New Year is starting today and during the next few days in different states of our country: PM Modi
If any organisation, school or social institution or science centre is organising summer activities, do share it with #MyHolidays: PM Modi
Urge children and their parents as well to share their holiday experiences with #HolidayMemories: PM Modi
During the last 7-8 years, over 11 billion cubic metres of water has been conserved through newly built tanks, ponds and other water recharge structures: PM Modi
Textile waste has become a major cause of worry for the whole world: PM Modi
I am happy that many commendable efforts are being undertaken in our country to deal with the challenge of textile waste: PM Modi
Now less than 100 days are left for Yoga Day. If you have not yet included yoga in your life, do it now: PM Modi
Cookies being made from Mahua flowers by four sisters of Rajakhoh village in Chhindwara district of Madhya Pradesh are becoming very popular: PM Modi
Krishna Kamal flowers have become the centre of attraction in Arogya Van, Ekta Nursery, Vishwa Van and Miyawaki forest of Ekta Nagar: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜିର ଏହି ପବିତ୍ର ଦିନରେ ମୋତେ ଆପଣମାନଙ୍କ ସହ ମନର କଥା ହେବାକୁ ସୁଯୋଗ ମିଳିଛି । ଆଜି ହେଉଛି ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଆଜିଠାରୁ ଚୈତ୍ର ନବରାତ୍ର ଆରମ୍ଭ ହେଉଛି । ଆଜିଠାରୁ ଭାରତୀୟ ନବବର୍ଷ ମଧ୍ୟ ଆରମ୍ଭ ହେଉଛି । ଏଥର ବିକ୍ରମ ସମ୍ବତ୍ସର ୨୦୮୨ ଆରମ୍ଭ ହେଉଛି । ବର୍ତ୍ତମାନ ମୋ ଆଗରେ ଆପଣମାନଙ୍କର ଅନେକ ଚିଠି ରହିଛି । କିଛି ବିହାରରୁ ଆସିଛି, କିଛି ପଶ୍ଚିମବଙ୍ଗରୁ, କିଛି ତାମିଲନାଡ଼ୁରୁ ଆସିଛି ତ ଆଉ କିଛି ଗୁଜରାଟରୁ । ଏସବୁରେ ଖୁବ ଆକର୍ଷକ ଢଙ୍ଗରେ ଲୋକେ ନିଜର ମନର କଥା ଲେଖି ପଠାଇଛନ୍ତି । ଅନେକ ଚିଠିରେ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ମଧ୍ୟ ରହିଛି । କିଛି ବାର୍ତ୍ତା ଆପଣମାନଙ୍କୁ ଶୁଣାଇବାକୁ ମୋର ଇଚ୍ଛା ହେଉଛି ।

ପ୍ରଧାନମନ୍ତ୍ରୀ – (କନ୍ନଡ଼ ଭାଷାରେ) – ସମସ୍ତଙ୍କୁ ଉଗାଦି ଉତ୍ସବର ଶୁଭେଚ୍ଛା । (ହିନ୍ଦୀ ଅନୁବାଦ) ପରବର୍ତ୍ତୀ ବାର୍ତ୍ତା ହେଉଛି-

ପ୍ରଧାନମନ୍ତ୍ରୀ – (ତେଲୁଗୁ ଭାଷାରେ) – ସମସ୍ତଙ୍କୁ ଉଗାଦି ଉତ୍ସବର ଶୁଭେଚ୍ଛା । (ହିନ୍ଦୀ ଅନୁବାଦ) ଆଉ ଗୋଟିଏ ଚିଠିରେ ଲେଖାହେଇଛି –

ପ୍ରଧାନମନ୍ତ୍ରୀ – (କୋଙ୍କଣୀ ଭାଷାରେ) – ସଂସାର ପାଡ଼ୱା ଉପଲକ୍ଷେ ଶୁଭେଚ୍ଛା । (ହିନ୍ଦୀ ଅନୁବାଦ) ପରବର୍ତ୍ତୀ ବାର୍ତ୍ତାରେ ଲେଖାହେଇଛି –

ପ୍ରଧାନମନ୍ତ୍ରୀ – (ମରାଠୀ ଭାଷାରେ) – ଗୁଡି ପାଡ଼ୱା ଅବସରରେ ଆନ୍ତରିକ ଶୁଭେଚ୍ଛା । (ହିନ୍ଦୀ ଅନୁବାଦ)

ଆମର ଜଣେ ବନ୍ଧୁ ଲେଖିଛନ୍ତି –

ପ୍ରଧାନମନ୍ତ୍ରୀ – (ମାଲାୟାଲମ୍ ଭାଷାରେ) – ସମସ୍ତଙ୍କୁ ବିଷୁ ପର୍ବର ଶୁଭେଚ୍ଛା (ହିନ୍ଦୀ ଅନୁବାଦ)

ଆଉ ଗୋଟିଏ ବାର୍ତ୍ତା ରହିଛି –

ପ୍ରଧାନମନ୍ତ୍ରୀ – (ତାମିଲ୍ ଭାଷାରେ) – ସମସ୍ତଙ୍କୁ ନବବର୍ଷ ପୁଥାଣ୍ଡୁ ଉପଲକ୍ଷେ ଶୁଭେଚ୍ଛା (ହିନ୍ଦୀ ଅନୁବାଦ)

ବନ୍ଧୁଗଣ, ଆପଣ ଏକଥା ତ ବୁଝିସାରିଥିବେ ଯେ ଏସବୁ ଭିନ୍ନ ଭିନ୍ନ ଭାଷାରେ ପଠାଯାଇଥିବା ଶୁଭେଚ୍ଛା ବାର୍ତ୍ତା । କିନ୍ତୁ ଆପଣ କ’ଣ ଏହାର କାରଣ ଜାଣନ୍ତି ? ଏହାହିଁ ତ ସେହି ବିଶେଷ କଥା ଯାହା ଆଜି ମୁଁ ଆପଣମାନଙ୍କ ସହିତ ବାଣ୍ଟିବା ପାଇଁ ଚାହୁଁଛି । ଆମ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଆଜି ଏବଂ ଆଗାମୀ କିଛିଦିନ ମଧ୍ୟରେ ନୂତନ ବର୍ଷ ଆରମ୍ଭ ହେବାକୁ ଯାଉଛି ଏବଂ ଏହାସବୁ ହେଉଛି ସେହି ନୂତନ ବର୍ଷ ଓ ବିଭିନ୍ନ ପର୍ବପର୍ବାଣୀ ଉପଲକ୍ଷେ ଅଭିନନ୍ଦନ ବାର୍ତ୍ତା । ସେଇଥିପାଇଁ ଲୋକେ ମୋତେ ବିଭିନ୍ନ ଭାଷାରେ ଶୁଭେଚ୍ଛା ବାର୍ତ୍ତାମାନ ପଠାଇଛନ୍ତି ।

ବନ୍ଧୁଗଣ, ଆଜି କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଉଗାଦି ପର୍ବ ଖୁବ ଉତ୍ସାହର ସହିତ ପାଳନ କରାଯାଉଛି । ଆଜି ହିଁ ମହାରାଷ୍ଟ୍ରରେ ଗୁଡ଼ି ପାଡ଼ୱା ପାଳନ କରାଯାଉଛି । ବିବିଧତାରେ ଭରା ଆମ ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ଆଗାମୀ କିଛି ଦିନ ମଧ୍ୟରେ ବିଭିନ୍ନ ପର୍ବ ପାଳନ କରାଯିବ, ଯେମିତିକି ଆସାମରେ ରୋଙ୍ଗାଲି ବିହୁ, ପଶ୍ଚିମବଙ୍ଗରେ ପୋଇଲା ବୋଇଶାଖ୍, କାଶ୍ମୀରରେ ନବରେହ୍ ଉତ୍ସବ ପାଳନ କରାଯିବ । ସେହିଭଳି, ଏପ୍ରିଲ୍ ୧୩ରୁ ୧୫ ତାରିଖ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ପର୍ବପର୍ବାଣୀର ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିବ । ଏସବୁକୁ ନେଇ ଉତ୍ସାହ ଦେଖାଯିବା ସହ ଇଦ୍ ମଧ୍ୟ ଆସିଗଲାଣି । ଅର୍ଥାତ, ଏହି ମାସଟି ସାରା ହେଉଛି ପର୍ବପର୍ବାଣୀର ମାସ । ମୁଁ ଦେଶବାସୀଙ୍କୁ ଏହିସବୁ ଉତ୍ସବ ଉପଲକ୍ଷେ ଅନେକ ଅନେକ ଶୁଭକାମନା ଜଣାଉଛି । ଆମର ଏହି ଉତ୍ସବଗୁଡ଼ିକ ଭିନ୍ନ ଭିନ୍ନ ଅଞ୍ଚଳର ଥିବା ସତ୍ତ୍ୱେ ଭାରତର ବିବିଧତା କିଭଳି ଏକ ସୂତ୍ରରେ ବନ୍ଧା, ତାହା ଦର୍ଶାଉଛନ୍ତି । ଏକତାର ଏହି ଭାବନାକୁ ଆମକୁ ନିରନ୍ତର ଭାବେ ସୁଦୃଢ଼ କରିଚାଲିବାକୁ ହେବ ।

ବନ୍ଧୁଗଣ, ଯେତେବେଳେ ପରୀକ୍ଷା ଆସିଥାଏ, ସେତେବେଳେ ଯୁବବନ୍ଧୁମାନଙ୍କ ସହିତ ମୁଁ ପରୀକ୍ଷା ପେ ଚର୍ଚ୍ଚା କରିଥାଏ । ଏବେ ପରୀକ୍ଷାଗୁଡ଼ିକ ସରିଯାଇଛି । ଅନେକ ବିଦ୍ୟାଳୟରେ ତ ପୁଣିଥରେ କ୍ଲାସ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଛି । ତା’ପରେ ଗ୍ରୀଷ୍ମ ଅବକାଶ ମଧ୍ୟ ହେବ । ପିଲାମାନେ ଏହି ସମୟକୁ ଆଗ୍ରହର ସହିତ ଅପେକ୍ଷା କରିଥାଆନ୍ତି । ମୋତେ ତ ମୋର ପିଲାଦିନ କଥା ମନେପଡ଼ୁଛି, ଯେତେବେଳେ ମୁଁ ମୋ ସାଙ୍ଗମାନଙ୍କ ସହ ମିଶି ଦିନସାରା କିଛି ନା କିଛି ଦୁଷ୍ଟାମୀ କରୁଥିଲୁ । କିନ୍ତୁ ତା ସହିତ ଆମେ କିଛି ଗଠନମୂଳକ କାମ ମଧ୍ୟ କରୁଥିଲୁ, କିଛି ଶିଖୁଥିଲୁ । ଖରାଦିନେ ଦିନ ବଡ଼ ହୋଇଥାଏ । ଏହି ସମୟରେ ପିଲାଙ୍କ ପାଖରେ କରିବାକୁ ବହୁତ କିଛି ଥାଏ । କିଛି ନୂଆ ସଉକ ବା ହବିକୁ ଆପଣେଇବା ସହ ନିଜର କଳାକୌଶଳକୁ ଆହୁରି ଉନ୍ନତ କରିବାର ଏହା ପ୍ରକୃଷ୍ଟ ସମୟ । ଆଜି ପିଲାମାନଙ୍କ ପାଇଁ ଏଭଳି ପ୍ଲାଟଫର୍ମର ଅଭାବ ନାହିଁ, ଯେଉଁଠି ସେମାନେ ବହୁତ କିଛି ଶିଖିପାରିବେ । ଯେମିତିକି କୌଣସି ସଂସ୍ଥା କାରିଗରି କୌଶଳ ସମ୍ପର୍କୀୟ ଶିବିର ଆୟୋଜନ କରୁଥିବ, ତେବେ ପିଲାମାନେ ସେଠାରେ ଆପ୍ ପ୍ରସ୍ତୁତ କରିବା ସହ ଓପେନ୍ ସୋର୍ସ ସଫ୍ଟୱେୟାର ବିଷୟରେ ଜାଣିପାରିବେ । କେଉଁଠି ପରିବେଶ କଥା ହେଉ, ମଞ୍ଚ ନାଟକ ହେଉ, ଲିଡରସିପ୍ କଥା ହେଉ, ଏମିତି ବିଭିନ୍ନ ବିଷୟର ପାଠ୍ୟକ୍ରମ ଆୟୋଜିତ ହୋଇଥାଏ । ପିଲାମାନେ ଏଥିରେ ଯୋଗ ଦେଇପାରିବେ । ଏମିତି ଅନେକ ବିଦ୍ୟାଳୟ ମଧ୍ୟ ରହିଛି, ଯେଉଁଠି ବକ୍ତୃତା କିମ୍ବା ଅଭିନୟର ଶିକ୍ଷା ମଧ୍ୟ ଦିଆଯାଇଥାଏ, ଏସବୁ ପିଲାମାନଙ୍କର ବହୁତ କାମରେ ଲାଗିଥାଏ । ଏସବୁ ବ୍ୟତୀତ ଆପଣମାନଙ୍କ ପାଖରେ ଏହି ଛୁଟିଦିନମାନଙ୍କରେ ସ୍ଥାନେ ସ୍ଥାନେ ଚାଲିଥିବା ସ୍ୱେଚ୍ଛାସେବୀ କାର୍ଯ୍ୟ, ସେବା କାର୍ଯ୍ୟ ଆଦିରେ ଯୋଗ ଦେବାର ମଧ୍ୟ ସୁଯୋଗ ରହିଛି । ଏଭଳି କାର୍ଯ୍ୟକ୍ରମଗୁଡ଼ିକୁ ନେଇ ମୋର ଗୋଟିଏ ବିଶେଷ ଅନୁରୋଧ ରହିଛି । ଯଦି କୌଣସି ସଂସ୍ଥା, କୌଣସି ବିଦ୍ୟାଳୟ କିମ୍ବା ସାମାଜିକ ସଂସ୍ଥା କିମ୍ବା ବିଜ୍ଞାନ କେନ୍ଦ୍ର ଆଦି ଏଭଳି Summer Activities ଆୟୋଜନ କରୁଥାଆନ୍ତି, ତାହେଲେ ସେଗୁଡ଼ିକୁ #MyHolidaysରେ ନିଶ୍ଚିତ ଭାବେ ଶେୟାର କରନ୍ତୁ । ଏହାଦ୍ୱାରା ସାରା ଦେଶର ପିଲା ଏବଂ ସେମାନଙ୍କ ପିତାମାତାଙ୍କୁ ଏ ବିଷୟରେ ସହଜରେ ସୂଚନା ମିଳିପାରିବ ।

ମୋର ଯୁବବନ୍ଧୁଗଣ, ମୁଁ ଆଜି ଆପଣମାନଙ୍କ ସହିତ ମାଇ ଭାରତର ସେହି ବିଶେଷ କ୍ୟାଲେଣ୍ଡର ସମ୍ପର୍କରେ ମଧ୍ୟ ଆଲୋଚନା କରିବାକୁ ଚାହୁଁଛି, ଯାହାକୁ ଏହି Summer Vacationକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଏହି କ୍ୟାଲେଣ୍ଡରର ଗୋଟିଏ କପି ବର୍ତ୍ତମାନ ମୋ ସାମନାରେ ରହିଛି । ମୁଁ ଏହି କ୍ୟାଲେଣ୍ଡରରୁ କିଛି ନିଆରା ପ୍ରଚେଷ୍ଟାଗୁଡ଼ିକୁ ଶେୟାର କରିବାକୁ ଚାହୁଁଛି । ଯେମିତିକି ମାଇ ଭାରତର study tourରେ ଆପଣ ଏ କଥା ଜାଣିପାରିବେ ଯେ, ଆମ ଜନଔଷଧି କେନ୍ଦ୍ରଗୁଡ଼ିକ କିଭଳି ଭାବେ କାର୍ଯ୍ୟ କରୁଛି । ଆପଣମାନେ vibrant villageର ଅଭିଯାନର ଅଂଶ ହୋଇ ସୀମାନ୍ତ ଗାଁଗୁଡ଼ିକରେ କିଛି ନିଆରା ଅନୁଭୂତି ସାଉଁଟିପାରନ୍ତି । ତା’ସହିତ ସେଠାକାର ସଂସ୍କୃତି ଏବଂ କ୍ରୀଡା କାର୍ଯ୍ୟକଳାପରେ ନିଶ୍ଚିତ ଭାବେ ଅଂଶଗ୍ରହଣ କରନ୍ତୁ । ସେହିଭଳି, ଆମ୍ବେଦକର ଜୟନ୍ତୀ ଅବସରରେ ପଦଯାତ୍ରାରେ ସାମିଲ ହୋଇ ଆପଣ ସମ୍ବିଧାନର ମୂଲ୍ୟବୋଧକୁ ନେଇ ସଚେତନତା ସୃଷ୍ଟି କରିପାରନ୍ତି । ପିଲାମାନଙ୍କୁ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ମୋର ବିଶେଷ ଅନୁରୋଧ ଯେ, ସେମାନେ ଛୁଟି ସମୟର ସେମାନଙ୍କ ଅନୁଭୁତିକୁ #HolidayMemoriesରେ ନିଶ୍ଚିତ ଭାବେ ଶେୟାର୍ କରନ୍ତୁ । ମୁଁ ଆପଣଙ୍କ ଅନୁଭୂତିକୁ ଆଗାମୀ ‘ମନ୍ କି ବାତ୍’ରେ ସାମିଲ କରିବା ପାଇଁ ଚେଷ୍ଟା କରିବି ।

ମୋର ପ୍ରିୟ ଦେଶବାସୀଗଣ, ଖରାଦିନ ଆରମ୍ଭ ହେବାମାତ୍ରେ ପ୍ରତି ସହର, ପ୍ରତି ଗାଁରେ ଜଳ ସଂଚୟ କରିବାର ପ୍ରସ୍ତୁତି ଆରମ୍ଭ ହୋଇଯାଏ । ଅନେକ ରାଜ୍ୟରେ ଜଳ ଅମଳ ସହ ଜଡ଼ିତ କାର୍ଯ୍ୟ, ଜଳ ସଂରକ୍ଷଣ ସମ୍ପର୍କୀୟ କାର୍ଯ୍ୟ ଗତିଶୀଳ ହେଲାଣି । ଜଳଶକ୍ତି ମନ୍ତ୍ରଣାଳୟ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏହି ଦିଗରେ କାର୍ଯ୍ୟ କରୁଛନ୍ତି । ଦେଶରେ ହଜାର ହଜାର କୃତ୍ରିମ ଜଳାଶୟ, ଚେକ୍ ଡ୍ୟାମ୍, ବୋରୱେଲ୍ ରିଚାର୍ଜ, କମ୍ୟୁନିଟି ସୋକ୍ ପିଟର ନିର୍ମାଣ ଚାଲିଛି । ପ୍ରତିବର୍ଷ ପରି ଏଥର ମଧ୍ୟ, ‘catch the rain’ ଅଭିଯାନ ପାଇଁ କାର୍ଯ୍ୟ ଆରମ୍ଭ ହେଲାଣି । ଏହି ଅଭିଯାନ ସରକାରଙ୍କର ନୁହେଁ, ବରଂ ଏହା ସମାଜର, ଜନସାଧାରଣଙ୍କର । ଜଳ ସଂରକ୍ଷଣ ସହ ଅଧିକରୁ ଅଧିକ ଲୋକଙ୍କୁ ସମ୍ପୃକ୍ତ କରିବା ପାଇଁ, ଜଳସଂଚୟ ଜନ-ଭାଗିଦାରୀ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି । ଯେଉଁ ପ୍ରାକୃତିକ ସମ୍ବଳ ଆମକୁ ମିଳିଛି, ସେଗୁଡ଼ିକୁ ଆଗାମୀ ପିଢ଼ିକୁ ସୁରକ୍ଷିତ ଭାବେ ହସ୍ତାନ୍ତର କରିବା ହିଁ ଏହାର ଏକମାତ୍ର ଉଦ୍ଦେଶ୍ୟ ।

ବନ୍ଧୁଗଣ, ବର୍ଷାଜଳକୁ ସଂରକ୍ଷଣ କରି ଆମେ ବହୁତ ଜଳ ନଷ୍ଟ ହେବାରୁ ରଖିପାରିବା । ବିଗତ କିଛି ବର୍ଷରେ ଏହି ଅଭିଯାନ ମାଧ୍ୟମରେ ଦେଶର ଅନେକ ଅଞ୍ଚଳରେ ଜଳ ସଂରକ୍ଷଣକୁ ନେଇ ଅଭୂତପୂର୍ବ କାର୍ଯ୍ୟ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଗତ ୭-୮ ବର୍ଷରେ ନୂଆ କରି ଖୋଳାଯାଇଥିବା ଜଳାଶୟ, ପୋଖରି ଏବଂ ଅନ୍ୟ water recharge structure ଦ୍ୱାରା ୧୧ ବିଲିୟନ୍ କ୍ୟୁବିକ୍ ମିଟର୍ ଠାରୁ ମଧ୍ୟ ଅଧିକ ଜଳ ସଂରକ୍ଷିତ ହୋଇପାରିଛି । ଆପଣ ଭାବୁଥିବେ ଯେ ୧୧ ବିଲିୟନ୍ କ୍ୟୁବିକ୍ ମିଟର୍ ପାଣି ଅର୍ଥାତ କେତେ ପାଣି ?

ବନ୍ଧୁଗଣ, ଭାକ୍ରାନଙ୍ଗଲ୍ ଡ୍ୟାମରେ ଯେତେ ପାଣି ଜମା ହୋଇ ରହିଥାଏ, ତାହାର ଫଟୋଚିତ୍ର ତ ଆପଣମାନେ ନିଶ୍ଚୟ ଦେଖିଥିବେ । ଏହି ପାଣିରୁ ସୃଷ୍ଟି ହୋଇଥାଏ ଗୋବିନ୍ଦ ସାଗର ହ୍ରଦ । ଏହି ହ୍ରଦର ଲମ୍ବ ୯୦ କିଲୋମିଟରରୁ ଅଧିକ । ଏହି ହ୍ରଦରେ ୯ରୁ ୧୦ ବିଲିୟନ୍ କ୍ୟୁବିକ୍ ମିଟର୍ ବା ତା’ଠାରୁ ଅଧିକ ଜଳ ସଂରକ୍ଷିତ ହୋଇପାରେ ନାହିଁ । ମାତ୍ର ୯ରୁ ୧୦ ବିଲିୟନ୍ କ୍ୟୁବିକ୍ ମିଟର୍! କିନ୍ତୁ, ଦେଶବାସୀ ନିଜର ଛୋଟ ଛୋଟ ପ୍ରଚେଷ୍ଟା ମାଧ୍ୟମରେ ଦେଶର ବିଭିନ୍ନ ଅଞ୍ଚଳରେ ୧୧ ବିଲିୟନ୍ କ୍ୟୁବିକ୍ ମିଟର୍ ପାଣି ସଂଚୟର ବ୍ୟବସ୍ଥା କରିଦେଲେ! ଏହା ଏକ ଚମତ୍କାର କଥା ନୁହେଁ କି ?

ବନ୍ଧୁଗଣ, ଏ ଦିଗରେ କର୍ଣ୍ଣାଟକର ଗଡଗ ଜିଲାର ଲୋକେ ମଧ୍ୟ ଏକ ଉଦାହରଣ ସୃଷ୍ଟି କରିଛନ୍ତି । କିଛି ବର୍ଷ ପୂର୍ବେ ସେଠାକାର ଦୁଇଟି ଗାଁର ହ୍ରଦ ସମ୍ପୂର୍ଣ୍ଣ ଶୁଖିଗଲା । ଏପରି ଏକ ସମୟ ଆସିଲା, ଯେତେବେଳେ ପଶୁମାନଙ୍କ ପାଇଁ ମଧ୍ୟ ପିଇବା ପାଣି ନ ଥିଲା । ଧୀରେ ଧୀରେ ହ୍ରଦଟି ଘାସ ଓ ବୁଦାରେ ପରିପୂର୍ଣ୍ଣ ହୋଇଗଲା; କିନ୍ତୁ ଗାଁର କିଛି ଲୋକ ହ୍ରଦକୁ ପୁନର୍ଜୀବିତ କରିବାର ନିଷ୍ପତ୍ତି ନେଲେ ଓ କାମରେ ଲାଗିପଡ଼ିଲେ । ଆଉ ଯେମିତି କୁହାଯାଏ, “ଯେଉଁଠି ଇଚ୍ଛା, ସେଇଠି ଉପାୟ ।’’ ଗାଁ ଲୋକଙ୍କ ପ୍ରୟାସ ଦେଖି, ପାଖରେ ଥିବା ସାମାଜିକ ସଂଗଠନଗୁଡ଼ିକ ମଧ୍ୟ ସେମାନଙ୍କ ସହିତ ଯୋଗଦେଲେ । ସବୁ ଲୋକ ମିଶି ଅଳିଆ ଓ କାଦୁଅ ସଫା କଲେ ଏବଂ କିଛି ସମୟ ପରେ ହ୍ରଦ ଅଞ୍ଚଳ ସମ୍ପୂର୍ଣ୍ଣ ପରିଷ୍କାର ହୋଇଗଲା । ଏବେ ଲୋକେ ବର୍ଷାଋତୁକୁ ଅପେକ୍ଷା କରିଛନ୍ତି । ସତରେ ଏହା ‘କ୍ୟାଚ୍‌ ଦି ରେନ୍‌’ ଅଭିଯାନର ଏକ ଚମତ୍କାର ଉଦାହରଣ । ବନ୍ଧୁଗଣ, ଆପଣମାନେ ମଧ୍ୟ ସାମୂହିକ ସ୍ତରରେ ଏପରି ପ୍ରୟାସରେ ଯୋଗ ଦେଇପାରିବେ । ଏହି ଜନଆନ୍ଦୋଳନକୁ ଆଗକୁ ନେବାପାଇଁ ଆପଣଙ୍କୁ ଏବେଠାରୁ ଯୋଜନା ଆରମ୍ଭ କରିବାକୁ ପଡ଼ିବ, ଏବଂ ଆପଣଙ୍କୁ ଆଉ ଗୋଟିଏ କଥା ମନେ ରଖିବାକୁ ପଡ଼ିବ- ଯଦି ସମ୍ଭବ ହୁଏ ଗ୍ରୀଷ୍ମଋତୁରେ ଆପଣଙ୍କ ଘର ସାମ୍ନାରେ ମାଠିଆରେ ଥଣ୍ଡା ପାଣି ନିଶ୍ଚିତ ରଖନ୍ତୁ । ଆପଣଙ୍କ ଘରର ଛାତ କିମ୍ବା ବାରଣ୍ଡାରେ ପକ୍ଷୀମାନଙ୍କ ପାଇଁ ପାଣି ରଖନ୍ତୁ । ଏହି ପୁଣ୍ୟକାମ କରିବା ପରେ ଦେଖିବେ ଆପଣଙ୍କୁ କେତେ ଭଲ ଲାଗିବ ।

ବନ୍ଧୁଗଣ, ଏବେ ‘ମନ୍‌ କୀ ବାତ୍‌’ରେ ଉତ୍ସାହର କଥା! ବିଭିନ୍ନ ଆହ୍ୱାନ ସତ୍ତ୍ୱେ ଉତ୍ସାହ ଦେଖାଇବାର କଥା । କିଛିଦିନ ତଳେ ଶେଷ ହୋଇଥିବା ଖେଲୋ ଇଣ୍ଡିଆ ପାରାଗେମଠାରେ ଖେଳାଳିମାନେ ପୁଣିଥରେ ସେମାନଙ୍କର ସମର୍ପଣ ଓ ପ୍ରତିଭା ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ । ଏଥର ଆଗ ଅପେକ୍ଷା ଅଧିକ ଖେଳାଳି ଏହି ଖେଳଗୁଡ଼ିକରେ ଭାଗ ନେଇଥିଲେ । ଏହା ଦର୍ଶାଉଛି ଯେ ପାରା ସ୍ପୋର୍ଟସ୍‌ କେତେ ଲୋକପ୍ରିୟ ହେଉଛି । ଖେଲୋ ଇଣ୍ଡିଆ ପାରା ଗେମ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ସେମାନଙ୍କର ଚମତ୍କାର ପ୍ରୟାସ ପାଇଁ ମୁଁ ଅଭିନନ୍ଦନ ଜଣାଉଛି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବାରୁ ମୁଁ ହରିୟାଣା, ତାମିଲନାଡୁ ଓ ଉତ୍ତରପ୍ରଦେଶର ଖେଳାଳିମାନଙ୍କୁ ଶୁଭକାମନା ଜଣାଉଛି । ଏହି ଖେଳଗୁଡ଼ିକରେ, ଆମର ଦିବ୍ୟାଙ୍ଗ ଖେଳାଳିମାନେ ୧୮ଟି ଜାତୀୟ ରେକର୍ଡ ମଧ୍ୟ କରିଥିଲେ; ଯେଉଁଥିରୁ ୧୨ଟି ଆମର ମହିଳା ଖେଳାଳିଙ୍କ ନାମରେ ଥିଲା । ଏହି ବର୍ଷ ଖେଲୋ ଇଣ୍ଡିଆ ପାରା ଗେମ୍ସରେ ସ୍ୱର୍ଣ୍ଣପଦକ ଜିତିଥିବା ବାହୁ କୁସ୍ତିଯୋଦ୍ଧା ଜୋବି ମାଥ୍ୟୁ ମୋ ପାଖକୁ ଏକ ଚିଠି ଲେଖିଛନ୍ତି । ମୁଁ ତାଙ୍କ ଚିଠିରୁ କିଛି ଅଂଶ ପଢ଼ି ଶୁଣାଇବାକୁ ଚାହୁଁଛି । ସେ ଲେଖିଛନ୍ତି- “ପଦକ ଜିତିବା ବହୁତ ସ୍ୱତନ୍ତ୍ର, କିନ୍ତୁ ଆମର ସଂଘର୍ଷ କେବଳ ପୋଡ଼ିୟମରେ ଠିଆହେବା ପର୍ଯ୍ୟନ୍ତ ସୀମିତ ନୁହେଁ । ଆମେ ପ୍ରତିଦିନ ଏକ ଯୁଦ୍ଧ ଲଢ଼ୁ । ଜୀବନ ଆମକୁ ଅନେକ ପ୍ରକାରେ ପରୀକ୍ଷା କରେ, ବହୁତ କମ୍‌ ଲୋକ ଆମର ସଂଘର୍ଷକୁ ବୁଝନ୍ତି । ଏହାସତ୍ତ୍ୱେ, ଆମେ ସାହସର ସହିତ ଆଗକୁ ବଢ଼ୁ । ଆମେ ଆମର ସ୍ୱପ୍ନ ପୂରଣ କରିବା ପାଇଁ କଠିନ ପରିଶ୍ରମ କରୁ । ଆମେ ବିଶ୍ୱାସ କରୁ ଯେ ଆମେ କାହାଠାରୁ କମ୍‌ ନୋହୁ ।’’

ବାଃ! ଜୋବି ମାଥ୍ୟୁ, ଆପଣ ବହୁତ ସୁନ୍ଦର ଲେଖିଛନ୍ତି, ଚମତ୍କାର ଲେଖିଛନ୍ତି । ଏହି ଚିଠି ପାଇଁ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି । ମୁଁ ଜୋବି ମାଥ୍ୟୁ ଓ ଆମର ସମସ୍ତ ଦିବ୍ୟାଙ୍ଗ ବନ୍ଧୁମାନଙ୍କୁ କହିବାକୁ ଚାହୁଁଛି ଯେ ଆପଣମାନଙ୍କ ପ୍ରୟାସ ଆମ ପାଇଁ ବହୁତ ବଡ଼ ପ୍ରେରଣା ।

ବନ୍ଧୁଗଣ, ଦିଲ୍ଲୀରେ ଆଉ ଏକ ସୁନ୍ଦର କାର୍ଯ୍ୟକ୍ରମ ଲୋକମାନଙ୍କୁ ବହୁତ ପ୍ରେରଣା ଦେଇଛି ଓ ଉତ୍ସାହରେ ଭରିଦେଇଛି । ଏକ ଅଭିନବ ଚିନ୍ତାଧାରା ଭାବରେ ପ୍ରଥମ ଥର ପାଇଁ ଫିଟ୍‌ ଇଣ୍ଡିଆ କାର୍ଣ୍ଣିଭାଲ୍‌ ଆୟୋଜନ କରାଯାଇଥିଲା । ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୫ ହଜାର ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କର ଲକ୍ଷ୍ୟ ସମାନ ଥିଲା- ଫିଟ୍‌ ରହିବା ଏବଂ ଫିଟନେସ୍‌ ବିଷୟରେ ସଚେତନତା ସୃଷ୍ଟି କରିବା । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଲୋକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ସମ୍ବନ୍ଧୀୟ ସୂଚନା ମଧ୍ୟ ମିଳିଥିଲା । ମୋର ଅନୁରୋଧ ଯେ ଆପଣମାନେ ଆପଣଙ୍କ ଅଞ୍ଚଳରେ ମଧ୍ୟ ଏପରି କାର୍ଣ୍ଣିଭାଲ୍‌ ଆୟୋଜନ କରନ୍ତୁ । ଏହି ପ୍ରୟାସରେ ମାଇ ଭାରତ ଆପଣଙ୍କ ପାଇଁ ବହୁତ ସହାୟକ ହୋଇପାରିବ ।

ବନ୍ଧୁଗଣ, ଆମର ସ୍ୱଦେଶୀ ଖେଳଗୁଡ଼ିକ ଏବେ ଲୋକପ୍ରିୟ ସଂସ୍କୃତିର ଏକ ଅଂଶ ପାଲଟୁଛନ୍ତି । ଆପଣମାନେ ସମସ୍ତେ ପ୍ରସିଦ୍ଧ ରାପର୍‌ ହନୁମାନକାଇଣ୍ଡ୍‌ଙ୍କୁ ତ ଜାଣିଥିବେ । ଆଜିକାଲି ତାଙ୍କର ନୂଆ ଗୀତ ‘ରନ୍‌ ଇଟ୍‌ ଅପ୍‌’ ବହୁତ ପ୍ରସିଦ୍ଧ ହେଉଛି । ଏଥିରେ କଲାରିପାୟଟ୍ଟୁ, ଗତ୍‌କା ଓ ଥାଙ୍ଗ୍‌-ତା ଭଳି ଆମର ପାରମ୍ପରିକ ସାମରିକ କଳା ଅନ୍ତର୍ଭୁକ୍ତ । ମୁଁ ହନୁମାନକାଇଣ୍ଡ୍‌ଙ୍କୁ ଅଭିନନ୍ଦନ ଜଣାଉଛି ଯେ ତାଙ୍କ ପ୍ରୟାସ ଦ୍ୱାରା ବିଶ୍ୱବାସୀ ଆମର ପାରମ୍ପରିକ ସାମରିକ କଳା ବିଷୟରେ ଜାଣିପାରୁଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ପ୍ରତି ମାସରେ ମୁଁ MyGov ଏବଂ NaMo Appରେ ଆପଣମାନଙ୍କଠାରୁ ବହୁତ ବାର୍ତ୍ତା ପାଏ । ଅନେକ ବାର୍ତ୍ତା ମୋ ହୃଦୟକୁ ଛୁଇଁଥାଏ ତ ଆଉ କିଛି ମୋତେ ଗର୍ବିତ କରାଏ । ଅନେକ ସମୟରେ ଏହି ବାର୍ତ୍ତାଗୁଡ଼ିକରେ ଆମର ସଂସ୍କୃତି ଓ ପରମ୍ପରା ବିଷୟରେ ଅସାଧାରଣ ସୂଚନା ଥାଏ । ଏଥର ଯେଉଁ ବାର୍ତ୍ତାଗୁଡ଼ିକ ମୋର ଦୃଷ୍ଟି ଆକର୍ଷଣ କରିଥିଲା ମୁଁ ତା’ ବିଷୟରେ ଆପଣଙ୍କୁ ଜଣାଇବାକୁ ଚାହୁଁଛି । ବାରାଣସୀର ଅଥର୍ବ କପୁର, ମୁମ୍ବାଇର ଆର୍ଯ୍ୟଶ ଲିଖା ଓ ଅତ୍ରେୟ ମାନ୍‌ ନିକଟରେ ମୋର ମରିସସ୍‌ ଯାତ୍ରା ଉପରେ ନିଜର ଭାବନା ଲେଖି ପଠାଇଛନ୍ତି । ସେମାନେ ଲେଖିଛନ୍ତି ଯେ ଏହି ଯାତ୍ରା ସମୟରେ ସେମାନେ ଗୀତ୍‌ ଗୱଇଙ୍କ ପ୍ରଦର୍ଶନକୁ ବହୁତ ଉପଭୋଗ କରିଥିଲେ । ପୂର୍ବ ଉତ୍ତରପ୍ରଦେଶ ଏବଂ ବିହାରରୁ ମିଳିଥିବା ଅନେକ ଚିଠିରେ ମୁଁ ସମାନ ଭାବନା ଦେଖିଛି । ମରିସସ୍‌ରେ ଗୀତ୍‌ ଗୱଇଙ୍କ ସୁନ୍ଦର ପ୍ରଦର୍ଶନ ସମୟରେ ମୁଁ ଯାହା ଅନୁଭବ କଲି ତାହା ପ୍ରକୃତରେ ଅତି ଚମତ୍କାର ଥିଲା ।

ବନ୍ଧୁଗଣ, ଯେତେବେଳେ ଆମେ ମୂଳ ସହିତ ଯୋଡ଼ି ହୋଇ ରହିଥାଉ, ଯେତେ ବଡ଼ ଝଡ଼ ଆସିଲେ ମଧ୍ୟ ତାହା ଆମର କ୍ଷତି କରିପାରେ ନାହିଁ । କଳ୍ପନା କରନ୍ତୁ, ପ୍ରାୟ ୨୦୦ ବର୍ଷ ପୂର୍ବେ ଭାରତରୁ ଅନେକ ଲୋକ ଗିରମିଟିଆ ଶ୍ରମିକ ଭାବେ ମରିସସ୍‌ ଯାଇଥିଲେ । ଆଗକୁ କ’ଣ ହେବ କେହି ଜାଣିନଥିଲେ । କିନ୍ତୁ ସମୟ ବିତିବା ସହିତ ସେମାନେ ସେଠାରେ ବସବାସ କରି ରହିଗଲେ । ସେମାନେ ମରିସସ୍‌ରେ ନିଜର ଏକ ବଡ଼ ପରିଚୟ ତିଆରି କଲେ । ସେମାନେ ନିଜର ଐତିହ୍ୟକୁ ସଂରକ୍ଷଣ କଲେ ଏବଂ ନିଜ ମୂଳ ସହିତ ଯୋଡ଼ି ହୋଇ ରହିଲେ । କେବଳ ମରିସସ୍‌ ଏଭଳି ଉଦାହରଣ ନୁହେଁ । ଗତବର୍ଷ ଯେତେବେଳେ ମୁଁ ଗାୟାନା ଯାଇଥିଲି, ସେଠାକାର ଚୌତାଲ୍‌ ପ୍ରଦର୍ଶନ ମଧ୍ୟ ମୋତେ ବହୁତ ପ୍ରଭାବିତ କରିଥିଲା ।

ବନ୍ଧୁଗଣ, ଏବେ ମୁଁ ଆପଣମାନଙ୍କ ପାଇଁ ଏକ ଅଡିଓ ଶୁଣଉଛି ।

.... ଅଡିଓ କ୍ଲିପ୍‌ ଫିଜି ....

ଆପଣମାନେ ନିଶ୍ଚୟ ଭାବୁଥିବେ ଯେ ଏହା ତ ଆମ ଆମ ଦେଶର କୋଉ ଅଞ୍ଚଳର କଥା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାର ସମ୍ପର୍କ ଫିଜି ସହିତ ଅଛି । ଏହା ଫିଜିର ବହୁତ ଲୋକପ୍ରିୟ ‘ଫଗ୍‌ୱା ଚୌତାଲ୍‌’ । ଏହି ଗୀତ ଓ ସଂଗୀତ ପ୍ରତ୍ୟେକଙ୍କ ଭିତରେ ଉତ୍ସାହ ଭରିଦିଏ । ମୁଁ ଆପଣମାନଙ୍କୁ ଆଉ ଏକ ଅଡିଓ କ୍ଲିପ୍ ଶୁଣଉଛି ।

... ଅଡିଓ କ୍ଲିପ୍‌ ସୁରିନାମ୍‌....

ଏହି ଅଡିଓଟି ହେଉଛି ସୁରିନାମର ‘ଚୌତାଲ୍‌’ । ଟିଭିରେ ଏହି କାର୍ଯ୍ୟକ୍ରମ ଦେଖୁଥିବା ଦେଶବାସୀ ସୁରିନାମର ରାଷ୍ଟ୍ରପତି ଏବଂ ମୋର ବନ୍ଧୁ ଚାନ୍‌ ସନ୍ତୋଖି ଜୀଙ୍କୁ ଏହା ଉପଭୋଗ କରୁଥିବାର ଦେଖିପାରିବେ । ବୈଠକ ଓ ଗୀତର ଏହି ପରମ୍ପରା ତ୍ରିନିଦାଦ ଓ ଟୋବାଗୋରେ ମଧ୍ୟ ଖୁବ୍‌ ଲୋକପ୍ରିୟ । ଏହିସବୁ ଦେଶର ଲୋକେ ରାମାୟଣ ବହୁତ ପଢ଼ନ୍ତି । ଫଗ୍‌ୱା ଏଠାରେ ବହୁତ ଲୋକପ୍ରିୟ ଏବଂ ସମସ୍ତ ଭାରତୀୟ ପର୍ବପର୍ବାଣୀ ଖୁବ୍ ଉତ୍ସାହ ଉଦ୍ଦୀପନାର ସହିତ ପାଳନ କରାଯାଏ । ତାଙ୍କର ଅନେକ ଗୀତ ଭୋଜପୁରୀ, ଅବଧି କିମ୍ବା ମିଶ୍ରିତ ଭାଷାରେ ଅଛି, ବେଳେବେଳେ ବ୍ରଜ ଏବଂ ମୈଥିଳୀ ମଧ୍ୟ ବ୍ୟବହାର କରନ୍ତି । ଏହି ଦେଶଗୁଡ଼ିକରେ ଆମର ପରମ୍ପରାକୁ ସଂରକ୍ଷଣ କରୁଥିବା ସମସ୍ତେ ପ୍ରଶଂସାର ପାତ୍ର ।

ବନ୍ଧୁଗଣ, ବିଶ୍ୱରେ ଏପରି ଅନେକ ସଂଗଠନ ଅଛି ଯେଉଁଗୁଡ଼ିକ ବର୍ଷବର୍ଷ ଧରି ଭାରତୀୟ ସଂସ୍କୃତିର ସୁରକ୍ଷା ଦିଗରେ କାର୍ଯ୍ୟ କରିଆସୁଛନ୍ତି । ଏପରି ଏକ ସଂଗଠନ ହେଉଛି ‘ସିଙ୍ଗାପୁର ଇଣ୍ଡିଆନ ଫାଇନ୍‌ ଆର୍ଟସ ସୋସାଇଟି’ । ଭାରତୀୟ ନୃତ୍ୟ, ସଙ୍ଗୀତ ଏବଂ ସଂସ୍କୃତିର ସଂରକ୍ଷଣରେ ନିୟୋଜିତ ଏହି ସଂଗଠନ ନିଜର ଗୌରବମୟ ୭୫ ବର୍ଷ ପୂରଣ କରିଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସିଙ୍ଗାପୁର ରାଷ୍ଟ୍ରପତି ଶ୍ରୀ ଥର୍ମନ ଶନମୁଗରତ୍ନମ୍‌ ଜୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେ ଏହି ସଂଗଠନର ପ୍ରୟାସକୁ ବହୁତ ପ୍ରଶଂସା କରିଥିଲେ । ମୁଁ ଏହି ଟିମ୍‌କୁ ବହୁତ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ, ‘ମନ୍ କି ବାତ୍’ରେ ଦେଶବାସୀଙ୍କ ସଫଳତା ସହିତ ଆମେ ପ୍ରାୟ ସାମାଜିକ ବିଷୟରେ ବି ଚର୍ଚ୍ଚା କରିଥାନ୍ତି । ଅନେକ ସମୟରେ ଆହ୍ୱାନଗୁଡ଼ିକ ଉପରେ ମଧ୍ୟ ଚର୍ଚ୍ଚା ହୁଏ । ଏଥର ‘ମନ୍ କି ବାତ୍’ରେ ମୁଁ ଏଭଳି ଏକ ଆହ୍ୱାନ ସମ୍ବନ୍ଧରେ କହିବାକୁ ଚାହୁଁଛି ଯାହା ସିଧା ଆମ ସମସ୍ତଙ୍କ ସହିତ ଯୋଡ଼ିହୋଇଛି । ଏହି ଆହ୍ୱାନ ହେଉଛି ‘Textile Waste’ । ଆପଣ ଭାବୁଥିବେ ଯେ, ‘Textile Waste’ ରୂପରେ ଏ ନୂଆ ଶତ୍ରୁଟି ପୁଣି କେଉଁଠୁ ଆସିଲା? ବାସ୍ତବରେ ‘Textile Waste’ ସାରା ବିଶ୍ୱ ପାଇଁ ଏବେ ଗୋଟିଏ ନୂତନ ଚିନ୍ତାର କାରଣ ହୋଇପଡ଼ିଛି । ଆଜିକାଲି ସାରା ବିଶ୍ୱରେ ପୁରୁଣା କପଡ଼ାକୁ ଯଥାଶୀଘ୍ର ହଟାଇ ନୂଆ କପଡ଼ା ନେବାର ଚଳଣୀ ବଢ଼ୁଛି । ଆପଣ କେବେ ଭାବିଛନ୍ତି କି ଯେଉଁ ପୁରୁଣା କପଡ଼ାଗୁଡ଼ିକୁ ଆପଣ ପିନ୍ଧିବା ଛାଡ଼ିଦେଉଛନ୍ତି ସେଗୁଡ଼ିକ କ’ଣ ହେଉଛି ? ଏହି ଗୁଡ଼ିକ ହିଁ ‘Textile Waste’ରେ ପରିଣତ ହେଉଛି । ଏ ବିଷୟରେ ଅନେକଗୁଡ଼ିଏ ବିଶ୍ୱସ୍ତରୀୟ ଅନୁସନ୍ଧାନ ହେଉଛି । ଗୋଟିଏ ଅନୁସନ୍ଧାନରେ ଜାଣିବାକୁ ମିଳିଛି ଯେ ମାତ୍ର ଏକ ପ୍ରତିଶତରୁ ବି କମ୍ ‘Textile Waste’କୁ ନୂଆ କପଡ଼ାରେ ପୁନଃବ୍ୟବହାରଯୋଗ୍ୟ କରାଯାଉଛି – ଏକ ପ୍ରତିଶତରୁ ବି ମଧ୍ୟ କମ୍ ! ଭାରତ ଦୁନିଆର ତୃତୀୟ ଦେଶ ଯେଉଁଠି ସବୁଠାରୁ ଅଧିକ କପଡ଼ା ଆବର୍ଜନା ବାହାରୁଛି । ଅର୍ଥାତ୍ ଆମ ପାଖରେ ମଧ୍ୟ ବହୁତ ବଡ଼ ଆହ୍ୱାନ ରହିଛି । କିନ୍ତୁ ମୁଁ ଖୁସି ଯେ ଆମ ଦେଶରେ ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଅନେକ ପ୍ରଶଂସନୀୟ ପ୍ରୟାସ କରାଯାଉଛି । ଅନେକ ଭାରତୀୟ ଷ୍ଟାର୍ଟ-ଅପ୍ସ କପଡ଼ା ପୁନରୁଦ୍ଧାର ସୁବିଧା ଉପରେ କାମ ଆରମ୍ଭ କରିଛନ୍ତି । ଏଭଳି ଅନେକ ଦଳ ଅଛନ୍ତି, ଯେଉଁମାନେ ଆମର ଆବର୍ଜନାକୁ ବାଛୁଥିବା ଭାଇ ଭଉଣୀମାନଙ୍କର ସଶକ୍ତିକରଣ ପାଇଁ ମଧ୍ୟ କାମ କରୁଛନ୍ତି । ଅନେକ ଯୁବ ବନ୍ଧୁମାନେ Sustainable ଫ୍ୟାଶନର ଚେଷ୍ଟାରେ ଲାଗିଛନ୍ତି । ସେମାନେ ପୁରୁଣା କପଡ଼ା ଏବଂ ଜୋତା-ଚପଲ ଆଦିକୁ ପୁନଃବ୍ୟବହାରଯୋଗ୍ୟ କରି ଗରିବଙ୍କ ପାଖରେ ପହଞ୍ଚାଉଛନ୍ତି । କପଡ଼ା ଆବର୍ଜନାରୁ ସାଜସଜ୍ଜାର ଜିନିଷ, ହ୍ୟାଣ୍ଡବ୍ୟାଗ୍, ପ୍ରସାଧନ ସାମଗ୍ରୀ ଏବଂ ଖେଳନା ଭଳି ଅନେକ ଜିନିଷ ତିଆରି କରାଯାଉଛି । ଅନେକଗୁଡ଼ିଏ ସଂସ୍ଥା ଆଜିକାଲି ‘Circular Fashion Brand’କୁ ଲୋକପ୍ରିୟ କରିବାରେ ଲାଗିପଡ଼ିଛନ୍ତି । ନୂଆ ନୂଆ ‘Rental Platform’ ମଧ୍ୟ ଖୋଲୁଅଛି, ଯେଉଁଠି ବିଭିନ୍ନ ଡିଜାଇନର କପଡ଼ା ଭଡ଼ାରେ ମିଳିପାରୁଛି । କେତେକ ସଂସ୍ଥା ପୁରୁଣା କପଡ଼ାଗୁଡ଼ିକୁ ନେଇ ତାକୁ ପୁନଃବ୍ୟବହାରଯୋଗ୍ୟ କରୁଛନ୍ତି ଏବଂ ଗରିବମାନଙ୍କ ପାଖରେ ପହଞ୍ଚାଉଛନ୍ତି ।

ବନ୍ଧୁଗଣ Textile Waste ନିରାକରଣ କରିବାରେ କେତେକ ସହର ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଛି । ହରିୟାଣାର ପାନିପଥ କପଡ଼ା ପୁନଃଚକ୍ରଣ କ୍ଷେତ୍ରରେ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ଉଭାହେଇଛି । ଅଭିନବ ବୈଷୟିକ ସମାଧାନର ସହର ଭାବେ ଜଣାଶୁଣା ବେଙ୍ଗାଲୁରୁ ମଧ୍ୟ ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି । ଏଠାରେ ଅଧାରୁ ଅଧିକ Textile Wasteକୁ ଜମା କରାଯାଏ, ଯାହାକି ଆମର ଅନ୍ୟ ସହରମାନଙ୍କ ପାଇଁ ମଧ୍ୟ ଏକ ଉଦାହରଣ । ସେହିଭଳି ତାମିଲନାଡୁର ତିରୁପୁର ବର୍ଜ୍ୟଜଳ ପରିଚାଳନା ଏବଂ ଅକ୍ଷୟଶକ୍ତି ମାଧ୍ୟମରେ Textile Waste ପରିଚାଳନାରେ ଯୋଗଦେଇଛି ।

ମୋର ପ୍ରିୟ ଦେଶବାସୀଗଣ, ଆଜି ଫିଟନେସ୍ ସଙ୍ଗେ ସଙ୍ଗେ ଗଣତିର ମଧ୍ୟ ଏକ ବଡ଼ ଭୂମିକା ଆସିଗଲାଣି । ଗୋଟିଏ ଦିନରେ କେତେ ପାଦ ଚାଲିଲେ ତା’ର ଗଣତି, ଗୋଟିଏ ଦିନରେ କେତେ କ୍ୟାଲୋରୀ ଖାଇଲେ ତା’ର ଗଣତି, କେତେ କ୍ୟାଲୋରୀ ନଷ୍ଟ କଲେ ତା’ର ଗଣତି, ଏତେ ପ୍ରକାର ଗଣତି ଭିତରେ ଆଉ ଗୋଟିଏ ଗଣତି ମଧ୍ୟ ଆରମ୍ଭ ହୋଇଗଲାଣି । ଆନ୍ତର୍ଜାତିକ ଯୋଗଦିବସର ଗଣତି । ଯୋଗ ଦିବସ ପାଇଁ ଏବେ ୧୦୦ ଦିନରୁ ମଧ୍ୟ କମ୍ ସମୟ ଅଛି । ଯଦି ଆପଣ ନିଜ ଜୀବନରେ ଏପର୍ଯ୍ୟନ୍ତ ଯୋଗକୁ ସାମିଲ କରିନାହାନ୍ତି ତେବେ ଏବେ ନିଶ୍ଚୟ କରିଦିଅନ୍ତୁ, ଏବେବି ଡେରି ହେଇନି । ୧୦ ବର୍ଷ ପୂର୍ବେ ୨୦୧୫, ୨୧ ଜୁନରେ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ଏବେତ ଏହି ଦିବସଟି ଯୋଗର ଏକ ବିରାଟ ମହୋତ୍ସବର ରୂପ ଗ୍ରହଣ କଲାଣି । ଏହା ମାନବ ଜାତିକୁ ଭାରତର ଏଭଳି ଏକ ଅମୂଲ୍ୟ ଉପହାର, ଯାହାକି ଭବିଷ୍ୟତ ବଂଶଧରମାନଙ୍କର ବହୁତ କାମରେ ଆସିବ । ୨୦୨୫ ମସିହାର ଯୋଗଦିବସର ଥିମ୍ ରଖାଯାଇଛି, ‘Yoga for One Earth and One Health’ । ଅର୍ଥାତ୍ ଆମେ ଯୋଗ ମାଧ୍ୟମରେ ସମଗ୍ର ବିଶ୍ୱକୁ ସୁସ୍ଥ ରଖିବାର କାମନା କରୁଛୁ ।

ବନ୍ଧୁଗଣ, ଆମ ସମସ୍ତଙ୍କ ପାଇଁ ଗୋଟିଏ ଗର୍ବର କଥା ହେଲା ଆଜି ଆମର ଯୋଗ ଏବଂ ପାରମ୍ପରିକ ଔଷଧକୁ ନେଇ ସାରା ଦୁନିଆରେ ଜିଜ୍ଞାସ ବଢ଼ୁଛି । ବହୁସଂଖ୍ୟାରେ ଯୁବକମାନେ ଯୋଗ ଏବଂ ଆୟୁର୍ବେଦକୁ ସୁସ୍ଥ ରହିବାର ଏକ ଉତ୍ତମ ମାଧ୍ୟମ ମାନି ଏହାକୁ ଗ୍ରହଣ କରୁଛନ୍ତି ଯେପରିକି ଦକ୍ଷିଣ ଆମେରିକାର ଦେଶ ଚିଲି । ସେଠାରେ ଆୟୁର୍ବେଦ ଅତି ଦ୍ରୁତଗତିରେ ଲୋକପ୍ରିୟ ହେବାରେ ଲାଗିଛି । ଗତବର୍ଷ ମୋର ବ୍ରାଜିଲ ଯାତ୍ରା ସମୟରେ ମୁଁ ଚିଲିର ରାଷ୍ଟ୍ରପତିଙ୍କୁ ଭେଟିଥିଲି । ଆୟୁର୍ବେଦର ଏହି ଲୋକପ୍ରିୟତାକୁ ନେଇ ଆମ ଭିତରେ ଖୁବ୍ ଚର୍ଚ୍ଚା ହୋଇଥିଲା । ମୋତେ ସୋମୋସ୍ ଇଣ୍ଡିଆ ନାମକ ଗୋଟିଏ ଦଳ ବିଷୟରେ ଖବର ମିଳିଛି । ସ୍ପାନିସରେ ଏହାର ଅର୍ଥ ହେଉଛି – We are India ଏହି ଦଳ ପ୍ରାୟ ଏକ ଦଶକ ଧରି ଯୋଗ ଏବଂ ଆୟୁର୍ବେଦକୁ ପ୍ରୋତ୍ସାହନ ଦେବାରେ ଲାଗିଛନ୍ତି । ସେମାନେ ଚିକିତ୍ସା ସଙ୍ଗେସଙ୍ଗେ ଶୈକ୍ଷିକ କାର୍ଯ୍ୟକ୍ରମ ଉପରେ ପ୍ରାଧାନ୍ୟ ଦେଉଛନ୍ତି । ସେମାନେ ଆୟୁର୍ବେଦ ଏବଂ ଯୋଗ ସମ୍ବନ୍ଧିତ ସୂଚନାଗୁଡ଼ିକୁ ସ୍ପାନିସ୍ ଭାଷାରେ ଅନୁବାଦ ମଧ୍ୟ କରୁଛନ୍ତି । ଯଦି ଗତବର୍ଷର କଥା ଦେଖିବା ତେବେ ସେମାନଙ୍କର ଭିନ୍ନ ଭିନ୍ନ ଇଭେଣ୍ଟ ଓ ପାଠ୍ୟକ୍ରମରେ ପ୍ରାୟ ୯ ହଜାର ଲୋକ ଭାଗ ନେଇଥିଲେ । ଏହି ଦଳ ସହିତ ସମ୍ପୃକ୍ତ ଲୋକମାନଙ୍କୁ ସେମାନଙ୍କର ଏହି ପ୍ରୟାସ ପାଇଁ ମୁଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ ‘ମନ୍ କି ବାତ୍’ରେ ଏବେ ଗୋଟିଏ ଖଟାମିଠା ଏବଂ ଓଲଟପାଲଟ ପ୍ରଶ୍ନ! ଆପଣ କେବେ ଫୁଲମାନଙ୍କ ଯାତ୍ରା ସମ୍ବନ୍ଧରେ ଭାବିଛନ୍ତି କି! ଗଛଲତାରେ ଫୁଟୁଥିବା କିଛି ଫୁଲର ଯାତ୍ରା ମନ୍ଦିର ପର୍ଯ୍ୟନ୍ତ ହୋଇଥାଏ । କିଛି ଫୁଲ ଘରକୁ ସୁନ୍ଦର କରନ୍ତି, କିଛି ଅତର ରୂପରେ ଚାରିଆଡ଼େ ସୁଗନ୍ଧ ବିତରଣ କରନ୍ତି । କିନ୍ତୁ ଆଜି ମୁଁ ଆପଣମାନଙ୍କୁ ଫୁଲର ଆଉ ଗୋଟିଏ ଯାତ୍ରା ବିଷୟରେ କହିବି । ଆପଣ ମହୁଆ ଫୁଲ ସମ୍ବନ୍ଧରେ ନିଶ୍ଚୟ ଶୁଣିଥିବେ । ଆମ ଗାଁମାନଙ୍କରେ ଏବଂ ବିଶେଷକରି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହାର ମହତ୍ତ୍ୱ ଭଲ ଭାବରେ ଜାଣନ୍ତି । ଦେଶର ଅନେକ ଭାଗରେ ଏବେ ମହୁଆ ଫୁଲର ଯାତ୍ରା ଗୋଟିଏ ନୂଆ ରାସ୍ତାରେ ବାହାରିପଡ଼ିଛି । ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରେ ମହୁଆ ଫୁଲରୁ କୁକିଜ୍ ତିଆରି ହେଉଛି । ରାଜଖୋହ ଗାଁର ଚାରି ଭଉଣୀଙ୍କ ପ୍ରୟାସରେ ଏହି କୁକିଜ୍ ବହୁତ ଲୋକପ୍ରିୟ ହେଉଛି । ଏହି ମହିଳାମାନଙ୍କର ଉତ୍ସାହକୁ ଦେଖି ଗୋଟିଏ ବଡ଼ କମ୍ପାନୀ ଏମାନଙ୍କୁ ଫ୍ୟାକ୍ଟ୍ରିରେ କାମ କରିବାର ପ୍ରଶିକ୍ଷଣ ଦେଲା । ତାଙ୍କଠାରୁ ପ୍ରେରଣା ପାଇ ଗ୍ରାମର ଅନେକ ମହିଳା ଏମାନଙ୍କ ସହିତ ମିଶିଛନ୍ତି । ଏମାନଙ୍କ ଦ୍ୱାରା ପ୍ରସ୍ତୁତ ମହୁଆ କୁକିଜର ଚାହିଦା ଖୁବ୍ ବଢ଼ୁଛି । ତେଲଙ୍ଗାନାର ଆଦିଲାବାଦ ଜିଲ୍ଲାରେ ମଧ୍ୟ ଦୁଇ ଭଉଣୀ ମହୁଆ ଫୁଲ ଉପରେ ଏକ ନୂଆ ପରୀକ୍ଷଣ କରିଛନ୍ତି । ସେମାନେ ଏଥିରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ସେମାନଙ୍କ ଖାଦ୍ୟରେ ଆଦିବାସୀ ସଂସ୍କୃତିର ମହକ ମଧ୍ୟ ରହିଛି ।

ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଏକ ସୁନ୍ଦର ଫୁଲ ବିଷୟରେ କହିବାକୁ ଚାହୁଁଛି ଏବଂ ଏହି ଫୁଲର ନାଁ ହେଲା ‘କୃଷ୍ଣ କମଳ’ । ଆପଣ ଗୁଜୁରାଟର ଏକତା ନଗରରେ ଷ୍ଟାଚୁ୍ୟ ଅଫ୍ ୟୁନିଟିକୁ ଦେଖିବାକୁ ଯାଇଛନ୍ତି କି? ଷ୍ଟାଚ୍ୟୁ ଅଫ ୟୁନିଟିର ଆଖପାଖରେ ଆପଣଙ୍କୁ ଏ କୃଷ୍ଣକମଳ ବହୁସଂଖ୍ୟାରେ ଦେଖିବାକୁ ମିଳିବ । ଏ ଫୁଲ ପର୍ଯ୍ୟଟକମାନଙ୍କ ମନ ମୋହିନିଏ । ଏହି କୃଷ୍ଣକମଳ ଏକତାନଗରର ଆରୋଗ୍ୟ ବନ, ଏକତା ନର୍ସରୀ, ବିଶ୍ୱ ବନ ଏବଂ ମିୟାୱାକି ଜଙ୍ଗଲରେ ଆକର୍ଷଣର କେନ୍ଦ୍ର ପାଲଟିଯାଇଛି । ଏଠାରେ ଯୋଜନାବଦ୍ଧ ଭାବରେ ଲକ୍ଷ ଲକ୍ଷ ସଂଖ୍ୟାରେ କୃଷ୍ଣକମଳର ଚାରା ଲଗାଯାଇଛି । ଆପଣ ମଧ୍ୟ ଯଦି ଆପଣଙ୍କ ଆଖପାଖରେ ଦେଖନ୍ତି ସେଠାରେ ମଧ୍ୟ ଫୁଲର ଏହିଭଳି ମନଛୁଆଁ ଯାତ୍ରା ଦେଖିପାରିବେ । ଆପଣ ନିଜ ଅଞ୍ଚଳର ଫୁଲର ଏହିଭଳି ନିଆରା ଯାତ୍ରା ସମ୍ପର୍କରେ ମୋତେ ବି ଲେଖନ୍ତୁ ।

ମୋର ପ୍ରିୟ ବନ୍ଧୁଗଣ, ଆପଣ ମୋତେ ସବୁଦିନ ଭଳି ନିଜ ବିଚାର, ଅନୁଭବ ଏବଂ ସୂଚନାଗୁଡ଼ିକ ଜଣାନ୍ତୁ, ହେଇପାରେ ଆପଣଙ୍କ ଆଖପାଖରେ କିଛି ଏମିତି ହେଉଥିବ ଯାହା ଆପଣମାନଙ୍କୁ ସାଧାରଣ ଲାଗିଲେ ମଧ୍ୟ ଅନ୍ୟମାନଙ୍କ ପାଇଁ ବହୁତ ରୋଚକ ବା ନୂଆ ହେଇଥିବ । ଆସନ୍ତା ମାସରେ ଆମେ ପୁଣି ଭେଟିବା ଏବଂ ଦେଶବାସୀମାନଙ୍କର ସେହି କଥାଗୁଡ଼ିକର ଚର୍ଚ୍ଚା କରିବା ଯାହା ଆମକୁ ପ୍ରେରଣାରେ ଭରିଦେବ । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's strong growth outlook intact despite global volatility: Govt

Media Coverage

India's strong growth outlook intact despite global volatility: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister urges MPs to vote in favour of Nari Shakti Vandan Adhiniyam Amendment, Calls it Historic Opportunity
April 17, 2026

The Prime Minister, Shri Narendra Modi, has highlighted that a discussion is currently underway in Parliament on the amendment to the Nari Shakti Vandan Adhiniyam, noting that deliberations continued till 1 AM last night.

He stated that all misconceptions surrounding the amendment have been addressed with logical responses, and every concern raised by members has been resolved. The Prime Minister added that necessary information, wherever lacking, has also been provided to all members, ensuring that issues of opposition have been clarified.

Emphasising that the issue of women’s reservation has witnessed political debates for nearly four decades, the Prime Minister said that the time has now come to ensure that women, who constitute half of the country’s population, receive their rightful representation.

He observed that even after decades of independence, the low representation of women in the decision-making process is not appropriate and needs to be corrected.

The Prime Minister informed that voting in the Lok Sabha is expected shortly and urged all political parties to take a thoughtful and sensitive decision by voting in favour of the women’s reservation amendment.

Appealing on behalf of the women of the country, he urged all Members of Parliament to ensure that no action hurts the sentiments of Nari Shakti. He noted that crores of women are looking towards the Parliament, its intent, and its decisions.

The Prime Minister called upon MPs to reflect upon their families-mothers, sisters, daughters, and wives—and listen to their inner conscience while making the decision.

He described the amendment as a significant opportunity to serve and honour the women of the nation and urged members not to deprive them of new opportunities.

Expressing confidence, the Prime Minister said that if the amendment is passed unanimously, it will further strengthen Nari Shakti as well as the country’s democracy.

Calling it a historic moment, he urged all members to come together to create history by granting rightful representation to women, who form half of India’s population.

The Prime Minister wrote on X;

“संसद में इस समय नारीशक्ति वंदन अधिनियम में संशोधन पर चर्चा चल रही है। कल रात भी एक बजे तक चर्चा चली है।

जो भ्रम फैलाए गए, उनको दूर करने के लिए तर्कबद्ध जवाब दिया गया है। हर आशंका का समाधान किया गया है। जिन जानकारियों का अभाव था, वो जानकारियां भी हर सदस्य को दी गई हैं। किसी के मन में विरोध का जो कोई भी विषय था, उसका भी समाधान हुआ है।

महिला आरक्षण के इस विषय पर देश में चार दशक तक बहुत राजनीति कर ली गई है। अब समय है कि देश की आधी आबादी को उसके अधिकार अवश्य मिलें।

आजादी के इतने दशकों बाद भी भारत की महिलाओं का निर्णय प्रक्रिया में इतना कम प्रतिनिधित्व रहे, ये ठीक नहीं।

अब कुछ ही देर लोकसभा में मतदान होने वाला है। मैं सभी राजनीतिक दलों से आग्रह करता हूं… अपील करता हूं...

कृपया करके सोच-विचार करके पूरी संवेदनशीलता से निर्णय लें, महिला आरक्षण के पक्ष में मतदान करें।

मैं देश की नारी शक्ति की तरफ से भी सभी सदस्यों से प्रार्थना करूंगा… कुछ भी ऐसा ना करें, जिनसे नारीशक्ति की भावनाएं आहत हों।

देश की करोड़ों महिलाओं की दृष्टि हम सभी पर है, हमारी नीयत पर है, हमारे निर्णय पर है। कृपया करके नारीशक्ति वंदन अधिनियम में संशोधन का साथ दें।”

“मैं सभी सांसदों से कहूंगा...

आप अपने घर में मां-बहन-बेटी-पत्नी सबका स्मरण करते हुए अपनी अंतरात्मा को सुनिए ...

देश की नारीशक्ति की सेवा का, उनके वंदन का ये बहुत बड़ा अवसर है।

उन्हें नए अवसरों से वंचित नहीं करिए।

ये संशोधन सर्वसम्मति से पारित होगा, तो देश की नारीशक्ति और सशक्त होगी… देश का लोकतंत्र और सशक्त होगा।

आइए… हम मिलकर आज इतिहास रचें। भारत की नारी को… देश की आधी आबादी को उसका हक दें।”

"Parliament is discussing a historic legislation that paves the way for women’s reservation in legislative bodies. The discussions, which began yesterday, lasted till around 1 AM and have continued since the House proceedings began this morning.

The Government has addressed all apprehensions and misconceptions relating to the legislation with facts and logic. All concerns have been addressed and any gaps in information have also been filled.

For nearly four decades, this issue of women’s reservation in legislative bodies has been inordinately delayed. Now is the time to ensure that half of the nation’s population receives its rightful due in decision making. Even after so many decades of Independence, it is not right that women in India have such limited representation in this area.

In a short while from now, voting will take place in the Lok Sabha. I urge and appeal to all political parties to reflect carefully and take a sensitive decision by voting in favour of women’s reservation.

On behalf of our Nari Shakti, I also request all members not to do anything that may hurt the sentiments of women across India. Crores of women are watching us…our intent and our decisions. I once again request that everyone support the amendments to the Nari Shakti Vandan Adhiniyam.”

"I would like to appeal to all Members of Parliament…

Please reflect upon your conscience, remembering the women in your own families.

The legislation to ensure women’s reservation in legislative bodies is a significant opportunity to do justice to women of our nation.

Please do not deprive our Nari Shakti of new opportunities.

If this amendment is passed unanimously, it will further empower the women of our country and strengthen our democracy.

Let us come together today to create history.

Let us ensure that the women of India, who are half of the nation’s population, receive their rightful due.”