If we work as one nation, there will not be any scarcity of resources: PM
Railways and Airforce being deployed to reduce travel time and oxygen tankers: PM
PM requests states to be strict with hoarding and black marketing of essential medicines and injections
Centre has provided more than 15 crore doses to the states free of cost: PM
Safety of hospitals should not be neglected: PM
Awareness must be increased to alleviate panic purchasing: PM

କରୋନା ମହାମାରୀ ଦ୍ୱାରା ଅଧିକ ପ୍ରଭାବିତ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ଅଧ୍ୟକ୍ଷତା କରି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢିଛି ।

            ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ବିଭିନ୍ନ ରାଜ୍ୟ ତଥା ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହରଗୁଡିକରେ ଏକ ସଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏହି ମହାମାରୀର ମୁକାବିଲା ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ରହିଛି । କରୋନାର ପ୍ରଥମ ସଂକ୍ରମଣ କାଳରେ ଭାରତ ଏହାର ମୁକାବିଲା କରିବାରେ ଯେଉଁ ସଫଳତା ଲାଭ କରିଥିଲା, ତା’ ପଛରେ ମିଳିତ ଉଦ୍ୟମ ଓ ଲଢେଇ ଥିଲା ପ୍ରମୁଖ କାରଣ । ଏବେ ଏହି ଦ୍ୱିତୀୟ ଲହରକୁ ସମ୍ମିଳିତ ଭାବେ ସମସ୍ତ ଶକ୍ତି ଖଟାଇ ପ୍ରତିରୋଧ କରିହେବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଲଢେଇରେ ରାଜ୍ୟମାନଙ୍କୁ କେନ୍ଦ୍ର  ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟମାନଙ୍କ ସହ ନିୟମିତ ସମ୍ପର୍କ ରକ୍ଷା କରି ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଛି । କରୋନା ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିୟମିତଭାବେ ଆବଶ୍ୟକ ପରାମର୍ଶ ଯୋଗାଇଦେଇଛି ।

ଅକ୍ସିଜେନ ଯୋଗାଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କ ଦ୍ୱାରା ଉତ୍‌ଥାପିତ ପ୍ରସଙ୍ଗଗୁଡିକୁ ଶୁଣିବା ସହିତ ଏ କ୍ଷେତ୍ରରେ ଥିବା ଅସୁବିଧା ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ ଅକ୍ସିଜେନ ଯୋଗାଣ ବଢାଇବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ସବୁ ମନ୍ତ୍ରଣାଳୟ ଓ ବିଭାଗ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ତତ୍କାଳ ଆବଶ୍ୟକତା ପୂରଣ ପାଇଁ ଶିଳ୍ପ ସଂସ୍ଥାରେ ବ୍ୟବହୃତ ଅକ୍ସିଜେନକୁ ଚିକିତ୍ସା ପାଇଁ ଯୋଗାଇ ଦିଆଯାଉଛି ।

ଏଭଳି ପରିସ୍ଥିତିରେ ସବୁ ରାଜ୍ୟ ମିଳିତଭାବେ କାମ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅତ୍ୟାବଶ୍ୟକ ଔଷଧପତ୍ର ଓ ଅକ୍ସିଜେନର ଅଭାବ ଦୂର କରିବା ପାଇଁ ରାଜ୍ୟମାନେ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ସେ କହିଛନ୍ତି । ଆହୁରି ମଧ୍ୟ  ଅକ୍ସିଜେନ ଓ ଅତ୍ୟାବଶ୍ୟକ ଔଷଧକୁ ଅସାଧୁବ୍ୟକ୍ତି ମହଜୁଦ୍ କରି ଏହାର କଳାବଜାରୀ ଯେପରି ନ କରନ୍ତି ସେଥିପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ପ୍ରଦେଶକୁ ଯାଉଥିବା ଅକ୍ସିଜେନ ଟ୍ୟାଙ୍କର ଯେପରି ବାଟରେ ଅଟକି ନ ରହେ ବା ଏଥିରେ ବାଧା ସୃଷ୍ଟି ନ ହୁଏ ତାହା ପ୍ରତ୍ୟେକ ରାଜ୍ୟ ସୁନିଶ୍ଚିତ କରିବା ଉଚିତ । ରାଜ୍ୟର ବିଭିନ୍ନ ହସ୍‌ପିଟାଲକୁ ଅକ୍ସିଜେନ ଯୋଗାଇ ଦେବା ପାଇଁ ଉଚ୍ଚସ୍ତରୀୟ ସମନ୍ୱୟ କମିଟି ତୁରନ୍ତ ଗଠନ  କରାଯିବା ଆବଶ୍ୟକ । କେନ୍ଦ୍ରରୁ ଅକ୍ସିଜେନ ରାଜ୍ୟରେ ପହଂଚିବା ମାତ୍ରେ ଏହା ଯେପରି ଅବିଳମ୍ବେ ବିଭିନ୍ନ ହସ୍‌ପିଟାଲରେ ଆବଶ୍ୟକତା ଅନୁସାରେ ପହଁଂଚେ ତାହା କମିଟି ସୁନିଶ୍ଚିତ କରିବା ଉଚିତ ।

ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ଜଣାଇଥିଲେ ଯେ ସେ ଗୁରୁବାର ଅକ୍ସିଜେନ ଯୋଗାଣ ସଂକ୍ରାନ୍ତ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଆଜି ଅନୁରୂପ ଆଉ ଏକ ବୈଠକରେ ଯୋଗଦେବେ । ଏଥିରେ ଅକ୍ସିଜେନ ଯୋଗାଣ ବୃଦ୍ଧି ଘେନି ବିଭିନ୍ନ ବିକଳ୍ପ ଉପରେ ଆଲୋଚନା କରାଯିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅକ୍ସିଜେନ ଟ୍ୟାଙ୍କର ଯାତ୍ରା ଓ ଫେରିବା ସମୟକୁ ହ୍ରାସ କରିବାକୁ କେନ୍ଦ୍ର ସରକାର ବିଭିନ୍ନ ବିକଳ୍ପ ଉପରେ ଆଲୋଚନା କରି କାର୍ଯ୍ୟ କରୁଛନ୍ତି । ତଦନୁସାରେ ରେଳବାଇ ପକ୍ଷରୁ ‘ଅକ୍ସିଜେନ ଏକ୍ସପ୍ରେସ’ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଖାଲି ଅକ୍ସିଜେନ ଟ୍ୟାଙ୍କର ସବୁକୁ ବାୟୁସେନା ଦ୍ୱାରା ପରିବହନ କରାଯାଇ ଗୋଟି ପଟର ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମ୍ବଳର ସୁବନ୍ଦୋବସ୍ତ ସହିତ ଆମକୁ କୋଭିଡ ଟେଷ୍ଟିଂ ଉପରେ ଅଧିକ ଗୁୁରୁତ୍ୱ ଦେବାକୁ ପଡିବ । ଟେଷ୍ଟିଂ ସୁବିଧାକୁ ବ୍ୟାପକ କରି ଲୋକଙ୍କୁ ସୁବିଧାରେ ଏହି ସେବା ଯୋଗାଇବାକୁ ସେ କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଆମ  ଟିକାକରଣ କାର୍ଯ୍ୟକ୍ରମ ଏଭଳି ପରିସ୍ଥିତିରେ ଧିମେଇ ଯିବା ଅନୁଚିତ । ଭାରତ ବିଶ୍ୱର  ସର୍ବବୃହତ ଟିକାଦାନ କାର୍ଯ୍ୟକ୍ରମ ହାତକୁ ନେଇଛି । ଏଯାଏ ରାଜ୍ୟ ସମୂହକୁ ୧୫କୋଟିରୁ ଅଧିକ ଡୋଜ ଟିକା ବିନା ମୂଲ୍ୟରେ କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ଏହି ଟିକାଦାନ କାର୍ଯ୍ୟକ୍ରମରେ ୪୫ବର୍ଷରୁ ଅଧିକ ବୟସର ସବୁ ନାଗରିକଙ୍କୁ କେନ୍ଦ୍ର ସରକାର ବିନା ମୂଲ୍ୟରେ ଟିକା ଦେବାର ଲକ୍ଷ୍ୟ ରଖିଛନ୍ତି । ଏଥିରେ ଦେଶରେ ସ୍ୱାସ୍ଥ୍ୟ ସେବା ଓ ସମ୍ମୁଖ ଭାଗର କର୍ମୀମାନେ ଅନ୍ତର୍ଭୁକ୍ତ । ଏହି ଅଭିଯାନ ପୂର୍ବବତ୍ ଜାରି ରହିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମେ ପହିଲାରୁ ୧୮ବର୍ଷ ବୟସରୁ ଉର୍ଦ୍ଧ୍ୱ  ଦେଶର ସବୁ ନାଗରିକଙ୍କୁ ଟିକା ନେବାର ସୁଯୋଗ ମିଳିବ । ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ଆମକୁ ମିଶନ ମୋଡରେ କାମ କରିବାକୁ ପଡିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରୋଗୀମାନଙ୍କ ଚିକିତ୍ସା ସହିତ ହସ୍‌ପିଟାଲର ନିରାପତା ମଧ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ । ନିକଟରେ କେତେକ ହସ୍‌ପିଟାଲରେ ଅକ୍ସିଜେନ ନିର୍ଗତ ଓ ଅଗ୍ନିକାଣ୍ଡ ଘଟଣାରେ ଦୁଃଖପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବୁ ହସ୍‌ପିଟାଲ ର ପ୍ରଶାସନିକ କର୍ମଚାରୀ ନିରାପତା ନିୟମ ବାବଦରେ ଅଧିକ ସଚେତନ ହେବା ଆବଶ୍ୟକ ।

 ସେ କହିଛନ୍ତି ଏଭଳି ସଙ୍କଟ ସମୟରେ ଲୋକମାନେ ଛାନିଆ ହୋଇ ଅତ୍ୟାବଶ୍ୟକ ଜିନିଷପତ୍ର କିଣିଥାନ୍ତି । ଅତଏବ ଲୋକଙ୍କୁ ନିରନ୍ତର ଏ ବିଷୟରେ ସଚେତନ କରି ଏଭଳି କାର୍ଯ୍ୟରୁ ନିବୃତ କରିବାକୁ ପ୍ରଶାସନ କାର୍ଯ୍ୟ କରିବା ଆବଶ୍ୟକ  । ମିଳିତ ଉଦ୍ୟମ ଦ୍ୱରା କରୋନା ମହାମାରୀର ଦ୍ୱିତୀୟ ଲହରକୁ ଆମେ ଦେଶରେ ଅଟକାଇ ପାରିବା ବୋଲି ସେ କହିଛନ୍ତି ।

ଏହି ବୈଠକରେ ନୀତି ଆୟୋଗର ସ୍ୱାସ୍ଥ୍ୟ ବ୍ୟାପାର ସଦସ୍ୟ ଡକ୍ଟର ଭି.କେ ପାଲ୍ ନୂଆ ସଂକ୍ରମଣର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ରଣନୀତି ସମ୍ପର୍କରେ ଏକ ବିବରଣୀ ଉପସ୍ଥାପନ କରିଥିଲେ । ସେ ମଧ୍‌ୟଦେଶରେ ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଣ ବୁଦ୍ଧି ଏବଂ ରୋଗୀମାନଙ୍କର ‘ଟାର୍ଗେଟେଡ୍ ଟ୍ରିଟମେଣ୍ଟ’  ସମ୍ପର୍କରେ ତଥ୍ୟ ରଖିଥିଲେ । ଏଥିରେ ମେଡିକାଲ ଭିତ୍ତିଭୂମି ବୃଦ୍ଧି, କ୍ଲିନିକାଲ ମ୍ୟାନେଜମେଣ୍ଟ, କଂଟେନମେଣ୍ଟ, ଟିକାଦାନ ଗୋଷ୍ଠୀ ସହଯୋଗ ଆଦି ସ୍ଥାନ ପାଇଥିଲା ।

ଏହି ଆଲୋଚନା କାଳରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟରେ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ନୀତି ଆୟୋଗର କାର୍ଯ୍ୟସୂଚୀ ଦ୍ୱାରା ସାଂପ୍ରତିକ ସଂକ୍ରମଣକୁ ରୋକିବାକୁ ସେମାନେ ନିଜ ନିଜ ରାଜ୍ୟରେ ରଣନୀତି ଓ ଯୋଜନା ପ୍ରସ୍ତୁତ କରିବେ ବୋଲି ମୁଖ୍ୟମନ୍ତ୍ରୀମାନେ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Explains How India Overcame the West Asia Energy Crisis, Slams Opposition for Fear-Mongering

Media Coverage

PM Modi Explains How India Overcame the West Asia Energy Crisis, Slams Opposition for Fear-Mongering
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets President of the United States on the 250th anniversary of the United States' independence
July 04, 2026

The Prime Minister, Shri Narendra Modi, extended greetings to the President of the United States, Mr. Donald J. Trump, and the people of the United States on the historic occasion of the 250th anniversary of the country's independence. Shri Modi underscored the enduring strength of the India–United States partnership. He noted that the relationship between the two democracies extends beyond a strategic partnership and is anchored in shared values of democracy, the rule of law and faith in the limitless potential of their people.

The Prime Minister posted on X:

On behalf of 1.4 billion Indians, I extend my warmest congratulations to President Trump and the people of the United States on the historic 250th anniversary of your Independence.

India and the United States share more than a strategic partnership. Our shared belief in democracy, rule of law and the limitless potential of our people make our friendship a force for global good.

May the next 250 years bring even greater prosperity, peace and progress for America and take the India-US partnership to new heights.

@POTUS
@realDonaldTrump