Indian institutions should give different literary awards of international stature : PM
Giving something positive to the society is not only necessary as a journalist but also as an individual : PM
Knowledge of Upanishads and contemplation of Vedas, is not only an area of spiritual attraction but also a view of science : PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୟପୁରଠାରେ ନବନିର୍ମିତ ‘ପତ୍ରିକା ଗେଟ୍‌’କୁ ଉଦ୍‌ଘାଟନ କରିଛନ୍ତି । ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ସେ ଏହି ଗେଟକୁ ଉଦ୍‌ଘାଟନ କରିବା ସହିତ ‘ସମ୍ବାଦ ଉପନିଷଦ’ ଏବଂ ‘ଅକ୍ଷର ଯାତ୍ରା’ ନାମରେ ଦୁଇଖଣ୍ଡ ପୁସ୍ତକକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ପତ୍ରିକା ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଗୁଲାବ କୋଠାରୀଙ୍କ ଦ୍ୱାରା ଏହି ଦୁଇଟି ପୁସ୍ତକ ରଚିତ ହୋଇଛି । ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନବଉଦ୍‌ଘାଟିତ ଗେଟ୍‌ଟି ରାଜସ୍ଥାନର ସଂସ୍କୃତିକୁ ପ୍ରତିଫଳିତ କରୁଛି । ଏହା ଉଭୟ ଜାତୀୟ ଓ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ଦୃଷ୍ଟିଆକର୍ଷଣ କରିବାରେ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଦୁଇଟି ବହି ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏଥିରେ ଭାରତୀୟ ସଂସ୍କୃତି ଓ ଦର୍ଶନର ବାସ୍ତବ ପତିଫଳନ ହୋଇଛି । ସମାଜକୁ ଶିକ୍ଷିତ କରାଇବାରେ ଏହାର ଲେଖକ ଏକ ବଡ ଭୂମିକା ନିର୍ବାହ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରତ୍ୟେକ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ କିପରି ଲେଖାଲେଖି କରୁଥିଲେ ଏବଂ ନିଜ ଲେଖା ମାଧ୍ୟମରେ ଲୋକଙ୍କୁ ଦିଗ୍‌ଦର୍ଶନ ଦେଉଥିଲେ ତାହାର ସ୍ମୃତିଚାରଣ କରିଥିଲେ । ଭାରତୀୟ ସଂସ୍କୃତି, ସଭ୍ୟତା ଓ ମୂଲ୍ୟବୋଧକୁ ସୁରକ୍ଷିତ କରିବାରେ ପତ୍ରିକା ଗ୍ରୁପର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଚ୍ଚପ୍ରଶଂସା କରିଛନ୍ତି । ପତ୍ରିକା ଗ୍ରୁପର ପ୍ରତିଷ୍ଠାତା ଶ୍ରୀ କର୍ପୁରଚନ୍ଦ୍ର କୁଳିଶଙ୍କ ସାମ୍ବାଦିକତା ପ୍ରତି ଅବଦାନ ସଂପର୍କରେ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି । ସେ କିପରି ସମାଜରେ ବେଦଜ୍ଞାନ ପ୍ରଚାରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ସେ ସଂପର୍କରେ କହିଛନ୍ତି ।

ଶ୍ରୀ କୁଳିଶଙ୍କ ଜୀବନ ଓ କାର୍ଯ୍ୟାବଳୀ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ସାମ୍ବାଦିକ ସକାରାତ୍ମକ ମନୋଭାବ ରଖି କାର୍ଯ୍ୟ କରିବା ଉଚିତ । ସେହିଭଳି ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ଗଠନମୂଳକ ମନୋଭାବ ନେଇ ସମାଜ ପାଇଁ କିଛି ଅର୍ଥପୂର୍ଣ୍ଣ କାର୍ଯ୍ୟ କରିବା ଆବଶ୍ୟକ ।

ଉନ୍ମୋଚିତ ଦୁଇଟି ପୁସ୍ତକ ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବେଦର ଦର୍ଶନ ଓ ମତ କାଳଜୟୀ ଏବଂ ସମଗ୍ର ମାନବ ସମାଜ ପାଇଁ ଉଦ୍ଦିଷ୍ଟ । ଉପନିଷଦ ସମ୍ବାଦ ଓ ଅକ୍ଷର ଯାତ୍ରା ଉଭୟ ପୁସ୍ତକ ପାଠକଙ୍କ ଦ୍ୱାରା ବିଶେଷ ଆଦୃତ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ପିଢି ଗହନଜ୍ଞାନ ଅଧ୍ୟୟନଠାରୁ ଦୂରେଇ ରହିବା ଅନୁଚିତ । ସେ କହିଛନ୍ତି ଯେ ବେଦ ଓ ଉପନିଷଦ କେବଳ ଆଧ୍ୟାତ୍ମିକ ଜ୍ଞାନର ଭଣ୍ଡାର ନୁହେଁ, ଏହା ମଧ୍ୟ ବିଜ୍ଞାନଭିତ୍ତିକ ଜ୍ଞାନ ଓ ଚେତନାର ଆଧାର ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନର ଆବଶ୍ୟକତା ସଂପର୍କରେ କହିଥିଲେ । ଗରିବ ଲୋକମାନଙ୍କୁ ଶୌଚାଳୟ ସୁବିଧା ଯୋଗାଇଦେଲେ ସେମାନେ ଅନେକ ରୋଗରୁ ରକ୍ଷା ପାଇପାରିବେ ବୋଲି ସେ ଉଲ୍ଲେଖ କରିଥିଲେ । ସେ ମଧ୍ୟ ଉଜ୍ଜ୍ୱଳା ଯୋଜନାର ଗୁରୁତ୍ୱ ସଂପର୍କରେ ଆଲୋଚନା କରି ଏହାଦ୍ୱାରା ମା’ ଭଉଣୀମାନେ କିପରି ଧୂଆଁରୁ ରକ୍ଷା ପାଇପାରୁଛନ୍ତି ସେ ସଂପର୍କରେ କହିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ଜଳଜୀବନ ମିଶନ ଦ୍ୱାରା ପ୍ରତ୍ୟେକ ଘରକୁ ଜଳ ଯୋଗାଇ ଦେବାର ଉଦ୍ୟମ ସଂପର୍କରେ ଉଲ୍ଲେଖ କରିଥିଲେ । ଭାରତୀୟ ଗଣମାଧ୍ୟମର ଅଭୂତପୂର୍ବ ଜନସେବା ଏବଂ କରୋନା ସଂପର୍କରେ ସଚେତନତା ସୃଷ୍ଟି ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରି କହିଛନ୍ତି ଯେ ରୂପାୟନ ସ୍ତରରେ ଗଣମାଧ୍ୟମ ସରକାରୀ କାର୍ଯ୍ୟର ବ୍ୟାପକ ପ୍ରଚାର ଓ ପ୍ରସାର କରୁଛି ଏବଂ ଆବଶ୍ୟକସ୍ଥଳେ ସେଥିରେ ଥିବା ତ୍ରୁଟିକୁ ଲୋକଲୋଚନକୁ ଆଣୁଛି ।

ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଗଣମାଧ୍ୟମ ଆତ୍ମନିର୍ଭର ଭାରତ ଅଭିଯାନକୁ ଆକାର ଦେଉଛି । ଏହି ଅଭିଯାନରେ ଭୋକାଲ ଫର୍‌ ଲୋକାଲକୁ ଗୁରୁତ୍ୱ ଦିଆଯାଉଛି । ଏହି ଲକ୍ଷ୍ୟକୁ ଆହୁରି ବ୍ୟାପକ କରିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ସ୍ଥାନୀୟ ସାମଗ୍ରୀ ଏବେ ବିଶ୍ୱବ୍ୟାପୀ ହେଉଛି । ଏହାଫଳରେ ସମଗ୍ର ବିଶ୍ୱରେ  ଭାରତର ସ୍ୱର ଅଧିକ ଶୁଣାଯିବ । ସେ କହିଛନ୍ତି ଏବେ ସମଗ୍ର ବିଶ୍ୱ ଭାରତକୁ ଅଧିକ ଗୁରୁତ୍ୱର ସହ ଶୁଣୁଛି । ଏଭଳି ପରିସ୍ଥିତିରେ ଭାରତୀୟ ଗଣମାଧ୍ୟମ ମଧ୍ୟ ବୈଶ୍ୱିକ ହେବା ଉଚିତ । ଆନ୍ତର୍ଜାତିକ ସ୍ତରର ବିଭିନ୍ନ ସାହିତ୍ୟିକ ସମ୍ମାନ ଭାରତୀୟ ଅନୁଷ୍ଠାନଗୁଡିକ ପ୍ରଦାନ କରିବା ଉଚିତ ବୋଲି ସେ କହିଛନ୍ତି ।

ଶ୍ରୀ କର୍ପୁରଚନ୍ଦ୍ର କୁଳିଶଙ୍କ ନାମରେ ପତ୍ରିକା ଗୋଷ୍ଠୀ ଆନ୍ତର୍ଜାତିକ ସାମ୍ବାଦିକତା ପୁରସ୍କାର ପ୍ରଦାନ ବ୍ୟବସ୍ଥା ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଅନୁଷ୍ଠାନକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Click here to read full text of speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi congratulates people of Assam on commendable environmental feat
June 05, 2026

Prime Minister Shri Narendra Modi today extended his heartiest congratulations to the people of Assam, especially the state’s Nari Shakti, for achieving a commendable feat in environmental conservation. The Prime Minister remarked that the state's Nari Shakti has taken a lead in this significant effort, which is aimed at building a sustainable planet.

The Prime Minister posted on X:

"Commendable feat. Congratulations to the people of Assam, especially the state’s Nari Shakti for taking the lead in this effort aimed at building a sustainable planet"