With efforts of every Indian over last 7-8 months, India is in a stable situation we must not let it deteriorate: PM Modi
Lockdown may have ended in most places but the virus is still out there: PM Modi
Government is earnestly working towards developing, manufacturing and distribution of Covid-19 vaccine to every citizen, whenever it is available: PM

କରୋନା ବୈଶ୍ଵିକ ମହାମାରୀ ବିରୁଦ୍ଧରେ ଦେଶ ବର୍ତ୍ତମାନ ଯେଉଁ ସଂଗ୍ରାମ କରୁଛି ସେଥିରେ କୌଣସି କୋହଳ ମନୋଭାବ ସମୀଚୀନ ନୁହେଁ । ନାଗରିକମାନଙ୍କୁ ଟେଲିଭିଜନ ଜରିଆରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଲକଡାଉନ ଉଠିଯାଇଥିଲେ ମଧ୍ୟ କରୋନା ଭୂତାଣୁ ଅଦ୍ୟାବଧି ମୂଳପୋଛ ହୋଇନାହିଁ । ସମଗ୍ର ଦେଶରେ ମହାମାରୀ ପରିସ୍ଥିତିରେ ସୁଧାର ଆସିଥିବାରୁ ସେ ତାର ପ୍ରଶଂସା କରିଥିଲେ । ଆର୍ଥିକ କାର୍ଯ୍ୟକଳାପ କ୍ରମଶଃ ସ୍ଵାଭାବିକ ଆଡକୁ ଫେରୁଥିବା ସହ ଜନସାଧାରଣ ସେମାନଙ୍କ ଦାୟିତ୍ଵ ନିର୍ବାହ ପାଇଁ ବାହାରକୁ ଯିବା ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି । ପାର୍ବଣ ଋତୁର ଅବ୍ୟବହିତ ପୂର୍ବରୁ ଦୋକାନ ବଜାର କାରବାର ମଧ୍ୟ ସ୍ଵାଭାବିକ ଆଡକୁ ଫେରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ଗତ 7-8 ମାସ ମଧ୍ୟରେ ପ୍ରତ୍ୟେକ ଭାରତୀୟଙ୍କ ନୀରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଭାରତ ଭଲ ପରିସ୍ଥିତିରେ ରହିଛି ଓ ଏଥିରେ ଯେପରି ଆଉ ଅବନତି ନଘଟେ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଦରକାର ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ସୁସ୍ଥତା ହାରରେ ଉନ୍ନତି ଘଟିବା ସହ ମୃତ୍ୟୁହାର ମଧ୍ୟ କମ ରହିଛି । ଦେଶରେ 10 ଲକ୍ଷ ଜନସାଧାରଣଙ୍କ ମଧ୍ୟରୁ ପ୍ରାୟ 5,500 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରାଜିଲରେ ଏହି ସଂଖ୍ୟା 25,000 ବୋଲି ସେ କହିଛନ୍ତି । ଦେଶରେ ପ୍ରତ୍ୟେକ 10 ଲକ୍ଷ ନାଗରିକଙ୍କ ମଧ୍ୟରେ 83 ଜଣ ପ୍ରାଣ ହରାଉଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ, ସ୍ପେନ ଓ ବ୍ରିଟେନ ଭଳି ଅନେକ ଉନ୍ନତ ରାଷ୍ଟ୍ରରେ ଏହି ସଂଖ୍ୟା ପ୍ରାୟ 600 ରହିଛି ।

ଅନେକ ଉନ୍ନତ ରାଷ୍ଟ୍ର ତୁଳନାରେ ଆମ ଦେଶରେ ଅଧିକ ଲୋକଙ୍କ ଜୀବନ ରକ୍ଷା କରାଯାଇପାରୁଥିବାରୁ ପ୍ରଧାନମନ୍ତ୍ରୀ ଏହି ଉଦ୍ୟମର ପ୍ରଶଂସା କରିଛନ୍ତି । ଦେଶରେ କୋଭିଡ ଭିତ୍ତିଭୂମି ବିକାଶ ଦିଗରେ ଉନ୍ନତି ଘଟିଥିବା ସେ କହିଛନ୍ତି । କରୋନା ରୋଗୀଙ୍କ ନିମନ୍ତେ 90 ଲକ୍ଷ ଶଯ୍ୟା ଉପଲବ୍ଧ ଥିବା ବେଳେ 12 ହଜାର ସଙ୍ଗରୋଧ କେନ୍ଦ୍ର ରହିଥିବା ସେ କହିଛନ୍ତି । ଧନୀ ଦେଶମାନଙ୍କ ତୁଳନାରେ ଆମ ଦେଶରେ ଅଧିକରୁ ଅଧିକ ନାଗରିକଙ୍କ ଜୀବନ ବଞ୍ଚାଯାଇପାରୁଥିବା ବେଳେ ବହୁଳ ନମୁନା ପରୀକ୍ଷା କୋଭିଡ ବୈଶ୍ଵିକ ମହାମାରୀ ମୁକାବିଲା ଦିଗରେ ଦେଶକୁ ଶକ୍ତି ଯୋଗାଇଛି ବୋଲି ସେ କହିଛନ୍ତି । ସେବା ପରମ ଧର୍ମ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଦେଶର ଡାକ୍ତର, ନର୍ସ ଏବଂ ସ୍ଵାସ୍ଥ୍ୟକର୍ମୀଙ୍କ ନିସ୍ଵାର୍ଥପର ସେବାର ସେ ଉଚ୍ଚ ପ୍ରଶଂସା କରିଛନ୍ତି ।

କରୋନା ଭୂତାଣୁ ବିଦାୟ ନେଇଛି ଏବଂ ଆଉ କରୋନା ପ୍ରତି କୌଣସି ବିପଦ ନାହିଁ ଏହିଭଳି ଭାବି ଖାମଖିଆଲି ମନୋଭାବ ପୋଷଣ ନକରିବାକୁ ସେ ଜନସାଧାରଙ୍କୁ ସତର୍କ କରାଇଦେଇଛନ୍ତି । ଯେଉଁମାନେ ବିଶୋଧକ ବ୍ୟବସ୍ଥା ଗ୍ରହଣ କରିବା ଛାଡିଦେଇଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ମୋଦୀ କହିଛନ୍ତି ଯେ, “ଯଦି ତୁମେ ଅବହେଳା କରି ବିନା ମାସ୍କରେ ବାହାରକୁ ବାହାରୁଛ, ତେବେ ତୁମେ ନିଜକୁ ବିପଦଗ୍ରସ୍ତ କରିବା ସହ ତୁମର ପରିବାର, ପିଲାଛୁଆ ଏବଂ ବୟସ୍କମାନଙ୍କ ପାଇଁ ଅଧିକ ବିପଦ ଡାକି ଆଣୁଛ” । ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପରେ ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ସବୁ ଦେଶରେ କରୋନା ପ୍ରଥମେ ପ୍ରଥମେ ହ୍ରାସ ପାଇଥିଲେ ମଧ୍ୟ ପରେ ଏହା ବୃଦ୍ଧି ପାଉଛି । ଏହି ବୈଶ୍ଵିକ ମହାମାରୀ ପାଇଁ ଟୀକା ନବାହାରିବା ପର୍ଯ୍ୟନ୍ତ କୌଣସି ଅବହେଳା ନକରି କୋଭିଡର ସଂଗ୍ରାମକୁ ଦୁର୍ବଳ ନକରିବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମାନବ ଜାତିକୁ କୋଭିଡ-19 କବଳରୁ ରକ୍ଷା କରିବା ପାଇଁ ଆମ ଦେଶ ସମେତ ବିଶ୍ଵର ଅନେକ ଦେଶର ବୈଜ୍ଞାନିକମାନେ ଟୀକା ପ୍ରସ୍ତୁତି ଦିଗରେ ଅହରହ ସଂଗ୍ରାମ ଚଳାଇଛନ୍ତି । କରୋନା ପାଇଁ ବିଭିନ୍ନ ଟୀକା ପ୍ରସ୍ତୁତି ନିମନ୍ତେ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ କେତେକ ଏଥିରେ ଅଗ୍ରଣୀ ଅଛନ୍ତି । ଟୀକା ଯେପରି ଦେଶର ପ୍ରତ୍ୟେକ ନାଗରିକଙ୍କୁ ସୁବିଧା ଓ ସହଜରେ ଉପଲବ୍ଧ ହେବ ସେଥିପାଇଁ ସରକାର ଏକ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ଟୀକା ନବାହାରିବା ପର୍ଯ୍ୟନ୍ତ କୋଭିଡ ବିରୋଧୀ ସଂଗ୍ରାମରେ କୌଣସି ଅବହେଳା ନକରିବା ପାଇଁ ସେ ଜନସାଧାରଣଙ୍କୁ ପୁନର୍ବାର ନିବେଦନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ବର୍ତ୍ତମାନ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛୁ । ସାମାନ୍ୟ ଅସାବଧାନତା ଆମକୁ ଜଟିଳ ପରିସ୍ଥତି ଆଡକୁ ଟାଣି ନେବା ସହ ଆମ ସୁଖ ଶାନ୍ତି ପ୍ରତି ବ୍ୟାଘାତ ସୃଷ୍ଟି କରିବ । ଦାୟିତ୍ଵ ନିର୍ବାହ କାଳରେ ଜନସାଧାରଣ ସତର୍କ ରହିବାକୁ ପରାମର୍ଶ ଦେବା ସହ 6 ଫୁଟର ଦୂରତା ରକ୍ଷା, ସାବୁନରେ ବାରମ୍ବାର ହାତ ଧୋଇବା ଏବଂ ମାସ୍କ ପିନ୍ଧିବା ନେଇ ସେ ସମସ୍ତ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।       

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FTAs boost global demand for Indian talent, expand mobility options

Media Coverage

FTAs boost global demand for Indian talent, expand mobility options
NM on the go

Nm on the go

Always be the first to hear from the PM. Get the App Now!
...
PM Modi performs Darshan and Pooja at Baba Vishwanath Temple; prays for the prosperity and good health of all countrymen
April 29, 2026

 

Prime Minister Shri Narendra Modi today performed darshan and pooja at the Baba Vishwanath Temple in Kashi, where he prayed for the happiness, prosperity, and healthy lives of the people of the nation.

"हर हर महादेव !

काशी में बाबा विश्वनाथ मंदिर में दर्शन और पूजन का सौभाग्य मिला। यहां भगवान भोलेनाथ से समस्त देशवासियों के लिए सुख-समृद्धि और आरोग्यपूर्ण जीवन की कामना की।

माँ अन्नपूर्णा एवं माँ गंगा के दर्शन से असीम शांति मिली। उनकी कृपा से हर किसी में सकारात्मक ऊर्जा का संचार हो !

काशी की जनता को पुनः नमन