍ର ଦେଶରେ ପ୍ରାୟ ୫୦ ଲକ୍ଷ କୃତ୍ରିମ ଜଳ ଅମଳ ଗଠନର ନିର୍ମାଣ ହୋଇଛି । ମୁଁ ଏହାଦେଖି ଖୁସି ଯେ ଏବେ ଜଳସଙ୍କଟ ସହିତ ସଂଗ୍ରାମ କରିବାକୁ ଗାଁ-ଗାଁରେ ସାମୂହିକ ସ୍ତରରେ ଚେଷ୍ଟା ଚାଲିଛି, କୋଉଠି ପୁରୁଣା ପୋଖରୀ ସଫା ହେଉଛି ତ, କୋଉଠି ବର୍ଷାଜଳକୁ ସଂରକ୍ଷଣ କରିବାକୁ ଚେଷ୍ଟା ଚାଲିଛି । ଅମୃତ ସରୋବର ଅଭିଯାନ ଅନ୍ତର୍ଗତ ଦେଶସାରା ପ୍ରାୟ ୭୦ ହଜାର ଅମୃତ ସରୋବର ନିର୍ମିତ ହୋଇଛି । ବର୍ଷାଋତୁ ଆସିବା ପୂର୍ବରୁ ଏହି ସରୋବରଗୁଡ଼ିକ ପରିଷ୍କାର କରିବା ଆରମ୍ଭ ହୋଇଛି । ଆଜି ମୁଁ ଆପଣମାନଙ୍କୁ କିଛି ପ୍ରେରଣାଦାୟୀ ଉଦାହରଣ ବିଷୟରେ କହିବାକୁ ଚାହୁଁଛି । ଏହି ଉଦାହରଣରୁ ସ୍ପଷ୍ଟ ହୁଏ ଯେ ଜନଭାଗିଦାରୀ ଦ୍ୱାରା ଜଳସଂରକ୍ଷଣ କାମ କେତେ ବ୍ୟାପକ ହୋଇପାରେ ।

ବନ୍ଧୁଗଣ,

ତ୍ରିପୁରାର ଜମ୍ପୁଇ ପାହାଡ଼ରେ ଥିବା ବାଙ୍ଗମୁନ୍ ଗାଁ ୩୦୦୦ ଫୁଟ ଉପରେ ରହିଛି । ଏହି ଗାଁ ପାଣିର ଭୟଙ୍କର ସଙ୍କଟର ସମ୍ମୁଖୀନ ହେଉଥିଲା । ଗ୍ରୀଷ୍ମଦିନରେ ଗ୍ରାମବାସୀମାନେ ପାଣି ପାଇଁ ଦୀର୍ଘ ଦୂରତା ଅତିକ୍ରମ କରୁଥିଲେ । ପରିଶେଷରେ ଗାଁର ଲୋକମାନେ ବର୍ଷାର ପ୍ରତ୍ୟେକ ଜଳବୁନ୍ଦାକୁ ସଂରକ୍ଷଣ କରିବାକୁ ଚେଷ୍ଟା କଲେ । ଆଜି ବାଙ୍ଗମୁନ୍ ଗାଁରେ ପ୍ରାୟ ପ୍ରତ୍ୟେକ ଘରେ ଛାତ ଉପରେ ବର୍ଷା ଜଳ ଅମଳ ବ୍ୟବସ୍ଥା ସ୍ଥାପିତ ହୋଇପାରିଛି, ଯେଉଁ ଗାଁ ଅତୀତରେ ପାଣି ପାଇଁ ଲଢ଼ୁଥିଲା ସେହି ଗାଁ ଆଜି ଜଳ ସଂରକ୍ଷଣର ଏକ ପ୍ରେରଣାଦାୟୀ ଉଦାହରଣ ହୋଇପାରିଛି ।

ବନ୍ଧୁଗଣ,

ଏହିପରି ଛତିଶଗଡ଼ର କୋରିଆ ଜିଲ୍ଲାରେ ଏକ ଅନନ୍ୟ ପ୍ରୟାସ ଦେଖିବାକୁ ମିଳିଥିଲା । ଏଠାର କୃଷକମାନେ ଖୁବ୍ ସରଳ କିନ୍ତୁ ପ୍ରଭାବଶାଳୀ ଧାରଣା ନେଇ କାମ କରିଥିଲେ । ଏଠାରେ କୃଷକମାନେ ନିଜ ନିଜର କ୍ଷେତରେ ଛୋଟ ଛୋଟ ପୋଖରୀ ଏବଂ ଶୁଖିଲା ଖାଲ କରିଥିଲେ ଯେଉଁଥିରେ ବର୍ଷାପାଣି ଖେତରେ ରହିଲା ଓ ଧିରେ ଧିରେ ମାଟି ଭିତରକୁ ପ୍ରବେଶ କଲା । ଆଜି ଏହି କ୍ଷେତ୍ରରେ ୧୨୦୦ରୁ ଅଧିକ କୃଷକ ଏହି ମଡେଲକୁ ଗ୍ରହଣ କରିସାରିଛନ୍ତି ଏବଂ ଗାଁର ଭୂତଳ ଜଳ ସ୍ତର ବହୁତ ଭଲ ହୋଇପାରିଛି । ଏହିପରି ତେଲେଙ୍ଗାନାର ମଞ୍ଚେରିଆଲ ଜିଲ୍ଲାର ମୁଧିଙ୍ଗୁଟା ଗାଁରେ ମଧ୍ୟ ଲୋକମାନେ ମିଳିମିଶି ପାଣିର ସମସ୍ୟା ଦୂର କରିଛନ୍ତି । ଗାଁର ୪୦୦ ପରିବାର ନିଜ ନିଜ ଘରେ ସୋକ୍-ପିଟ୍ ତିଆରି କରି ଜଳ ସଂରକ୍ଷଣକୁ ଜନଆନ୍ଦୋଳନରେ ପରିଣତ କରିପାରିଛନ୍ତି । ଏହାଦ୍ୱାରା ଗାଁର ଭୂତଳ ଜଳ ସ୍ତର ଖୁବ୍ ଉତ୍ତମ ହୋଇଛି; ତତ୍ସହିତ ପ୍ରଦୂଷିତ ଜଳ ଯୋଗୁଁ ହେଉଥିବା ରୋଗ ସବୁ ହ୍ରାସ ପାଇଛି ।

ମୋର ପ୍ରିୟ ଦେଶବାସୀଗଣ,

ଆମର ମତ୍ସ୍ୟଜୀବୀ ଭାଇଭଉଣୀ ଖାଲି ସମୁଦ୍ରର ଯୋଦ୍ଧା ନୁହନ୍ତି ବରଂ ଆତ୍ମନିର୍ଭର ଭାରତର ଏକ ମଜଭୁତ୍ ମୂଳଦୁଆ । ସେମାନେ ସକାଳ ହେବା ଆଗରୁ ପ୍ରଥମେ ସମୁଦ୍ର ଲହଡ଼ି ସହିତ ଯୁଦ୍ଧ କରିକରି ନିଜ ପରିବାର ସହିତ ଦେଶର ଅର୍ଥବ୍ୟବସ୍ଥାକୁ ମଜଭୁତ୍ କରିବାରେ ଲାଗିଯାନ୍ତି । ଏହିଭଳି ପରିଶ୍ରମୀ ମତ୍ସ୍ୟଜୀବୀମାନଙ୍କର ଜୀବନକୁ ଆଜି ବିଭିନ୍ନ ଦୃଷ୍ଟିରୁ ସହଜ କରାଯାଉଛି । ବନ୍ଦରମାନଙ୍କର ବିକାଶ ହେଉ ଅଥବା ମତ୍ସ୍ୟଜୀବୀମାନଙ୍କ ପାଇଁ ବୀମା ଏହିଭଳି ସରକାରଙ୍କ ଅନେକ ପ୍ରଚେଷ୍ଟା ସେମାନଙ୍କର ବହୁତ କାମରେ ଆସୁଛି । ଆମେ ଜାଣିଛୁ ଯେ ସମୁଦ୍ରରେ ସେମାନଙ୍କର ଗତିବିଧିକୁ ପାଣିପାଗର ପରିବର୍ତ୍ତନ ବହୁତ ପ୍ରଭାବିତ କରେ । ଏସବୁକୁ ଦେଖି ଟେକ୍ନୋଲୋଜି ଦ୍ୱାରା ମଧ୍ୟ ସେମାନଙ୍କୁ ପୁରା ସାହାଯ୍ୟ କରାଯାଉଛି । ମୁଁ ବହୁତ ଖୁସି ଯେ ଏହିଭଳି ପ୍ରୟାସ ଦ୍ୱାରା ଆମର ମତ୍ସ୍ୟଉତ୍ପାଦନ କ୍ଷେତ୍ର ଖାଲି ସମୃଦ୍ଧ ହେଉଛି ତାହାନୁହେଁ, ବରଂ ନୂତନ ଉତ୍ସାହ ମଧ୍ୟ ପ୍ରାପ୍ତ ହେଉଛି । ଆଜି ମତ୍ସ୍ୟପାଳନ ଏବଂ ସାମୁଦ୍ରିକ ଶୈବାଳ କ୍ଷେତ୍ରରେ ନୂତନ ସୃଜନ ହେଉଅଛି ଏବଂ ଆମର ମତ୍ସ୍ୟଜୀବୀ ଭାଇଭଉଣୀମାନେ ଆତ୍ମନିର୍ଭର ହେଉଛନ୍ତି । ଓଡ଼ିଶାର ସମ୍ବଲପୁରର ସୁଜାତା ଭୂୟାଁ ଜଣେ ଗୃହିଣୀ ଥିଲେ କିନ୍ତୁ ସେ ନୂଆ କିଛିକରି ନିଜ ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଥିଲେ । ଏଥିପାଇଁ କିଛିବର୍ଷ ପୂର୍ବେ ସେ ହୀରାକୁଦ ଜଳଭଣ୍ଡାରରେ ମାଛଚାଷ ଆରମ୍ଭ କଲେ । ପ୍ରାରମ୍ଭିକ କାଳ ତାଙ୍କ ପାଇଁ ସେତେ ସହଜ ନ ଥିଲା । ଜଳବାୟୁରେ ହେଉଥିବା ପରିବର୍ତ୍ତନ, ମାଛମାନଙ୍କର ଖାଦ୍ୟବ୍ୟବସ୍ଥା ଏବଂ ଘରର ଦାୟିତ୍ୱ ସହିତ ସନ୍ତୁଳନ ରକ୍ଷା କରିବା ଭଳି ଅନେକ ଆହ୍ୱାନ ରହିଥିଲା; କିନ୍ତୁ ତାଙ୍କର ସାହସ ଦୃଢ଼ ଥିଲା । ମାତ୍ର ଦୁଇ-ତିନି ବର୍ଷ ଭିତରେ ସେ ତାଙ୍କର ପ୍ରଚେଷ୍ଟାକୁ ଗୋଟିଏ ସଫଳ ବ୍ୟବସାୟରେ ପରିଣତ କରିଦେଲେ । ଆଜି ତାଙ୍କର ସଫଳତା ସମସ୍ତ ମହିଳାମାନଙ୍କ ପାଇଁ ନୂତନ କିରଣ ସାଜିଛି ।

ବନ୍ଧୁଗଣ,

ଲାକ୍ଷାଦ୍ୱୀପରେ ମିନିକଏ’ର ହୱା ଗୁଲଜାର୍ଙ୍କ କାହାଣୀ ଆମ ମାଆ ଏବଂ ଭଉଣୀମାନଙ୍କ ମଧ୍ୟରେ ଅଦ୍ଭୁତ ସଂକଳ୍ପ ଶକ୍ତିକୁ ସାମ୍ନାକୁ ଆଣେ । ବାସ୍ତବରେ ସେ ଗୋଟିଏ ମାଛ ପ୍ରକ୍ରିୟାକରଣ ୟୁନିଟ୍ ଚଲାଉଥିଲେ । କିନ୍ତୁ ତାଙ୍କୁ ଲାଗିଲା ଯେ ପାଖରେ ଯଦି ଗୋଟିଏ ଭଲ ଶୀତଳଭଣ୍ଡାର ହୁଅନ୍ତା ତେବେ ସେ ଆହୁରି ଭଲ କରିପାରନ୍ତେ । ସେଥିପାଇଁ ସେ ଗୋଟିଏ ଶୀତଳଭଣ୍ଡାର ବସାଇବାର ନିଷ୍ପତ୍ତି ନେଲେ । ଆଜି ଏହାହିଁ ତାଙ୍କର ଶକ୍ତିରେ ପରିଣତ ହୋଇଛି । ଆଜି ସେ ଉତ୍ତମ ଯୋଜନା ସହିତ ବ୍ୟବସାୟ କରିପାରୁଛନ୍ତି ।

ବନ୍ଧୁଗଣ,

ଆଜି ଦେଶରେ ସବୁଦି ଗରୁ ପ୍ରଚେଷ୍ଟା ଚାଲିଛି, ଯେଉଁଗୁଡ଼ିକ ପ୍ରେରଣାଦାୟୀ ଅଟେ । ବେଲଗାୱିର ଶିବଲିଙ୍ଗ ସତପ୍ପା ହୁଦ୍ଦାର୍ ପାରମ୍ପରିକ ଚାଷଠାରୁ ଏକ ଭିନ୍ନ ରାସ୍ତା ଆପଣାଇଲେ । ସେଥିପାଇଁ ସେ ଗୋଟିଏ ପୋଖରୀ ଫାର୍ମ ବନାଇଲେ । ଏହି କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶିକ୍ଷଣ ମଧ୍ୟ ମିଳିଲା । ଏବେ ନିଜ ପୋଖରୀରୁ ମାଛ ବିକ୍ରିକରି ସେ ଭଲ ରୋଜଗାର କରୁଛନ୍ତି । ସେଠାରେ ସାମୁଦ୍ରିକ ଶୈବାଳର ଚାହିଦାକୁ ଦେଖି ଅନେକ ଲୋକ ସାମୁଦ୍ରିକ ଶୈବାଳ ଚାଷକୁ ଆପଣାଇଛନ୍ତି । ସେଥିରୁ ସେମାନଙ୍କର ଭଲ ଲାଭ ବି ହେଉଛି । ମୁଁ ପୁଣିଥରେ ଆମର ମତ୍ସ୍ୟକ୍ଷେତ୍ର ସହିତ ଯୋଡ଼ିହୋଇଥିବା ଲୋକମାନଙ୍କୁ ସାଧୁବାଦ ଜଣାଉଛି । ଆମର ଅର୍ଥନୀତିକୁ ସଶକ୍ତ କରିବା ପାଇଁ ସେମାନଙ୍କର ପ୍ରୟାସ ଖୁବ୍ ପ୍ରଶଂସନୀୟ ।

ମୋର ପ୍ରିୟ ଦେଶବାସୀଗଣ,

ଯେତେବେଳେ ସମାଜ ନିଜେ ଆଗେଇଆସେ ସେତେବେଳେ ଛୋଟ ଛୋଟ ପ୍ରୟାସ ମଧ୍ୟ ବଡ଼ ବଡ଼ ପରିବର୍ତ୍ତନର ମୂଳଦୁଆ ହୋଇଯାଏ । ଆମ ଦେଶର ଭିନ୍ନ ଭିନ୍ନ କ୍ଷେତ୍ରରେ ଏହିଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି; ଯାହା ଆମକୁ ଏହି ଶିକ୍ଷା ଦିଏ । ଏଇ ନିକଟରେ ଉତ୍ତରପ୍ରଦେଶର ବାରଣାସୀରେ ଗୋଟିଏ ପ୍ରେରଣାଦାୟୀ ପ୍ରଚେଷ୍ଟା ଦେଖିବାକୁ ମିଳିଲା । ସେଠାରେ ଗୋଟିଏ ଘଣ୍ଟାରେ ୨ ଲକ୍ଷ ୫୧ ହଜାରରୁ ଅଧିକ ଚାରାରୋପଣ କରାଗଲା ଏବଂ ଗୋଟିଏ ନୂଆ ଗିନିଜ୍ ୱାର୍ଲଡ ରେକର୍ଡ ସୃଷ୍ଟି ହେଲା । ଏହି ପ୍ରଚେଷ୍ଟାର ସବୁଠାରୁ ବଡ଼କଥା ହେଲା, ଏଥିରେ ହଜାର ହଜାର ଲୋକ ଏକସଙ୍ଗେ ଯୋଗଦେଲେ । ଛାତ୍ର, ସୈନିକ, ସ୍ୱେଚ୍ଛାସେବୀ ସଙ୍ଗଠନ, ଭିନ୍ନ ଭିନ୍ନ ସଂସ୍ଥା ସମସ୍ତେ ମିଳିମିଶି ଏହି କାମକୁ ସମ୍ଭବ କରାଇଲେ । ଜନଭାଗିଦାରୀର ଏହି ସ୍ୱରୂପ ‘ଏକ୍ ପେଡ୍ ମାଁ କେ ନାମ୍’ ଅଭିଯାନ ଭିତରେ ବି ଦେଖାଯାଏ । ଏହି ଅଭିଯାନ ଦ୍ୱାରା ସାରା ଦେଶରେ କୋଟି କୋଟି ଗଛ ଲଗାଯାଇଛି । 

ବନ୍ଧୁଗଣ,

ନାଗାଲାଣ୍ଡର ଚିଜାମି ଗ୍ରାମରୁ ମଧ୍ୟ ଗୋଟିଏ ବହୁତ ପ୍ରେରଣାଦାୟୀ ପ୍ରଚେଷ୍ଟା ସାମ୍ନାକୁ ଆସେ । ଚିଜାମି ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ୧୫୦ରୁ ଅଧିକ ପ୍ରକାରର ପାରମ୍ପରିକ ବିହନକୁ ସୁରକ୍ଷିତ ରଖୁଛନ୍ତି । ଏହି ବିହନକୁ ଗୋଟିଏ କମ୍ୟୁନିଟି ସିଡ୍ ବ୍ୟାଙ୍କରେ ସଂରକ୍ଷିତ କରାଯାଉଛି; ଯାହାକୁ ଗ୍ରାମର ମହିଳାମାନେ ଚଳାଉଛନ୍ତି । ଏସବୁରେ ଧାନ, ବାଜରା, ମକା, ଡାଲି, ପନିପରିବା ଏବଂ ଅନେକ ପ୍ରକାରର ଜଡ଼ିବୁଟି ମଧ୍ୟ ରହିଛି । ଏହା ଏଭଳି ଏକ ପ୍ରଚେଷ୍ଟା ଯେଉଁଥିରେ ଜ୍ଞାନ ମଧ୍ୟ ସୁରକ୍ଷିତ, ପରମ୍ପରା ବି ଜୀବିତ ଏବଂ ଆଗାମୀ ପିଢ଼ୀ ପାଇଁ ଗୋଟିଏ ମଜଭୁତ୍ ଆଧାର ମଧ୍ୟ ପ୍ରସ୍ତୁତ ହେଉଛି । ବନ୍ଧୁଗଣ ଆଜି ଯେତେବେଳେ ଦୁନିଆ ଜଳବାୟୁ ପରିବର୍ତ୍ତନ ଭଳି ଆହ୍ୱାନଗୁଡ଼ିକର ସାମ୍ନା କରୁଛି ସେତେବେଳେ ଏଭଳି ପ୍ରଚେଷ୍ଟା ଆମମାନଙ୍କୁ ଜଣାଉଛି ଯେ ସମାଧାନ କେବେହେଲେ ଦୂରରେ ନ ଥାଏ । ଅନେକ ଥର ଆମର ପାରମ୍ପରିକ ଜ୍ଞାନ ଏବଂ ମିଳିତ ପ୍ରୟାସ ଆମକୁ ମଜଭୁତ୍ ରାସ୍ତା ଦେଖାଇଥାଏ ।

ମୋର ପ୍ରିୟ ଦେଶବାସୀଗଣ,

ଆଜି ଯଦି ଆପଣ ଦେଶର କୌଣସି ଛୋଟ ବଡ଼ ସହରକୁ ଯିବେ ତେବେ ଆପଣ ଗୋଟିଏ ପରିବର୍ତ୍ତନ ନିଶ୍ଚୟ ଦେଖିପାରିବେ । ଆପଣଙ୍କୁ ଘରଗୁଡ଼ିକର ଛାତ ଉପରେ ବହୁସଂଖ୍ୟାରେ ସୋଲାର ପ୍ୟାନେଲ ଲାଗିଥିବାର ଦେଖିବାକୁ ମିଳିବ । କିଛିବର୍ଷ ପୂର୍ବେ ଏହା କାଁ ଭାଁ ଗୋଟିଏ ଦୁଇଟି ଘରେ ଦେଖିବାକୁ ମିଳୁଥିଲା । କିନ୍ତୁ ଆଜି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ପ୍ରଭାବ ଦେଶର କୋଣ ଅନୁକୋଣରେ ଦେଖିବାକୁ ମିଳୁଛି । ଏହି ଯୋଜନା ଯୋଗୁଁ ଗୁଜୁରାଟର ସୁରେନ୍ଦ୍ରନଗର ଜିଲ୍ଲାର ପାୟଲ୍ ମୁଞ୍ଜପାରାଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିଛି । ସେ ‘ସୂର୍ଯ୍ୟ ପହଲ୍’ ମାଧ୍ୟମରେ ସୌରଶକ୍ତି ପ୍ରଯୁକ୍ତିବିଦ୍ୟା ତାଲିମ ନେଲେ ଏବଂ ଚାରିମାସର ସୋଲାର ପିଭି ଟେକ୍ନିସିଆନ୍ ପାଠ୍ୟକ୍ରମ ମଧ୍ୟ ସମ୍ପୂର୍ଣ୍ଣ କଲେ । ଏବେ ସେ ଜଣେ କୁଶଳ ସୋଲାର ଟେକ୍ନିସିଆନ୍ ହୋଇପାରିଛନ୍ତି । ପାୟଲ୍ ଏକ ସୋଲାର ଉଦ୍ୟୋଗୀ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ଆଖପାଖ ଜିଲ୍ଲାରେ ସୌର ଛାତ ସ୍ଥାପନ କାମ କରୁଛନ୍ତି ଏବଂ ଏହାଦ୍ୱାରା ତାଙ୍କର ମାସକୁ ହଜାର ହଜାର ଟଙ୍କା ଆୟ ହେଉଛି ।

ବନ୍ଧୁଗଣ,

ମିରଟର ଅରୁଣ କୁମାର ମଧ୍ୟ ଏବେ ତାଙ୍କ ନିଜ ଅଞ୍ଚଳରେ ଜଣେ ଶକ୍ତି ବିତରକ ପାଲଟିଯାଇଛନ୍ତି । ନିକଟ ଅତୀତରେ ଦିଲ୍ଲୀରେ ହୋଇଥିବା କାର୍ଯ୍ୟକ୍ରମରେ ଅରୁଣ କୁମାର ଭାଗ ନେଇଥିଲେ ଏବଂ ନିଜର ଅନୁଭୂତି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ସେ କେବଳ ବିଜୁଳି ବିଲ୍ ସଞ୍ଚୟ କରୁନାହାନ୍ତି ବରଂ ନିଜର ବଳକା ବିଜୁଳି ଶକ୍ତି ବିକ୍ରି ମଧ୍ୟ କରୁଛନ୍ତି ।

ବନ୍ଧୁଗଣ,

ଜୟପୁରର ମୁରଲୀଧରଙ୍କ ସଫଳତା ମଧ୍ୟ କିଛି ଏହିଭଳି । ପ୍ରଥମେ ତାଙ୍କର ଚାଷକାମ ଡିଜେଲ ପମ୍ପ ଉପରେ ନିର୍ଭର କରୁଥିଲା; ଯେଉଁଥିରେ ବର୍ଷକୁ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । ଯେତେବେଳେ ସେ ସୌରଚାଳିତ ପମ୍ପ ଆଣିଲେ ତାଙ୍କ ଚାଷର ପ୍ରଣାଳୀ ମଧ୍ୟ ବଦଳିଗଲା । ଏବେ ତାଙ୍କର ଆଉ ଇନ୍ଧନର ଚିନ୍ତା ନାହିଁ; ଜଳସେଚନ ଠିକ୍ ସମୟରେ ହେଉଛି ଏବଂ ତାଙ୍କର ବାର୍ଷିକ ଆୟ ମଧ୍ୟ ବୃଦ୍ଧି ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ତାଙ୍କ ପରିବାର ପ୍ରଦୂଷଣମୁକ୍ତ ଶକ୍ତି ସହିତ ପୂର୍ବାପେକ୍ଷା ଉତ୍ତମ ଜୀବନଯାପନ କରୁଛନ୍ତି ।

ବନ୍ଧୁଗଣ,

‘ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା’ର ଲାଭ ଉତ୍ତର-ପୂର୍ବ କ୍ଷେତ୍ରରେ ମଧ୍ୟ ମିଳୁଛି । ତ୍ରିପୁରାରେ ରିୟାଙ୍ଗ ଜନଜାତିଙ୍କର ଅନେକ ଏଭଳି ଗାଁ ଥିଲା ଯେଉଁଠାରେ ବିଜୁଳି ଶକ୍ତିର ସମସ୍ୟା ଥିଲା । ଏବେ ସୌର କ୍ଷୁଦ୍ର-ଗ୍ରୀଡ୍ ମାଧ୍ୟମରେ ସେମାନଙ୍କର ଘର ଆଲୋକିତ ରହୁଛି । ସେଠାର ପିଲାମାନେ ଏବେ ସନ୍ଧ୍ୟା ପରେ ମଧ୍ୟ ପଢ଼ିପାରୁଛନ୍ତି, ଲୋକମାନେ ମୋବାଇଲ୍ ଚାର୍ଜ କରିପାରୁଛନ୍ତି ଏବଂ ଗାଁର ସାମାଜିକ ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଛି ।

ବନ୍ଧୁଗଣ,

ଦେଶରେ ସୌରଶକ୍ତି ବିପ୍ଳବର ଏହିଭଳି ଅନେକ ଉଦାହରଣ ଅଛି । ଆପଣ ମଧ୍ୟ ଏହି ବିପ୍ଳବରେ ଯୋଗଦିଅନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସାମିଲ୍ କରାନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ,

‘ମନ୍ କି ବାତ୍’ ପାଇଁ ମୋତେ ପ୍ରତ୍ୟେକ ମାସରେ ଦେଶର ଭିନ୍ନ ଭିନ୍ନ ଅଞ୍ଚଳରୁ ବହୁତ ବାର୍ତ୍ତା ମିଳୁଛି । ଏହି ବାର୍ତ୍ତାଗୁଡ଼ିକରୁ ଏକଥା ମଧ୍ୟ ଜଣାପଡୁଛି ଯେ ଦୂରଦୂରାନ୍ତ କ୍ଷେତ୍ରରେ ବସିଥିବା ଲୋକମାନେ କେତେ ଆଗ୍ରହର ସହିତ ଏହି କାର୍ଯ୍ୟକ୍ରମକୁ ଶୁଣନ୍ତି । ଯେତେବେଳେ ମୁଁ ଆପଣମାନଙ୍କର ପରାମର୍ଶକୁ ପଢ଼େ, ସେତେବେଳେ ମୋତେ ଲାଗେ ଯେ ଏହା ଖାଲି ଗୋଟିଏ କାର୍ଯ୍ୟକ୍ରମ ନୁହେଁ, ଏହା ଆମମାନଙ୍କ ଭିତରେ ଏକ ଆପୋଷ ଆଲୋଚନାର ମାଧ୍ୟମ ହୋଇପାରିଛି । ଆପଣଙ୍କ ବିଚାର, ଆପଣଙ୍କ ଅନୁଭୂତି, ଏହି କାର୍ଯ୍ୟକ୍ରମକୁ ଲଗାତାର ସୁନ୍ଦର କରିବାର ପ୍ରେରଣା ଦେଇଛି । ଆପଣ ଆପଣଙ୍କ ଆଖପାଖର ପ୍ରେରଣାଦାୟୀ କଥାଗୁଡ଼ିକୁ ଏହିଭଳି ସୂଚିତ କରୁଥାନ୍ତୁ । ହୋଇପାରେ ଆପଣଙ୍କର ଗୋଟିଏ ଛୋଟ ପ୍ରୟାସ ଅନ୍ୟ କାହା ଜୀବନରେ ଗୋଟିଏ ବଡ଼ ପରିବର୍ତ୍ତନ ଆଣିପାରେ, କାହାକୁ ଆଗେଇଯିବାର ନୂତନ ସାହାସ ଦେଇପାରେ – ଏହାହିଁ ତ ରେଡ଼ିଓର ଅସଲ ଶକ୍ତି । ଏହା ଦେଶର ବିଭିନ୍ନ ଜାଗାରେ ବସିଥିବା ଲୋକମାନଙ୍କ ମଧ୍ୟରେ ଗୋଟିଏ ବିଚାର, ଗୋଟିଏ ଭାବନା ଓ ଗୋଟିଏ ଉଦେ୍ଦଶ୍ୟ ଯୋଡ଼ି ଦେଇଥାଏ । ଆସନ୍ତା ମାସରେ ପୁଣି ଭେଟିବା, କିଛି ନୂଆ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କ ସହିତ, କିଛି ଏହିଭଳି ପ୍ରୟାସ ସହିତ, ଯାହା ଆମକୁ ଆଗକୁ ବଢ଼ିବାକୁ ନୂତନ ଶକ୍ତି ଦେବ । ସେପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜ ପରିବାରର ଧ୍ୟାନ ରଖନ୍ତୁ – ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ । ବହୁତ ବହୁତ ଧନ୍ୟବାଦ ।

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches $1.5 billion maritime insurance pool, issues first covers

Media Coverage

India launches $1.5 billion maritime insurance pool, issues first covers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 13, 2026
May 13, 2026

Leadership That Leads by Example: PM Modi's Push for Mindful Growth, Innovation & Infrastructure