୨୦୨୩ ମେ ୨୨ରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସହଯୋଗ ଫୋରମ(ଏଫଆଇପିଆଇସି) ର ତୃତୀୟ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପୋର୍ଟ ମୋରେସବି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ଦେଶରୁ ଇଣ୍ଡିଆନ ଟେକ୍ନିକାଲ ଆଣ୍ଡ ଇକୋନୋମିକ କୋଅପରେସନ (ଆଇଟିଇସି) ପାଠ୍ୟକ୍ରମର ପୂର୍ବ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କ ମଧ୍ୟରେ ବରିଷ୍ଠ ସରକାରୀ ଅଧିକାରୀ, ପ୍ରମୁଖ ପେସାଦାର ବା ପ୍ରଫେସନାଲ ଏବଂ କମ୍ୟୁନିଟି ଲିଡରମାନେ ସାମିଲ ଥିଲେ, ଯେଉଁମାନେ ଆଇଟିଇସି ଅଧୀନରେ ଭାରତରେ ତାଲିମ ନେଇଥିଲେ । ସେମାନେ ଭାରତରୁ ପାଇଥିବା ଦକ୍ଷତାକୁ ସେମାନଙ୍କ ସମାଜ ପାଇଁ ଉପଯୋଗ କରୁଛନ୍ତି ।

 

ପ୍ରଧାନମନ୍ତ୍ରୀ ସେମାନଙ୍କୁ ବ୍ୟକ୍ତିଗତ ସଫଳତା ଏବଂ ଉପଲବ୍ଧିଗୁଡ଼ିକ ପାଇଁ ଶୁଭେଚ୍ଛା ଜଣାଇଥିଲେ । ବିଶେଷକରି ସୁଶାସନ, ଜଳବାୟୁ ପରିବର୍ତ୍ତନ, ଡିଜିଟାଲ ଉତ୍ପାଦ ଏବଂ ନିରନ୍ତର ବିକାଶ ଭଳି କ୍ଷେତ୍ରରେ ଦେଶଗୁଡ଼ିକ ପାଇଁ ସେମାନଙ୍କର ବିକାଶମୂଳକ ଲକ୍ଷ୍ୟ ପୂରଣ ଦିଗରେ ଭାରତର ଦକ୍ଷତା ବିକାଶ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ଏଭଳି ଦକ୍ଷତା ବିକାଶ ପ୍ରୟାସ ପାଇଁ  ଭାରତର ସମର୍ଥନ ରହିଥିବା  ସେ ଦୋହରାଇଥିଲେ ।

୨୦୧୫ରେ  ଏଫଆଇପିଆଇସି ଶିଖର ସମ୍ମିଳନୀ ପରେ ଭାରତ ଏହି କ୍ଷେତ୍ରରେ ଥିବା ସମସ୍ତ ଦେଶର ପ୍ରାୟ ୧,୦୦୦ ଅଧିକାରୀଙ୍କୁ ତାଲିମ ଦେଇଛି । ଭାରତ କୃଷି ଏବଂ ସମ୍ବନ୍ଧିତ କ୍ଷେତ୍ରରେ ସହାୟତା ପାଇଁ ଏହି ଦେଶଗୁଡ଼ିକରେ ଏଜେନ୍ସିଗୁଡ଼ିକୁ  ଦୀର୍ଘକାଳୀନ ଡେପୁଟେସନରେ ବିଶେଷଜ୍ଞଙ୍କୁ ମଧ୍ୟ ପଠାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Boost to small exporters, MSMEs as govt removes Rs 10-lakh cap on courier trade

Media Coverage

Boost to small exporters, MSMEs as govt removes Rs 10-lakh cap on courier trade
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 4, 2026
April 04, 2026

Real Change on the Ground: PM Modi’s Reforms Simplifying Life, Supercharging Economy & Securing India’s Future