ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୩, ୨୦୨୧ରେ ଓ୍ୱାଶିଂଟନ ଡିସି, ଯୁକ୍ତରାଷ୍ଟ୍ର ଆମେରିକାରେ କ୍ୱାଡ ରାଜନେତା ଶିଖର ସମ୍ମିଳନୀ ଅବସରରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମହାମହିମ ସ୍କଟ ମୋରିସନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । 

ମହାମାରୀ ପରେ ଦୁଇ ନେତାଙ୍କର ଏହା ପ୍ରଥମ ବ୍ୟକ୍ତିଗତ ବୈଠକ ଥିଲା । ପୂର୍ବରୁ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରଣନୈତିକ ଭାଗିଦାରୀ ବ୍ୟାପକ ରଣନୈତିକ ଭାଗିଦାରୀକୁ ଉନ୍ନୀତ ହେବା ଅବସରରେ ଜୁନ ୪, ୨୦୨୦ରେ ଆୟୋଜିତ ରାଜନେତା ଭର୍ଚୁଆଲ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରଧାନମନ୍ତ୍ରୀ ମୋରିସନ ଦ୍ୱିପାକ୍ଷିକ ବୈଠକରେ ଭାଗ ନେଇଥିଲେ । 

ବୈଠକ ଅବସରରେ ଦୁଇ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ, କ୍ଷେତ୍ରୀୟ ଓ ବୈଶିକ ବିଶେଷତ୍ୱ ଥିବା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ନିକଟରେ ଅନୁଷ୍ଠିତ ଭାରତ- ଅଷ୍ଟ୍ରେଲିଆ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ୨+୨ ବାର୍ତ୍ତାଳାପ ଭଳି ଦୁଇ ଦେଶ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ବିଚାର ବିମର୍ଷ ଜାରି ରହିଥିବାରୁ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ । 

ବ୍ୟାପକ ରଣନୈତିକ ଭାଗିଦାରୀ ଅନ୍ତର୍ଗତ ଜୁନ, ୨୦୨୦ରେ ଅନୁଷ୍ଠିତ ଭର୍ଚୁଆଲ ଶିଖର ସମ୍ମିଳନୀ ପରେ ହାସଲ ପ୍ରଗତି ସମ୍ପର୍କରେ ଦୁଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବା ସହ ଦୁଇ ଦେଶର ମିଳିତ ସ୍ୱାର୍ଥ ସାଧନରେ ଘନିଷ୍ଠ ସହଯୋଗ ବଜାୟ ରଖି ମୁକ୍ତ, ଅବାଧ, ସମୃଦ୍ଧ ଓ ନୀତିଭିତ୍ତିକ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଭଳି ମିଳିତ ଉଦ୍ଦେଶ୍ୟ ସାଧନ ପାଇଁ ଆଗେଇ ଯିବାକୁ ଏକମତ ହୋଇଥିଲେ । 

ଦୁଇ ନେତା ଦ୍ୱିପାକ୍ଷିକ ବ୍ୟାପକ ଆର୍ଥିକ ସହଯୋଗ ରାଜିନାମା (ସିଇସିଏ) ଅନ୍ତର୍ଗତ ଜାରି ଆଲୋଚନାକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ଭାରତ ପାଇଁ ସ୍ୱତନ୍ତ୍ର ବାଣିଜ୍ୟ ଦୂତ ଭାବେ ପୂର୍ବତନ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଶ୍ରୀ ଟୋନି ଆବଟଙ୍କ ଭାରତ ଗସ୍ତକୁ ସ୍ୱାଗତ କରିଥିଲେ ଓ ଡିସେମ୍ବର, ୨୦୨୧ ସୁଦ୍ଧା ଅନ୍ତରୀଣ ରାଜିନାମା ଆଧାରିତ ପ୍ରାରମ୍ଭିକ ଘୋଷଣା ପାଇଁ ଦୁଇ ଦେଶର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । 

ପରିବେଶ ପରିବର୍ତ୍ତନ ପ୍ରସଙ୍ଗରେ ତତ୍କାଳ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟର ଭାଗିଦାରୀର ଆବଶ୍ୟକତା ସମ୍ପର୍କରେ ଦୁଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ପରିବେଶ ସଂରକ୍ଷଣ ସମ୍ପର୍କରେ ବ୍ୟାପକ ଆଲୋଚନାର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଉଭୟ ନେତା ସ୍ୱଚ୍ଛ ପ୍ରଯୁକ୍ତି ଉପଲବ୍ଧ ହେବାର ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିଲେ ।

କ୍ଷେତ୍ରର ଦୁଇ ପ୍ରାଣବନ୍ତ ଗଣତନ୍ତ୍ର ଭାବେ ମହାମାରୀ ପରବର୍ତ୍ତୀ ବିଶ୍ୱର ଆହ୍ୱାନ ଅତିକ୍ରମ କରିବା ପାଇଁ ଦୁଇ ଦେଶ ଏକାଠି କାମ କରିବା ସହ ଯୋଗାଣ ଶୃଙ୍ଖଳ ନମନୀୟତା ବୃଦ୍ଧି କରିବାକୁ ଦୁଇ ପ୍ରଧାନମନ୍ତ୍ରୀ ଏକମତ ହୋଇଥିଲେ ।

ଉଭୟ ନେତା ଅଷ୍ଟ୍ରେଲିଆର ଅର୍ଥନୀତି ଓ ସମାଜ ପ୍ରତି ପ୍ରବାସୀ ଭାରତୀୟଙ୍କ ଅତୁଳନୀୟ ଅବଦାନକୁ ପ୍ରଶଂସା କରିଥିଲେ ଓ ନାଗରିକ ସମ୍ପର୍କ ବୃଦ୍ଧିର ଉପାୟ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ପ୍ରଧାନମନ୍ତ୍ରୀ ମୋରିସନଙ୍କୁ ଭାରତ ଗସ୍ତରେ ଆସିବା ପାଇଁ ପୁଣି ଥରେ ଆମନ୍ତ୍ରଣ ଜଣାଇଥିଲେ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
21% YoY rise in engineering exports in June shows sector's resilience amid global challenges: EEPC India Chairman

Media Coverage

21% YoY rise in engineering exports in June shows sector's resilience amid global challenges: EEPC India Chairman
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect