“ଶିକ୍ଷା କ୍ଷେତ୍ରକୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଅବଦାନ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ”
“ବର୍ତ୍ତମାନର ଭାରତର ରାଷ୍ଟ୍ରପତି ଯିଏ କି ଜଣେ ଶିକ୍ଷକ, ତାଙ୍କ ଦ୍ୱାରା ସମ୍ମାନିତ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି”
“ଶିକ୍ଷକଙ୍କ ଭୂମିକା ହେଉଛି ଆଲୋକ ଦେଖାଇବା ଏବଂ ସେହିମାନେ ହିଁ ସ୍ୱପ୍ନ ଦେଖାନ୍ତି ଓ ସ୍ୱପ୍ନକୁ ସାକାର କରିବା ଶିଖାନ୍ତି”
“ଜାତୀୟ ଶିକ୍ଷା ନୀତିକୁ ଏପରି ଭାବରେ ଗ୍ରହଣ କରିବାର ଆବଶ୍ୟକତା ରହିଛି ଯେ ଏହି ସରକାରୀ ଦସ୍ତାବିଜ୍‍ ଛାତ୍ରମାନଙ୍କ ଜୀବନର ମୂଳଦୁଆ ହୋଇପାରିବ”
“ସମଗ୍ର ଦେଶରେ ଏଭଳି କୌଣସି ଛାତ୍ର ରହିବା ଉଚିତ ନୁହେଁ, ଯାହାଙ୍କ ପାଖରେ ୨୦୪୭ ପାଇଁ ସ୍ୱପ୍ନ ନାହିଁ”
“ଦାଣ୍ଡି ଯାତ୍ରା ଏବଂ ଭାରତ ଛାଡ ବର୍ଷଗୁଡିକ ମଧ୍ୟରେ ଦେଶକୁ ଆକର୍ଷିତ କରିଥିବା ଆବେଗକୁ ପୁଣି ଆରମ୍ଭ କରିବା ଆବଶ୍ୟକ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହ ସେ ଶିକ୍ଷକମାନଙ୍କୁ ମନେ ପକାଇ ଦେଇଛନ୍ତି ଯେ ବର୍ତ୍ତମାନର ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଯିଏ କି ଜଣେ ଶିକ୍ଷକ ଏବଂ ଓଡିଶାର ଉପାନ୍ତ ଅଂଚଳରେ ମଧ୍ୟ ଶିକ୍ଷାଦାନ କରିଛନ୍ତି । ଆଜି ଯେତେବେଳେ ଦେଶ ଆଜାଦୀ କା ଅମୃତ ମହୋତ୍ସବର ସ୍ୱପ୍ନକୁ ପୂରଣ କରିବା ଆରମ୍ଭ କରିଛି, ସେତେବେଳେ ଶିକ୍ଷା କ୍ଷେତ୍ରରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଉଦ୍ୟମ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି । ଏହି ଅବସରରେ ମୁଁ ଜାତୀୟ ପୁରସ୍କାର ପ୍ରାପ୍ତ ସମସ୍ତ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶିକ୍ଷକଙ୍କ ଜ୍ଞାନ ଏବଂ ଉତ୍ସର୍ଗୀକୃତତାକୁ ଆଲୋକପାତ କରି ସୂଚାଇ ଦେଇଛନ୍ତି ଯେ ସେମାନଙ୍କର ସବୁଠାରୁ ବଡ଼ ଗୁଣ ହେଉଛି ଏକ ସକରାତ୍ମକ ଦୃଷ୍ଟିକୋଣ ଯାହା ସେମାନଙ୍କୁ ଛାତ୍ରମାନଙ୍କ ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ଶିକ୍ଷକଙ୍କ ଭୂମିକା ହେଉଛି ଜଣେ ବ୍ୟକ୍ତିଙ୍କୁ ଆଲୋକ ଦେଖାଇବା ଏବଂ ସେହିମାନେ ହିଁ ସ୍ୱପ୍ନକୁ ଦେଖାନ୍ତି ଏବଂ ସେହି ସ୍ୱପ୍ନକୁ ସାକାର କରିବାକୁ ଶିଖାନ୍ତି । ୨୦୪୭ ମସିହାର ଭାରତର ରାଜ୍ୟ ଏବଂ ଭାଗ୍ୟ ଆଜିର ଛାତ୍ରମାନଙ୍କ ଉପରେ ର୍ନିଭରଶୀଳ ଏବଂ ଆଜିର ଶିକ୍ଷକମାନେ ସେମାନଙ୍କ ଭବିଷ୍ୟତ ଗଠନ କରୁଛନ୍ତି, ତେଣୁ ଆପଣ ଛାତ୍ରମାନଙ୍କୁ ସେମାନଙ୍କ ଜୀବନ ଗଠନରେ ସାହାଯ୍ୟ କରୁଛନ୍ତି ଏବଂ ଦେଶର ରୂପରେଖକୁ ମଧ୍ୟ ଆକାର ଦେଉଛନ୍ତି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଜଣେ ଶିକ୍ଷକ ଛାତ୍ରଙ୍କ ସ୍ୱପ୍ନ ସହିତ ଜଡିତ ହୁଅନ୍ତି, ସେତେବେଳେ ସେ ସେମାନଙ୍କର ସମ୍ମାନ ଏବଂ ସ୍ନେହ ପାଇବାରେ ସଫଳତା ହାସଲ କରନ୍ତି ।

ଛାତ୍ରମାନଙ୍କ ଜୀବନର ବିଭିନ୍ନ କ୍ଷେତ୍ରରେ ବିବାଦ ଏବଂ ଦ୍ୱନ୍ଦ୍ୱ ଦୂର କରିବାର ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ବିଦ୍ୟାଳୟ, ସମାଜ ତଥା ଘରେ ଛାତ୍ରମାନେ ଯାହା ଅନୁଭବ କରନ୍ତି ସେଥିରେ କୌଣସି ବିବାଦ ନରହିବା ଜରୁରୀ ଅଟେ । ଛାତ୍ରମାନଙ୍କ ବିକାଶ ପାଇଁ ଶିକ୍ଷକ ଏବଂ ଛାତ୍ରମାନଙ୍କ ପରିବାର ସହିତ ସହଭାଗୀମାନଙ୍କ ଦ୍ୱାରା ଏକୀକୃତ ଆଭିମୁଖ୍ୟର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଛାତ୍ରମାନଙ୍କ ପାଇଁ ପସନ୍ଦ ଏବଂ ନାପସନ୍ଦ ନରଖିବା ଏବଂ ପ୍ରତ୍ୟେକ ଛାତ୍ରଙ୍କୁ ସମାନ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଜାତୀୟ ଶିକ୍ଷା ନୀତି ଦ୍ୱାରା ପ୍ରାପ୍ତ ସଫଳତାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସଠିକ୍ ଦିଗରେ ଏକ ପଦକ୍ଷେପ । ଜାତୀୟ ଶିକ୍ଷା ନୀତିକୁ ଏକାଧିକ ଥର ପଢିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇଥିଲେ ଯେଉଁଠାରେ ସେ ଭଗବତ ଗୀତା ବାରମ୍ବାର ପଢୁଥିଲେ ଏବଂ ପ୍ରତ୍ୟେକ ଥର ସେ ଏକ ନୂତନ ଅର୍ଥ ପାଇଥିଲେ । ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଏପରି ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ସରକାରୀ ଦଲିଲ ଛାତ୍ରଛାତ୍ରୀଙ୍କ ଜୀବନର ଆଧାରରେ ପରିଣତ ହେବ । ସେ କହିଛନ୍ତି, ନୀତି ପ୍ରଣୟନରେ ଶିକ୍ଷକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବାରେ ଶିକ୍ଷକମାନଙ୍କର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କର ସ୍ୱାଧୀନତା ଦିବସର "ପଞ୍ଚ ପ୍ରାଣ” ଘୋଷଣାକୁ ସ୍ମରଣ କରି କହିଥିଲେ ଯେ ଏହି ପଞ୍ଚ ପ୍ରାଣଗୁଡିକ ନିୟମିତ ଭାବେ ବିଦ୍ୟାଳୟଗୁଡ଼ିକରେ ଆଲୋଚନା ହୋଇପାରେ ଯାହାଦ୍ୱାରା ଛାତ୍ରମାନଙ୍କ ପାଇଁ ସେମାନଙ୍କର ଆବେଗ ସ୍ପଷ୍ଟ ହେବ । ଏହି ସଂକଳ୍ପଗୁଡିକ ଦେଶର ପ୍ରଗତିର ଏକ ମାଧ୍ୟମ ଭାବରେ ପ୍ରଶଂସିତ ହେଉଛି ଏବଂ ସେମାନଙ୍କୁ ଶିଶୁ ଏବଂ ଛାତ୍ରମାନଙ୍କ ସହ ଯୋଗାଯୋଗ କରିବାର ଏକ ଉପାୟ ଖୋଜିବା ଆବଶ୍ୟକ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ସମଗ୍ର ଦେଶରେ ଏପରି ଛାତ୍ର ରହିବା ଉଚିତ ନୁହେଁ, ଯାହା ପାଖରେ ୨୦୪୭ ପାଇଁ ସ୍ୱପ୍ନ ନାହିଁ । ସେ କହିଛନ୍ତି ଯେ ଦାଣ୍ଡି ଯାତ୍ରା ଏବଂ ଭାରତ ଛାଡ ବର୍ଷଗୁଡିକ ମଧ୍ୟରେ ମଧ୍ୟରେ ଦେଶକୁ ଆଚ୍ଛାଦିତ କରିଥିବା ଆବେଗକୁ ପୁଣି ଥରେ ଆରମ୍ଭ କରିବାର ଆବଶ୍ୟକତା ରହିଛି ।

ବ୍ରିଟେନକୁ ଅତିକ୍ରମ କରି ବିଶ୍ୱର ୫ମ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାରେ ଭାରତର କୃତିତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାୟ ୨୫୦ ବର୍ଷ ଧରି ଭାରତ ଉପରେ ଶାସନ କରୁଥିବା ଲୋକଙ୍କୁ ଅତିକ୍ରମ କରିବାର ଆନନ୍ଦ ଷଷ୍ଠ ବୃହତ୍ତମରୁ ୫ମ ବୃହତ୍ତମ ଅଥୀନୀତିକୁ ଉନ୍ନୀତ ମାନ୍ୟତା ପରିସଂଖ୍ୟାନକୁ ବଦଳାଇ ଦେଇଛି । ପ୍ରଧାନମନ୍ତ୍ରୀ ତ୍ରିରଙ୍ଗାର ଆବେଗକୁ ଆଲୋକପାତ କରିଥିଲେ ଯାହା ଦ୍ୱାରା ଭାରତ ଆଜିର ଦୁନିଆରେ ନୂତନ ଉଚ୍ଚତା ହାସଲ କରିଥିଲା । ଆଜି ଏହି ଆବେଗ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆବେଗର ସହିତ ଦେଶପାଇଁ ବଞ୍ଚିବା, ମରିବା ଲାଗି ଳଢିବାକୁ ଅନୁରୋଧ କରିଥିଲେ ଯାହା ୧୯୩୦ ରୁ ୧୯୪୨ ପର୍ଯ୍ୟନ୍ତ ପ୍ରତ୍ୟେକ ଭାରତୀୟ ବ୍ରିଟିଶମାନଙ୍କ ସହିତ ଲଢୁଥିବାବେଳେ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି, ମୁଁ ମୋ ଦେଶକୁ ପଛରେ ପକାଇବାକୁ ଦେବି ନାହିଁ । ଆମେ ହଜାର ହଜାର ବର୍ଷର ଦାସତ୍ୱର ଶିକୁଳି ଭାଙ୍ଗିଛୁ, ଏବଂ ବର୍ତ୍ତମାନ ଆମେ ଏହାକୁ ଅଟକାଇବାକୁ ନାହିଁ । ଆମେ କେବଳ ଆଗକୁ ବଢିବା ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କରିବାବେଳେ ଦେଶର ଶିକ୍ଷକମାନଙ୍କୁ ଭବିଷ୍ୟତର ଭାରତ ପାଇଁ ସମାନ ଆବେଗକୁ ଅନୁକରଣ କରିବାକୁ ଅନୁରୋଧ କରିଥିଲେ ଯାହା ଦ୍ୱାରା ଏହାର ଶକ୍ତି ବହୁଗୁଣିତ ହେବ ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନର ଉଦ୍ଦେଶ୍ୟ ହେଉଛି ଦେଶର କେତେକ ଶ୍ରେଷ୍ଠ ଶିକ୍ଷକଙ୍କ ଅନନ୍ୟ ଅବଦାନକୁ ପାଳନ ଏବଂ ସମ୍ମାନିତ କରିବା, ଯେଉଁମାନେ ସେମାନଙ୍କର ପ୍ରତିବଦ୍ଧତା ଏବଂ ପରିଶ୍ରମ ଦ୍ୱାରା କେବଳ ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତାର ଉନ୍ନତି କରିନାହାଁନ୍ତି ବରଂ ସେମାନଙ୍କ ଛାତ୍ରମାନଙ୍କ ଜୀବନକୁ ମଧ୍ୟ ସମୃଦ୍ଧ କରିଛନ୍ତି । 

ଏହି ଜାତୀୟ ପୁରସ୍କାର ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଯୋଗ୍ୟ ଶିକ୍ଷକମାନଙ୍କୁ ମାନ୍ୟତା ପ୍ରଦାନ କରେ । ଏହି ପୁରସ୍କାର ପାଇଁ ଚଳିତ ବର୍ଷ ଦେଶର ୪୫ ଜଣ ଶିକ୍ଷକଙ୍କୁ ତିନି ପର୍ଯ୍ୟାୟରେ ଏକ କଠୋର ଏବଂ ସ୍ୱଚ୍ଛ ଅନଲାଇନ୍ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଛି ।

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s exports hit $43.56 billion in April as shipments record double-digit growth

Media Coverage

India’s exports hit $43.56 billion in April as shipments record double-digit growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the virtues of firm resolve, self-control, and wisdom
June 02, 2026

Prime Minister Shri Narendra Modi today shared a Sanskrit Subhashitam, observing that firm resolve and self-control are the powers that make even the most difficult paths easy. Shri Modi highlighted that today, our youth are continuously engaged in nation-building with this very resolve.

The Prime Minister posted on X:

"दृढ़ निश्चय और आत्म-संयम वह शक्ति है, जो कठिन से कठिन राह को भी आसान बना देती है। आज हमारे युवा साथी इसी संकल्प के साथ राष्ट्र निर्माण में निरंतर जुटे हुए हैं।

निश्चित्य यः प्रक्रमते
नान्तर्वसति कर्मणः।

अबन्ध्यकालो वश्यात्मा
स वै पण्डित उच्यते॥"

A person who begins a task after careful deliberation and with firm resolve, who never leaves it unfinished, who uses time wisely and who maintains complete control over their senses, such a person alone is truly wise.