୧.୭ ଲକ୍ଷରୁ ଅଧିକ ଲାଭାର୍ଥୀମାନଙ୍କୁ ଇ- ପ୍ରପର୍ଟିକ କାର୍ଡ଼ ପ୍ରଧାନମନ୍ତ୍ରୀ କହଲ ହସ୍ତାନ୍ତର
ଦେଶର ଗ୍ରାମମାନଙ୍କୁ, ଗ୍ରାମର ସମ୍ପତ୍ତିକୁ, ଜମି ଏବଂ ଘର ସହିତ ଜଡ଼ିତ ରେକର୍ଡ଼ସ୍‍ର ଅନିଶ୍ଚିତତା ଏବଂ ଅବିଶ୍ୱାସରୁ ମୁକୁଳିବା ଏକାନ୍ତ ଜରୁରି ।
“ସ୍ୱାଧୀନତା ପ୍ରାପ୍ତିର ଦଶନ୍ଧି ଦଶନ୍ଧି ବିତି ସାରିଛି, ଭାରତର ଗାଁର ଖୁବ୍‍ ବିରାଟ ସାମର୍ଥ୍ୟକୁ ଦୃଢ଼ଭାବେ ଧରି ରଖିଛନ୍ତି ଗ୍ରାମବାସୀ; ଗାଁର ଯେଉଁ ଶକ୍ତି ରହିଛି, ଗାଁର ଲୋକମାନଙ୍କର ଯେଉଁ କ୍ଷେତ ରହିଛି, ଯେଉଁ ଘର ଅଛି, ଏହାର ଉପଯୋଗ ଗାଁର ଲୋକମାନେ ନିଜର ବିକାଶ ନିମନ୍ତେ ସଂପୂର୍ଣ୍ଣ ରୂପେ କରିପାରୁନଥିଲେ ।”
“ସ୍ୱାମୀତ୍ୱ ଯୋଜନା ଆଧୁନିକ ପ୍ରଯୁକ୍ତିର ସହାୟତାରେ ଦେଶର ଗାଁମାନଙ୍କର ବିକାଶ ଏବଂ ବିଶ୍ୱାସର ନୂତନ ମନ୍ତ୍ର ।”
“ଏବେ ଗରିବ ଲୋକମାନଙ୍କ ନିକଟକୁ ସରକାର ନିଜେ ଯାଇ ପହଞ୍ଚୁଛନ୍ତି ଏବଂ ଗରିବ ଲୋକମାନଙ୍କୁ ସଶକ୍ତ କରୁଛନ୍ତି ।”
“ଏଠାରେ ଯେଉଁ ଡ୍ରୋନ ଉଡୁଛି, ତାହା ଭାରତର ଗାଁମାନଙ୍କୁ ନୂତନ ଉଡାଣ ଦେବାକୁ ଯାଉଛି ।”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟ ପ୍ରଦେଶର “ସ୍ୱାମୀତ୍ୱ” ଯୋଜନାର ଲାଭାର୍ଥୀମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ଜରିଆରେ ଭାବ ବିନିମୟ କରିଛନ୍ତି । ଏହି ଅବସରରେ ଏହି ଯୋଜନା ଅଧୀନରେ ଉପକୃତ ହୋଇଥିବା ପ୍ରାୟ ୧,୭୧,୦୦୦ ଲାଭାର୍ଥମାନଙ୍କୁ ସେ ଇ- ପ୍ରପର୍ଟି କାର୍ଡ଼ ବିତରଣ କରିଥିଲେ । କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ରୀୟ ମନ୍ତ୍ରୀ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକ, ବିଭିନ୍ନ ଲାଭାର୍ଥୀ, ଗାଁ, ଜିଲ୍ଲା ଏବଂ ରାଜ୍ୟର ଅଧିକାରୀମାନେ ଉପସ୍ଥିତ ଥିଲେ ।

ହରଦାର ହଂଡ଼ିୟାର ଶ୍ରୀ ପବନଙ୍କ ସହିତ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମ୍ପତ୍ତି କାର୍ଡ଼ ପାଇବା ପରେ ସେ କିଭଳି ଅନୁଭବ କରୁଛନ୍ତି ବୋଲି ପଚାରିଥିଲେ । ଶ୍ରୀ ପବନ କହିଲେ ଯେ ଏହି କାର୍ଡ଼ ଦ୍ୱାରା ସେ ୨ ଲକ୍ଷ ୯୦ ହଜାର ଟଙ୍କାର ଋଣର ନେଇଛନ୍ତି ଏବଂ ସେଥିରେ ଗୋଟିଏ ଦୋକାନ ଭଡ଼ାରେ ନେଇଛନ୍ତି । ଇତ୍ୟବସରେ ସେ ଦୋକାନରୁ ରୋଜଗାର କରି ନିଜ କରଜ ଶୁଝିବା ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କହିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କୁ ଡିଜିଟାଲ ମାଧ୍ୟମରେ ନେଣ- ଦେଣ ବୃଦ୍ଧି କରିବା ସକାଶେ କହିଥିଲେ । ଶ୍ରୀ ମୋଦୀ ଗାଁରେ ସର୍ଭେ କରୁଥିବା ଡ୍ରୋନ ବିଷୟରେରେ ଗ୍ରାମବାସୀମାନଙ୍କ ଅନୁଭବ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ । ଶ୍ରୀ ପବନ କହିଲେ ଯେ କାର୍ଡ ପାଇବାର ଅନୁଭବ ତାଙ୍କ ପାଇଁ ବେଶ୍‍ ସୁଖକର ଏବଂ ଏହା ତାଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି । ପ୍ରଧାନମନ୍ତ୍ରୀ କହିଲେ ଯେ ନାଗରିକମାନଙ୍କ ଜୀବନଯାପନକୁ ସହଜ ଓ ସୁଗମ କରିବା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ ପିଏମ ସ୍ୱାମୀତ୍ୱ ଯୋଜନା ଅଧୀନରେ ପ୍ରକର୍ଟି କାର୍ଡ଼ ମିଳିବା ସଂପର୍କରେ ଡିଣ୍ଡୋରୀର ଶ୍ରୀ ପ୍ରେମ ସିଂହଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଡ୍ରୋନ ମାଧ୍ୟମରେ ମ୍ୟାପିଂରେ ଲାଗୁଥିବା ସମୟ ସଂପର୍କରେ ମଧ୍ୟ ଲୋକମାନଙ୍କ ଠାରୁ ପଚାରି ବୁଝିଥିଲେ । ସେ ଶ୍ରୀ ପ୍ରେମ ସିଂହଙ୍କୁ ପ୍ରପର୍ଟି କାର୍ଡ଼ ପାଇବା ପରେ ତାଙ୍କର ଭବିଷ୍ୟତର ଯୋଜନା ସଂପର୍କରେ ପଚାରିଥିଲେ । ଶ୍ରୀ ପ୍ରେମ ସିଂହ କହିଲେ ଯେ ଏବେ ତାଙ୍କର ଯୋଜନା ହେଲା ନିଜର ଘରକୁ କେମିତି ପକ୍କାଘରେ ପରିଣତ କରିବେ । ପ୍ରଧାନମନ୍ତ୍ରୀ ତାଙ୍କ ପଚାରିଥିଲେ ଯେ ଏହି ଯୋଜନା ସଂପର୍କରେ ସେ ପ୍ରଥମେ କେଉଁଠୁ ଖବର ପାଇଥିଲେ । ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଅଭିଯାନ ପରେ ଗରିବ ଓ ବଞ୍ôଚତ ଲୋକମାନଙ୍କ ସମ୍ପତ୍ତିର ସୁରକ୍ଷା ବିଷୟରେ ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଯୋଜନା ମାଧ୍ୟମରେ ସମ୍ପତ୍ତି କାର୍ଡ଼ ପାଇବା ପରେ ବୁଧନୀ- ସୀହୋରର ଶ୍ରୀମତୀ ବିନିତା ବାଈଙ୍କୁ ତାଙ୍କର ଭବିଷ୍ୟତର କାର୍ଯ୍ୟଯୋଜନା ବିଷୟରେ ଜାଣିବାକୁ ଚାହିଁଥିଲେ । ଶ୍ରୀମତୀ ବିନିତା ବାଈ ତାଙ୍କ ଉତ୍ତରରେ କହିଥିଲେ ଯେ ସେ ବ୍ୟାଙ୍କରୁ ଋଣ ନେଇ ଗୋଟିଏ ଦୋକାନ ଖୋଲିବାକୁ ଯୋଜନା କରିଛନ୍ତି । ସେ ନିଜର ସମ୍ପତ୍ତିର ସୁରକ୍ଷା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ଯୋଜନା ଦ୍ୱାର ଅଦାଲତ ଏବଂ ଗାଁରେ ମାମଲାର ବୋଝ ହ୍ରାସ ପାଇବ ଏବଂ ଦେଶର ପ୍ରଗତି ସମ୍ଭବପର ହୋଇପାରିବ । ପ୍ରଧାନମନ୍ତ୍ରୀ ତାଙ୍କୁ ଏବଂ ତାଙ୍କର ପରିବାରବର୍ଗଙ୍କୁ ନବରାତ୍ରୀର ଶୁଭକାମନା ଜ୍ଞାପନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ପିଏମ ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ ସହିତ ବ୍ୟାଙ୍କମାନଙ୍କ ଠାରୁ ଋଣ କରିବା ଏବେ ସହଜସାଧ୍ୟ ହୋଇପାରିଛି । ସରକାର ଏହି ଯୋଜନାକୁ ଯେଉଁ ଗତିରେ ଲାଗୁ କରିଛନ୍ତି, ସେଥିପାଇଁ ସେ ମଧ୍ୟ ପ୍ରଦେଶ ସରକାରଙ୍କର ପ୍ରଶଂସା କରିଥିଲେ । ଏବେସୁଦ୍ଧା ରାଜ୍ୟର ୩୦୦୦ ଗାଁର ୧.୭୦ ଲକ୍ଷ ପରିବାରଙ୍କୁ ଏହି କାର୍ଡ଼ ବଣ୍ଟନ କରାଯାଇଛି । ସେ କହିଥିଲେ ଯେ ସେହି କାର୍ଡ଼ ସେମାନଙ୍କ ପାଇଁ ସମୃଦ୍ଧିର ଇଂଜିନରେ ପରିଣତ ହେବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏକଥା ଆମେ ଅଧିକାଂଶ ସମୟରେ କହି- ଶୁଣି ଆସୁଛୁ ଯେ ଭାରତର ଆତ୍ମା ଗାଁରେ ହିଁ ରହିଛି । କିନ୍ତୁ ସ୍ୱାଧୀନତାର ଦଶନ୍ଧି ଦଶନ୍ଧି ବିତିସାରିଛି, ଭାରତର ଗାଁମାନଙ୍କର ପର୍ଯ୍ୟାପ୍ତ ସାମର୍ଥ୍ୟକୁ ଅବଦମିତ ଅବସ୍ଥାରେ ରଖାଯାଇଛି । ଗାଁର ଯେଉଁ ଶକ୍ତି ଅଛି, ଗାଁ ଲୋକମାନଙ୍କର ଯେଉଁ ଜମି ଅଛି, ଯେଉଁ ଘର ଅଛି, ଏହାର ଉପଯୋଗ ଗାଁର ଲୋକମାନେ ନିଜର ବିକାଶ ନିମନ୍ତେ ସଂପୂର୍ଣ୍ଣ ରୂପେ କରିପାରୁନଥିଲେ । ଅପରପକ୍ଷେ, ଗାର୍ଣ ଜମି ଏବଂ ଗାଁର ଘରକୁ ନେଇ ବିବାଦ, ଲଢ଼େଇ ଝଗଡ଼ା, ବେଆଇନ ଭାବେ କବ୍ଚା କରିନେବାରେ ଗ୍ରାମବାସୀମାନଙ୍କର ଶକ୍ତି ଓ ସମୟ ବରବାଦ ହେଉଥିଲା । ପ୍ରଧାନମନ୍ତ୍ରୀ ସେମାନଙ୍କୁ ସ୍ମରଣ କରାଇ କହିଥିଲେ ଯେ କିପରି ମହାତ୍ମା ଗାନ୍ଧୀ ମଧ୍ୟ ଏହି ସମସ୍ୟା ପାଇଁ ଚିନ୍ତିତ ଥିଲେ ଏବଂ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ନିଜ କାର୍ଯ୍ୟକାଳ ଅବସରରେ ଏହି କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିଥିଲେ । “ସମରସ ଗ୍ରାମ ପଞ୍ଚାୟତ ଯୋଜନା”କୁ ମଧ୍ୟ ଏହି ଅବସରରେ ସେ ସ୍ମରଣ କରିଥିଲେ । 

ପ୍ରଧାନମନ୍ତ୍ରୀ କହିଲେ ଯେ କରୋନା ସମୟରେ ସମ୍ପାଦନ କରାଯାଇଥିବା କାର୍ଯ୍ୟ ନିମନ୍ତେ ଗ୍ରାମବାସୀମାନେ ବାସ୍ତବିକ ପ୍ରଶଂସାର ପାତ୍ର । ସେ କହିଲେ ଯେ ଆମେ ଏହି କରୋନା ଅବଧିରେ ମଧ୍ୟ ଏହା ଦେଖିଛେ ଯେ କିପରି ଭାବେ ଭାରତର ଗ୍ରାମମାନେ ମିଳିମିଶି ଏକ ଲକ୍ଷ୍ୟରେ କାର୍ଯ୍ୟ ସଂପାଦନ କରିପାରନ୍ତି । ବହୁତ ସତର୍କତାର ସହିତ ଏହି ମହାମାରୀର ମୁକାବିଲା ମଧ୍ୟ ସେମାନେ କରିଛନ୍ତି । ସେ କହିଲେ ଯେ ବାହାରୁ ଆସିଥିବା ଲୋକମାନଙ୍କ ନିମନ୍ତେ ରହିବା ଲାଗ ପୃଥକ୍‍ ବ୍ୟବସ୍ଥା ହେବା ଦରକାର, ଭୋଜନ ଏବଂ କାର୍ଯ୍ୟର ମଧ୍ୟ ବ୍ୟବସ୍ଥା ହେବା ଉଚିତ । ଟିକାକରଣ ସହିତ ସଂଶ୍ଳିଷ୍ଟ କାର୍ଯ୍ୟ, ଭାରତର ଗାଁମାନେ ଏବେ ଢ଼େର୍‍ ଆଗକୁ ଆଗାଉଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ଜଟିଳ ସମୟରେ ଗାଁଗୁଡ଼ିକ ମହାମାରୀକୁ ରୋକିବା ସକାଶେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।  

ପ୍ରଧାନମନ୍ତ୍ରୀ ଦେଶର ଗାଁଗୁଡ଼ିକ, ଗାଁର ସମ୍ପତ୍ତିକୁ, ଜମି ଓ ଘର ସହିତ ଜଡ଼ିତ ରେକର୍ଡ଼ସ୍‍କୁ ଅନିଶ୍ଚିତତା ଏବଂ ଅବିଶ୍ୱାସ ସ୍ଥିତିରୁ ମୁକ୍‍ କରିବା ଉପରେ ମହତ୍ତ୍ୱ ଦେବା ଉଚିତ ବୋଲି ମତ ପୋଷଣ କରିଥିଲେ । ସେ କହିଲେ ଯେ ସ୍ୱାମୀତ୍ୱ ଯୋଜନା ଗାଁର ଆମର ଭାଇ ଓ ଭଉଣୀମାନଙ୍କର ବହୁତ ବଡ଼ ଶକ୍ତି ହେବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱାମୀତ୍ୱ ଯୋଜନା କେବଳ ଏକ ଆଇନଗତ ପ୍ରଦାନ କରିବାର ଯୋଜନା ନୁହେଁ, ଅପରନ୍ତୁ ଏହା ଆଧୁନିକ ପ୍ରଯୁକ୍ତିର ସହଯୋଗିତାରେ ଦେଶର ଗ୍ରାମଗୁଡ଼ିକର ବିକାଶ ଏବଂ ବିଶ୍ୱାସରେ ସୁଧାର ଆଣିବାର ନୂତନ ମନ୍ତ୍ର । ଉଡନ ଖଟୋଲା (ଡ୍ରୋନ) ଯାହା ଗାଁ ଏବଂ ଘରମାନଙ୍କର ସର୍ବେକ୍ଷଣ ନିମନ୍ତେ ଉଡାଯାଉଛି ତାହା ଭାରତର ଗାଁଗୁଡ଼ିକୁ ପ୍ରଗତି ପଥରେ ଉଡ଼ିବା ନିମନ୍ତେ ସହାୟକ ହେବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଲେ ଯେ ଗତ ୬ -୭ ବର୍ଷ ଭିତରେ ସରକାର ଏହି ପ୍ରୟାସ କରିଆସୁଛନ୍ତି ଯେ ଗରିବ ଲୋକମାନେ ସକଳ ପ୍ରକାର ନିର୍ଭରତାରୁ କିପରି ମୁକ୍ତ ହୋଇପାରିବେ । ଏବେ କ୍ଷେତର ଛୋଟ ଛୋଟ ଆବଶ୍ୟକତା ନିମନ୍ତେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ସିଧାସଳଖ ଟଙ୍କା କୃଷକମାନଙ୍କ ଜମାଖାତାକୁ ପଠାଯାଇପାରୁଛି ବୋଲି କହିଥିଲେ । ଏବେ ସେ ସମୟ ପଛରେ ରହିଗଲାଣି ଯେତେବେଳେ ଗରିବ ଲୋକମାନଙ୍କୁ ପ୍ରତି କାର୍ଯ୍ୟ ନିମନ୍ତେ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ଓ ଚକ୍କର ଲଗାଇବାକୁ ପଡ଼ିବ । ଏବେ ଗରିବ ଲୋକମାନଙ୍କ  ପାଖକୁ ଖୋଦ୍‍ ସରକାର ଚାଲିଚାଲି ଆସିବା ଆରମ୍ଭ କରିଛି ଏବଂ ଗରିବମାନେ ସଶକ୍ତ ହେଉଛନ୍ତି । ସେମାନେ ମୁଦ୍ରା ଯୋଜନା ବିନା ବନ୍ଧକରେ ଋଣ ମାଧ୍ୟମରେ ଲୋକମାନଙ୍କୁ ଧନ ଉପଲବ୍ଧ କରାଇବାର ଉଦାହରଣ  ଦେଇଥିଲେ । ସେ କହିଲେଯେ ବିଗତ ୬ ବର୍ଷ ମଧ୍ୟରେ ଲୋକମାନଙ୍କ ନିମନ୍ତେ ୧୫ ଲକ୍ଷ କୋଟି ଟଙ୍କାର ରାଶି ପାଖାପାଖି ୨୯ କୋଟି ଋଣ ମଂଜୁର କରାଯାଇଛି । ସେ କହିଲେ ଯେ ଆଜି ଦେଶରେ ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି ଯେଉଁମାନେ ଜନ ଧନ ଜମା ଖାତା ମାଧ୍ୟମରେ ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥା ସହିତ ଯୋଡ଼ି ହୋଇ ରହିଛନ୍ତି । ନିକଟରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ କୌଣସି ବନ୍ଧକ ବିନା ଋଣ ପ୍ରଦାନ ସୀମା ୧୦ ଲକ୍ଷରୁ ବଢ଼ାଇ ୨୦ ଲକ୍ଷ ଟଙ୍କା କରିଦିଆଯାଇଥିବା ସୂଚାଇଥିଲେ । ଏହିଭଳି ଭାବେ ସ୍ୱନିଧି ଯୋଜନା ଅଧୀନରେ ୨୫ ଲକ୍ଷରୁ ଅଧିକ ବୁଲାବିକାଳୀଙ୍କୁ ମଧ୍ୟ ଋଣ ଯୋଗାଇ ଦିଆଯାଇଥିବା ସେ ଅବତାରଣା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ନିକଟରେ ସରକାର ଅନେକ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯଦ୍ୱାରା କୃଷକମାନେ, ରୋଗୀମାନେ ଏବଂ ଦୂରଦୂରାନ୍ତ କ୍ଷେତ୍ରକୁ ଡ୍ରୋନ ଟେକ୍ନୋଲୋଜି ଦ୍ୱାର ଅଧିକରୁ ଅଧିକ ଫାଇଦା ପ୍ରାପ୍ତ ହୋଇପାରିବ । ଆଧୁନିକ ଡ୍ରୋନ ବହୁ ସଂଖ୍ୟାରେ ଭାରତରେ ହିଁ ପ୍ରସ୍ତୁତ ହେଉଛି ଏବଂ ଏହି କ୍ଷେତ୍ରରେ ଏବେ ଭାରତ ଆତ୍ମନିର୍ଭର ହେଉ ସେଥିପାଇଁ ପିଏଲଆଇ ସ୍କିମ୍‍ ସରକାର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଦେଶର ବୈଜ୍ଞାନିକ, ଇଂଜିନିୟର, ସଫ୍ଟୱେର ଡେଭଲପର ଏବଂ ଷ୍ଟାର୍ଟ ଅପ୍‍ ଉଦ୍ଦ୍ୟୋଗୀମାନଙ୍କୁ ଭାରତରେ କମ୍‍ ମୂଲ୍ୟରେ ପ୍ରସ୍ତୁତ ହେଉଥିବା ଡ୍ରୋନ ନିର୍ମାଣ ନିମନ୍ତେ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ । ସେ କହିଲେ ଯେ ‘ଡ୍ରୋନ୍‍ ଭାରତକୁ ନୂତନ ଉଚ୍ଚତାକୁ ନେଇ ଯିବାର କ୍ଷମତା ରହିଛି ।”

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”