The nation has fought against the coronavirus pandemic with discipline and patience and must continue to do so: PM
India has vaccinated at the fastest pace in the world: PM Modi
Lockdowns must only be chosen as the last resort and focus must be more on micro-containment zones: PM Modi

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-୧୯ ସ୍ଥିତି ପ୍ରସଙ୍ଗରେ ରାଷ୍ଟ୍ରକୁ ସମ୍ବୋଧନ କରିଛନ୍ତି । ନିକଟରେ ମହାମାରୀ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏଭଳି ଦୁଃସମୟରେ ଜଣେ ପରିବାର ସଦସ୍ୟ ଭାବେ ମୁଁ ଆପଣମାନଙ୍କ ସହ ଅଛି । ଆମ ପାଇଁ ଆହ୍ୱାନ ବେଶ ବଡ଼ ରହିଛି, ଆମକୁ ଦୃଢ଼ ମନୋବଳ ସହ ମିଳିତ ଭାବେ ଏଥିରୁ ମୁକୁଳିବାର ଅଛି ।’ କରୋନା ବିରୋଧୀ ଲଢ଼େଇରେ ଅବଦାନ ପାଇଁ ସେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପାରାମେଡିକାଲ କର୍ମଚାରୀ, ପରିମଳ କର୍ମଚାରୀ, ଆମ୍ବୁଲାନ୍ସ ଚାଳକ, ସୁରକ୍ଷା ବଳ ଏବଂ ପୁଲିସ ବଳକୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ବିଭିନ୍ନ ଅଞ୍ଚଳରେ ଅମ୍ଳଜାନର ବର୍ଦ୍ଧିତ ଚାହିଦା ପୂରଣ ସକାଶେ ସରକାର ଗତିଶୀଳ ହୋଇ ତଥା ସମ୍ବେଦନଶୀଳତା ରଖି କାର୍ଯ୍ୟ କରୁଛନ୍ତି । କେନ୍ଦ୍ର, ରାଜ୍ୟ ସରକାର ଏବଂ ଘରୋଇ କ୍ଷେତ୍ର ଅମ୍ଳଜାନ ଆବଶ୍ୟକ କରୁଥିବା ପ୍ରତ୍ୟେକ ଲୋକଙ୍କୁ ଏହାକୁ ଯୋଗାଇବା ପାଇଁ ଚେଷ୍ଟା କରୁଛନ୍ତି । ବିଭିନ୍ନ ସ୍ତରରେ ଅମ୍ଳଜାନ ଉତ୍ପାଦନ ଓ ଯୋଗାଣ ପାଇଁ ଚେଷ୍ଟା କରାଯାଉଛି । ନୂଆ ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ, ୧ ଲକ୍ଷ ନୂଆ ସିଲିଣ୍ଡର ଯୋଗାଣ, ଶିଳ୍ପରେ ବ୍ୟବହାର ହେଉଥିବା ଅମ୍ଳଜାନକୁ ଅନ୍ୟତ୍ର ଯୋଗାଣ, ଅକ୍ସିଜେନ ରେଳ ଭଳି ପଦକ୍ଷେପ ଗ୍ରହଣ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ବୈଜ୍ଞାନିକମାନେ ଅତ୍ୟନ୍ତ ସ୍ୱଳ୍ପ ସମୟରେ ଟିକା ବିକାଶ କରିବାରେ ସଫଳ ହୋଇଛନ୍ତି ଏବଂ ଆଜି ଭାରତ ପାଖରେ ବିଶ୍ୱର ସବୁଠୁ ଶସ୍ତା ଟିକା ଉପଲବ୍ଧ, ଯାହା କି ଭାରତରେ ଉପଲବ୍ଧ ଶୀତଳ ଭଣ୍ଡାର ଶୃଙ୍ଖଳ ନିମନ୍ତେ ଅନୁକୂଳ । ଏହି ମିଳିତ ଉଦ୍ୟମ ଯୋଗୁ, ଭାରତ ‘ମେଡ ଇନ ଇଣ୍ଡିଆ’ ଟିକା ସହିତ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଜାରି ରଖିଛି । ଟିକାକରଣ ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଟିକା ଯେମିତି ସର୍ବାଧିକ ସ୍ଥାନରେ ପହଞ୍ଚେ ଏବଂ ଏହାକୁ ଆବଶ୍ୟକ କରୁଥିବା ଲୋକମାନେ ପାଆନ୍ତୁ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶ୍ୱରେ ସବୁଠୁ କମ ସମୟରେ ଭାରତ ପ୍ରଥମ ୧୦ କୋଟି, ୧୧ କୋଟି ଓ ୧୨ କୋଟି ଟିକା ଡୋଜ ପ୍ରଦାନ କରିଛି ।

ଗତକାଲିର ଟିକା ସଂକ୍ରାନ୍ତ ନିଷ୍ପତ୍ତି ବାବଦରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମେ ପହିଲା ପରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ପ୍ରତ୍ୟେକ ବ୍ୟକ୍ତିଙ୍କର ଟିକାକରଣ ହୋଇପାରିବ । ଭାରତରେ ଉତ୍ପାଦିତ ହେଉଥିବା ଟିକାର ଅଧା ସିଧାସଳଖ ଭାବେ ରାଜ୍ୟ ଓ ହସ୍ପିଟାଲ ନିକଟକୁ ଯିବ ।

ପ୍ରଧାନମନ୍ତ୍ରୀ ଆହୁରି ଗୁରୁତ୍ୱ ଦେଇ କହିଛନ୍ତି ଯେ ଲୋକଙ୍କ ଜୀବନ ବଞ୍ଚାଇବା ସହ ଅର୍ଥନୈତିକ କାର୍ଯ୍ୟକଳାପକୁ ସୁରକ୍ଷିତ ରଖିବା ଏବଂ ଲୋକଙ୍କ ଜୀବିକା ଉପରେ ସର୍ବନିମ୍ନ ପ୍ରତିକୂଳ ପ୍ରଭାବକୁ ସୁନିଶ୍ଚିତ ପାଇଁ ଚେଷ୍ଟା କରାଯାଉଛି । ୧୮ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ଟିକାକରଣକୁ ଉନ୍ମୁକ୍ତ କରାଯିବା ପରିପ୍ରେକ୍ଷୀରେ ସହରଗୁଡ଼ିକରେ ଶ୍ରମଶକ୍ତି ନିମନ୍ତେ ତୁରନ୍ତ ଟିକା ଉପଲବ୍ଧ କରାଯିବ । ଏଭଳି ସ୍ଥିତିରେ ଶ୍ରମିକଙ୍କ ମନୋବଳ ବଢ଼ାଇବା ସହ ସେମାନେ ଯେଉଁଠି ଅଛନ୍ତି, ସେହିଠାରେ ରହିବା ଲାଗି ବୁଝାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରମାନଙ୍କୁ ଆହ୍ୱାନ ଦେଇଛନ୍ତି । ରାଜ୍ୟଗୁଡ଼ିକ ଦ୍ୱାରା ଏଭଳି ମନୋବଳ ବଢ଼ାଯିବା ଦ୍ୱାରା ଏହା ଶ୍ରମିକ ଓ ମଜୁରିଆଙ୍କ ପାଇଁ ବେଶ ସହାୟକ ହୋଇପାରିବ ଏବଂ ସେମାନେ ଯେଉଁଠାରେ ଅଛନ୍ତି ସେହିଠାରେ ହିଁ ଟିକା ପାଇବେ ଓ ସେମାନଙ୍କ କାମ ପ୍ରଭାବିତ ହେବନାହିଁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଲହରିର ପ୍ରାରମ୍ଭିକ ଦିନଗୁଡ଼ିକ ତୁଳନାରେ ଏବେ ଆହ୍ୱାନର ସାମ୍ନା କରିବା ପାଇଁ ଆମ ନିକଟରେ ଯଥେଷ୍ଟ ଜ୍ଞାନ ଓ ସାଧନ ଭରପୂର ରହିଛି । ଉତ୍ତମ ତଥା ଧୈର୍ଯ୍ୟଶୀଳ ଲଢ଼େଇ ପାଇଁ ଶ୍ରୀ ମୋଦୀ ଭାରତର ଲୋକମାନଙ୍କୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି, ଲୋକଙ୍କ ଯୋଗଦାନର ଶକ୍ତି ଦ୍ୱାରା ଆମେ କରୋନାର ଏହି ଲହରିକୁ ମଧ୍ୟ ହରାଇ ପାରିବା । ଆଜିର ଆବଶ୍ୟକ ସମୟରେ ଲୋକଙ୍କୁ ସହାୟକ ହେଉଥିବା ସାମାଜିକ ସଂଗଠନଗୁଡ଼ିକର ଅବଦାନକୁ ସେ ଅଭିବାଦନ ଜଣାଇବା ସହ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଆଗେଇ ଆସିବା ଲାଗି ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଭାରତର ଯୁବପିଢ଼ିଙ୍କୁ ସେମାନଙ୍କ ଅଞ୍ଚଳ ଓ ପଡ଼ୋଶୀ ସ୍ଥାନଗୁଡ଼ିକରେ କୋଭିଡ ଅନୁକୂଳ ବ୍ୟବହାର ବଳବତ୍ତର ରଖିବାରେ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି । ଏହା ଦ୍ୱାରା କଣ୍ଟେନମେଣ୍ଟ ଜୋନ, କର୍ଫ୍ୟୁ ଅଥବା ଲକଡାଉନକୁ ଏଡ଼ାଯାଇ ପାରିବ । ସେ କହିଥିଲେ, ପିଲାମାନେ ମଧ୍ୟ ଏଭଳି ବାତାବରଣ ସୃଷ୍ଟି କରିବା ଦରକାର, ଯାହାଦ୍ୱାରା ସେମାନଙ୍କ ପରିବାର ସଦସ୍ୟ ଅଯଥା ବାହାରକୁ ଯିବାକୁ ଏଡ଼ାଇ ପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିକା ପରିସ୍ଥିତିରେ, ଆମକୁ ଲକଡାଉନରୁ ଦେଶକୁ ବଞ୍ଚାଇବା ଆବଶ୍ୟକ । ରାଜ୍ୟ ସରକାରମାନେ କେବଳ ଶେଷ ଉପାୟ ଭାବେ ଲକଡାଉନକୁ ଏକ ପଦକ୍ଷେପ ଭାବେ ଗ୍ରହଣ କରିପାରିବେ । ଆମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଗୁରୁତ୍ୱ ଦେବାକୁ ହେବ ଏବଂ ଲକଡାଉନକୁ ଏଡ଼ାଇବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
PM Modi calls upon people to celebrate National Handloom Day by showcasing India's rich handloom heritage
August 06, 2026

The Prime Minister, Shri Narendra Modi, has called upon citizens to celebrate National Handloom Day on 7th August by promoting India's rich and diverse handloom traditions.

“Share your videos with your favourite handloom products, including GRWM videos on social media”, Shri Modi said.

Shri Modi posted on X;

Tomorrow, 7th August is National Handloom Day. Let’s make India’s handloom diversity popular.

Share your videos with your favourite handloom products, including GRWM videos on social media.

Don’t forget to use #NationalHandloomDay.