ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀଙ୍କୁ ଆଜି ତାକାସାକି-ଗୁନମା ସ୍ଥିତ ଶୋରିନଜାନ ଦାରୁମା-ଜୀ ମନ୍ଦିରର ମୁଖ୍ୟ ପୁରୋହିତ ରେଭ ସେଇସି ହିରୋସେ ଏକ ଦାରୁମା କଣ୍ଢେଇ ପ୍ରଦାନ କରିଥିଲେ । ଏହି ବିଶେଷ ଆବେଗ ଭାରତ ଏବଂ ଜାପାନ ମଧ୍ୟରେ ଘନିଷ୍ଠ ସଭ୍ୟତା ଏବଂ ଆଧ୍ୟାତ୍ମିକ ସମ୍ପର୍କକୁ ପ୍ରତିଫଳିତ କରେ ।

ଜାପାନୀ ସଂସ୍କୃତିରେ ଦାରୁମା କଣ୍ଢେଇକୁ ଶୁଭ ଏବଂ ସୌଭାଗ୍ୟର ପ୍ରତୀକ ବୋଲି ବିବେଚନା କରାଯାଏ । ଗୁନମାର ତାକାସାକି ସହର ହେଉଛି ପ୍ରସିଦ୍ଧ ଦାରୁମା କଣ୍ଢେଇର ଜନ୍ମସ୍ଥାନ । ଜାପାନରେ ଦାରୁମା ପରମ୍ପରା କାଞ୍ଚିପୁରମର ଜଣେ ଭାରତୀୟ ସନ୍ୟାସୀ ବୋଧିଧରମଙ୍କ ଐତିହ୍ୟ ଉପରେ ଆଧାରିତ । ଜାପାନରେ ସେ ଦାରୁମା ଦାଇଶି ନାମରେ ଜଣାଶୁଣା ଏବଂ ସେ ଏକ ହଜାର ବର୍ଷ ପୂର୍ବେ ଏଠାକୁ ଭ୍ରମଣ କରିଥିଲେ ବୋଲି କୁହାଯାଏ ।

It was an honour to meet Rev. Seishi Hirose, Chief Priest of Shorinzan Daruma-Ji Temple in Takasaki-Gunma. My gratitude to him for presenting a Daruma Doll. Daruma is considered to be an important cultural symbol in Japan and also has a connect with India. It is influenced by… pic.twitter.com/HjSWVx78sp
— Narendra Modi (@narendramodi) August 29, 2025
群馬県にある達磨寺の広瀬正史住職にお会いできたことは光栄でした。達磨人形を贈呈いただいたことに感謝いたします。達磨は日本における重要な文化的象徴であり、その起源は高僧・菩提達磨の影響に由来し、インドとも深いご縁があります。 pic.twitter.com/XM51Ix24Mg
— Narendra Modi (@narendramodi) August 29, 2025


