PM Modi leads India as SAARC nations come together to chalk out ways to fight Coronavirus
India proposes emergency fund to deal with COVID-19
India will start with an initial offer of 10 million US dollars for COVID-19 fund for SAARC nations
PM proposes set up of COVID-19 Emergency Fund for SAARC countries

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସିଂ ଜରିଆରେ କୋଭିଡ଼-19ର ମିଳିତ ମୁକାବିଲା ସଂପର୍କରେ ଦକ୍ଷିଣ ଏସୀୟ କ୍ଷେତ୍ରୀୟ ସହଯୋଗ ସଂଗଠନ (ସାର୍କ) ସଦସ୍ୟଭୁକ୍ତ ରାଷ୍ଟ୍ରର ନେତୃବର୍ଗଙ୍କ ସହ ଆଲୋଚନା କରିଛନ୍ତି । ଏଥିପାଇଁ ଏକ ମିଳିତ ସମାନ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।

ସମାନ ଇତିହାସ : ସାମୂହିକ ଭବିଷ୍ୟତ

ଏତେ କମ୍ ସମୟ ଭିତରେ ଏହି ସମ୍ମିଳନୀରେ ସାମିଲ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସାର୍କ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି କ୍ଷେତ୍ରର ଜନସାଧାରଣଙ୍କର ଏକ ସମାନ ଐତିହାସିକ ପୃଷ୍ଠଭୂମି ରହିଛି ଏବଂ ସେମାନେ ସମସ୍ତେ ସମାନତା ସୂତ୍ରରେ ଆବଦ୍ଧ । ସାର୍କ ସଦସ୍ୟଭୁକ୍ତ ରାଷ୍ଟ୍ରର ସମାଜ ଓ ଜନସାଧାରଣ ପରସ୍ପର ସହ ସଂପୂର୍ଣ୍ଣ ଭାବେ ଏକତା ସୂତ୍ରରେ ବନ୍ଧା । ତେଣୁ କୋଭିଡ଼-19 ଭଳି ଚାଲେଞ୍ଜର ମୁକାବିଲା କରିବା ସକାଶେ ଏହି କ୍ଷେତ୍ରର ରାଷ୍ଟ୍ରମାନେ ଏକ ମିଳିତ କାର୍ଯ୍ୟପନ୍ଥା ବାହାର କରିବା ଏକାନ୍ତ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।

ବିଷ୍ୟତର କାର୍ଯ୍ୟପନ୍ଥା

ପରସ୍ପର ମଧ୍ୟରେ ସହଯୋଗର ମନୋଭାବ ପୋଷଣ କରି, ପ୍ରଧାନମନ୍ତ୍ରୀ ତାଙ୍କର ଭିଡ଼ିଓ କନଫରେନ୍ସ ଆଲୋଚନା ଅବସରରେ ପ୍ରସ୍ତାବ ଦେଇଛନ୍ତି ଯେ ଏହି କ୍ଷେତ୍ର ସକାଶେ କୋଭିଡ଼-19 ନାମକ ଏକ ଜରୁରି ପାଣ୍ଠି ଗଠନ କରାଯିବା ଆବଶ୍ୟକ ଏବଂ ଏଥିପାଇଁ ସଦସ୍ୟ ରାଷ୍ଟ୍ରମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କର ଆର୍ଥିକ ସହଯୋଗ ଯୋଗାଇ ଦେବା ଜରୁରି । ଭାରତ ଏହି ପାଣ୍ଠି ପାଇଁ ପ୍ରାଥମିକ ପର୍ଯ୍ୟାୟରେ 10 ନିୟୁତ ଆମେରିକୀୟ ଡଲାର ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ । ଏହି ପାଣ୍ଠିକୁ ଯେକୌଣସି ସଦସ୍ୟରାଷ୍ଟ୍ର ସେମାନଙ୍କର ଜରୁରି ଆବଶ୍ୟକତା ସକାଶେ ବ୍ୟବହାର କରିପାରିବେ । ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ କୋଭିଡ଼-19ର ମୁକାବିଲା ସକାଶେ ଡାକ୍ତରମାନଙ୍କର ଏକ ରାପିଡ଼ ରେସପନ୍ସ ଟିମ୍ ଗଠନ କରୁଛି ଏବଂ ସେଥିରେ ବିଶେଷଜ୍ଞ ଡାକ୍ତରମାନେ ମଧ୍ୟ ରହିବେ । ସେମାନଙ୍କ ପାଖରେ ଟେଷ୍ଟିଂ କିଟ୍ ଠାରୁ ନେଇ ଅନ୍ୟାନ୍ୟ ଉପକରଣ ଯାହାକି ସଦାସର୍ବଦା ମହଜୁଦ ରଖାଯିବାର ଆବଶ୍ୟକତା ରହିଛି ତାହା ସାର୍କ ସଦସ୍ୟଭୁକ୍ତ ରାଷ୍ଟ୍ରମାନଙ୍କ ଆବଶ୍ୟକତା ପାଇଁ ସଦାବେଳେ ଉପଲବ୍ଧ ରହିବ ।

ପ୍ରଧାନମନ୍ତୀ ଆହୁରି ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଯେ ଯେକୌଣସି ପ୍ରତିବେଶୀ ରାଷ୍ଟ୍ରଙ୍କ ସକାଶେ ଏମର୍ଜେନ୍ସି ରେସପନ୍ସ ଟିମର ଏକ ଅନଲାଇନ ତାଲିମ କ୍ୟାପସୁଲର ବ୍ୟବସ୍ଥା କରାଯିବ ଏବଂ ଭାରତର ସମନ୍ୱିତ ରୋଗ ସତର୍କତା ପୋର୍ଟାଲର ସଫ୍ଟଓୟାରକୁ ଭାରତ ଏଥିପାଇଁ ଯୋଗାଇଦେବ ଯହାକି ଏଭଳି ରୋଗବାହୀ ଭୂତାଣୁର ସମ୍ଭାବ୍ୟ ବହନକାରୀଙ୍କୁ ଚିହ୍ନଟ କରିବା ଏବଂ ଏହା କେଉଁ କେଉଁ ଲୋକମାନଙ୍କୁ ସଂକ୍ରମିତ ହୋଇଛି ସେ ସଂପର୍କରେ ସହଜରେ ସୂଚନା ପ୍ରାପ୍ତ କରାଯାଇପାରିବ । ବର୍ତ୍ତମାନର ବ୍ୟବସ୍ଥା ଯଥା ସାର୍କ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରକୁ ଏହାର ଶ୍ରେଷ୍ଠ କାର୍ଯ୍ୟ ପରିଚାଳନାର ପୁଲ୍ ଭାବେ ବ୍ୟବହାର କରାଯାଇପାରିବ ।

ପ୍ରଧାନମନ୍ତ୍ରୀ ସାର୍କ ସଦସ୍ୟ ରାଷ୍ଟ୍ରମାନଙ୍କୁ ପ୍ରସ୍ତାବ ଦେଇ କହିଛନ୍ତି ଯେ ସମାନ ଗବେଷଣା ପ୍ଲାଟଫର୍ମ ଗଠନ କରାଯିବା ଦ୍ୱାରା ସମନ୍ୱିତ ଢାଞ୍ଚାରେ ଗବେଷଣା କରାଯିବା ସହିତ ମହାମାରୀ ଭଳି ବିପଦକୁ ଦକ୍ଷିଣ ଏସିଆ କ୍ଷେତ୍ରରେ ଯଥେଷ୍ଟ ମାତ୍ରାରେ ନିୟନ୍ତ୍ରଣ କରାଯାଇପାରିବ । କୋଭିଡ଼-19ର ଦୀର୍ଘକାଳୀନ ଆର୍ଥିକ ପ୍ରଭାବ ଉପରେ ବିଶେଷଜ୍ଞମାନେ ମଧ୍ୟ ସେମାନଙ୍କର ମାନସମନ୍ଥନ କରିବା ଆବଶ୍ୟକ ଏବଂ ଏହାର ପ୍ରଭାବରୁ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ବାଣିଜ୍ୟ କାରବାର ଏବଂ ସ୍ଥାନୀୟ ଭାଲ୍ୟୁ ଚେନକୁ ସୁରକ୍ଷିତ ରଖାଯାଇପାରିବ ତାହା ଉପରେ ସାର୍କ ନେତୃବର୍ଗ ଗୁରୁତ୍ୱର ସହ ଆଲୋଚନା କରିବା ଉଚିତ ।

ସାର୍କ ନେତୃବର୍ଗ ପ୍ରଧାନମନ୍ତ୍ରୀଙ୍କ ଏଭଳି ପ୍ରସ୍ତାବ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ ସଂକଳ୍ପକୁ ଦୋହରାଇ କହିଥିଲେ ଯେ ପରସ୍ପର ସହ ହାତ ମିଳାଇ ଏଭଳି ବିପଦର ମୁକାବିଲା କରିବା ଉଚିତ । ସେ କହିଲେ ଯେ ସାର୍କ କ୍ଷେତ୍ରର ପ୍ରତିବେଶୀ ରାଷ୍ଟ୍ରମାନଙ୍କ ମଧ୍ୟରେ ଏଭଳି ସହଯୋଗ ଘଟିଲେ ତାହା ବିଶ୍ୱ ପାଇଁ ଏକ ମଡ଼େଲ ଭାବେ କାର୍ଯ୍ୟ କରିବ ।

ପରସ୍ପର ମଧ୍ୟରେ ଅନୁଭୂତି ବଣ୍ଟନ

ପ୍ରଧାନମନ୍ତ୍ରୀ  କହିଲେ ଯେ ଭାରତ ପାଇଁ ମାର୍ଗଦର୍ଶନର ମନ୍ତ୍ର ହେଲା ‘ପ୍ରସ୍ତୁତ ହୁଅ, ଆତଙ୍କିତ ହୁଅନାହିଁ ।’ ଭାରତ ପକ୍ଷରୁ ଏହି ପରିପ୍ରେକ୍ଷୀରେ ଗ୍ରହଣ କରାଯାଇଥିବା ସକାରାତ୍ମକ ପଦକ୍ଷେପଗୁଡ଼ିକର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏଥିରେ ପର୍ଯ୍ୟାୟକ୍ରମିକ ରେସପନ୍ସ ବ୍ୟବସ୍ଥା, ଯେଉଁମାନେ ବିଦେଶରୁ ଆସି ଦେଶରେ ପହଞ୍ଚୁଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ, ଟେଲିଭିଜନ, ଛାପା ଓ ସାମାଜିକ ଗଣମାଧ୍ୟମରେ ଜନ ସଚେତନତା ଅଭିଯାନ, ତଥା ବିଶେଷ ଭାବେ ଆପଦା ଗୋଷ୍ଠୀଙ୍କ ପାଖରେ ପହଞ୍ଚି ସେମାନଙ୍କ ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯିବା, ନିଦାନ ବ୍ୟବସ୍ଥାକୁ ତ୍ୱରାନ୍ଵିତ କରିବା ଏବଂ ଏଭଳି ବିଶ୍ୱ ମହାମାରୀର ପ୍ରତ୍ୟେକ ପର୍ଯ୍ୟାୟର ପରିଚାଳନା ସକାଶେ ଏକ ପ୍ରୋଟୋକଲର ବିକାଶ ଆଦି ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ କେବଳ ସଫଳତାର ସହ ବିଭିନ୍ନ ଦେଶରେ ଅଟକି ରହିଥିବା ପ୍ରାୟ 1400 ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିନାହିଁ, ଅପରନ୍ତୁ ପ୍ରତିବେଶୀ ରାଷ୍ଟ୍ରର କିଛି ନାଗରିକଙ୍କୁ ମଧ୍ୟ ‘ପ୍ରଥମେ ପ୍ରତିବେଶୀ ନୀତି’ ଆଧାରରେ ଫେରାଇ ଆଣିବାରେ ସହଯୋଗ କରିଛି ।

ଆଫଗାନିସ୍ତାନ ରାଷ୍ଟ୍ରପତି ଅସ୍ରଫ ଘନି କହିଲେ ଯେ ଆଫଗାନିସ୍ତାନ ପାଇଁ ସବୁଠାରୁ ବଡ଼ ବିପଦ ହେଲା ଏହାର ମୁକୁଳା ସୀମା ଯାହା ଇରାନ ସହ ସଂଯୁକ୍ତ । ଏଥିପାଇଁ ସେ ଏକ ଡିଫ୍ୟୁଜନ ବ୍ୟବସ୍ଥାର ମଡ଼େଲ ପ୍ରସ୍ତୁତ କରାଯିବ, ଟେଲି ମେଡ଼ିସିନର ସମାନ ଢାଞ୍ଚା ପ୍ରସ୍ତୁତ ଏବଂ ପ୍ରତିବେଶୀ ରାଷ୍ଟ୍ରମାନଙ୍କ ସହ ଅଧିକ ସହଯୋଗ ସ୍ଥାପନ  ଲାଗି ପ୍ରସ୍ତାବ ଦେଇଛନ୍ତି ।

ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍ ସୋଲି କୋଭିଡ଼-19ର ମୁକାବିଲା ନିମନ୍ତେ ମାଳଦ୍ୱୀପକୁ ଭାରତ ସରକାରଙ୍କ ମେଡ଼ିକାଲ ସହାୟତା ଯୋଗାଣ ସକାଶେ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେହିଭଳି ଉହାନରୁ ମାଳଦ୍ୱୀପର ନାଗରିକଙ୍କ ସ୍ଥାନାନ୍ତରରେ ସହାୟତା କରିଥିବାରୁ ସେ ଭାରତ ସରକାରଙ୍କୁ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି । କୋଭିଡ଼-19 ଦେଶର ପର୍ଯ୍ୟଟନ ଶିଳ୍ପ ଉପରେ ବ୍ୟାପକ ପ୍ରତିକୂଳ ପ୍ରଭାବ ପକାଇଛି ବୋଲି ସେ ଗୁରୁତ୍ୱ ଆରୋପ କରିଥିଲେ । ସେ ପ୍ରସ୍ତାବ ଆଗତ କରିଥିଲେ ଯେ ସାର୍କ ସଦସ୍ୟଭୁକ୍ତ ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ରକ୍ଷା ନେଇ ଘନିଷ୍ଠ ସହଯୋଗ, ଆର୍ଥିକ ରିଲିଫ ପ୍ୟାକେଜ୍ ଗଠନ ଏବଂ ଦୀର୍ଘସୂତ୍ରୀ ରିକଭରି ଯୋଜନା ପ୍ରସ୍ତୁତ କରାଯିବା ଉଚିତ ହେବ ।

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଏହି ଭିଡ଼ିଓ କନଫରେନ୍ସିଂରେ ନିଜର ମତ ରଖି କହିଥିଲେ ଯେ ସାର୍କ ରାଷ୍ଟ୍ରମାନେ ଏଭଳି ଦୁର୍ଗତି ସମୟରେ ପରସ୍ପର ମଧ୍ୟରେ ଘନିଷ୍ଠ ସଂପର୍କ ଓ ସହଯୋଗର ସହ କାର୍ଯ୍ୟ କରିବା ଉଚିତ । ଏଥିପାଇଁ ଏକ ସାର୍କ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଗଠନ କରାଯିବାକୁ ସେ ପ୍ରସ୍ତାବ ଦେଇଥିଲେ । ଦକ୍ଷିଣ ଏସିଆ କ୍ଷେତ୍ରରେ କୋଭିଡ଼-19ର ମୁକାବିଲା ନିମନ୍ତେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏହି ଆଲୋଚନାରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ 23 ଜଣ ବାଂଲାଦେଶୀ ଛାତ୍ରଙ୍କୁ ଚୀନର ଉହାନ ନଗରୀରୁ ଫେରାଇ ଆଣିବାରେ ଭାରତର ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ । ଭାରତୀୟ ଛାତ୍ରମାନଙ୍କୁ କ୍ୱାରାଣ୍ଟାଇନ୍ ଅବଧି ମଧ୍ୟରେ ଉହାନରୁ ଭାରତକୁ ଫେରାଇ ଅଣାଯିବାବେଳେ ଏହି ବାଂଲାଦେଶୀ ଛାତ୍ରମାନଙ୍କୁ ସେମାନଙ୍କ ଦେଶକୁ ଫେରାଇ ଅଣାଯାଇଥିଲା ।  ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରସ୍ତାବ ଦେଇଥିଲେ ଯେ ଏହି କ୍ଷେତ୍ରର ସମସ୍ତ ରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସଚିବମାନଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଟେକ୍ନିକାଲ୍ ସ୍ତରୀୟ ଆଲୋଚନା ଜାରି ରଖାଯିବା ଆବଶ୍ୟକ ।

ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେ ପି ଶର୍ମା ଓଲି କୋଭିଡ଼-19ର ମୁକାବିଲା ସକାଶେ ନେପାଳ ସରକାର ଗ୍ରହଣ କରିଥିବା ପଦକ୍ଷେପ ସଂପର୍କରେ ସାର୍କ ନେତୃବର୍ଗଙ୍କୁ ଅବଗତ କରାଇଥିଲେ । ସେ କହିଲେ ଯେ ସାର୍କ ରାଷ୍ଟ୍ରମାନଙ୍କ ସାମୂହିକ ଜ୍ଞାନ ଓ ପ୍ରୟାସ ହିଁ ଏଭଳି ଏକ ବିଶ୍ୱ ମହାମାରୀକୁ ପ୍ରତିହତ କରିବାରେ ସଂପୂର୍ଣ୍ଣ ରୂପେ ସହାୟକ ହୋଇପାରିବ ।

ଭୁଟାନ ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟେ ସେରିଙ୍ଗ ଏହି ଅବସରରେ ନିଜର ମତ ରଖି କହିଲେ ଯେ ବିଶ୍ୱ ମହାମାରୀ କୌଣସି ଭୌଗୋଳିକ ସୀମାରେଖା ମାନେନାହିଁ । ତେଣୁ ସବୁ ରାଷ୍ଟ୍ର ପରସ୍ପର ସହ ହାତ ମିଳାଇ ଏହାର ମୁକାବିଲା ସକାଶେ କାର୍ଯ୍ୟ କରିବା ଆବଶ୍ୟକ । ସେ କହିଲେ ଯେ ବିଶ୍ୱ ମହାମାରୀ ଅଧିକତର ଭାବେ କ୍ଷୁଦ୍ର ଏବଂ ଦୁର୍ବଳ ଅର୍ଥନୀତିକୁ ଅତି ଅସନ୍ତୁଳିତ ଭାବେ ଆକ୍ରାନ୍ତ କରିଥାଏ । କୋଭିଡ଼- 19 ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଇଛି ବୋଲି ସେ ମତ ପୋଷଣ କରିଥିଲେ ।

ଏହି ଅବସରରେ ଡକ୍ଟର ଜାଫର ମୀର୍ଜା ପ୍ରସ୍ତାବ ଦେଇଥିଲେ ଯେ ସାର୍କ ସଚିବାଳୟ ସ୍ୱାସ୍ଥ୍ୟ ସୂଚନା, ଡାଟା ଆଦାନପ୍ରଦାନ ଏବଂ ରିଅଲ ଟାଇମ ସହଯୋଗ ସକାଶେ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିବା ଜରୁରି । ସାର୍କ ସଦସ୍ୟଭୁକ୍ତ ରାଷ୍ଟ୍ରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ମିଳନୀ ଅନୁଷ୍ଠିତ କରାଇବା ଏବଂ କ୍ଷେତ୍ରୀୟ ବିକାଶ ଯୋଜନା ପ୍ରସ୍ତୁତ କରି ଏଭଳି ରୋଗ ସଂପର୍କୀତ ସତର୍କତା ସୂଚନା ରିଅଲ ଟାଇମ ଆଧାରରେ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Smartphone companies step up festive hiring

Media Coverage

Smartphone companies step up festive hiring
NM on the go

Nm on the go

Always be the first to hear from the PM. Get the App Now!
...
Prime Minister meets His Highness Prince Rahim Aga Khan V, discusses Strengthening Partnership with Aga Khan Development Network
September 10, 2026

The Prime Minister, Shri Narendra Modi, met His Highness Prince Rahim Aga Khan V, the 50th Imam of the Ismaili Community in New Delhi. During the meeting, Shri Modi fondly recalled the late Aga Khan IV, father of His Highness Prince Rahim Aga Khan V, and his enduring contributions to development efforts.

The Prime Minister discussed ways to further strengthen the partnership with the Aga Khan Development Network in key areas, including healthcare, agriculture, rural development, youth empowerment and women empowerment.

In a post on X, Shri Modi said;

“Happy to meet His Highness Prince Rahim Aga Khan V. Fondly recalled his father, the late Aga Khan IV and his enduring contributions to development efforts.

Discussed ways to further strengthen our partnership with the Aga Khan Development Network in healthcare, agriculture, rural development, youth and women empowerment.

@akdn”