ଅଗ୍ନିକାଣ୍ଡ ଘଟଣାଗୁଡିକୁ ରୋକିବା ଏବଂ ଏହାର ପରିଚାଳନା ପାଇଁ ନିୟମିତ ଭାବେ ଉପଯୁକ୍ତ ଅଭ୍ୟାସ ଜାରି ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
ଡାକ୍ତରଖାନା ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନ ଗୁଡିକର ଫାୟାର ଏବଂ ବିଦ୍ୟୁତ ସୁରକ୍ଷା ଅଡିଟ୍ ନିୟମିତ ଭାବେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ
ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ସ୍ୱାଭାବିକ ଓ ସ୍ୱାଭାବିକ ଠାରୁ ଅଧିକ ରହିବ ଏବଂ କିଛି ଅଂଶରେ ସ୍ୱାଭାବିକ ଠାରୁ କମ୍ ରହିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଦେଶରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହର ସ୍ଥିତି ଏବଂ ମୌସୁମୀର ଆଗମନକୁ ନେଇ ପ୍ରସ୍ତୁତିର ସମୀକ୍ଷା କରିବା ନିମନ୍ତେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ରାଜସ୍ଥାନ, ଗୁଜରାଟ ଏବଂ ମଧ୍ୟପ୍ରଦେଶର କିଛି ଅଂଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା । ଚଳିତ ବର୍ଷ ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ସ୍ୱାଭାବିକ ଓ ସ୍ୱାଭାବିକ ଠାରୁ ଅଧିକ ରହିବ ଏବଂ କିଛି ଅଂଶରେ ସ୍ୱାଭାବିକ ଠାରୁ କମ୍ ରହିବ ।

ଅଗ୍ନିକାଣ୍ଡ ଘଟଣାକୁ ରୋକିବା ଏବଂ ପରିଚାଳନା କରିବା ପାଇଁ ନିୟମିତ ଭାବେ ଉପଯୁକ୍ତ ଅଭ୍ୟାସ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଖ।ନା ଓ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନର ଫାୟାର ଅଡିଟ୍ ଓ ବିଦ୍ୟୁତ ସୁରକ୍ଷା ଅଡିଟ୍ ନିୟମିତ ଭାବେ କରାଯିବା ଦରକାର । ଜଙ୍ଗଲରେ ଫାୟାର ଲାଇନର ରକ୍ଷଣାବେକ୍ଷଣ ଏବଂ ବାୟୋମାସର ଉତ୍ପାଦନଶୀଳ ଉପଯୋଗ ପାଇଁ ନିୟମିତ ଅଭ୍ୟାସର ଯୋଜନା କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଜଙ୍ଗଲ ନିଆଁକୁ ଠିକ୍ ସମୟରେ ଚିହ୍ନଟ କରିବା ଏବଂ ଏହାର ପରିଚାଳନାରେ "ବନ ଅଗ୍ନି" ପୋର୍ଟାଲର ଉପଯୋଗିତା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ୍ ସଚିବ, ଗୃହ ସଚିବ, ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ, ଏନଡିଆରଏଫ ଡିଜି ଏବଂ ଏନଡିଏମଏର ସଦସ୍ୟ ସଚିବଙ୍କ ସମେତ ପିଏମଓ ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."