Remembers immense contribution of the ‘Utkal Keshari’
Pays tribute to Odisha’s Contribution to the freedom struggle
History evolved with people, foreign thought process turned the stories of dynasties and palaces into history: PM
History of Odisha represents the historical strength of entire India: PM

ଉତ୍କଳ କେଶରୀ ଡକ୍ଟର ହରକେୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ଓଡିଶାର ଇତିହାସର ହିନ୍ଦୀ ଅନୁବାଦ ଓ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି  । ଓଡିଆ ଏବଂ ଇଂରାଜୀରେ ଉପଲବ୍ଧ ଏହି ପୁସ୍ତକକୁ ଶ୍ରୀ ଶଙ୍କରଲାଲ ପୁରୋହିତ ହିନ୍ଦୀରେ ଅନୁବାଦ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଟକ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଏହି ଅବସରରେ ଉପସ୍ଥିତ ଥିଲେ ।

            ଏଥିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରାୟ ଦେଢବର୍ଷ ତଳେ ଦେଶ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୦ତମ ଜନ୍ମବାର୍ଷିକୀ ପାଳନ କରିଥିଲା । ପ୍ରସିଦ୍ଧ ଓଡିଶା ଇତିହାସର ହିନ୍ଦୀ ସଂସ୍କରଣକୁ ଉତ୍ସର୍ଗ କରି ଓଡିଶାର ବିବିଧ ଓ ବିସ୍ତୃତ ଇତିହାସ ଦେଶବାସୀଙ୍କ ନିକଟରେ ପହଞ୍ଚିବା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦୀ କହିଛନ୍ତି ।

            ଦେଶର ସ୍ୱାଧୀନତା ସଂଗ୍ରାମ ଓ ସାମାଜିକ ପରିବର୍ତନରେ ଡକ୍ଟର ମହତାବଙ୍କ ଅବଦାନର ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଯେଉଁ ଦଳରୁ ଡକ୍ଟର ମହତାବ ଦିନେ ମୁଖ୍ୟମନ୍ତ୍ରୀ ହୋଇଥିଲେ ତାହାକୁ ଜରୁରୀକାଳୀନ ପରିସ୍ଥିତିରେ ବିରୋଧ କରି ସେ କାରାବରଣ କରିଥିଲେ । ଉଭୟ ସ୍ୱାଧୀନତା ଓ ଦେଶର ଗଣତନ୍ତ୍ରକୁ ବଂଚାଇବାକୁ ସେ ଜେଲ ଯାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

            ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡକ୍ଟର ମହତାବଙ୍କ ଭାରତୀୟ କଂଗ୍ରେସ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ଓ ସେ ଓଡିଶାକୁ ଜାତୀୟସ୍ତର  ପର୍ଯ୍ୟନ୍ତ ନେଇ ଯାଇଥିଲେ । ତାଙ୍କର ଅବଦାନର ବିବରଣୀ ଓଡିଶା ସଂଗ୍ରହାଳୟ, ଅଭିଲେଖାଗାର ଓ ପ୍ରତ୍ନତତ୍ୱ ବିଭାଗରେ ରହିଛି ।

            ପ୍ରଧାନମନ୍ତ୍ରୀ ଇତିହାସର ବ୍ୟାପକ ଅଧ୍ୟୟନର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଇତିହାସ କେବଳ ଅତୀତର ଶିକ୍ଷାର ବିଷୟ ନୁହେଁ, ଏହା ଭବିଷ୍ୟତ ପାଇଁ ଦର୍ପଣ ସଦୃଶ ବୋଲି ସେ କରିଛନ୍ତି । ଦେଶ ଯେତେବେଳେ ଆମ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ଉଦ୍‌ଜୀବିତ କରି ଆଜାଦ କୀ ଅମୃତ ମହୋତ୍ସବ ପାଳନ କରୁଛି ସେତେବେଳେ ଦେଶ ଏହି ଭାବନା ଉପରେ ଆଲୋକପାତ କରୁଛି । ସ୍ୱାଧୀନତା ସଂଗ୍ରାମୀର ଅନେକ ବାସ୍ତବ ତଥ୍ୟ ଦେଶ ସମ୍ମୁଖରେ ସଠିକ୍‌ଭାବେ ଉପସ୍ଥାପିତ ହୋଇପାରି ନ ଥିବାରୁ  ଶ୍ରୀ ମୋଦୀ ସେଥିନେଇ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଭାରତୀୟ ପରମ୍ପରାରେ ଇତିହାସ କେବଳ ରାଜା ମହାରାଜ ଓ ନଅର ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ । ଇତିହାସ ହଜାର ହଜାର ବର୍ଷ ଧରି ଲୋକଙ୍କ ସହ ରହିଆସିଛି । ବିଭିନ୍ନ ରାଜବଂଶ ଓ ଉଆସକୁ ନେଇ ଇତିହାସ ରଚନା କରିବା ଏକ ବୈଦେଶିକ କଳ୍ପନା ପ୍ରସୂତ ବିଷୟ । ଆମେ ସେଭଳି ଲୋକ ନୋହୁଁ । ରାମାୟଣ ଓ ମହାଭାରତର ଉଦାହରଣଦେଇ ଶ୍ରୀ ମୋଦୀ ଅଧିକ ବର୍ଣ୍ଣନା ଲୋକମାନଙ୍କୁ ଆଧାରିତ କରି ହୋଇଛି ବୋଲି କହିଛନ୍ତି । ଆମ ଜୀବନରେ ସାଧାରଣ ବ୍ୟକ୍ତି ଆମର ଆଲୋଚନାର କେନ୍ଦ୍ରବିନ୍ଦୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

            ପାଇବ ବିଦ୍ରୋହ, ଗଞ୍ଜାମ ମେଳିଠାରୁ ଆରମ୍ଭ କରି ସମ୍ବଲପୁର ବିଦ୍ରୋହ ପର୍ଯ୍ୟନ୍ତ ଓଡିଶା ମାଟି ଇଂରେଜ ଶାସନ ବିରୁଦ୍ଧରେ ବିଦ୍ରୋହର ବହ୍ନି ପ୍ରଜ୍ଜଳିତ ରଖି ଦେଶକୁ ଏକ ନୂତନ ଶକ୍ତି ପ୍ରଦାନ କରିଥିଲା । ସମ୍ବଲପୁର ଆନ୍ଦୋଳନର ବୀର ସୁରେନ୍ଦ୍ର ସାଏ ଆମ ସମସ୍ତ ନିମନ୍ତେ ପ୍ରେରଣାର ଉତ୍ସ । ପଣ୍ଡିତ ଗୋପବନ୍ଧୁ, ଆଚାର୍ଯ୍ୟ ହରିହର ଓ ଡକ୍ଟର ହରେକୃଷ୍ଣ ମହତାବ ଭଳି ନେତାମାନଙ୍କ ବିଶେଷ ଅବଦାନର ଶ୍ରୀ ମୋଦି ସ୍ମୃତିଚାରଣ କରିଥିଲେ । ସେହିପରି ଶ୍ରୀ ମୋଦୀ ରମା ଦେବୀ, ମାଳତୀ ଦେବୀ, କୋକିଳା ଦେବୀ, ରାଣୀ ଭାଗ୍ୟବତୀଙ୍କ ଅବଦାନ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ନିଜର  ଦେଶପ୍ରେମ ଓ ପରାକ୍ରମ ଯୋଗୁଁ ଇଂରେଜ ଶାସନକୁ ଅସ୍ତବ୍ୟସ୍ତ କରିଥିବା ଆଦିବାସୀମାନଙ୍କ ଅବଦାନର ମଧ୍ୟ ପ୍ରଧାନମନ୍ତ୍ରୀ ଅବତାରଣା କରିଥିଲେ । ଭାରତ ଛାଡ ଆନ୍ଦୋଳନର ମହାନ୍ ଆଦିବାସୀ ନେତା ଶହୀଦ ଲକ୍ଷ୍ମଣ ନାୟକଙ୍କ ମଧ୍ୟ ସେ ସ୍ମୃତିଚାରଣ କରିଥିଲେ ।

            ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଓଡିଶାର ଇତିହାସ ସମଗ୍ର ଭାରତବର୍ଷର ଇତିହାସ ଶକ୍ତିର ପ୍ରତିନିଧିତ୍ୱ କରେ । ଇତିହାସରେ ପ୍ରଦର୍ଶିତ ଶକ୍ତି ଆମର ବର୍ତ୍ତମାନ ଓ ଭବିଷ୍ୟତର ସମ୍ଭାବନା ସହ ସଂଶ୍ଳିଷ୍ଟ ଥିବାବେଳେ, ଆମ ପାଇଁ ପଥ ପ୍ରଦର୍ଶକର କାର୍ଯ୍ୟ କରିଥାଏ  ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

            ରାଜ୍ୟର ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବ୍ୟବସାୟ ଓ ଶିଳ୍ପ ନିମନ୍ତେ ଭିତିଭୂମି ହେଉଛି ସର୍ବପ୍ରଥମ ଆବଶ୍ୟକତା । ହଜାର  ହଜାର କିଲୋମିଟର ଦୀର୍ଘ ଜାତୀୟ ଓ ଉପକଳ ରାଜପଥ ଓଡିଶାରେ ନିର୍ମିତ ହେଉଛି ଓ ଏହା ରାଜ୍ୟକୁ ଦେଶର ଅନ୍ୟାନ୍ୟ ପ୍ରାନ୍ତ ସହ ଯୋଡିବ । ଗତ ଛଅସାତବର୍ଷ ମଧ୍ୟରେ ରାଜ୍ୟର ଶହ ଶହ କିଲୋମିଟର ଦୀର୍ଘ ରେଳଲାଇନ ମଧ୍ୟ ବିଛା ହୋଇଛି । ଭିତ୍ତିଭୂମି ପରେ ଶିଳ୍ପ ଉପରେ ଧ୍ୟାନ କେନ୍ଦ୍ରୀତ ହେଉଛି । ସେଥିପାଇଁ ଶିଳ୍ପାନୁଷ୍ଠାନ ଓ କମ୍ପାନୀଗୁଡିକୁ ପ୍ରୋତ୍ସାହିତ କରାଯାଉଛି । ରାଜ୍ୟର ତୈଳ ଓ ଇସ୍ପାତ କ୍ଷେତ୍ରରେ ଥବା ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖବ ହଜାର ହଜାର କୋଟି ଟଙ୍କା ଏଥିରେ ବିନିଯୋଗ କରାଯାଉଛି । ସେହିପରି ନୀଳ ବିପ୍ଳବ ଜରିଆରେ ଓଡିଶାର ମତ୍ସ୍ୟଜୀବୀମାନଙ୍କ ଜୀବନ ମାନର ଉନ୍ନତି ପାଇଁ ଉଦ୍ୟମ ଅବ୍ୟାହତ ରହିଛି ।

 

            ପ୍ରଧାନମନ୍ତ୍ରୀ କୌଶଳ ବିକାଶ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ । ରାଜ୍ୟରେ ଯୁବଗୋଷ୍ଠୀର ସୁବିଧା ପାଇଁ ଆଇଆଇଟି, ଭୁବନେଶ୍ୱର, ଆଇଜର ବ୍ରହ୍ମପୁର, ଭାରତୀୟ କୌଶଳ ବିକାଶ ପ୍ରତିଷ୍ଠାନ ଓ ଆଇଆଇଏମ ସମ୍ବଲପୁରର ମୂଳଦୁଆ ସ୍ଥାପନ ହୋଇଛି ।

            ଓଡିଶାର ଇତିହାସ ଓ ଏହାର ଉତ୍କର୍ଷକୁ ବିଶ୍ୱର ଚାରିଆଡେ ପହଂଚାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ‘ଆଜାଦୀ କୀ ଅମୃତ’ ମହୋତ୍ସବକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ଏହି ଅଭିଯାନରେ ସ୍ୱାଧୀନତା ସଂଗ୍ରାମ କାଳରେ ଯେଉଁ ଉନ୍ମାଦନା ଥିଲା ତାହା ଉଦ୍‌ଜୀବିତ କରିବ। ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over mishap in Coimbatore
April 17, 2026

The Prime Minister, Shri Narendra Modi, has expressed deep anguish over the mishap in Coimbatore, Tamil Nadu.

Shri Modi said that he is distressed to hear about the incident and extended his heartfelt condolences to those who have lost their loved ones. He also prayed for the speedy recovery of those injured in the mishap.

The Prime Minister’s Office posted on X;

“Distressed to hear about the mishap in Coimbatore, Tamil Nadu. I extend my heartfelt condolences to those who have lost their loved ones in the mishap. Prayers for the speedy recovery of those injured: PM @narendramodi”