ଭାରତରତ୍ନ ଜୟପ୍ରକାଶ ନାରାୟଣ ଓ ଭାରତରତ୍ନ ନାନାଜୀ ଦେଶମୁଖଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ
“ଭାରତରେ ପୂର୍ବରୁ ଏଭଳି ନିଷ୍ପତ୍ତି ଗ୍ରହଣକାରୀ କୌଣସି ସରକାର ନଥିଲା;ମହାକାଶ ଓ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଏହାର ଏକ ଉଦାହରଣ”
“ମହାକାଶ କ୍ଷେତ୍ର ସଂସ୍କାର ନୀତିରେ ସରକାରଙ୍କ ଦୃଷ୍ଟିକୋଣ ଚାରିଟି ସ୍ତମ୍ଭ ଉପରେ ଆଧାରିତ”
“ଦେଶର ୧୩୦ କୋଟି ନାଗରିକଙ୍କ ପ୍ରଗତି ପାଇଁ ମହାକାଶ କ୍ଷେତ୍ର ଏକ ପ୍ରମୁଖ ମାଧ୍ୟମ । ସାଧାରଣ ଲୋକଙ୍କୁ ଉତ୍ତମ ସଂଯୋଗ ସୁବିଧା ପ୍ରଦାନ ଓ ମ୍ୟାପିଂ ଏବଂ ଇମେଜିଂ ସୁଯୋଗ ଯୋଗାଣ ଏହାର ଲକ୍ଷ୍ୟ”
“ଆତ୍ମନିର୍ଭର ଭାରତ ଅଭିଯାନ କେବଳ ଏକ କଳ୍ପନା ନୁହେଁ, ଏହା ବରଂ ଏକ ସୁଚିନ୍ତିତ, ସୁପରିକଳ୍ପିତ, ଯୋଜନାବଦ୍ଧ ଓ ସମନ୍ୱିତ ଅର୍ଥନୀତିକ ରଣନୀତି”
“ରାଷ୍ଟ୍ରାୟତ ଉଦ୍ୟୋଗ ସମ୍ପର୍କରେ ସରକାର ଏକ ସ୍ପଷ୍ଟନୀତି ପ୍ରସ୍ତୁତି କରି ଆଗକୁ ବଢୁଛନ୍ତି;ଯେଉଁଠି ସରକାରଙ୍କ ଉପସ୍ଥିତି ଦରକାର ନାହିଁ ସେସବୁ କ୍ଷେତ୍ରର ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇ କ୍ଷେତ୍ର ପାଇଁ ମୁକ୍ତ କରାଯାଉଛି । ଏୟାର ଇଣ୍ଡିଆର ଘରୋଇକରଣ ସଂକ୍ରାନ୍ତ ନିଷ୍ପତି ଆମ ଅଙ୍ଗୀକାର ଓ ନିଷ୍ଠାକୁ ପ୍ରତିପାଦନ କରୁଛି”
“ଏକ ସୁଦୃଢ ଷ୍ଟାର୍ଟଅପ୍ ପରିବେଶ ବିକଶିତ କରିବା ପାଇଁ ଏକ ‘ପ୍ଲାଟଫର୍ମ’ ଆଭିମୁଖ୍ୟ ବିଶେଷ ଜରୁରୀ । ପ୍ଲାଟଫର୍ମ ସିଷ୍ଟମ ଏକ ପନ୍ଥା, ଯେଉଁଠି ସରକାର ଓପନ ଆକ୍‌ସେସ୍ ପବ୍ଲ
“ରାଷ୍ଟ୍ରାୟତ ଉଦ୍ୟୋଗ ସମ୍ପର୍କରେ ସରକାର ଏକ ସ୍ପଷ୍ଟନୀତି ପ୍ରସ୍ତୁତି କରି ଆଗକୁ ବଢୁଛନ୍ତି;ଯେଉଁଠି ସରକାରଙ୍କ ଉପସ୍ଥିତି ଦରକାର ନାହିଁ ସେସବୁ କ୍ଷେତ୍ରର ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇ କ୍ଷେତ୍ର ପାଇଁ ମୁକ୍ତ କରାଯାଉଛି । ଏୟାର ଇଣ୍ଡିଆର ଘରୋଇକରଣ ସଂକ୍ରାନ୍ତ ନିଷ୍ପତି ଆମ ଅଙ୍ଗୀକାର ଓ ନିଷ୍ଠାକୁ ପ୍ରତିପାଦନ କରୁଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଭାରତୀୟ ମହାକାଶ ସଂଘ (ଇସ୍‌ପା)କୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ମହାକାଶ ଉଦ୍ୟୋଗର ପ୍ରତିନିଧିମାନଙ୍କ ସହ ସେ ମଧ୍ୟ ମତବିନିମୟ କରି ବିଭିନ୍ନ କଥା ପଚାରି ବୁଝିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ମହାକାଶ ସଂଘର ଶୁଭ ଉଦ୍‌ଘାଟନ ଏକ ପବିତ୍ର ତିଥିରେ ଆରମ୍ଭ ହୋଇଛି। ଆଜି ସଂଯୋଗ କ୍ରମେ ଦେଶର ଦୁଇ କୃତି ସନ୍ତାନ ଭାରତରତ୍ନ ଜୟପ୍ରକାଶ ନାରାୟଣ ଓ ଭାରତରତ୍ନ ନାନାଜୀ ଦେଶମୁଖଙ୍କର ଜୟନ୍ତୀ । ସ୍ୱାଧୀନତା ପରବର୍ତ୍ତୀ ଭାରତକୁ ଏହି ଦୁଇନେତା ନୂତନ ଦିଗ୍‌ଦର୍ଶନ ଦେବାରେ ଗୁରୁତ୍ୱପୂଣ୍ଣ ଭୂମିକା ନିର୍ବାହ କରିଥିଲେ । ସମସ୍ତଙ୍କୁ ସାଙ୍ଗରେ ନେଇ ଦେଶରେ କିପରି ଯଥାର୍ଥ ପରିବର୍ତ୍ତନ ଅଣାଯାଇପାରିବ ଏହି ଦୁଇ ନେତା ତାହା ଶିଖାଇଥିଲେ ।ଉଭୟଙ୍କ ଜୀବନାଦର୍ଶ ଆଜି ମଧ୍ୟ ଆମକୁ ଅନୁପ୍ରାଣିତ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହି ଦୁଇ ନେତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ପୂର୍ବରୁ ବର୍ତ୍ତମାନ ଭଳି କୌଣସି ନିଷ୍ପତ୍ତି ଗ୍ରହଣକାରୀ ସରକାର ନ ଥିଲା । ଏବେ ଭାରତର ମହାକାଶ ଓ ମହାକାଶ ପ୍ରଯୁକ୍ତି  କ୍ଷେତ୍ରରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ସଂସ୍କାରମାନ କାର୍ଯ୍ୟକାରୀ ହେଉଛି ଏହା ତାହାର ଉଦାହରଣ । ଭାରତୀୟ ମହାକାଶ ସଂଘ ବା ଇସ୍‌ପା ଗଠନ ପାଇଁ ଯେଉଁମାନେ ପରିସ୍ଥିତି ଥିଲେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାରଙ୍କ ମହାକାଶ ସଂସ୍କାର ନୀତି ଚାରିଟି ଖମ୍ବ ଉପରେ ଆଧାରିତ  । ଏଥିରେ ପ୍ରଥମଟି ହେଲା ନବସୃଜନ ଘରୋଇ କ୍ଷେତ୍ରକୁ ସ୍ୱାଧୀନତା ପ୍ରଦାନ କରିବା । ଦ୍ୱିତୀୟରେ ସରକାରଙ୍କ ଭୂମିକାକୁ ସୁବିଧାସୁଯୋଗ ଯୋଗାଣକାରୀ ବ୍ୟବସ୍ଥାରେ ସୀମିତ ରଖିବା ଯେଉଁଠି ରାଜ୍ୟ ଉଦ୍ୟୋଗକୁ ସରକାର ସମର୍ଥ ଓ ଯୋଗ୍ୟ କରିବାର ଦାୟିତ୍ୱ ନିର୍ବାହ କରିବେ । ତୃତୀୟରେ ଦେଶର ଯୁବବର୍ଗଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଏବଂ ଚତୁର୍ଥରେ ଦେଶର ମହାକାଶ କ୍ଷେତ୍ରକୁ ସାଧାରଣ ମଣିଷର ବିକାଶରେ ଏକ ସମ୍ବଳଭାବେ ଦେଖିବା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  ମହକାଶ ଦେଶ ୧୩୦କୋଟି ଜନତାଙ୍କ ପ୍ରଗତିର ଏକ ପ୍ରମୁଖ ମାଧ୍ୟମ। ଭାରତ ପାଇଁ ଏହିକ୍ଷେତ୍ରର ଅର୍ଥ ହେଲା ସାଧାରଣ ଲୋକଙ୍କ ଉତ୍ତମ ମ୍ୟାପିଂ, ଇମେଜିଂ ଓ ସଂଯୋଗ, ସୁବିଧା ଯୋଗାଇଦେବା । ଆହୁରିମଧ୍ୟ ଆକାଶପଥ ମାଧ୍ୟମରେ ଉଦ୍ୟୋଗୀଙ୍କୁ ତ୍ୱରିତ ବେଗରେ ସାମଗ୍ରୀ ଯୋଗାଣକୁ ସୁବିଧା ଉପଲବ୍ଧ କରାଇବା, ଦେଶର ନିରାପତ୍ତା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା, ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ନିର୍ଭୁଲ ତଥ୍ୟ ଲୋକଙ୍କୁ ଦେବା ଏବଂ ମତ୍ସ୍ୟଜୀବୀମାନଙ୍କୁ ନିର୍ଭୁଲ ତଥ୍ୟ ଦେଇ ସେମାନଙ୍କ ଆୟ ବଢାଇବା ।

            ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଅଭିଯାନ କେବଳ ଏକ କଳ୍ପନା ନୁହେଁ, ଏହା ବରଂ ଏକ ସୁଚିନ୍ତିତ, ସୁପରିକଳ୍ପିତ, ଯୋଜନାବଦ୍ଧ ଓ ସମନ୍ୱିତ ଅର୍ଥନୀତିକ ରଣନୀତି । ଏହି ରଣନୀତି ଭାରତର ଉଦ୍ୟୋଗୀ ଓ ଯୁବବର୍ଗଙ୍କ ଦକ୍ଷତା ବଢାଇ ଦେଶକୁ ବୈଶ୍ୱିକ ମାନୁଫାକଚରିଂ ପ୍ରାଣ କେନ୍ଦ୍ରରେ ପରିଣତ କରିବ । ଏହି ରଣନୀତି ଭାରତକୁ ବିଶ୍ୱର ଇନୋଭେସନ ବା ନବସୃଜନର କେନ୍ଦ୍ର କରିବାରେ ସହାୟକ ହେବ ।

            ଏଥିରେ ଭାରତୀୟ ଟେକ୍ନୋଲୋଜିର ବିଶେଷତ୍ୱ ଓ ନୈପୁଣ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ରଣନୀତି ବିଶ୍ୱ ବିକାଶ ବୈଶ୍ୱିକସ୍ତରରେ ଭାରତୀୟ ମାନବ ସମ୍ବଳର ପ୍ରତିଭା ବଢାଇବାରେ ସହାୟକ ହେବ ।

          ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ରାଷ୍ଟ୍ରାୟତ୍ତଉଦ୍ୟୋଗ ସମ୍ପର୍କରେ ସରକାର ଏ ସ୍ପଷ୍ଟ ନୀତି ଓ ବିଚାର ରଖି ଆଗେଇ ଚାଲିଛନ୍ତି । ଯେଉଁଠି ସରକାରଙ୍କ ଉପସ୍ଥିତିର ଆବଶ୍ୟକତା ନାହିଁ ସେଠାରେ ସମ୍ପୃକ୍ତ କ୍ଷେତ୍ରକୁ ଘରୋଇ ଉଦ୍ୟୋଗ ପାଇଁ ମୁକ୍ତ କରାଯାଇଛି । ଏୟାର ଇଣ୍ଡିଆର ଘରୋଇକରଣ ଆମ ସରକାରର ଅଙ୍ଗୀକାର ଓ ନିଷ୍ଠାକୁ ପ୍ରତିପାଦନ କରୁଛି ।

            ସେ କହିଛନ୍ତି ଯେ ଗତ ସାତବର୍ଷ ମଧ୍ୟରେ ମହାକାଶ ପ୍ରଯୁ୍‌କ୍ତିକୁ ଦୂରଦୂରାନ୍ତରେ ଥିବା ବ୍ୟକ୍ତି ନିକଟରେ ସୁଯୋଗସୁବିଧା ପହଞ୍ଚାଇବାରେ ଏକ ନିରାପଦ ଓ ସଫଳ ସାଧନରେ ପରିଣତ କରାଯାଇଛି । ଏହା ଫଳରେ ସେବା ଓ ଶାସନ ଯୋଗାଣ ବ୍ୟବସ୍ଥା ତ୍ୱରିତ୍‌, ସ୍ୱଚ୍ଛ ଏବଂ ଛିଦ୍ରମୁକ୍ତ ହୋଇଛି । ଗରିବଙ୍କ ପାଇଁ ତିଆରି ହୋଇଥିବା ଘର, ସଡକ, ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଓ ଅନ୍ୟାନ୍ୟ ଯୋଜନାର କାମକୁ ତଦାରଖ କରିବାକୁ ଜିଓ ଟ୍ୟାଗିଂ ବ୍ୟବସ୍ଥା କିପରି ସଫଳତାର ସହ ଉପଯୋଗ ହେଉଛି ତାହାର ଉଦାହରଣ ସେ ଦେଇଛନ୍ତି । ଏସବୁ ଉପଗ୍ରହ ଚିତ୍ର ଆଧାରରେ ସମ୍ଭବ ହୋଇପାରୁଛି । ଫସଲ ବୀମା ଯୋଜନାରେ ଚାଷୀଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ, ‘ନାଭିକ’ ବ୍ୟବସ୍ଥା ଦ୍ୱାରା ପ୍ରଦାନ କରାଯାଉଛି । ମହାକାଶ ପ୍ରଯୁକ୍ତି ସମସ୍ତଙ୍କ ପାଇଁ ଯେପରି ସହଜରେ ଉପଲବ୍ଧ ହେବ, ସେଥିପାଇଁ ସରକାର ଉଦ୍ୟମ କରୁଛନ୍ତି । ଆମ ଦେଶରେ ଦରିଦ୍ରତମ ଲୋକଙ୍କୁ ଡାଟା ଆକ୍‌ସେସିବିଲ ସୁବିଧା ଯୋଗାଇ ଦିଆଯାଇଥିବାରୁ ଆଜି ଭାରତ ବିଶ୍ୱର ଅନ୍ୟତମ ପ୍ରମୁଖ ଡିଜିଟାଲ ଅର୍ଥନୀତିରେ ପରିଣତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

            ଦେଶର ଯୁବ ଉଦ୍ୟୋଗୀ ଓ ଷ୍ଟାର୍ଟଅପ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ପ୍ରତ୍ୟେକସ୍ତରରେ ଉଦ୍ୟୋଗ, ଯୁବ ଇନୋଭେଟରର୍ସ ଓ ଷ୍ଟାର୍ଟଅପ୍‌ଗୁଡିକୁ ସହାୟତା ଯୋଗାଉଛନ୍ତି । ଏକ ସୁଦୃଢ ଷ୍ଟାର୍ଟଅପ୍ ପରିବେଶ ନିର୍ମାଣ ପାଇଁ ପ୍ଳାଟଫର୍ମ ଆପ୍ରୋଚ’ର ବିଶେଷ ଆବଶ୍ୟକତା ରହିଛି । ଏହି ପ୍ଳାଟଫର୍ମ ସିଷ୍ଟମକୁ ବୁଝାଇବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିରେ ସରକାର ଓପନ୍‌-ଆକ୍‌ସେସ୍ ପବ୍ଲିକ କଣ୍ଟ୍ରୋଲ ପ୍ଲାଟଫର୍ମ ତିଆରି କରି ତାହାକୁ ଉଦ୍ୟୋଗୀ ଓ ଶିଳ୍ପଦ୍ୟୋଗକୁ ବ୍ୟବହାର ପାଇଁ ଯୋଗଇ ଦେବେ । ଏହି ମୌଳିକ ପ୍ଳାଟଫର୍ମରେ ଉଦ୍ୟୋଗୀ ନୂଆ ସଲ୍ୟୁସନ ବା ସମାଧାନ ଉପାୟ ବିଭିନ୍ନ ପ୍ରସଙ୍ଗରେ ବାହାର କରିବେ ।

ସେ କହିଛନ୍ତି ଯେ ୟୁପିଆଇ ଯାହା ଏବେ ଫିନ୍‌ଟେକ୍ ନେଟୱାର୍କର ଦୃଢ ଭିତ୍ତିଭୂମି ହୋଇଛି ତାହା ଏହି ପବ୍ଲିକ ପ୍ଲାଟଫର୍ମର ଏକ ସଫଳ ଉଦାହରଣ । ମହାକାଶ, ଭୂସ୍ଥାନିକ ଓ ଡ୍ରୋନ ଆଦି କ୍ଷେତ୍ରରେ ସମାନ ପ୍ଲାଟଫର୍ମ ପ୍ରସ୍ତୁତି କରିବାକୁ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରାଯାଉଛି । ସେ ଆଶା ପ୍ରକାଶ କରିଛନ୍ତି ଯେ ଏହି କ୍ଷେତ୍ରରେ ଅଧିକ ପ୍ରସ୍ତାବ ଓ ଆଗ୍ରହ ପ୍ରକାଶ ପାଉଥିବାରୁ ଖୁବ୍ ଶୀଘ୍ର ଆହୁରି ଭଲ ସ୍ପେସ୍‌କମ୍ ନୀତି ପ୍ରସ୍ତୁତ ହେବ । ଏହା ଫଳରେ ମଧ୍ୟ ଅଧିକ ଉନ୍ନତ ଦୂର ସମ୍ବେଦୀ ନୀତି ପ୍ରସ୍ତୁତି ପାଇଁ ସୁଯୋଗ ମିଳିବ ।

ମହାକାଶକୁ ଦଖଲ କରି ନିଜର କାର୍ଯ୍ୟସୂଚୀ ଜାହିର କରିବାକୁ  ବିଂଶ ଶତାବ୍ଦୀରେ ବିଭିନ୍ନ  ଦେଶ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ଏହା ଦ୍ୱାରା ସମଗ୍ର ପୃଥିବୀ ବିଭାଜିତ ହୋଇଥିଲା । ଏକବିଂଶ ଶତାବ୍ଦୀରେ ମହାକାଶ ବିଭାଜନକୁ ଦୂର କରି ଏହାକୁ ସମଗ୍ର ବିଶ୍ୱ ସହଯୋଡିବାକୁ ଭାରତ ଲକ୍ଷ୍ୟ ରଖିଛି ଏବଂ ଏ ଦିଗରେ କାମ କରୁଛି । ଏହି ପ୍ରୟାସକୁ ଭାରତ ସୁନିଶ୍ଚିତ କରିବାକୁ ଚାହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership