ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକ ପ୍ରତି ଥିବା ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି, ଯତ୍ନ ଓ ବିଚାରକୁ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀଗଣଙ୍କ ପ୍ରଶଂସା
କରୋନାର ମୁକାବିଲା ପାଇଁ ସମୟୋଚିତ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଧନ୍ୟବାଦ
କୋଭିଡ ନିୟମ ଉଲ୍ଲଂଘନ କରି ଶୈଳ ନିବାସରେ ଭିଡ ଜମାଇବା ବିରୋଧରେ ବିଶେଷ ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
ତୃତୀୟ ଲହରକୁ କିପରି ଉପଯୁକ୍ତ ଭାବେ ପ୍ରତିହତ କରିହେବ ତାହା ଆମର ପ୍ରଥମ ବିଚାର ହେବା ଆବଶ୍ୟକ; କହିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ
ସମସ୍ତଙ୍କ ପାଇଁ ଟିକା – ମାଗଣା ଟିକା’ ଅଭିଯାନ ଉତ୍ତର-ପୂର୍ବାଞ୍ଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ- ପ୍ରଧାନମନ୍ତ୍ରୀ
କରୋନା ସଂକ୍ରମଣ ସ୍ଥିତି ଘେନି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୂହର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ
ଏବେ ଅନୁମୋଦିତ ହୋଇଥିବା ୨୩୦୦୦ କୋଟି ଟଙ୍କାର ପ୍ୟାକେଜ ଚିକିତ୍ସା ଭିତ୍ତିଭୂମିର ଉନ୍ନତିରେ ସହାୟକ ହେବ-ପ୍ରଧାନମନ୍ତ୍ରୀ
ପିଏମ୍ କେୟାର୍ସ ଅକ୍ସିଜେନ ପ୍ଲାଣ୍ଟଗୁଡିକର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ ଜଣାଇଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ସେଠାକାର କରୋନା  ସଂକ୍ରମଣ ସ୍ଥିତି ସମ୍ପର୍କରେ  ମତ ବିନିମୟ କରିଥିଲେ । ଏଥିରେ ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ, ମେଘାଳୟ, ମିଜୋରାମ, ଅରୁଣାଚଳପ୍ରଦେଶ, ମଣିପୁର ଓ ଆସାମର ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ ।

            କରୋନା ମହାମାରୀର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଠିକ୍ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରିଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀମାନେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ତତ୍ପରତା ଓ ଯତ୍ନ ପ୍ରଦର୍ଶନ କରିଛନ୍ତି ତାହାକୁ ସେମାନେ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଆଲୋଚନାରେ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀମାନଙ୍କ  ବ୍ୟତୀତ କେନ୍ଦ୍ର ସ୍ୱରାଷ୍ଟ୍ର, ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ଉତ୍ତର-ପୂର୍ବାଞ୍ଚଳ  ବିକାଶ ବିଭାଗ ମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଗଣ ଉପସ୍ଥିତ ଥିଲେ ।

ସମ୍ପୃକ୍ତ ମୁଖ୍ୟମନ୍ତ୍ରୀଗଣ  ନିଜ ନିଜ ରାଜ୍ୟରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମର ପ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଅବସରରେ ଅବଗତ କରାଇଥିଲେ । ଏହାଛଡା ଅଗମ୍ୟ ଓ ଦୂରଦୂରାନ୍ତ ଅଞ୍ଚଳର ଲୋକଙ୍କୁ ଟିକା ଦେବା ପାଇଁ କି ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଇଛି ତାହା ମଧ୍ୟ ସେମାନେ ଜଣାଇଥିଲେ । ଟିକା ନେବାକୁ ଅନାଗ୍ରାହୀ ଲୋକଙ୍କୁ ଟିକାଦେବାକୁ କି ପ୍ରକାର କୌଶଳ ଅବଲମ୍ବନ କରାଯାଉଛି ତାହା ମଧ୍ୟ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ନିଜ ନିଜ ରାଜ୍ୟରେ କରୋନାର ସଫଳ ମୁକାବିଲା ପାଇଁ ଗ୍ରହଣ କରାଯୋଇଥିବା ପଦକ୍ଷେପ, ସ୍ୱାସ୍ଥ୍ୟ ଭିତିଭୂମିର ଉନ୍ନତି ଏବଂ ଏ କ୍ଷେତ୍ରରେ ପିଏମ୍ କେୟାର୍ସ ପାଣ୍ଠି କିପରି ବିଶେଷ ସହାୟକ ହୋଇଛି ତାହା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ନିଜ ନିଜ ରାଜ୍ୟରେ କୋଭିଡ ପଜିଟିଭଙ୍କ ସଂଖ୍ୟା ଓ ସଂକ୍ରମଣ ହାର କମାଇବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ଏବଂ ଏ ନେଇ ପ୍ରଧାନମନ୍ତ୍ରୀ ଦୃଢ ନିଶ୍ଚିତ ରହିବାକୁ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀମାନେ କହିଥିଲେ  ।

ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ସମ୍ପୃକ୍ତ ରାଜ୍ୟଗୁଡିକରେ ଦୈନିକ ମୋଟ ସଂକ୍ରମଣ ହାର କମିଛି । ତେବେ ଏ କ୍ଷେତ୍ରରେ କୌଣସି ଢିଲା ନ ଦେବାକୁ ସେ ମୁଖ୍ୟମନ୍ତ୍ରୀମାନଙ୍କୁ ସତର୍କ କରାଇ ଦେଇଥିଲେ । ଦେଶର କେତେକ ଅଞ୍ଚଳରେ କରୋନା ସଂକ୍ରମଣ ହାର ବେଶ୍ ଅଧିକ ଅଛି ବୋଲି ଉଲ୍ଲେଖକରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ ଟେଷ୍ଟି, ଟ୍ରେସିଂ, ଟ୍ରାକିଂ ଓ ଟିକାଦାନ-ଏହି ଚାରିଟି ବିଷୟକୁ ସର୍ବଦା ଗୁରୁତ୍ୱ ଦେବାକୁ ପଡିବ । ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦେଶରେ କରୋନାର ସାମଗ୍ରିକ  ଚିତ୍ର ସମ୍ପର୍କରେ ଏକ ବିବରଣୀ ଉପସ୍ଥାପନ କରି ଉତ୍ତର-ପୂର୍ବାଞ୍ଚଳରେ ସଂକ୍ରମଣ ହାର କିପରି ଅଧିକ ରହିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ମେଡିକାଲ-ଅକ୍ସିଜେନ ଯୋଗାଣ ବଢାଇବାକୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ସୂଚନା ଦେବା ସହିତ ଟିକାକରଣ କାର୍ଯ୍ୟକ୍ରମର ପ୍ରଗତି ସମ୍ପର୍କରେ ଏକ ସ୍ଥୁଳ ବିବରଣୀ ଦେଇଥିଲେ ।

ଉତ୍ତର-ପୂର୍ବାଞ୍ଚଳରେ କରୋନା ମୁକାବିଲା କରିବାକୁ ସେଠାକାର ଜନସାଧାରଣ, ସ୍ୱାସ୍ଥ୍ୟକର୍ମୀ ଓ ରାଜ୍ୟ ସରକାର ସମୂହ କଠିନ ପରିଶ୍ରମ କରୁଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଏହି ଅବସରରେ ପ୍ରଶଂସା କରିଥିଲେ । ଭୌଗୋଳିକ ଅସୁବିଧା ସତ୍ତ୍ୱେ ସମ୍ପୃକ୍ତ ରାଜ୍ୟ ସରକାରମାନେ ବିଭିନ୍ନ ଅଂଚଳରେ  ଟେଷ୍ଟିଂ, ଚିକିତ୍ସା, ଟିକାଦାନ ଆଦି ପାଇଁ ଯେଉଁସବୁ ଭିତ୍ତିଭୂମି ତିଆରି କରିଛନ୍ତି ତାହା ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେଠାକାର କେତେକ ଜିଲ୍ଳାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଧାନମନ୍ତ୍ରୀ ଚିନ୍ତାପ୍ରକଟ କରି ସ୍ଥିତିକୁ ନିୟନ୍ତ୍ରିତ କରିବାକୁ ସବୁ ସମ୍ଭାବ୍ୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ସଂକ୍ରମଣ ରୋକିବାକୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ନୀତି ଓ ଅଭିଜ୍ଞତାକୁ କାମରେ ଲଗାଇବାର ଆବଶ୍ୟକତା ରହିଛି । ଏହି ଭୂତାଣୁ ଅତି ଶୀଘ୍ର  ରୂପ ବଦଳାଉଥିବାରୁ ପ୍ରଧାନମନ୍ତ୍ରୀ ଏହା ଉପରେ  ଅଧିକ ଗୁରୁତ୍ୱ ଦେଇ ନୂଆ ଭୂତାଣୁଙ୍କୁ ଚିହ୍ନଟ କରିବାକୁ ପରାମର୍ଶ ଦେଇଥିଲେ । ଭୂତାଣୁର ରୂପ ପରିବର୍ତ୍ତନ ଓ ଏହାର ପ୍ରଭାବ ସମ୍ପର୍କରେ ବିଶେଷଜ୍ଞମାନେ ଗବେଷଣା କରୁଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି ପରିସ୍ଥିତିରେ ପ୍ରତିଷେଧକ ବ୍ୟବସ୍ଥା ଓ ଚିକିତ୍ସା ବିଶେଷ ଗୁରୁତ୍ୱପୂର୍ଣ୍ଣ  । କୋଭିଡ ନିୟମ ନିଷ୍ଠାର ସହ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ଶାରୀରିକ ଦୂରତ୍ୱ ରକ୍ଷା, ମାସ୍କ ବ୍ୟବହାର ଓ ଟିକା ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହା ବିନା ନିସ୍ତାର ନାହିଁ ।

 ଯେଉଁ ରଣନୀତି କୋଭିଡ ମୁକାବିଲା ପାଇଁ ଗ୍ରହଣ କରାଯାଇଛି ତାହା ସଫଳ ପ୍ରମାଣିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପର୍ଯ୍ୟଟନ ଓ ବ୍ୟବସାୟ ଉପରେ କରୋନାର ପ୍ରଭାବ ପଡିଥିବା ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି । ଏଭଳି ସ୍ଥିତିରେ ଦେଶର ଶୈଳନିବାସଗୁଡିରେ ଉପଯୁକ୍ତ କରୋନା ନିୟମ କଡାକଡି ପାଳନ ହେବା ଦରକାର । ବିନା ମାସ୍କ ଓ କୋଭିଡ ନିୟମରେ ଏସବୁ ଶୈଳନିବାସରେ ଯେପରି ଭିଡ ନ  ଜମେ ସେଥିପାଇଁ ବିଶେଷ ଦୃଷ୍ଟିଦେବାକୁ ସେ ସତର୍କ କରାଇ ଦେଇଛନ୍ତି । ତୃତୀୟ ସଂକ୍ରମଣ ପୂର୍ବରୁ ଲୋକେ ଜୀବନକୁ ଉପଭୋଗ କରିବାକୁ ଆବଶ୍ୟକତା ରହିଛି ବୋଲି ଯେଉଁ ଯୁକ୍ତି ଉପସ୍ଥାପିତ କରାଯାଉଛି ପ୍ରଧାନମନ୍ତ୍ରୀ ତାହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ତୃତୀୟ ଲହର ତା ମନକୁ ମନ ଆସିବ ନାହିଁ ।ତୃତୀୟ ଲହରକୁ କିପରି ପ୍ରତିହତ କରିହେବ ସେଥିପାଇଁ ଆମକୁ ମାନସିକଭାବେ ପ୍ରସ୍ତୁତ ହେବାକୁ ପଡିବ । ଅସାବଧାନତା ଓ ଭିଡଭାଡ ବୃଦ୍ଧି ଯୋଗୁଁ  କରୋନା ସଂକ୍ରମଣ ବଢୁଥିବା ବିଶେଷଜ୍ଞ କହୁଥିବାରୁ ଭିଡ ରୋକିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର “ସମସ୍ତଙ୍କ ପାଇଁ ମାଗଣା ଟିକା” ଅଭିଯାନ ଚଳାଇଛନ୍ତି । ଏହି ଅଭିଯାନରେ ଉତ୍ତର-ପୂର୍ବାଞ୍ଚଳର  ମଧ୍ୟ ଯଥୋଚିତ ଗୁରୁତ୍ୱ ରହିଛି । ଏହି ଅଞ୍ଚଳରେ ଟିକାଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଡିବ । ଟିକାଦାନ ବିରୋଧରେ ଯେଉଁ ଅପପ୍ରଚାର ଓ ମିଥ୍ୟା ଚାଲିଛି ତାହାକୁ ପ୍ରତିହତ କରିବାକୁ ଲୋକଙ୍କ ଏକଜୁଟ କରି କାମ କରିବାକୁ ହେବ । ଏଥିପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷ, ସାମାଜିକ, ଶୈକ୍ଷିକ ଓ ଧାର୍ମିକ ଅନୁଷ୍ଠାନର ସହାୟତା, ସହଯୋଗ ନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଯେଉଁ ଅଞ୍ଚଳରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି, ସେଠାରେ ଟିକାଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ ଏବେ ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୨୩୦୦୦ କୋଟି ଟଙ୍କାର ଏକ ପ୍ୟାକେଜକୁ ଅନୁମୋଦନ କରିଛି । ଏହି ପ୍ୟାକେଜ ଉତ୍ତର-ପୂର୍ବାଞ୍ଚଳ ରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶରେ ବିଶେଷ ସହାୟକ ହେବ । ଏହା ଫଳରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଘଟିବ । ଟେଷ୍ଟି, ଡାଇଗ୍ନୋଷ୍ଟିକ, ଜେନୋମ୍ ସିକୁଏନସିଂ ଆଦିର ସୁବିଧା ଉପଲବ୍ଧ ହେବ । ଏହି ଅଞ୍ଚଳରେ ଶିଶୁ ଚିକିତ୍ସା କେନ୍ଦ୍ରଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ତୁରନ୍ତ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ପିଏମ୍ କେୟାର୍ସ ମାଧ୍ୟମରେ ଦେଶରେ ଶହ ଶହ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି ।  ଏହି ଯୋଜନାରେ ଉତ୍ତର-ପୂର୍ବାଞ୍ଚଳ ୧୫୦ପ୍ଲାଣ୍ଟ ପାଇଛି । ଏସବୁ ଅକ୍ସିଜେନ ପ୍ଲାଣ୍ଟର ପ୍ରତିଷ୍ଠା କାମ ଯଥାଶୀଘ୍ର ଶେଷ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଉତର-ପୂର୍ବାଂଚଳରେ ପାହାଡିଆ ପ୍ରତିକୂଳ ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ଏହି ଅଞ୍ଚଳରେ ଅଧିକରୁ ଅଧିକ ଅସ୍ଥାୟୀ ହସ୍‌ପିଟାଲ ତିଆରି କରିବାର ଆବଶ୍ୟକତା ରହିଛି । ବ୍ଲକସ୍ତରୀୟ ହସ୍ପପିଟାଲଗୁଡିକରେ ଅକ୍ସିଜେନ ପ୍ଲାଣ୍ଟ, ଆଇସିୟୁ ୱାର୍ଡ ଆଦି ପ୍ରତିଷ୍ଠା କରାଯାଉଥିବାରୁ ଏଥିପାଇଁ ଆବଶ୍ୟକ ଲୋକଶକ୍ତି  ପ୍ରସ୍ତୁତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଉତ୍ତର-ପୂର୍ବାଞ୍ଚଳକୁ ସବୁ ପ୍ରକାର ସହାୟତା ଓ ସହଯୋଗ  ଯୋଗାଇଦେବେ ।

ଦୈନିକ ୨୦ଲକ୍ଷ ଟେଷ୍ଟ କରିବାର ଦକ୍ଷତା ଦେଶ ହାସଲ କରିଥିବା ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଧିକ ପ୍ରଭାବିତ ଜିଲ୍ଲାଗୁଡିକରେ ଟେଷ୍ଟିଂ ସୁବିଧାକୁ ବଢାଇବାର ଆବଶ୍ୟକତା ଅଧିକ । ଅଧିକ ଟେଷ୍ଟିଂ, ଟ୍ରେସିଂ ଓ ଟିକାଦାନ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମିଳିତ ପ୍ରୟାସ ଦ୍ୱାରା କରୋନା ସଂକ୍ରମଣକୁ ରୋକାଯାଇପାରିବ ।

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour