ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ କୋଭିଡ-19 ମହାମାରୀ ପରିସ୍ଥିତି ଓ ଟିକାକରଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି।

ଦୀର୍ଘସ୍ଥାୟୀ କୋଭିଡ-19 ପରିଚାଳନା, ଜନସାଧାରଣଙ୍କ ମଧ୍ୟରେ ସଚେତନତା ଏବଂ ସେମାନଙ୍କର ସମ୍ପୃକ୍ତି ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। କୋଭିଡ-19 ପରିଚାଳନା ପାଇଁ ଜନଭାଗିଦାରୀ ଏବଂ ଜନଆନ୍ଦୋଳନ ବଜାୟ ରଖିବାର ଆବଶ୍ୟକତା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ମହାମାରୀ ସଂକ୍ରମଣକୁ ପ୍ରଭାବୀ ଢଙ୍ଗରେ ପ୍ରତିହତ କରିବା ଲାଗି ପଞ୍ଚସୂତ୍ରୀ ରଣନୀତି- ପରୀକ୍ଷଣ, ଚିହ୍ନଟ, ଚିକିତ୍ସା, କୋଭିଡ-ଉପଯୁକ୍ତ ବ୍ୟବହାର ଓ ଟିକାକରଣକୁ ସର୍ବାଧିକ ଗମ୍ଭୀରତା ଓ ପ୍ରତିବଦ୍ଧତାର ସହିତ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି।

6 ଏପ୍ରିଲ ଠାରୁ 14 ଏପ୍ରିଲ, 2021 ପର୍ଯ୍ୟନ୍ତ ଶତପ୍ରତିଶତ ମାସ୍କ ବ୍ୟବହାର, ବ୍ୟକ୍ତିଗତ ପରିଚ୍ଛନ୍ନତା ଓ ସର୍ବସାଧାରଣ ସ୍ଥାନ/କାର୍ଯ୍ୟସ୍ଥଳୀ ଏବଂ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇ କୋଭିଡ ଉପଯୁକ୍ତ ବ୍ୟବହାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆୟୋଜନ କରାଯିବ।

ପ୍ରଧାନମନ୍ତ୍ରୀ ଆଗାମୀ ଦିନଗୁଡ଼ିକରେ କୋଭିଡ ଉପଯୁକ୍ତ ବ୍ୟବହାରକୁ ଲାଗୁ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏଥିସହିତ ଶଯ୍ୟା, ପରୀକ୍ଷଣ ସୁବିଧା ଏବଂ ଠିକ ସମୟରେ ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଆଦି ସୁନିଶ୍ଚିତ କରିବା ନିମନ୍ତେ ଗୁରୁତ୍ବାରୋପ କରିଥିଲେ। ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସଜାଡ଼ିବା, ଅକ୍ସିଜେନ, ଭେଣ୍ଟିଲେଟର ଉପଲବ୍ଧ କରାଇବା ତଥା ଅନ୍ୟାନ୍ୟ ବ୍ୟବସ୍ଥା ଜରିଆରେ ମୃତ୍ୟୁ ସଂଖ୍ୟାକୁ ସବୁ ପରିସ୍ଥିତିରେ ହ୍ରାସ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ। ସେହିପରି ସମସ୍ତ ଡାକ୍ତରଖାନା ଏବଂ ଘରୋଇ ଚିକିତ୍ସା ପାଇଁ ଉପଯୁକ୍ତ ଚିକିତ୍ସା ପରିଚାଳନା ନିୟମ ପାଳନ ସୁନିଶ୍ଚିତ କରିବା ଉପରେ ସେ ଜୋର ଦେଇଥିଲେ।

ମହାରାଷ୍ଟ୍ର, ପଞ୍ଜାବ ଓ ଛତିଶଗଡ଼ରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଚିକିତ୍ସକମାନଙ୍କୁ ନେଇ ଗଠିତ କେନ୍ଦ୍ରୀୟ ଟିମ ସେଠାକୁ ପଠାଇବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

କଣ୍ଟେନମେଣ୍ଟ ପଦକ୍ଷେପକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଆଲୋକପାତ କରିଥିଲେ। ଏହାଛଡ଼ା ସକ୍ରିୟ ସଂକ୍ରମିତଙ୍କୁ ଚିହ୍ନଟ ଓ କଣ୍ଟେନମେଣ୍ଟ ଜୋନ ପରିଚାଳନା ଲାଗି ଗୋଷ୍ଠୀ ସ୍ବେଚ୍ଛାସେବୀମାନଙ୍କୁ ସମ୍ପୃକ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସଂକ୍ରମଣକୁ ପ୍ରତିହତ କରିବା ଲାଗି ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଅଞ୍ଚଳରେ ସମସ୍ତ ରାଜ୍ୟ ବିସ୍ତୃତ କଟକଣାମୂଳକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ଦେଶରେ କୋଭିଡ-19 ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି। 10ଟି ରାଜ୍ୟରେ 91 ପ୍ରତିଶତ ସଂକ୍ରମିତ ଓ ମୃତକ ରହିଥିବା ସୂଚନା ମିଳିଛି। ମହାରାଷ୍ଟ୍ର, ପଞ୍ଜାବ ଓ ଛତିଶଗଡ଼ରେ ସ୍ଥିତି ଚିନ୍ତାଜନକ ଥିବା ମତପ୍ରକାଶ ପାଇଥିଲା। ବର୍ତ୍ତମାନସୁଦ୍ଧା, ବିଗତ 14 ଦିନ ମଧ୍ୟରେ ଦେଶରେ ଚିହ୍ନଟ ହେଉଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ 57 ପ୍ରତିଶତ ଏବଂ ମୃତକଙ୍କ ମଧ୍ୟରୁ 47 ପ୍ରତିଶତ କେବଳ ମହାରାଷ୍ଟ୍ରରେ ରହିଛନ୍ତି। ମହାରାଷ୍ଟ୍ରରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା 47,913 ଛୁଇଁଛି, ଯାହାକି ପୂର୍ବ ସର୍ବାଧିକ ସଂକ୍ରମଣର ପ୍ରାୟ ଦୁଇ ଗୁଣା ବୋଲି ଜଣାପଡ଼ିଛି। ବିଗତ 14 ଦିନ ମଧ୍ୟରେ ଦେଶରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ 4.5% ପଞ୍ଜାବରୁ ଚିହ୍ନଟ ହୋଇଛନ୍ତି। ତେବେ ମୋଟ୍ ମୃତ୍ୟୁ ସଂଖ୍ୟାରେ ପଞ୍ଜାବର ଯୋଗଦାନ 16.3ପ୍ରତିଶତ ଥିବାରୁ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇଛି। ଅନୁରୂପ ଭାବେ ବିଗତ 14ଦିନ ମଧ୍ୟରେ ଛତିଶଗଡ଼ରେ  ସଂକ୍ରମିତଙ୍କ ସଂଖ୍ୟା ମୋଟ ସଂକ୍ରମିତଙ୍କର 4.3ପ୍ରତିଶତ ହୋଇଥିବା ବେଳେ ଏହି ଅବଧି ମଧ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 7ପ୍ରତିଶତରୁ ଅଧିକ ରହିବା ଚିନ୍ତା ବଢ଼ାଇଛି। ଅଧିକ ସଂକ୍ରମଣପ୍ରବଣ 10ଟି ରାଜ୍ୟରେ ମୋଟ ସଂକ୍ରମିତଙ୍କର 91.4 ପ୍ରତିଶତ ଏବଂ ମୋଟ ମୃତକଙ୍କ ମଧ୍ୟରୁ 90.9 ପ୍ରତିଶତ ରହିଛନ୍ତି।

ମୁଖ୍ୟତଃ ମାସ୍କ ବ୍ୟବହାର ଓ ଦୁଇ ଗଜ ଦୂରତା ଭଳି କୋଭିଡ ଉପଯୁକ୍ତ ବ୍ୟବହାରକୁ କଡ଼ାକଡ଼ି ପାଳନ କରାନଯିବା, ମହାମାରୀ ପ୍ରତି ଅବହେଳା ଏବଂ କ୍ଷେତ୍ର ସ୍ତରରେ କଣ୍ଟେନମେଣ୍ଟ ପଦକ୍ଷେପକୁ ପ୍ରଭାବୀ ଢଙ୍ଗରେ ଲାଗୁ କରାନଯିବା କାରଣରୁ ସଂକ୍ରମଣ ବୃଦ୍ଧି ପାଇଥିବା ନେଇ ଏହି ସମୀକ୍ଷା ବୈଠକରେ ଉଲ୍ଲେଖ କରାଯାଇଥିଲା।

ଯଦିଓ ଭୂତାଣୁ ଷ୍ଟ୍ରେନ ରୂପ ବଦଳାଇବା କାରଣରୁ କେତେକ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଥିବା ଅନୁମାନ କରାଯାଉଛି ତଥାପି ମହାମାରୀକୁ ନିୟନ୍ତ୍ରଣ କରିବାର ଉପାୟ ସମାନ । ତେଣୁ ଏସବୁ ଅଞ୍ଚଳରେ କୋଭିଡ-19 ପରିଚାଳନାର ବିଭିନ୍ନ ନିୟମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରାଯିବା ଅତ୍ୟନ୍ତ ଜରୁରୀ।

ଏହି ଅବସରରେ ଦେଶରେ ଜାରି ରହିଥିବା କୋଭିଡ-19 ଟିକାକରଣ ଅଭିଯାନ ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ଦିଆଯାଇଥିଲା। ଏଥିରେ ବିଭିନ୍ନ ସମୁଦାୟଙ୍କୁ କୋଭିଡ-19 ଟିକାକରଣରେ ସାମିଲ କରିବା, ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତର ପ୍ରଦର୍ଶନ ଏବଂ ରାଜ୍ୟଗୁଡ଼ିକର ପ୍ରଦର୍ଶନର ତୁଳନାତ୍ମକ ବିଶ୍ଳେଷଣ ଉଲ୍ଲେଖ କରାଯାଇଥିଲା। ବୈଠକରେ ପରାମର୍ଶ ଦିଆଯାଇଥିଲା ଯେ ପ୍ରଦର୍ଶନର ଦୈନିକ ବିଶ୍ଳେଷଣ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପ୍ରଦାନ କରାଯିବା ସହିତ ତ୍ରୁଟି ସଂଶୋଧନ ନିମନ୍ତେ ମତାମତ ସଂଗ୍ରହ କରାଯିବା ଉଚିତ।

ଟିକା ଗବେଷଣା ଓ ବିକାଶ ସମ୍ପର୍କରେ ଆଲୋକପାତ କରାଯିବା ସହିତ ବର୍ତ୍ତମାନ ଉତ୍ପାଦିତ ହେଉଥିବା ଟିକା ଉତ୍ପାଦନ ବୃଦ୍ଧି କରିବା ଏବଂ ପରୀକ୍ଷାମୂଳକ ସ୍ଥିତିରେ ଥିବା ଟିକାର କ୍ଷମତା ନେଇ ଆଲୋଚନା କରାଯାଇଥିଲା। ବୈଠକରେ ସୂଚନା ଦିଆଯାଇଥିଲା ଯେ ଟିକା ଉତ୍ପାଦନକାରୀମାନେ ସେମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି କରିଛନ୍ତି ଏବଂ ଏହାକୁ ବଢ଼ାଇବା ଲାଗି ଅନ୍ୟ ଘରୋଇ ଓ ବିଦେଶୀ କମ୍ପାନୀଗୁଡ଼ିକ ସହିତ ଆଲୋଚନା ଜାରି ରଖିଛନ୍ତି। ଏହା ଉଲ୍ଲେଖ କରାଯାଇଥିଲା ଯେ ଘରୋଇ ଆବଶ୍ୟକତା ସହିତ ‘ବସୁଧୈବ କୁଟୁମ୍ବକମ’ ଭାବନା ନେଇ ଅନ୍ୟ ଦେଶଗୁଡ଼ିକର ଉଚିତ ଆବଶ୍ୟକତା ପୂରଣ କରିବା ନିମନ୍ତେ ଯଥେଷ୍ଟ ପରିମାଣର ଟିକା ଉତ୍ପାଦନ ସୁନିଶ୍ଚିତ କରିବା ପାଇଁ ସମସ୍ତପ୍ରକାରର ପ୍ରୟାସ କରାଯାଉଛି।

ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ରାଜ୍ୟ ଓ ଜିଲ୍ଲାଗୁଡ଼ିକ ମିଶନ ଆଧାରିତ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଯାହାଫଳରେ ଗତ 15 ମାସ ଧରି କୋଭିଡ-19 ପରିଚାଳନା ପାଇଁ ହୋଇଥିବା ମିଳିତ ପ୍ରୟାସର ଲାଭ ନଷ୍ଟ ହେବ ନାହିଁ।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ଟିକା ପ୍ରଶାସନ ଉପରେ ଗଠିତ କ୍ଷମତାସମ୍ପନ୍ନ ଗୋଷ୍ଠୀର ଅଧ୍ୟକ୍ଷ, ସ୍ବାସ୍ଥ୍ୟ ସଚିବ, ଫାର୍ମସ୍ୟୁଟିକାଲ୍ସ ସଚିବ, ବାୟୋଟେକ୍ନୋଲୋଜି ସଚିବ, ଆୟୁଷ ସଚିବ, ଆଇସିଏମଆର ଡିଜି, ଭାରତ ସରକାରଙ୍କର ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା, ନୀତି ଆୟୋଗ ସଦସ୍ୟଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From Chandrayaan to GenomeIndia: How 12 years of scientific transformation powered journey towards Viksit Bharat

Media Coverage

From Chandrayaan to GenomeIndia: How 12 years of scientific transformation powered journey towards Viksit Bharat
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights Government’s efforts to enhance Ease of Living for the middle class
June 15, 2026

The Prime Minister, Shri Narendra Modi has highlighted the government’s efforts to enhance Ease of Living for the middle classs and said that it is the privilege of the Government to work towards fulfilling the aspirations of the middle class. He noted that the middle class has contributed to nation-building in countless ways.

Shri Modi further said that over the last decade, governance has increasingly focused on improving the quality of life of ordinary citizens. Shri Modi added that the Government’s efforts are aimed at ensuring easier access to opportunities, better infrastructure, improved public services, affordable healthcare, quality education, cleaner cities and reduced burdens in everyday life.

In a series of X post, the Prime Minister said;

“A Government for the middle class…

It is the NDA Government’s privilege to be working towards fulfilling the aspirations of our middle class. They have contributed to nation-building in countless ways.

Over the last decade, governance has increasingly focused on improving the quality of life of ordinary citizens. Our efforts are about easier access to opportunities, better infrastructure, improved public services, affordable healthcare, quality education, cleaner cities and reduced burdens in everyday life.

#12YearsOfSakshamMiddleClass”

“A glimpse of how ‘Ease of Living’ is being enhanced for the middle class.

#12YearsOfSakshamMiddleClass”