‘‘ଷ୍ଟାର୍ଟଅପ୍ସ ଓ କ୍ରୀଡ଼ାର ସଙ୍ଗମ ଗୁରୁତ୍ବପୂର୍ଣ୍ଣ । ବେଙ୍ଗାଲୁରୁରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବା ଫଳରେ ଏହି ସୁନ୍ଦର ସହରର ଊର୍ଜା ଆହୁରି ବୃଦ୍ଧି ପାଇବ’’
‘‘ମହାମାରୀ ସମସ୍ୟା ସମୟରେ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ନୂତନ ଭାରତର ନିଷ୍ଠା ଓ ଉତ୍ସାହର ପ୍ରତୀକ । ଏହି ଯୁବ ସୁଲଭ ଉତ୍ସାହ ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ଏକ ନୂତନ ଗତିରେ ଆଗେଇ ନେଉଛି’’
‘‘ସାମଗ୍ରିକ ଆଭିମୁଖ୍ୟ ଏବଂ ଶତପ୍ରତିଶତ ସମର୍ପଣ କ୍ରୀଡ଼ା ଓ ଜୀବନରେ ସଫଳତା ପାଇଁ ପ୍ରମୁଖ ଆବଶ୍ୟକତା’’
‘‘ବିଜୟକୁ ଭଲ ଭାବେ ଗ୍ରହଣ କରିବା ଏବଂ ପରାଜୟରୁ ଶିକ୍ଷା ଲାଭ କରିବାର ଗୁରୁତ୍ବପୂର୍ଣ୍ଣ କଳା ଆମେ କ୍ରୀଡ଼ା କ୍ଷେତ୍ରରୁ ଶିକ୍ଷା ଲାଭ କରିଥାଉ’’
‘‘ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରୟାସ କ୍ରୀଡ଼ା କ୍ଷେତ୍ରକୁ ପୁରୁଣାକାଳିଆ ଚିନ୍ତାଧାରାର ବନ୍ଧନରୁ ମୁକ୍ତ କରୁଛି’’
‘‘କ୍ରୀଡ଼ା କ୍ଷେତ୍ରରେ ପରିଚୟ ଦେଶର ପରିଚୟ ବଢ଼ାଇଥାଏ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ନିଜର ବାର୍ତ୍ତା ଦେଇଛନ୍ତି । ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କିୟା ନାଇଡ଼ୁ ଆଜି ବେଙ୍ଗାଲୁରୁ ଠାରେ ଏହି କ୍ରୀଡ଼ା ମହାକୁମ୍ଭକୁ ଉଦଘାଟନ କରିଛନ୍ତି । କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀ ଥୱର ଚନ୍ଦ ଗେହଲଟ, ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଶ୍ରୀ ବସବରାଜ ବୋମାଇ, କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନୀଶିଥ ପ୍ରାମାଣିକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଙ୍ଗାଲୁରୁ ସହର ଦେଶର ଯୁବସୁଲଭ ଉତ୍ସାହର ପ୍ରତୀକ । ଏହା ପେସାଦାରମାନଙ୍କ ପାଇଁ ଗର୍ବ । ସେ କହିଥିଲେ ଯେ, ଏଠାରେ କ୍ରୀଡ଼ା ଏବଂ ଷ୍ଟାର୍ଟଅପ୍ସର ସଙ୍ଗମ ଦେଖିବାକୁ ମିଳିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।  ସେ କହିଥିଲେ ଯେ, ବେଙ୍ଗାଲୁରୁରେ ଖୋଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବା ଫଳରେ ଏହି ସୁନ୍ଦର ସହରର ଊର୍ଜା ଆହୁରି ବୃଦ୍ଧି ପାଇବ । କୋଭିଡ ମହାମାରୀ ସମସ୍ୟା ମଧ୍ୟରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଆୟୋଜକମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଏପରି ଆହ୍ବାନପୂର୍ଣ୍ଣ ସମୟରେ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ନୂତନ ଭାରତର ନିଷ୍ଠା ଓ ଉତ୍ସାହର ପ୍ରତୀକ । ଏହି ଯୁବ ସୁଲଭ ଉତ୍ସାହ ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ଏକ ନୂତନ ଗତିରେ ଆଗେଇ ନେଉଛି ପ୍ରଧାନମନ୍ତ୍ରୀ କହିଥିଲେ ।

ସଫଳତାର ପ୍ରଥମ ମନ୍ତ୍ର ଭାବେ ଦଳଗତ ଭାବନାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ସେ କହିଥିଲେ ଯେ ଆମେ କ୍ରୀଡ଼ାରୁ ଏହି ଦଳଗତ ଭାବନା ଶିକ୍ଷା ଲାଭ କରିଥାଉ । ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଆପଣ ଏହି ଭାବନାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିପାରିବେ । ଏହି ଦଳଗତ ଭାବନା ଜୀବନକୁ ଏକ ଭିନ୍ନ ଦୃଷ୍ଟିକୋଣ ନେଇ ଦେଖିବା ପାଇଁ ଆମକୁ ଶିକ୍ଷା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅନୁରୂପ ଭାବେ ସାମଗ୍ରିକ ଆଭିମୁଖ୍ୟ ଏବଂ ଶତପ୍ରତିଶତ ସମର୍ପଣ କ୍ରୀଡ଼ା ଓ ଜୀବନରେ ସଫଳତା ପାଇଁ ପ୍ରମୁଖ ଆବଶ୍ୟକତା ବୋଲି ଶ୍ରୀ ମୋଦୀ କହିଥିଲେ । ବାସ୍ତବରେ ଦେଖିବାକୁ ଗଲେ, କ୍ରୀଡ଼ା ଜୀବନରେ ଏକ ମୌଳିକ ସହାୟକ ପ୍ରଣାଳୀ ଭାବେ କାର୍ଯ୍ୟ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ । ସେ କ୍ରୀଡ଼ା ଏବଂ ଜୀବନ ମଧ୍ୟରେ ରହିଥିବା ସମାନତା ଉପରେ ଆଲୋଚନା କରିଥିଲେ । ଉତ୍ସାହ, ଆହ୍ବାନ, ପରାଜୟରୁ ଶିକ୍ଷା, ସଚ୍ଚୋଟତା ଏବଂ ନିର୍ଦ୍ଦିଷ୍ଟ ମୁହୂର୍ତ୍ତକୁ ନେଇ ବଞ୍ଚିବା ଆଦି ଜୀବନର ଗୁରୁତ୍ବପୂର୍ଣ୍ଣ ଶିକ୍ଷା, କ୍ରୀଡ଼ାରୁ ହିଁ ପ୍ରାପ୍ତ ହୋଇଥାଏ ବୋଲି ସେ କହିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ବିଜୟକୁ ଭଲ ଭାବେ ଗ୍ରହଣ କରିବା ଏବଂ ପରାଜୟରୁ ଶିକ୍ଷା ଲାଭ କରିବାର ଗୁରୁତ୍ବପୂର୍ଣ୍ଣ କଳା ଆମେ କ୍ରୀଡ଼ା କ୍ଷେତ୍ରରୁ ଶିକ୍ଷା ଲାଭ କରିଥାଉ ।

ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ନୂତନ ଭାରତର ଯୁବପିଢ଼ି ଏବଂ ସେମାନେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଧ୍ବଜାବାହକ । ସେ କହିଥିଲେ ଯେ ଯୁବସୁଲଭ ଚିନ୍ତାଧାରା ଏବଂ ଦୃଷ୍ଟିକୋଣ ଆଜି ଦେଶର ନୀତି ନିର୍ଦ୍ଧାରଣ କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଯୁବପିଢ଼ି ଫିଟନେସକୁ ଦେଶ ପ୍ରଗତିର ମନ୍ତ୍ର ଭାବେ ଗ୍ରହଣ କରିଛନ୍ତି । ବିଭିନ୍ନ ପ୍ରୟାସ ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ରହିଥିବା ପୁରୁଣାକାଳିଆ ଚିନ୍ତାଧାରା ଦୂର ହେଉଛି । ନୂତନ ଶିକ୍ଷା ନୀତିରେ କ୍ରୀଡ଼ା ଉପରେ ଗୁରୁତ୍ବାରୋପ କରାଯିବା, କ୍ରୀଡ଼ା ପାଇଁ ଆଧୁନିକ ଭିତ୍ତିଭୂମି ନିର୍ମାଣ, ପାରଦର୍ଶୀ ଚୟନ ପ୍ରକ୍ରିୟା, କ୍ରୀଡ଼ା କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିର ଉପଯୋଗ ବୃଦ୍ଧି ଭଳି ପଦକ୍ଷେପ ନୂତନ ଭାରତର ପରିଚୟ ପାଲଟିଛି । ଏସବୁ ପ୍ରୟାସ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ସହାୟକ ହେବା ସହିତ ନୂତନ ଭାରତରେ ନିଷ୍ପତ୍ତି ନେବାର ମୂଳଦୁଆ ପାଲଟିଛି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଦେଶରେ ଏବେ ନୂଆ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ମାନ ପ୍ରତିଷ୍ଠା କରାଯାଉଛି । ସ୍ବତନ୍ତ୍ର କ୍ରୀଡ଼ା ବିଶ୍ବ ବିଦ୍ୟାଳୟ ନିର୍ମାଣ ଜାରି ରହିଛି । ଯୁବ କ୍ରୀଡ଼ା ପ୍ରତିଭାଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କର ସୁବିଧା ଏବଂ ସ୍ବପ୍ନ ପୂରଣ କରିବା ଲାଗି ଏସବୁ ପଦକ୍ଷେପ ଗ୍ରହଣ କରାଯାଉଛି ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, କ୍ରୀଡ଼ା କ୍ଷେତ୍ରରେ ସାମର୍ଥ୍ୟ ଦେଶର ଶକ୍ତି ବଢ଼ାଇଥାଏ । କ୍ରୀଡ଼ା କ୍ଷେତ୍ରରେ ପରିଚୟ ଦେଶର ପରିଚୟ ବଢ଼ାଇଥାଏ । ଟୋକିଓ ଅଲିମ୍ପିକ୍ସ ପ୍ରତିନିଧି ଦଳ ସହ ନିଜର ବୈଠକ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ସେ କହିଥିଲେ ଯେ, ଦେଶ ପାଇଁ କିଛି କରିବାର ଉତ୍ସାହ ସେତେବେଳେ ସେ କ୍ରୀଡ଼ାବିତ୍‌ଙ୍କ ମୁଖମଣ୍ଡଳରେ ଦେଖିପାରିଥିଲେ । ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସମୟରେ ଦେଶ ପାଇଁ ଖେଳିବା ଲାଗି ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍‌ମାନଙ୍କୁ ଆହ୍ବାନ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi