ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି – ୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ହିରୋସୀମା ଗସ୍ତରେ ଅଛନ୍ତି । ଏହି ଅବସରରେ ସେ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଜାପାନର ବିଶିଷ୍ଟ ବ୍ୟକ୍ତି ଡକ୍ଟର ତୋମିଓ ମିଜୋକାମି ଏବଂ ସୁଶ୍ରୀ ହିରୋକୋ ତାକାୟାମାଙ୍କୁ ଭେଟିଥିଲେ ।
 

ଓସାକା ବିଶ୍ୱବିଦ୍ୟାଳୟର ଗ୍ରାଜୁଏଟ ସ୍କୁଲ ଅପ ଫରେନ ଷ୍ଟଡିଜରେ ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ତୋମିଓ ମିଜୋକାମି ଜଣେ ପ୍ରସିଦ୍ଧ ଳେଖକ ଏବଂ ଭାଷାବିତ୍ ତଥା ହିନ୍ଦୀ ଓ ପଞ୍ଜାବି ଭାଷାର ବିଶେଷଜ୍ଞ ଅଟନ୍ତି । ଜାପାନରେ ଭାରତୀୟ ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ତାଙ୍କର ଅବଦାନ ପାଇଁ ଡାକ୍ତର ତୋମିଓ ମିଜୋକାମିଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ବହୁଚର୍ଚ୍ଚିତ ଏବଂ ପ୍ରଶଂସିତ ଆଲେଖ ସଂଗ୍ରହ ‘ଜ୍ଜ୍ୱାଳାମୁଖୀ’ ପ୍ରସ୍ତୁତ କରିଥିଲେ, ଯାହା ୧୯୮୦ ଦଶକର ଜାପାନି ବିଦ୍ୱାନସମୂହ, ଯେଉଁମାନେ ଜାପାନରେ ହିନ୍ଦୀ ଶିକ୍ଷା କରିବାର ମୂଳଦୁଆ ରଖିଥିଲେ, ସେହିମାନଙ୍କ ରଚନାର ଏକ ସଙ୍କଳନ ଅଟେ । 
ହିରୋସୀମାରେ ଜନ୍ମଗ୍ରହଣ କରିଥିବା ସୁଶ୍ରୀ ହିରୋକୋ ତାକାୟାମା ପାଶ୍ଚାତ୍ୟ ଶୈଳୀର ଚିତ୍ରକର ଅଟନ୍ତି, ଯାହାଙ୍କ ରଚନାଗୁଡିକ ଦୁଇ ଦଶକରୁ ଅଧିକ ସମୟ ଧରି ଭାରତ ସହିତ ତାଙ୍କର ନିବିଡ ସମ୍ପର୍କ ଦ୍ୱାରା ପ୍ରଭାବିତ । ସେ ଭାରତରେ ଅନେକ କର୍ମଶାଳା ଏବଂ ପ୍ରଦର୍ଶନୀର ଆୟୋଜନ କରିଛନ୍ତି ଏବଂ ସ୍ୱଳ୍ପ ସମୟ ପାଇଁ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ଶାନ୍ତି ନିକେତନରେ ଅତିଥି ପ୍ରାଧ୍ୟାପକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ନିଜ ଦ୍ୱାରା ପ୍ରସ୍ତୁତ ପ୍ରମୁଖ ସୃଷ୍ଟି ମଧ୍ୟରୁ ୨୦୨୨ରେ ଅଙ୍କିତ ଭଗବାନ ବୁଦ୍ଧଙ୍କର ଏକ ତୈଳ ଚିତ୍ର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହିଭଳି କଥାବାର୍ତା ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବୁଝାମଣା ଓ ସମ୍ମାନ ବୃଦ୍ଧି କରିବା ସହ ସମ୍ପର୍କକୁ ଅଧିକ ନିବିଡ କରିବାରେ ସହାୟକ ହେବ । ଭିବଷ୍ୟତରେ ଏଭଳି ଆହୁରି ସମୃଦ୍ଧ ବୈଚାରିକ ମତ ବିନିମୟର ସୁଯୋଗ ନିମନ୍ତେ ସେ ଆଶାବ୍ୟକ୍ତ କରିଥିଲେ, ଯାହା ଭାରତ – ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀ ସମ୍ପର୍କକୁ ଆହୁରି ସୁଦୃଢ କରିବାର ମାର୍ଗ ପ୍ରସ୍ତୁତ କରିବ । 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen