Today, with the grace of Sri Sri Harichand Thakur ji, I have got the privilege to pray at Orakandi Thakurbari: PM Modi
Both India and Bangladesh want to see the world progressing through their own progress: PM Modi in Orakandi
Our government is making efforts to make Orakandi pilgrimage easier for people in India: PM Modi

ଜୟ ହରି-ବୋଲ! ଜୟ ହରି-ବୋଲ!

ହରି-ବୋଲ! ହରି-ବୋଲ! ଜୟ ହରି-ବୋଲ!

ବାଂଲାଦେଶ ସରକାରଙ୍କ ଗଣ୍ୟମାନ୍ୟ ପ୍ରତିନିଧି, କୃଷି ମନ୍ତ୍ରୀ ଡକ୍ଟର ମୋହମ୍ମଦ ଅବ୍ଦୁର ରଜାକ ମହାଶୟ, ଶ୍ରୀ ଶେଖ ସଲିମ ମହାଶୟ, ଲେଫ୍ଟନାଣ୍ଟ କର୍ନଲ ମୁହମ୍ମଦ ଫାରୁକ ଖାନ ମହାଶୟ, ଭାରତର ସଂସଦର ମୋର ଅନନ୍ୟ ସହଯୋଗୀ ଏବଂ ମୋର ମିତ୍ର ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁର ମହାଶୟଙ୍କ ପରମ୍ପରା ଏବଂ ମୂଲ୍ୟବୋଧ ଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ଶ୍ରୀ ଶାନ୍ତନୁ ଠାକୁର ମହାଶୟ, ଭାରତରୁ ଆସିଥିବା ସର୍ବ ଭାରତୀୟ ମତୁଆ ମହାସଂଘର ପ୍ରତିନିଧି, ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁର ମହାଶୟଙ୍କ ଠାରେ ଅନନ୍ୟ ଶ୍ରଦ୍ଧା ରଖୁଥିବା ମୋର ଭଉଣୀ ଓ ଭାଇମାନେ ଏବଂ ସମସ୍ତ ସମ୍ମାନିତ ସାଥୀଗଣ ! ଆପଣ ସମସ୍ତଙ୍କୁ ଆଦରପୂର୍ବକ

ନୋମୋସ୍କାର !

ଆଜି ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁର ମହାଶୟଙ୍କ କୃପାରୁ ମୋତେ ଓରାକାଣ୍ଡି ଠାକୁରବାଡ଼ିର ଏହି ପୂଣ୍ୟଭୂମିକୁ ପ୍ରଣାମ କରିବାର ସୌଭାଗ୍ୟ ମିଳିଛି । ମୁଁ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁର ମହାଶୟଙ୍କ ଚରଣ ତଳେ ମଥା ନୁଆଁଇ ପ୍ରଣିପାତ କରୁଛି।

ଏବେ ମୁଁ ଏଠାରେ କିଛି ମହାନୁଭବଙ୍କ ସହିତ କଥାବାର୍ତ୍ତା ହେଉଥିଲି ତେବେ ସେମାନେ କହିଲେ- କିଏ କେବେ ଚିନ୍ତା କରିଥିଲା ଯେ ଭାରତର ପ୍ରଧାନମନ୍ତ୍ରୀ କେବେ ଓରାକାଣ୍ଡି ଆସିବେ । ମୁଁ ଆଜି ସେହିଭଳି ଅନୁଭବ କରୁଛି, ଯାହା ଭାରତରେ ରହୁଥିବା ‘ମାତୁଆ ସଂପ୍ରଦାୟ’ର ମୋର ହଜାର-ହଜାର ଲକ୍ଷ-ଲକ୍ଷ ଭାଇ-ଭଉଣୀ ଓରାକାଣ୍ଡି ଆସି ଅନୁଭବ କରନ୍ତି। ମୁଁ ଆଜି ଏଠାକୁ ଆସିଲି ତେବେ ସେମାନଙ୍କ ତରଫରୁ ମଧ୍ୟ ଏହି ପୂଣ୍ୟ ଭୂମିର ଚରଣ ସ୍ପର୍ଶ କରିଛି।

ଏହି ଦିନର, ଏହି ପବିତ୍ର ଅବସରର ପ୍ରତୀକ୍ଷା ମୋତେ ବହୁ ବର୍ଷ ଧରି ରହିଥିଲା । ବର୍ଷ 2015ରେ ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ବାଂଲାଦେଶ ଆସିଥିଲି, ସେତେବେଳେ ହିଁ ଏଠାକୁ ଆସିବାର ଇଚ୍ଛା ମୁଁ ଜାହିର କରିଥିଲି। ମୋର ସେହି ଇଚ୍ଛା, ମୋର ସେହି କାମନା ଆଜି ପୂରଣ ହୋଇଛି।

ମୋତେ କ୍ରମାଗତ ଭାବେ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁର ମହାଶୟଙ୍କ ଅନୁଗାମୀଙ୍କ ସହିତ ପ୍ରେମ ଏବଂ ସ୍ନେହ ସଦା ସର୍ବଦା ମିଳିଥିଲା, ତାଙ୍କ ପରିବାରର ଆପଣାର ଭାବନା ମୋତେ ସର୍ବଦା ମିଳିଥିଲା । ମୁଁ ଆଜି ଠାକୁରବାଡିj ଦର୍ଶନ ଲାଭ ପଛରେ ତାଙ୍କର ଆଶୀର୍ବାଦର ପ୍ରଭାବ ମଧ୍ୟ ମାନୁଛି ।

ମୋର ମନେଅଛି, ପଶ୍ଚିମ ବଙ୍ଗରେ ଠାକୁରନଗରକୁ ଯେତେବେଳେ ମୁଁ ଯାଇଥିଲି, ତେବେ ସେଠାରେ ମୋର ମାତୁଆ ଭାଇ-ଭଉଣୀମାନେ ମୋତେ ପରିବାରର ସଦସ୍ୟ ଭଳି ବହୁତ ସ୍ନେହ ଦେଇଥିଲେ। ବିଶେଷ ଭାବେ ‘ବାଁରୋ-ମାଁ’ଙ୍କର ଆପଣାରପଣିଆ, ମାଆ ଭଳି ତାଙ୍କର ଆଶୀର୍ବାଦ, ସେ ସବୁ ହେଉଛି ମୋ ଜୀବନର କିଛି ଅମୂଲ୍ୟ କ୍ଷଣ।

ପଶ୍ଚିମ ବଙ୍ଗଳାରେ ଠାକରନଗରରୁ ବାଂଲାଦେଶରେ ଠାକୁରବାଡି ପର୍ଯ୍ୟନ୍ତ, ସେମିତି ହିଁ ଶ୍ରଦ୍ଧା ରହିଛି, ସେମିତି ହିଁ ଆସ୍ଥା ଅଛି, ସେହିଭଳି ଆସ୍ଥା ରହିଛି, ଆଉ ସେହିଭଳି ଅନୁଭବ ମଧ୍ୟ ରହିଛି।

ମୁଁ ବାଂଲାଦେଶର ରାଷ୍ଟ୍ରୀୟ ପର୍ବରେ ଭାରତର 130 କୋଟି ଭାଇ-ଭଉଣୀଙ୍କ ତରଫରୁ ଆପଣଙ୍କ ପାଇଁ ପ୍ରେମ ଏବଂ ଶୁଭକାମନା ଆଣି ଆସିଛି। ଆପଣ ସମସ୍ତଙ୍କୁ ବାଂଲାଦେଶର ସ୍ୱାଧୀନତାର 50 ବର୍ଷ ପୂରଣ ହେବା ଅବସରରେ ଢ଼େର ଶୁଭେଚ୍ଛା, ହାର୍ଦ୍ଦିକ ଶୁଭ କାମନା।

କାଲି ଢ଼ାକାରେ ଜାତୀୟ ଦିବସ କାର୍ଯ୍ୟକ୍ରମ ସମୟରେ ମୁଁ ବାଂଲାଦେଶର ଶୌର୍ଯ୍ୟ-ପରାକ୍ରମର, ସେହି ସଂସ୍କୃତିର ଅଦ୍ଭୁତ ଶୋଭାଯାତ୍ର ଦେଖିଲି, ଯାହାକୁ ଏହି ଅଦ୍ଭୁତ ଦେଶ ସାଇତି କରି ରଖିଛି ଆଉ ଆପଣମାନେ ହେଉଛନ୍ତି ଯାହାର ବହୁତ ପ୍ରମୁଖ ଅଂଶ।

ଏଠାକୁ ଆସିବା ପୂର୍ବରୁ ମୁଁ ଜାତିର ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ‘ସମାଧି ଶୌଧୋ’କୁ ଗଲି, ସେଠାରେ ଶ୍ରଦ୍ଧା ସୁମନ ଅର୍ପଣ କଲି। ଶେଖ ମୁଜିବୁର ରେହମାନଙ୍କ ନେତୃତ୍ୱ, ତାଙ୍କର ଭିଜନ ଏବଂ ବାଂଲାଦେଶର ଲୋକମାନଙ୍କ ଉପରେ ତାଙ୍କର ବିଶ୍ୱାସ ହେଉଛି ଏକ ଉଦାହରଣ।

ଆଜି ଯେଉଁଭଳି ଭାବେ ଭାରତ-ବାଂଲାଦେଶର ସରକାର ଦୁଇ ଦେଶର ସ୍ୱାଭାବିକ ସମ୍ବନ୍ଧକୁ ସୁଦୃଢ଼ କରୁଛି, ସାଂସ୍କୃତିକ ରୂପରେ ଏହି କାର୍ଯ୍ୟ ଠାକୁରବାଡି ଏବଂ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁର ମହାଶୟଙ୍କ ସନ୍ଦେଶ ଦଶକ-ଦଶକ ଧରି କରି କରି ଆସୁଛନ୍ତି।

ଏକ ପ୍ରକାରରେ ଏହି ସ୍ଥାନ ଭାରତ ଏବଂ ବାଂଲାଦେଶର ଆତ୍ମିକ ସମ୍ପର୍କର ତୀର୍ଥସ୍ଥଳୀ ରହି ଆସିଛି । ଆମର ସମ୍ପର୍କ ହେଉଛି ଜନର ଜନଙ୍କ ସମ୍ପର୍କ, ମନରେ ମନର ସମ୍ପର୍କ।

ଭାରତ ଏବଂ ବାଂଲାଦେଶ ଉଭୟ ଦେଶ ନିଜର ବିକାଶକୁ, ନିଜର ପ୍ରଗତି ଦ୍ୱାରା ସଂପୂର୍ଣ୍ଣ ବିଶ୍ୱକୁ ପ୍ରଗତି ଦେଖାଇବାକୁ ଚାହୁଁଛନ୍ତି । ଦୁଇଟି ଯାକ ଦେଶ ଦୁନିଆରେ ଅସ୍ଥିରତା, ଆତଙ୍କ ଏବଂ ଅଶାନ୍ତି ସ୍ଥାନରେ ସ୍ଥିର, ପ୍ରେମ ଏବଂ ଶାନ୍ତି ଚାହାଁନ୍ତି ।

ଏହି ମୂଲ୍ୟ, ଏହି ଶିକ୍ଷା ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁର ଦେବ ମହାଶୟ ଆମକୁ ଦେଇଥିଲେ । ଆଜି ସାରା ବିଶ୍ୱ ଯେଉଁ ମୂଲ୍ୟବୋଧର କଥା କହୁଛନ୍ତି, ମାନବତାର ଯେଉଁ ଭବିଷ୍ୟତର ସ୍ୱପ୍ନ ଦେଖୁଛନ୍ତି, ସେହି ମୂଲ୍ୟଗୁଡ଼ିକ ପାଇଁ ଶ୍ରୀ ଶ୍ରୀ ହରିଚାନ୍ଦ ମହାଶୟ ନିଜର ଜୀବନକୁ ସମର୍ପିତ କରିଥିଲେ।

ମହାନ କବି ଶ୍ରୀ ମହାନୋନ୍ଦୋ ହଲଦାର ଶ୍ରୀ ଶ୍ରୀ ଗୁରୁଚାନ୍ଦ ଚରିତୋରେ ଲେଖିଛନ୍ତି-

ତପଶୀଲ ଜାତି ମାଧୁଜ୍ଜ ଜା କିଛୁ ହୋୟଚେ ।

ହରିଚାନ୍ଦ କଳ୍ପବୃକ୍ଷ ସାଁକଲି ଫେଲେଛେ ।।

ଅର୍ଥାତ, ଶୋଷିତ, ପୀଡ଼ିତ, ଦଳିତ, ବଞ୍ଚିତ ସମାଜ ଯାହା କିଛି ମଧ୍ୟ ଇଚ୍ଛା କଲେ, ଯାହା କିଛି ମଧ୍ୟ ହାସିଲ କଲେ, ତାହା ଶ୍ରୀ ଶ୍ରୀ ହରିଚାନ୍ଦ ମହାଶୟଙ୍କ ଭଳି କଳ୍ପବୃକ୍ଷର ହିଁ ହେଉଛି ଫଳ।

ଶ୍ରୀ ଶ୍ରୀ ହରିଚାନ୍ଦ ମହାଶୟଙ୍କ ଦ୍ୱାରା ପ୍ରଦର୍ଶୀତ ମାର୍ଗରେ ଚାଲି ଆଜି ଆମେ ଏକ ସମାନ, ସମରସ ସମାଜ ଆଡ଼କୁ ବଢ଼ୁଛେ । ସେ ସେହି ସମୟରେ ମହିଳାମାନଙ୍କ ଶିକ୍ଷା, ସେମାନଙ୍କର ସାମାଜିକ ଭାଗିଦାରୀ ପାଇଁ କାର୍ଯ୍ୟ ଆରମ୍ଭ କରି ଦେଇଥିଲୁ । ଆଜି ଆମେ ମହିଳା ସଶକ୍ତୀକରଣର ପ୍ରୟାସ ସବୁକୁ ସମଗ୍ର ବିଶ୍ୱରେ ଆଗକୁ ବଢ଼ିବା ଦେଖୁଛୁ ।

ଯେତେବେଳେ ଆମେ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଙ୍କ ସନ୍ଦେଶ ସବୁକୁ ବୁଝୁ, ‘ହରି-ଲୀଳା-ଅମୃତୋ’ର ପାଠ କରୁଛୁ, ତେବେ ଏଭଳି ଲାଗିଥାଏ ଯେଭଳି ସେ ଆଗାମୀ ଶତାବ୍ଦୀକୁ ସେ ପୂର୍ବରୁ ହିଁ ଦେଖି ଦେଇଥିଲେ । ତାଙ୍କ ପାଖରେ ଏକ ଦିବ୍ୟ ଦୃଷ୍ଟି ଥିଲା, ଏକ ଅଲୌକିକ ପ୍ରଜ୍ଞା ଥିଲା।

ପରାଧୀନତାର ସେହି ସମୟରେ ମଧ୍ୟ ସେ ସମାଜକୁ ଏହା କହିଥିଲେ ଯେ ଆମର ବାସ୍ତବିକ ପ୍ରଗତିର ରାସ୍ତା ହେଉଛି କ’ଣ। ଆଜି ଭାରତ ହେଉ କିମ୍ବା ବାଂଲାଦେଶ, ସାମାଜିକ ଐକ୍ୟବଦ୍ଧତା, ସମରସତାର ସେହି ମନ୍ତ୍ରଗୁଡ଼ିକ ଦ୍ୱାରା ନିଜ ଭବିଷ୍ୟତ ନିର୍ମାଣ କରୁଛନ୍ତି, ବିକାଶର ନୂତନ ସୋପାନକୁ ଛୁଉଁଛନ୍ତି।

ସାଥୀଗଣ,

ଶ୍ରୀ ଶ୍ରୀ ହରିଚାନ୍ଦ ଦେବ ମହାଶୟଙ୍କ ଜୀବନ ଆମକୁ ଆଉ ଏକ ଶିକ୍ଷା ଦେଇଛନ୍ତି। ସେ ଈଶ୍ୱରୀୟ ପ୍ରେମର ମଧ୍ୟ ସନ୍ଦେଶ ଦେଲେ, କିନ୍ତୁ ଏହା ସହିତ ହିଁ ଆମକୁ ଆମର କର୍ତ୍ତବ୍ୟର ବୋଧ ମଧ୍ୟ କରାଇଲେ। ସେ ଆମକୁ ଜଣାଇଛନ୍ତି ଯେ ଉତ୍ପୀଡ଼ନ ଏବଂ ଦୁଃଖ ବିରୁଦ୍ଧରେ ସଂଘର୍ଷ ମଧ୍ୟ ହେଉଛି ସାଧନା।

ଆଜି ଶ୍ରୀ ଶ୍ରୀ ହରିଚାନ୍ଦ ଦେବ ମହାଶୟଙ୍କ ଲକ୍ଷ-ଲକ୍ଷ କୋଟି-କୋଟି ଅନୁଗାମୀ, ସେମାନେ ହୁଏତ ଭାରତରେ ରହିଥାଆନ୍ତୁ, ବାଂଲାଦେଶରେ ରହିଥାଆନ୍ତୁ କିମ୍ବା ଆଉ କେଉଁଠି, ତାଙ୍କର କହିଥିବା ପଥରେ ଚାଲୁଛନ୍ତି, ମାନବତା ସମ୍ମୁଖରେ ଯାହା କିଛି ମଧ୍ୟ ସଂକଟ ରହିଛି, ସେଗୁଡ଼ିକର ସମାଧାନରେ ସହଯୋଗ କରୁଛନ୍ତି।

ଏହା ହେଉଛି ମୋର ସୌଭାଗ୍ୟ ଯେ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁର ମହାଶୟଙ୍କ ପରମ୍ପରାକୁ ସମ୍ଭାଳୁଥିବା, ଶାନ୍ତୌନୁ ଠାକୁର ମହାଶୟ ଭାରତରେ ସଂସଦରେ ହେଉଛନ୍ତି ମୋର ସହଯୋଗୀ । ଯଦିଓ ବୟସରେ ମୋ ଠାରୁ ସାନ କିନ୍ତୁ ମୋତେ ମଧ୍ୟ ତାଙ୍କଠାରୁ ବହୁତ କିଛି ଶିଖିବାକୁ ମିଳିଛି । ଏହାର କାରଣ ହେଉଛି ଏହା କି ଯେ ସେ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁର ମହାଶୟଙ୍କ ମହାନ ଶିକ୍ଷାଗୁଡ଼ିକୁ ନିଜ ଜୀବନରେ ପାଳନ କରିଛନ୍ତି । ସେ ହେଉଛନ୍ତି ବହୁତ କର୍ମଠ। ସମାଜର ଲୋକମାନଙ୍କ ପାଇଁ ସମ୍ବେଦନଶୀଳତା ସହିତ ଦିନ-ରାତି ପ୍ରୟାସ କରୁଛନ୍ତି।

ସାଥୀଗଣ,

ଆଜି ଭାରତ ଏବଂ ବାଂଲାଦେଶ ସମ୍ମୁଖରେ, ଯେଉଁ ସମାନ ପ୍ରକାରର ଆହ୍ୱାନ ସବୁ ରହିଛି, ସେଗୁଡ଼ିକର ସମାଧାନ ପାଇଁ ଶ୍ରୀ ଶ୍ରୀ ହରିଚାନ୍ଦ ଦେବ ମହାଶୟଙ୍କର ପ୍ରେରଣା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । ଦୁଇ ଦେଶ ସାଥୀ ହୋଇ ପ୍ରତ୍ୟେକ ଆହ୍ୱାନର ମୁକାବିଲା କରିବା ଜରୁରୀ। ଏହା ହେଉଛି ଆମର କର୍ତ୍ତବ୍ୟ, ଏହା ହେଉଛି ଏହି ଦୁଇ ଦେଶର କୋଟି-କୋଟି ଲୋକଙ୍କର କଲ୍ୟାଣର ମାର୍ଗ ।

କରୋନା ମହାମାରୀ ସମୟରେ ଭାରତ ଏବଂ ବାଂଲାଦେଶ, ଦୁଇ ଦେଶ ନିଜର ଏହି ସାମର୍ଥ୍ୟକୁ ସିଦ୍ଧ କରି ଦେଖାଇଛନ୍ତି। ଆଜି ଦୁଇ ଦେଶ ଦୃଢ଼ତାର ସହିତ ଏହି ମହାମାରୀର ମୁକାବିଲା କରୁଛନ୍ତି, ଆଉ ଏକା ସାଙ୍ଗରେ ମିଳିମିଶି ମୁକାବିଲା କରୁଛନ୍ତି। ଭାରତରେ ନିର୍ମିତ ଟିକା ବାଂଲାଦେଶର ନାଗରିକମାନଙ୍କ ପାଖରେ ପହଞ୍ଚୁ, ଭାରତ ଏହାକୁ ନିଜର କର୍ତ୍ତବ୍ୟ ଭାବି କାର୍ଯ୍ୟ କରୁଛି।

ଶ୍ରୀ ଶ୍ରୀ ହରିଚାନ୍ଦ ମହାଶୟ ସଦା ସର୍ବଦା ଆଧୁନିକତା ଏବଂ ପରିବର୍ତନର ସମର୍ଥନ କରିଥିଲେ। ମୋତେ ଅବଗତ କରାଯାଇଛି ଯେ ଯେତେବେଳେ ମହାମାରୀର ସଙ୍କଟ ଆରମ୍ଭ ହୋଇଥିଲା, ତେବେ ଏଠାରେ ଓରାକାଣ୍ଡିରେ ଆପଣମାନେ ସମସ୍ତେ ଟେକ୍ନୋଲୋଜିକୁ ଆପଣାଇଥିଲେ, ଅନ୍‍ ଲାଇନ୍‍ କୀର୍ତ୍ତନ କରିଥିଲେ, ସାମାଜିକ ଆତ୍ମବିଶ୍ୱାସ ବଢ଼ାଇଲେ। ଏହା ଦେଖାଇଥାଏ ଯେ ଶ୍ରୀ ଶ୍ରୀ ହରିଚାନ୍ଦ ମହାଶୟଙ୍କ ପ୍ରେରଣା, ଆମକୁ ପ୍ରତ୍ୟେକ ଅସୁବିଧାରେ ଆଗକୁ ବଢ଼ିବା ଶିଖାଇଥାଏ।

ଶ୍ରୀ ଶ୍ରୀ ହରିଚାନ୍ଦ ଦେବ ମହାଶୟଙ୍କ ଶିକ୍ଷାଗୁଡ଼ିକୁ ଜନ-ଜନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାରେ, ଦଳିତ-ପୀଡ଼ିତ ସମାଜକୁ ଏକ କରିବାରେ ବହୁତ ବଡ଼ ଭୂମିକା ତାଙ୍କର ଉତରାଧିକାରୀ ଶ୍ରୀ ଶ୍ରୀ ଗୁରୁଚାନ୍ଦ ଠାକୁର ମହାଶୟଙ୍କର ମଧ୍ୟ ରହିଛି । ଶ୍ରୀ ଶ୍ରୀ ଗୁରୁଚାନ୍ଦ ମହାଶୟ ଆମକୁ ‘ଭକ୍ତି, କ୍ରିୟା ଏବଂ ଜ୍ଞାନ’ର ସୂତ୍ର ଦେଇଥିଲେ।

ଶ୍ରୀ ଶ୍ରୀ ଗୁରୁଚାନ୍ଦ ଚୌରିତୋ କହିଥାଏ :

ଅନୁନାତା ଜାତି ମାଜେ ଶିଖୋ ବିସ୍ତାରିତ ।

ଆଗ୍ୟା କରେନ ହରି ଚାନ୍ଦ ତାରେ ବିଧିମାତେ ।।

ଅର୍ଥାତ ହରିଚାନ୍ଦ ମହାଶୟ ଆମ ସମାଜର ଦୁର୍ବଳ ବର୍ଗଙ୍କ ପର୍ଯ୍ୟନ୍ତ ଶିକ୍ଷା ପହଞ୍ଚାଇବାର ଆଦେଶ ଦେଇଥିଲେ। ଶ୍ରୀ ଗୁରୁଚାନ୍ଦ ମହାଶୟଙ୍କର ଏହି ଆଦେଶକୁ ପାଳନ କରିଥିଲେ। ବିଶେଷ କରି ଝିଅମାନଙ୍କର ଶିକ୍ଷା ପାଇଁ ସେ ଅକ୍ଳାନ୍ତ ପରିଶ୍ରମ କରିଥିଲେ।

ଆଜି ଏହା ହେଉଛି ପ୍ରତ୍ୟେକ ଭାରତବାସୀଙ୍କ ସୌଭାଗ୍ୟ ଯେ ସେ ବାଂଲାଦେଶରେ, ଶ୍ରୀ ଶ୍ରୀ ଗୁରୁଚାନ୍ଦ ମହାଶୟଙ୍କ ପ୍ରୟାସଗୁଡ଼ିକ ସହିତ ଯୋଡି ହେଉଛନ୍ତି। ଓରାକାଣ୍ଡିରେ ଶିକ୍ଷା ଅଭିଯାନ ଦ୍ୱାରା ଏବେ ଭାରତର ଲୋକମାନେ ମଧ୍ୟ ଯୋଡି ହେବେ ।

ଓରାକାଣ୍ଡିରେ ଭାରତ ସରକାର ଝିଅମାନଙ୍କର ମଧ୍ୟ ଇଂରାଜୀ ସ୍କୁଲକୁ ଉନ୍ନତ କରିବେ, ନୂତନ ଆଧୁନିକ ସୁବିଧା ସବୁ ଯୋଡ଼ିବେ । ଏହା ସହିତ, ଭାରତ ସରକାରଙ୍କ ଦ୍ୱାରା ଏଠାରେ ଏକ ପ୍ରାଥମିକ ସ୍କୁଲ ମଧ୍ୟ ସ୍ଥାପିତ କରାଯିବ।

ଏହା ହେଉଛି ଭାରତର କୋଟ-କୋଟି ଲୋକଙ୍କ ତରଫରୁ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁର ମହାଶୟଙ୍କୁ ଶ୍ରଦ୍ଧାଞ୍ଜଳି । ଆମେ ମଧ୍ୟ ବାଂଲାଦେଶ ସରକାରଙ୍କ ପ୍ରତି କୃତଜ୍ଞ, ଯିଏ ଏହି କାର୍ଯ୍ୟରେ ଆମର ସହଯୋଗ କରୁଛନ୍ତି।

ମତୁଆ ସମ୍ପ୍ରଦାୟର ଅମର ଭାଇ-ଭଉଣୀ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁର ମହାଶୟଙ୍କ ଜନ୍ମ ଜୟନ୍ତୀର ପୁଣ୍ୟ ଅବସରରେ ପ୍ରତ୍ୟେକ ବର୍ଷ ‘ବାରୋନୀ ସ୍ନାନ ଉତ୍ସବ’ ପାଳନ କରନ୍ତି । ଭାରତରୁ ବିଶାଳ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ଉତ୍ସବରେ ସାମିଲ ହେବା ପାଇଁ, ଓରାକାଣ୍ଡି ଆସନ୍ତି। ଭାରତର ମୋର ଭାଇ-ଭଉଣୀମାନଙ୍କ ପାଇଁ ଏହି ତୀର୍ଥ ଯାତ୍ରା ଆହୁରି ସହଜ ହେଉ, ଏଥିପାଇଁ ଭାରତ ସରକାରଙ୍କ ତରଫରୁ ପ୍ରୟାସ ଆହୁରି ବଢ଼ାଯିବ । ଠାକୁରନଗରରେ ମତୁଆ ସମ୍ପ୍ରଦାୟଙ୍କ ଗୌରବଶାଳୀ ଇତିହାସକୁ ପ୍ରତିବିମ୍ବିତ କରୁଥିବା ଭବ୍ୟ ଆୟୋଜନ ଏବଂ ବିଭିନ୍ନ କାର୍ଯ୍ୟଗୁଡ଼ିକ ପାଇଁ ମଧ୍ୟ ଆମେ ହେଉଛୁ ସଂକଳ୍ପବଦ୍ଧ।

ସାଥୀଗଣ,

ଭାରତ ଆଜି ‘ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ’ ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି, ଆଉ ବାଂଲାଦେଶ ହେଉଛି ଏଥିରେ ‘ଶୋହୋ ଯାତ୍ରୀ’। ଏଠାରେ ଆଜି ବାଂଲାଦେଶ ଦୁନିଆ ସାମ୍ନାରେ ବିକାଶ ଏବଂ ପରିବର୍ତନର ଏକ ସୁଦୃଢ଼ ଉଦାହରଣ ପ୍ରସ୍ତୁତ କରୁଛି ଆଉ ଏହି ପ୍ରୟାସ ଗୁଡ଼ିକରେ ଭାରତ ହେଉଛି ଆପଣଙ୍କର ‘ଶୋହୋ ଯାତ୍ରୀ’।

ମୋର ବିଶ୍ୱାସ ରହିଛି, ଶ୍ରୀ ଶ୍ରୀ ହରିଚାନ୍ଦ ଦେବ ମହାଶୟଙ୍କ ଆଶୀର୍ବାଦରୁ, ଶ୍ରୀ ଶ୍ରୀ ଗୁରୁଚାନ୍ଦ ଦେବଙ୍କ ପ୍ରେରଣାରୁ ଆମେ ଦୁଇ ଦେଶ, ଏକବିଂଶ ଶତାବ୍ଦୀର ଏହି ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡରେ, ନିଜର ଏହି ଦ୍ୱିପାକ୍ଷିକ ଲକ୍ଷ୍ୟଗୁଡ଼ିକୁ ହାସଲ କରିବା । ଭାରତ ଏବଂ ବାଂଲାଦେଶ ପ୍ରଗତି ଏବଂ ପ୍ରେମର ପଥରେ ଦୁନିଆକୁ ପଥ ପ୍ରଦର୍ଶନ କରି ଚାଲିବ।

ଏହିସବୁ ଶୁଭକାମନାଗୁଡ଼ିକ ସହିତ, ଆପଣ ସମସ୍ତଙ୍କୁ ହୃଦୟର ସହିତ ବହୁତ-ବହୁତ ଧନ୍ୟବାଦ ଜଣାଉଛି !

ଜୟ ବାଂଲା, ଜୟ ହିନ୍ଦ,

ଭାରୋତୋ ବଂଲାଦେଶ ମୋଇତ୍ରୀ ଚିରୋଜୀବୀ ହୋଖ।

ଜୟ ହୋରି-ବୋଲ ! ଜୟ ହୋରି-ବୋଲ!

ଜୟ ହୋରି-ବୋଲ!

ହୋରି-ବୋଲ ! ହୋରି-ବୋଲ ! ଜୟ ହୋରି-ବୋଲ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Ayushman Bharat Digital Mission Crosses 90 Crore ABHA Registrations, Nearly Half Are Women

Media Coverage

India's Ayushman Bharat Digital Mission Crosses 90 Crore ABHA Registrations, Nearly Half Are Women
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Lokmata Ahilyabai Holkar on her birth anniversary
May 31, 2026

The Prime Minister, Shri Narendra Modi has paid tributes to Lokmata Ahilyabai Holkar on her birth anniversary.

Shri Modi said that the entire nation remembers Lokmata Ahilyabai Holkar with deep respect and reverence for her wisdom, compassion and unwavering commitment to public welfare.

The Prime Minister noted that her life remains an exemplary model of good governance, patriotism and cultural pride. He said that she always led with courage and a strong sense of duty.

The Prime Minister highlighted her unparalleled contribution to ensuring justice and welfare for all, as well as her efforts towards the reconstruction of sacred temples and pilgrimage sites across the country. He remarked that her work further strengthened India’s cultural consciousness.

The Prime Minister stated that Lokmata Ahilyabai Holkar’s dedication to society, culture and nation-building will continue to inspire every generation of the country.

The Prime Minister wrote on X;

“लोकमाता अहिल्याबाई होल्कर जी को उनकी जयंती पर कोटि-कोटि नमन! बुद्धिमत्ता, करुणा और जनकल्याण के प्रति अटूट निष्ठा को लेकर पूरा देश उन्हें आदर और सम्मान के साथ स्मरण करता है। उनका जीवन सुशासन, राष्ट्रभक्ति और सांस्कृतिक गौरव का एक उत्कृष्ट उदाहरण है। उन्होंने सदैव साहस और कर्तव्यनिष्ठा के साथ नेतृत्व किया। देशभर में पावन मंदिरों और तीर्थस्थलों के पुनर्निर्माण से लेकर सभी के लिए न्याय और कल्याण सुनिश्चित करने में उन्होंने अतुलनीय योगदान दिया। उन्होंने भारत की सांस्कृतिक चेतना को और सशक्त बनाया। समाज, संस्कृति और राष्ट्र निर्माण के प्रति उनका समर्पण भाव देश की हर पीढ़ी को प्रेरित करता रहेगा।”