Gaseous oxygen to be used for medical purposes
Temporary hospitals are being set up adjacent to plants with availability of Gaseous Oxygen
Around 10,000 oxygenated beds to be made available through this initiative
State governments being encouraged to set up more such facilities
1500 PSA oxygen generation plants are in the process of being set up

ଦେଶରେ ଅକ୍ସିଜେନ ଯୋଗାଣ ଓ ଉପଲବ୍ଧତା ବୃଦ୍ଧି କରିବା ଲାଗି ଅଭିନବ ମାର୍ଗ ସନ୍ଧାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ବାଷ୍ପୀୟ ଅକ୍ସିଜେନର ଉପଯୋଗିତା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଇସ୍ପାତ କାରଖାନା, ବିଶୋଧନ ସୁବିଧା ଥିବା ପେଟ୍ରୋକେମିକାଲ ୟୁନିଟ୍, ରିଚ୍ କମ୍ବସନ ପ୍ରକ୍ରିୟା ଉପଯୋଗ କରୁଥିବା ଉଦ୍ୟୋଗ, ବିଦ୍ୟୁତ ଶକ୍ତି ପ୍ଲାଣ୍ଟ ଆଦି ବହୁ ଉଦ୍ୟୋଗରେ ଥିବା ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକରେ ବାଷ୍ପୀୟ ଅକ୍ସିଜେନ ଉତ୍ପାଦନ କରାଯାଇଥାଏ ଯାହାକି ଏହି ପ୍ରକ୍ରିୟାରେ ଉପଯୋଗ କରାଯାଇଥାଏ। ଏହି ଅକ୍ସିଜେନକୁ ଚିକିତ୍ସା ଉଦ୍ଦେଶ୍ୟରେ ଉପଯୋଗ କରାଯାଇପାରିବ।

ଆବଶ୍ୟକ ଶୁଦ୍ଧତା ଥିବା ବାଷ୍ପୀୟ ଅକ୍ସିଜେନ ଉତ୍ପାଦନ କରୁଥିବା ଔଦ୍ୟୋଗିକ ୟୁନିଟଗୁଡ଼ିକୁ ଚିହ୍ନଟ କରିବା ନିମନ୍ତେ ରଣନୀତିର ଉପଯୋଗ କରାଯାଉଛି। ସହର/ଜନବହୁଳ ଅଞ୍ଚଳ/ଚାହିଦା ଥିବା କେନ୍ଦ୍ର ଓ ଅକ୍ସିଜେନ ଶଯ୍ୟା ଥିବା ଅସ୍ଥାୟୀ କୋଭିଡ ଚିକିତ୍ସା କେନ୍ଦ୍ର ନିକଟରେ ଥିବା ଏପରି ୟୁନିଟଗୁଡ଼ିକୁ ତାଲିକାଭୁକ୍ତ କରିବାର ପ୍ରକ୍ରିୟା ଜାରି ରହିଛି। ଏପରି ସୁବିଧା ଥିବା 5ଟି କ୍ଷେତ୍ରକୁ ପାଇଲଟ୍ ଆଧାରରେ ଚୟନ କରାଯାଇଛି ଏବଂ ଏହି କ୍ଷେତ୍ରରେ ଯଥେଷ୍ଟ ଭଲ ପ୍ରଗତି ହାସଲ କରାଯାଇପାରିଛି। ପ୍ଲାଣ୍ଟ ପରିଚାଳନା କରୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ କିମ୍ବା ଘରୋଇ ଉଦ୍ୟୋଗ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ମାଧ୍ୟମରେ ଏହି ଉପଲବ୍ଧି ହାସଲ କରାଯାଇପାରିଛି।

ଏପରି ପ୍ଲାଣ୍ଟ ନିକଟରେ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରିବା ଜରିଆରେ ଅଳ୍ପ ସମୟ ମଧ୍ୟରେ ପାଖାପାଖି 10,000 ଅକ୍ସିଜେନ ଶଯ୍ୟା ପ୍ରସ୍ତୁତ କରାଯାଇପାରିବ।

ମହାମାରୀର ମୁକାବିଲା ନିମନ୍ତେ ଅକ୍ସିଜେନ ଶଯ୍ୟା ସୁବିଧା ଥିବା ଏପରି ଅଧିକ ସୁବିଧା ପ୍ରତିଷ୍ଠା କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରୋତ୍ସାହିତ କରାଯାଉଛି।

ପ୍ରଧାନମନ୍ତ୍ରୀ ମଧ୍ୟ ପିଏସଏ ପ୍ଲାଣ୍ଟ ପ୍ରତିଷ୍ଠା କରିବାର ଅଗ୍ରଗତି ସମୀକ୍ଷା କରିଛନ୍ତି। ତାଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା ଯେ ପିଏମ କେୟାର୍ସ, ପିଏସୟୁ ଓ ଅନ୍ୟମାନଙ୍କୁ ଯୋଗଦାନ ଜରିଆରେ ପାଖାପାଖି 1500 ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ପ୍ରକ୍ରିୟା ଜାରି ରହିଛି। ଏହିସବୁ ପ୍ଲାଣ୍ଟଗୁଡ଼ିକର କାର୍ଯ୍ୟ ଦ୍ରୁତଗତିରେ ସମ୍ପୂର୍ଣ୍ଣ କରିବା ଲାଗି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ସଡ଼କ ପରିବହନ ଓ ରାଜପଥ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Govt rolls out Rs 4,531-cr market access support for exporters

Media Coverage

Govt rolls out Rs 4,531-cr market access support for exporters
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Subhashitam highlighting how goal of life is to be equipped with virtues
January 01, 2026

The Prime Minister, Shri Narendra Modi, has conveyed his heartfelt greetings to the nation on the advent of the New Year 2026.

Shri Modi highlighted through the Subhashitam that the goal of life is to be equipped with virtues of knowledge, disinterest, wealth, bravery, power, strength, memory, independence, skill, brilliance, patience and tenderness.

Quoting the ancient wisdom, the Prime Minister said:

“2026 की आप सभी को बहुत-बहुत शुभकामनाएं। कामना करते हैं कि यह वर्ष हर किसी के लिए नई आशाएं, नए संकल्प और एक नया आत्मविश्वास लेकर आए। सभी को जीवन में आगे बढ़ने की प्रेरणा दे।

ज्ञानं विरक्तिरैश्वर्यं शौर्यं तेजो बलं स्मृतिः।

स्वातन्त्र्यं कौशलं कान्तिर्धैर्यं मार्दवमेव च ॥”