“ନିକଟରେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତର ଚିତ୍ର ବଜେଟ୍‌ରେ ସୁସ୍ପଷ୍ଟ”
“ଆମ ନିଜ ଦେଶରେ ଉପକରଣ ବିକଶିତ ହେଲେ ଏଥିରେ ଅନନ୍ୟ ଓ ଆଶ୍ଚର୍ଯ୍ୟଜନକ ପରିଣାମ ଉପଲବ୍ଧ ହେବ”
“ଚଳିତବର୍ଷ ବଜେଟରେ ନିର୍ମାଣ କ୍ଷେତ୍ରରେ ଗବେଷଣା, ପରିପାଟୀ ଓ ବିକାଶର ଏକତ୍ତଉତ୍କୃଷ୍ଟ ବ୍ଲୁ ପ୍ରିଣ୍ଟ ରହିଛି”
“୫୪ହଜାରେ କୋଟି ଟଙ୍କାର ଉପକରଣ ଆହରଣ ନିମନ୍ତେ ଘରୋଇ ଚୁକ୍ତି ହୋଇଛି । ଏହା ବ୍ୟତୀତ ୪.୫ଲକ୍ଷ କୋଟି ଟଙ୍କାର ଆହରଣ ପ୍ରକ୍ରିୟା ବିଭିନ୍ନ ସ୍ତରରେ ରହିଛି”
“ଏକ ବଳିଷ୍ଠ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ସ୍ୱଚ୍ଛ, ସମୟ ଭିତ୍ତିକ, ବାସ୍ତବ ଦୃଷ୍ଟିକୋଣ ସମ୍ପନ୍ନ ପରୀକ୍ଷାନିରୀକ୍ଷା ପଦ୍ଧତି ଓ ପ୍ରମାଣନ ଆବଶ୍ୟକ”

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ କାର୍ଯ୍ୟର ଆହ୍ୱାନ ଶୀର୍ଷକ ଏକ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଅଭିଭାଷଣ ରଖିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ୱେବିନାର ଆୟୋଜିତ ହୋଇଛି । ବଜେଟର ଘୋଷଣା କ୍ରମ ଅନୁସାରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିଥିବା ଏହା ହେଉଛି ବଜେଟ ପର ଚତୁର୍ଥ ୱେବିନାର ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୱେବିନାରର ବାର୍ତ୍ତା ପ୍ରତିରକ୍ଷାରେ ଆତ୍ମନିର୍ଭର ଭାରତ-କାର୍ଯ୍ୟପ୍ରତି ଆହ୍ୱାନ ଦେଶର ମତିଗତିକୁ ପ୍ରଦର୍ଶନ କରିଥାଏ । ନିକଟ ଅତୀତରେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତକୁ ବଳିଷ୍ଠ କରିବା ନିମନ୍ତେ ପଦକ୍ଷେପ ଚଳିତ ବଜେଟରେ ସୁସ୍ପଷ୍ଟ । ଦାସତ୍ୱ କାଳରେ ଭାରତର ପ୍ରତିରକ୍ଷା ନିର୍ମାଣ ଓ ଏପିରିକି ସ୍ୱାଧୀନତାର ଠିକ୍ ପରବର୍ତ୍ତୀ ଦିନ ଗୁଡିକରେ ମଧ୍ୟ ଏହା କିପରି ଶକ୍ତିଶାଳୀ ଥିଲା ଶ୍ରୀ ମୋଦୀ ତାହାର ସ୍ମରଣ କରିଥିଲେ । ଭାରତରେ ତିଆରି ଅସ୍ତ୍ରୋପକରଣ ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । “ଯଦିଓ ପରବର୍ତ୍ତୀ କାଳରେ ଏହି ଦକ୍ଷତା ହ୍ରାସ ପାଇଥିଲା, ତଥାପି ସେତେବେଳେ  ବା ଏବେ ମଧ୍ୟ ଏହାର ସାମର୍ଥ୍ୟ ହ୍ରାସ ପାଇନାହିଁ” ବୋଲି ସେ କହିଥିଲେ ।

“ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ପଦ୍ଧତିରେ ଲୌକିକତା ଓ ଅନନ୍ୟ ଶୈଳୀ ଯୋଗୁ କିପରି ଏହା ପ୍ରତିପକ୍ଷଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ, ତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।” ଯେତେବେଳେ ନିଜ ଦେଶରେ ଉପକରଣ ବିକଶିତ ହେବ ସେତେବେଳେ ହିଁ ଏହାର ଅନନ୍ୟ ଶୈଳୀ ଓ ଲୌକିକତା ଲୋକଲୋଚନକୁ ଆସିବ’ ବୋଲି ସେ କହିଥିଲେ । ଚଳିତବର୍ଷ ବଜେଟରେ ନିର୍ମାଣ କ୍ଷେତ୍ରରେ ଗବେଷଣା, ପରିପାଟୀ ଓ ବିକାଶର ଏକ ଉତ୍କୃଷ୍ଟ ବ୍ଲୁପ୍ରିଣ୍ଟ ରହିଛି ବୋଲି ସେ କହିଥିଲେ । ପ୍ରତିରକ୍ଷା ବଜେଣର ଶତକଡା ୭୦ଭାଗ କେବଳ ଘରୋଇ ଶିଳ୍ପ ପାଇଁ ରହିଛି ବୋଲି ସେ କହିଥିଲେ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଦୁଇଶହରୁ ଅଧିକ ପ୍ରତିରକ୍ଷା ଉପକରଣର ସ୍ୱଦେଶୀ ତାଲିକା ଜାରି କରିଛି । ଏହା ପରେ ୫୪ହଜାର କୋଟି ଟଙ୍କାର ସ୍ୱଦେଶୀ ଉପକରଣ ଆହରଣ ନିମନ୍ତେ ଚୁକ୍ତି ହୋଇଛି । ଏହା ବ୍ୟତୀତ ୪.୫ ଲକ୍ଷ କୋଟି ଟଙ୍କାର ଉପକରଣ ଆହରଣ ପ୍ରକ୍ରି୍ରୟା ବିଭିନ୍ନ ସ୍ତରରେ ରହିଛି । ତୃତୀୟ ତାଲିକା ଖୁବ୍ ଶୀଘ୍ର ଆସିବ ବୋଲି ସେ କହିଥିଲେ ।

ଉପକରଣ ଆହରଣରେ ଦୀର୍ଘକାଳୀନ ପଦ୍ଧତିର ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାଦ୍ୱାରା ଅନେକ ସମୟରେ ଉପକରଣ ସେନାରେ ସାମିଲ ହେବା ବେଳକୁ ଏହା ପୁରୁଣା ହୋଇଯାଇଥାଏ  । “ଏହାର ସମାଧାନ ହେଉଛି ଆତ୍ମନିର୍ଭର ଭାରତ ଓ ମେକ୍ ଇନ୍ ଇଣ୍ଡିଆ” ବୋଲି ସେ କହିଥିଲେ । ଆତ୍ମନିର୍ଭର ଭାରତକୁ ଗୁରୁତ୍ୱର ସହ ବିଚେଚନା କରିଥିବାରୁ ପ୍ରଧାନମନ୍ତ୍ରୀ ସଶସ୍ତ୍ର ସେନାର ପ୍ରଶଂସା କରିଥିଲେ । ଅସ୍ତ୍ରୋପକରଣ କ୍ଷେତ୍ରରେ ଯବାନମାନଙ୍କ ଭାବନା ଓ ଗର୍ବ ପ୍ରତି ଧ୍ୟାନ ଦେବା ଦରକାର । ଏ କ୍ଷେତ୍ରରେ ଆତ୍ମନିର୍ଭର ହେଲେ ଯାଇ ଏହା ସମ୍ଭବ ବୋଲି କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଇବର ସୁରକ୍ଷା ଏବେ କେବଳ ଡିଜିଟାଲ ବିଶ୍ୱ ପାଇ ସୀମିତ ହୋଇ ରହିନାହିଁ ବରଂ ଏହା ଜାତୀୟ ସୁରକ୍ଷା ପାଲଟି ଯାଇଛି । “ଆମେ ପ୍ରତିରକ୍ଷା କ୍ଷେତ୍ର ଯେତିକି ଦୁର୍ଦ୍ଦଶ ସୂଚନା ପ୍ରଯୁକ୍ତି ଶକ୍ତି ଉପଯୋଗ କରିବା ଆମର ସୁରକ୍ଷା ନେଇ ଆମର ଗଭୀର ଆତ୍ମବିଶ୍ୱାସ ସେତେ ଅଧିକ ହେବ” ହେବ ବୋଲ ିସେ କହିଥିଲେ ।

ପ୍ରତିରକ୍ଷା ଓ ଉପକରଣ ନିର୍ମାଣକାରୀଙ୍କ ସହ ଚୁକ୍ତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିରେ ଅନେକ ସମୟରେ ଆର୍ଥିକ ତୋଷାରପାତ ଓ ଦୁର୍ନୀତିର ପ୍ରଶ୍ନ ଉଠିଥାଏ । ଯୁଦ୍ଧୋପକରଣ ଗୁଡିକର ବ୍ୟବହାର ଓ ଗୁଣାତ୍ମକ ଦିଗ ଅନେକ ବାଦବିବାଦ ମଧ୍ୟକୁ ଚାଲିଯାଏ । ଆତ୍ମନିର୍ଭର ଭାରତ ଅଭିଯାନ ଏ ସମସ୍ୟା ପ୍ରତି ମଧ୍ୟ ଦୃଷ୍ଟି ଦେଇଥାଏ ।

ପ୍ରଧାନମନ୍ତ୍ରୀ ଆୟୁଧ କାରଖାନାଗୁଡିକ ସଂକଳ୍ପ ଓ ପ୍ରଗତିର ଉଜ୍ଜଳ ଦୃଷ୍ଟାନ୍ତ ବୋଲି କହିଥିଲେ । ଗତବର୍ଷ ପ୍ରତିରକ୍ଷା କାର୍ଯ୍ୟଭାର ହାତକୁ ନେଇଥିବା ସାତୋଟି ସଂସ୍ଥା ସେମାନଙ୍କ କାର୍ଯ୍ୟ ପରିସର ବୃଦ୍ଧି ତଥା ନୂତନ ବଜାରରେ ପ୍ରବେଶ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଥିଲେ । “ଗତ ପାଂଚ-ଛଅବର୍ଷ ମଧ୍ୟରେ ଆମେ ପ୍ରତିରକ୍ଷା ରପ୍ତାନୀ ଛଅଗୁଣ ବୃଦ୍ଧି କରିପାରିଛୁ । ଆଜି ଆମେ ୭୫ରୁ ଅଧିକ ଦେଶକୁ ଭାରତୀୟ ପ୍ରତିରକ୍ଷା ଉପକରଣ ପଠାଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ମେକ ଇନ୍ ଇଣ୍ଡିଆକୁ ସରକାରୀ ପ୍ରୋତ୍ସାହନ ଯୋଗୁଁ ଗତ ସାତବର୍ଷ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ ନିମନ୍ତେ ୩୫୦ଟି ନୂତନ ଶିଳ୍ପ ଲାଇସେନ୍ସ ପ୍ରଦାନ କରାଯାଇଛି । ତେବେ ୨୦୦୧ରୁ ୨୦୧୪ ମଧ୍ୟରେ ମାତ୍ର ୨୦୦ଟି ଲାଇସେନ୍ସ ଜାରି କରାଯାଇଥିଲା । ପ୍ରଧାନ ମନ୍ତ୍ରୀ କହିଥ୍‌ôଲେ ଯେ ଡିଆରଡିଓ ଏବଂ ପ୍ରତିରକ୍ଷା ସରକାରୀ ଉଦ୍ୟୋଗ ସହ  ଘରୋଇ କ୍ଷେତ୍ର ମଧ୍ୟ ଆଗେଇ ଆସିବା ଦରକାର । ସେଥିପାଇଁ ପ୍ରତିରକ୍ଷା ଗବେଷଣା ଓ ପରିପାଟୀ  ଲାଗି ବଜେଟ୍‌ରେ ଶତକଡା ୨୫ଭାଗ ବ୍ୟୟବରାଦ  ଶିଳ୍ପ, ଷ୍ଟାର୍ଟଅପ ଓ ଶିକ୍ଷାନୁଷ୍ଠାନ ପାଇଁ ରଖାଯାଇଛି । ସ୍ପେଶାଲ ପରପସ ଭେଇକିଲ ମଡେଲ ମଧ୍ୟ ବଜେଟରେ ବ୍ୟବସ୍ଥା ରହିଛି । “ ଏ କ୍ଷେତ୍ରରେ ଘରୋଇ ଶିଳ୍ପାନୁଷ୍ଠାନ ଏକ ଯୋଗାଣକାରୀ ବା ବିକ୍ରେତା ନ ହୋଇ ଏକ ଅଂଶୀଦାର ହେବାର ଭୂମିକା ଗ୍ରହଣ କରି ପାରିବ ବୋଲି ସେ କହିଥିଲେ ।”

ଏକ ବଳିଷ୍ଠ ପ୍ରତିରକ୍ଷା ଶିଳ୍ପର ଅଭିବୃଦ୍ଧି ନିମନ୍ତେ ସ୍ୱଚ୍ଛ, ସମୟଭିତ୍ତିକ, ବାସ୍ତବ, ଦୃଷ୍ଟିକୋଣ ସମ୍ପନ୍ନ ପରୀକ୍ଷାନିରୀକ୍ଷା ପଦ୍ଧତି ଓ ପ୍ରମାଣନ ଆବଶ୍ୟକ ବୋଲି ସେ କହିଛନ୍ତି । ଏଥିପାଇଁ ସ୍ୱାଧୀନ ପଦ୍ଧତି ସମସ୍ୟା ସମାଧାନ କ୍ଷେତ୍ରରେ ସହାୟକ ହେବ ।

ବଜେଟ୍ ବ୍ୟବସ୍ଥାକୁ ସମୟାନୁଯାୟୀ ତ୍ୱରାନ୍ୱିତ କରିବା ପାଇଁ ତୃତୀୟପକ୍ଷ ଅଂଶୀଦାରମାନେ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଉତ୍ସାହିତ କରିଥିଲେ । ବଜେଟ୍‌ରେ କରାଯାଇଥିବା ବ୍ୟବସ୍ଥା ଓ ସୁବିଧା ସୁଯୋଗ ସମ୍ପୂର୍ଣ୍ଣ ଭାବେ ନେଲେ ତ୍ୱରାନ୍ୱିତ ଅବସ୍ଥା ସୁଗମ ହେବ ବୋଲି ସେ କହିଥିଲେ ।

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways deploys AI on tracks, trains and stations to boost safety

Media Coverage

Railways deploys AI on tracks, trains and stations to boost safety
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the value and transformative power of knowledge
September 09, 2026

The Prime Minister, Shri Narendra Modi, shared a Sanskrit Subhashitam highlighting that wisdom teaches the art of living in harmony with society. He said that knowledge imparts wisdom and prosperity, fills the heart with joy and enhances one’s dignity.

The Prime Minister shared a Sanskrit Subhashitam-

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”

The Subhashitam conveys that wisdom teaches the art of living in harmony with society. It grants knowledge and prosperity, fills the heart with joy, and raises one's dignity. Thus, wisdom is as precious as service to righteous governance, beloved by the heart, and a force that uplifts life.

The Prime Minister wrote on X;

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”