ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକ୍ରନ ଏବଂ ସ୍ଲୋଭାକର ପ୍ରଧାନମନ୍ତ୍ରୀ ଶ୍ରୀ ରବର୍ଟ ଫିକୋଙ୍କ ନିମନ୍ତ୍ରଣରେ ମୁଁ ୧୩ରୁ ୧୮ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ସ୍ଲୋଭାକ ଗସ୍ତ କରିବି ।

ଭାରତର ରଣନୈତିକ ଦୃଷ୍ଟିକୋଣରେ ଫ୍ରାନ୍ସ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଚଳିତ ବର୍ଷ ଆରମ୍ଭରେ, ରାଷ୍ଟ୍ରପତି ମାକ୍ରନ ଭାରତ ଗସ୍ତ କରିଥିଲେ ଏବଂ ଆମେ ଆମର ସମ୍ପର୍କକୁ ଏକ ସ୍ୱତନ୍ତ୍ର ବିଶ୍ୱ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ କରିଥିଲୁ । ଯେତେବେଳେ ମୁଁ ନିସ୍‌ରେ ରାଷ୍ଟ୍ରପତି ମାକ୍ରନ୍‌ଙ୍କୁ ଭେଟିବି, ଆମେ ଫେବୃଆରୀ ପରଠାରୁ ହୋଇଥିବା ଅଗ୍ରଗତି ସମୀକ୍ଷା କରିବୁ ଏବଂ ଆମର ସହଯୋଗରେ ପରବର୍ତ୍ତୀ ପଦକ୍ଷେପଗୁଡିକର ତାଲିକା ପ୍ରସ୍ତୁତ କରିବୁ । ପାରସ୍ପରିକ ସ୍ୱାର୍ଥର ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡିକୁ ମଧ୍ୟ ଗୁରୁତ୍ୱ ଦେବା ଉପରେ ଆମର ଆଲୋଚନା ପାଇଁ ମୁଁ ଆଗ୍ରହୀ ଅଛି।

ନିସ୍‌ରେ ମୁଁ ୧୪ ଜୁନ୍ ୨୦୨୬ରେ ରାଷ୍ଟ୍ରପତି ମାକ୍ରନଙ୍କ ସହ ‘ଭାରତ ଇନୋଭେଟ୍ସ’ ଉଦ୍‌ଘାଟନ କରିବାକୁ ମଧ୍ୟ ଉତ୍ସାହର ସହିତ ଅପେକ୍ଷା କରିଛି । ଭାରତ-ଫ୍ରାନ୍ସ ନବାଚାର ବର୍ଷର ପୃଷ୍ଠଭୂମିରେ ଆୟୋଜିତ ହେବାକୁ ଥିବା ଏହି ଐତିହାସିକ କାର୍ଯ୍ୟକ୍ରମ, ଭାରତର ସବୁଠାରୁ ପ୍ରତିଶ୍ରୁତିବଦ୍ଧ ଷ୍ଟାର୍ଟ-ଅପ୍‌ଗୁଡିକୁ ବିଶ୍ୱ ନିବେଶ ସହିତ ସଂଯୋଗ କରିବ ଏବଂ ଭାରତର ଉଚ୍ଚଶିକ୍ଷା ଇକୋସିଷ୍ଟମ୍‌ରୁ ଉବଦ୍ଭ ହେଉଥିବା ନବାଚାର ପାଇଁ ଏକ ପ୍ରମୁଖ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ ।

ନିସ୍‌ରୁ, ମୁଁ ୧୪-୧୫ଜୁନ୍ ୨୦୨୬ ପର୍ଯ୍ୟନ୍ତ ସ୍ଲୋଭାକିଆକୁ ସରକାରୀ ଗସ୍ତରେ ଯାତ୍ରା କରିବି, ଯାହା ୧୯୯୩ରେ ସ୍ଲୋଭାକିଆର ସ୍ୱାଧୀନତା ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ଏହି ଐତିହାସିକ ଗସ୍ତ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ସହ ଅଧିକ ଗତିଶୀଳ କରାଇବ । ମୁଁ ବ୍ରାଟିସ୍‌ଲାଭାରେ ରାଷ୍ଟ୍ରପତି ପେଲେଗ୍ରୀନି ଏବଂ ପ୍ରଧାନମନ୍ତ୍ରୀ ଫିକୋଙ୍କ ସହିତ ଆଲୋଚନା କରିବାକୁ ଆଗ୍ରହୀ ରହିଛି । ମୋତେ ସ୍ଲୋଭାକିଆରେ ବ୍ୟାବସାୟିକ ନେତାମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମଧ୍ୟ ମିଳିବ । ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଅଧିକ ଗତିଶୀଳ କରିବା ସହ ଏହି ଗସ୍ତ ୟୁରୋପୀୟ ସଂଘ ସହିତ ଆମର ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବ, ଯାହାର ସ୍ଲୋଭାକିଆ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ମାନିତ ସଦସ୍ୟ ।

ସ୍ଲୋଭାକିଆରୁ ମୁଁ ଏଭିଆନ୍ ଯାତ୍ରା କରିବି, ଯେଉଁଠାରେ ମୁଁ ୧୬ ଏବଂ ୧୭ ଜୁନ୍ ୨୦୨୬ରେ ଆୟୋଜିତ ହେବାକୁ ଥିବା ଜି୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବି । ଜି୭ରେ ଭାରତର ଉପସ୍ଥିତି ଆମର ସହଯୋଗୀ ଦେଶମାନେ ଆମ ଉପରେ ରଖିଥିବା ବିଶ୍ୱାସ ଏବଂ ବିଶ୍ୱସ୍ତରରେ ଭାରତର ବୃଦ୍ଧି ପାଉଥିବା ପ୍ରତିଷ୍ଠାକୁ ପ୍ରତିଫଳିତ କରେ । ଏହା ଲଗାତାର ୮ମ ଜି୭ ଶିଖର ସମ୍ମିଳନୀ ଯେଉଁଥିରେ ଭାରତକୁ ନିମନ୍ତ୍ରଣ କରାଯାଇଛି । ଜି୭ରେ, ଭାରତ କେବଳ ନିଜ ପାଇଁ ନୁହେଁ, ବରଂ ଏହା ଗ୍ଲୋବାଲ ସାଉଥ୍‌ର ଆକାଂକ୍ଷାକୁ ମଧ୍ୟ ସ୍ୱର ଦେବ ।

ମୁଁ ୧୮ ଜୁନ୍ ୨୦୨୬ରେ ପ୍ୟାରିସ୍‌ରେ ମୋର ଫ୍ରାନ୍ସ ଗସ୍ତ ଶେଷ କରିବି ଯେଉଁଠାରେ ମୁଁ ରାଷ୍ଟ୍ରପତି ମାକ୍ରନ୍‌ଙ୍କ ସହିତ ଭିଭାଟେକ୍ ୨୦୨୬ରେ ଯୋଗଦେବି । ଭିଭାଟେକ୍ ହେଉଛି ୟୁରୋପର ପ୍ରଯୁକ୍ତିବିଦ୍ୟା ଏବଂ ନବାଚାରର ଏକ ପ୍ରମୁଖ ସମାବେଶ । ଏହି ସଂସ୍କରଣରେ ଭାରତର ସବୁଠାରୁ ବଡ଼ ଜାତୀୟ ପାଭିଲିୟନ୍ ରହିବ, ଯାହା ଭାରତୀୟ ଏବଂ ୟୁରୋପୀୟ ନବାଚାର ଇକୋସିଷ୍ଟମ୍ ମଧ୍ୟରେ ସହଭାଗୀତାର ବିଶାଳ ସମ୍ଭାବନାର ଏକ ଉପଯୁକ୍ତ ପ୍ରତୀକ । ମୁଁ ପ୍ୟାରିସ୍‌ରେ ସ୍ପନ୍ଦନଶୀଳ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଭେଟିବାକୁ ମଧ୍ୟ ଆଗ୍ରହୀ ଅଛି, ଯେଉଁମାନେ ଆମ ଦୁଇ ରାଷ୍ଟ୍ର ମଧ୍ୟରେ ଏକ ଜୀବନ୍ତ ସେତୁ ।

ଫ୍ରାନ୍ସ ଏବଂ ସ୍ଲୋଭାକିଆକୁ ମୋର ଗସ୍ତ ୟୁରୋପ ଏବଂ ଜ୭ ସହିତ ଭାରତର ଗଭୀର ସମ୍ପର୍କକୁ ସୁଦୃଢ଼ କରିବ ଏବଂ ମହାଦେଶ ତଥା ବାହାରେ ଆମର ସହଭାଗୀତାର ଦିଗନ୍ତକୁ ବିସ୍ତାର କରିବା ପାଇଁ ଆମର ଦୃଢ଼ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi meets Skyroot founders after Vikram-1 success, hails India's growing private space ecosystem

Media Coverage

PM Modi meets Skyroot founders after Vikram-1 success, hails India's growing private space ecosystem
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Shilpa Kanchugarakoppalu Shyla on winning Bronze in Women’s Shot Put F57 at Commonwealth Games 2026
July 28, 2026

The Prime Minister, Shri Narendra Modi, has congratulated Shilpa Kanchugarakoppalu Shyla on winning the Bronze medal in the Women’s Shot Put F57 Final at the Glasgow Commonwealth Games 2026.

The Prime Minister said that Shilpa’s personal best throw made the achievement even more remarkable.

Shri Modi congratulated her on the accomplishment.

The Prime Minister wrote on X;

“A brilliant performance by Shilpa Kanchugarakoppalu Shyla at the Commonwealth Games 2026!

Congratulations to Shilpa for having won the Bronze Medal in the Women's Shot Put F57 Final and that too with a personal best throw. This is indeed a remarkable accomplishment.

#CWG2026”