ପ୍ରଧାନମନ୍ତ୍ରୀ ସେପ୍ଟେମ୍ବରରେ ନ୍ୟୁୟର୍କରେ କୁୱେତ ଯୁବରାଜଙ୍କ ସହ ହୋଇଥିବା ସାକ୍ଷାତକୁ ସ୍ମରଣ କଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ବୃଦ୍ଧିରେ ସନ୍ତୋଷ ପ୍ରକାଶ .
ବାଣିଜ୍ୟ, ନିବେଶ, ଉର୍ଜା, ପ୍ରଯୁକ୍ତି, ସଂସ୍କୃତି ଏବଂ ଲୋକଙ୍କ ସହ ସମ୍ପର୍କ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା
ଭାରତୀୟ ସମ୍ପ୍ରଦାୟର ଯତ୍ନ ନେଉଥିବାରୁ କୁୱେତ ନେତୃତ୍ୱଙ୍କୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ
ଭାରତ ଓ ଉପସାଗରୀୟ ସହଯୋଗ ପରିଷଦ ମଧ୍ୟରେ ଘନିଷ୍ଠ ସହଯୋଗକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ .
ସୁଯୋଗ ମିଳିଲେ ଶୀଘ୍ର କୁୱେତ ଗସ୍ତ ପାଇଁ ନିମନ୍ତ୍ରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର

କୁୱେତ ବିଦେଶମନ୍ତ୍ରୀ ମହାମାନ୍ୟ ଅବଦୁଲ୍ଲା ଅଲ୍ଲୀ ଅଲ୍‌-ୟାହୟା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ନ୍ୟୁୟର୍କରେ ଗତ ସେପ୍ଟେମ୍ବର ମାସରେ କୁୱେତର ଯୁବରାଜ ମହାମହିମ ଶେଖ୍ ସବା ଖାଲେଦ୍ ଅଲ୍‌-ହମାଦ ଅଲ-ସବାହଙ୍କ ସହ ହୋଇଥିବା ଭେଟର ମୁହୂର୍ତ୍ତକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିବା ସହ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ସନ୍ତୋଷ ପ୍ରକାଶ କରିଥିଲେ ।

ଉଭୟେ ବାଣିଜ୍ୟ, ନିବେଶ, ଉର୍ଜା, ପ୍ରଯୁକ୍ତି, ସଂସ୍କୃତି ଏବଂ ଲୋକଙ୍କ ସହ ସମ୍ପର୍କ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିଥିଲେ ।

କୁୱେତରେ ବସବାସ କରୁଥିବା ୧୦ ଲକ୍ଷରୁ ଅଧିକ ଭାରତୀୟ ସମ୍ପ୍ରଦାୟର ଲୋକଙ୍କ ଯତ୍ନ ନେଉଥିବାରୁ କୁୱେତ ନେତୃତ୍ୱଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।

ଗଲଫ ସହଯୋଗ ପରିଷଦରେ କୁୱେତର ସଭାପତିତ୍ୱ କାଳରେ ଭାରତ ଓ ଜିସିସି ମଧ୍ୟରେ ଘନିଷ୍ଠ ସହଯୋଗ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିବା ସହ ଅଞ୍ଚଳରେ ଶୀଘ୍ର ଶାନ୍ତି, ନିରାପତ୍ତା ଓ ସ୍ଥିରତା ସକାଶେ ସହଯୋଗକୁ ଗୁରୁତ୍ୱ ଦେଇଥିଲେ ।

ସୁଯୋଗ ମିଳିଲେ ଶୀଘ୍ର କୁୱେତ ଗସ୍ତରେ ଯିବାକୁ ସେଠାକାର ନେତୃତ୍ୱଙ୍କ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Infra spend up six-fold since 2014, crosses Rs 12 lakh crore: PM Modi

Media Coverage

Infra spend up six-fold since 2014, crosses Rs 12 lakh crore: PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 15, 2026
April 15, 2026

From Temples to Turbines: PM Modi’s Blueprint for a Culturally Rooted, Economically Explosive Viksit Bharat