Ensure full commitment to fight the pandemic, urges PM Modi
Spread messages on keeping villages Corona-free and following COVID-appropriate behaviour, even when cases are declining: PM
Methods and strategies in dealing with the pandemic should be dynamic as the virus is expert in mutation and changing the format: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ଓ ଜିଲ୍ଲା ଅଧିକାରୀମାନଙ୍କ ସହିତ ଆଲୋଚନା କରି କୋଭିଡ-୧୯ ସ୍ଥିତି ସମୀକ୍ଷା କରିଛନ୍ତି ।

ଆଲୋଚନା ବେଳେ ଅଧିକାରୀମାନେ କୋଭିଡ-୧୯ ବିରୋଧୀ ଲଢେଇରେ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ନିଜ ନିଜ ଜିଲ୍ଲାର କୋଭିଡ ସ୍ଥିତି ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ରିଅଲ ଟାଇମ ମନିଟରିଂ ଓ ଦକ୍ଷତା ବୃଦ୍ଧିରେ ପ୍ରଯୁକ୍ତିର ବ୍ୟବହାର ସମ୍ପର୍କରେ ନିଜ ନିଜ ଅଭିଜ୍ଞତା ବାଣ୍ଟିବା ସହ ଲୋକଙ୍କ ଭାଗିଦାରୀ ଓ ସଚେତନତା ବୃଦ୍ଧି ପାଇଁ ଜିଲ୍ଲାଗୁଡିକରେ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଅଧିକାରୀମାନେ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ମହାମାରୀ ସହ ଲଢିବା ପାଇଁ ପୂର୍ଣ୍ଣ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଜଣାଇଥିଲେ । କରୋନା ଭୂତାଣୁ ଏହି କାମକୁ ଅଧିକ କଷ୍ଟସାଧ୍ୟ ଓ ଆହ୍ୱାନମୂଳକ କରିଦେଇଛି । ନୂଆ ଆହ୍ୱାନ ପାଇଁ ନୂଆ କୌଶଳ ଓ ନୂଆ ସମାଧାନର ଆବଶ୍ୟକତା ରହିଛି । ଗତ କିଛିଦିନ ଧରି ଦେଶରେ ସକ୍ରିୟ ମାମଲା ସଂଖ୍ୟା କମିବାରେ ଲାଗିଛି । ତେବେ ସଂକ୍ରମଣ ଥିବା ଯାଏଁ ଆହ୍ୱାନ ରହିଛି ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ ।

ମହାମାରୀ ସହ ଲଢେଇ ପାଇଁ ରାଜ୍ୟ ଓ ଜିଲ୍ଲା ଅଧିକାରୀମାନେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ସେମାନଙ୍କ ଅଭିଜ୍ଞତା ଓ କ୍ଷେତ୍ରାନୁଭୂତି ବ୍ୟାବହାରିକ ଓ ପ୍ରଭାବୀ ନୀତି ପ୍ରଣୟନରେ ସାହାଯ୍ୟ କରୁଛି ବୋଲି କହିଥିଲେ । ପ୍ରତି କ୍ଷେତ୍ରରେ ରାଜ୍ୟ ଓ ବିଭିନ୍ନ ଅଂଶୀଦାରଙ୍କ ପରାମର୍ଶକୁ ସାମିଲ କରି ଟିକାକରଣ ରଣନୀତି ଆପଣା ଯାଉଛି ।

ସ୍ଥାନୀୟ ଅଭିଜ୍ଞତାର ଉପଯୋଗ ତଥା ସାମଗ୍ରିକ ଭାବେ ଦେଶ ପାଇଁ କାମ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଗାଁଗୁଡିକୁ କରୋନା ମୁକ୍ତ ରଖିବା ଓ କୋଭିଡ ଉପଯୁକ୍ତ ବ୍ୟବହାର ପାଳନ ବାର୍ତ୍ତା ପ୍ରସାର ସହ ମାମଲା କମୁଥିବା କ୍ଷେତ୍ରରେ ମଧ୍ୟ ଏହାର ପାଳନ ପାଇଁ ନିବେଦନ କରିଥିଲେ । ଗାଁ ଓ ସହର ପାଇଁ ବିଶେଷ ରଣନୀତି ସହ ଗ୍ରାମୀଣ ଭାରତକୁ କୋଭିଡ ମୁକ୍ତ ରଖିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରତ୍ୟେକ ମହାମାରୀ ଆମକୁ ନିରନ୍ତର ନବାଚାର ଓ ମହାମାରୀ ସହ ଲଢିବା ପାଇଁ ନିଜ କୌଶଳ ପରିବର୍ତ୍ତନ କରିବାକୁ ଶିଖାଇଥାଏ । ଭାଇରସ ମ୍ୟୁଟେସନ ଓ ରୂପ ବଦଳୁଥିବାରୁ ମହାମାରୀ ସହ ଲଢିବାର କୌଶଳ ଓ ରଣନୀତି ଗତିଶୀଳ ହେବା ଦରକାର । ଭାଇରସ ମ୍ୟୁଟେସନ ଯୁବପୀଢି ଓ ପିଲାମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ତେଣୁ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ଟିକା ନଷ୍ଟ ହେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ଟିକା ନଷ୍ଟ ହେବା ଅର୍ଥ ଜଣେ ବ୍ୟକ୍ତିଙ୍କୁ ଉପଯୁକ୍ତ ସୁରକ୍ଷା ଦେବାରେ ଅକ୍ଷମତା । ତେଣୁ ଟିକା ନଷ୍ଟ ରୋକିବାକୁ ହେବ । ନାଗରିକଙ୍କ ଜୀବନ ବଞ୍ଚାଇବା ସହ ଜୀବନ ସୁଗମ କରିବାକୁ ପ୍ରାଥମିକତା ଦିଆଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଗରିବ ଲୋକଙ୍କୁ ନିଃଶୁଳ୍ପ ରାସନ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବା ସହ କଳାବଜାରୀ ବନ୍ଦ ହେବା ଦରକାର । ଲଢେଇ ଜିତିବା ସହ ଆଗେଇବା ପାଇଁ ଏସବୁ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Shri VD Satheesan Ji on taking oath as the Chief Minister of Keralam
May 18, 2026

The Prime Minister, Shri Narendra Modi, congratulated Shri VD Satheesan Ji on taking oath as the Chief Minister of Keralam.

Shri Modi remarked that the Central Government assures all possible support for the newly formed Keralam Government in fulfilling the aspirations of the people.

Shri Modi posted on X:

“Congratulations to Shri VD Satheesan Ji on taking oath as the Chief Minister of Keralam. My best wishes for his tenure. The Central Government assures all possible support for the newly formed Keralam Government in fulfilling the aspirations of the people.”

“കേരളത്തിന്റെ മുഖ്യമന്ത്രിയായി സത്യപ്രതിജ്ഞ ചെയ്ത വി ഡി സതീശൻ ജി ക്ക് ഹൃദയം നിറഞ്ഞ അഭിനന്ദനങ്ങൾ. അദ്ദേഹത്തിന്റെ ഭരണകാലത്തിന് എൻ്റെ എല്ലാ ആശംസകളും നേരുന്നു. ജനങ്ങളുടെ ആഗ്രഹങ്ങൾ സഫലീകരിക്കുന്നതിനായി, പുതുതായി രൂപീകൃതമായ കേരള ഗവൺമെൻ്റിന് കേന്ദ്ര ഗവൺമെൻറ് എല്ലാ വിധ പിന്തുണയും ഉറപ്പുനൽകുന്നു.”

@vdsatheesan