ମହାମହୀମ ସୁଲତାନ ଭାରତର ଜନସାଧାରଣଙ୍କ ପ୍ରଗତି ଓ ସମୃଦ୍ଧି ନିମନ୍ତେ ଜଣାଇଲେ ଶୁଭେଚ୍ଛା
ସୁଲତାନଙ୍କୁ ଧନ୍ୟବାଦ ଜଣାଇବା ସହିତ ମହାମହୀମ ସୁଲତାନଙ୍କ ୨୦୨୩ ଡିସେମ୍ବର ମାସର ଭାରତ ପରିଦର୍ଶନକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
ଭାରତ-ଓମାନ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଉଭୟ ନେତା ପ୍ରକଟ କଲେ ପ୍ରତିବଦ୍ଧତା
ଆଗାମୀ ଇଦ୍ ପର୍ବ ପାଇଁ ମହାମହୀମ ସୁଲତାନ ଓ ଓମାନର ଜନସାଧାରଣଙ୍କୁ ଇଦ୍ ଶୁଭେଚ୍ଛା ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓମାନର ସୁଲତାନ ମହାମହୀମ ସୁଲତାନ ହୈଥାମ୍ ବିନ୍ ତାରିକଙ୍କ ଠାରୁ ଟେଲିଫୋନ୍ ଯୋଗେ ଅଭିନନ୍ଦନ ବାର୍ତ୍ତା ପାଇଛନ୍ତି ।

ସୁଲତାନ୍ ହୈଥାମ୍ ବିନ୍ ତାରିକ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବିଜୟୀ ହେବା ସହିତ ପୁନର୍ବାର ଭାରତର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିବାରୁ ତାଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି ।

ମହାମହୀମ ସୁଲତାନ ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ ଓମାନ ଓ ଭାରତ ମଧ୍ୟରେ ଶହ ଶହ ବର୍ଷର ପୁରୁଣା ସମ୍ପର୍କ ରହିଛି ଏବଂ ଭାରତର ଜନସାଧାରଣଙ୍କ ପ୍ରଗତି ଓ ସମୃଦ୍ଧି ପାଇଁ ସେ ତାଙ୍କର ଶୁଭେଚ୍ଛା ଜ୍ଞାପନ କରୁଛନ୍ତି ।

ମହାମହୀମ ସୁଲତାନଙ୍କ ଶୁଭେଚ୍ଛା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇବା ସହିତ ପ୍ରଧାନମନ୍ତ୍ରୀ ତାଙ୍କର ଡିସେମ୍ବର ୨୦୨୩ର ଭାରତ ଗସ୍ତର ଅବତାରଣା କରିଛନ୍ତି ଯାହା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ନିବିଡ଼ କରିଛି ।

ଉଭୟ ନେତା ଭାରତ-ଓମାନ ସହଭାଗିତାକୁ ପାରସ୍ପରିକ ଲାଭ ନିମନ୍ତେ ଅଧିକ ନିବିଡ଼ ଓ ସୁଦୃଢ଼ କରିବା ସକାଶେ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ।

ଆଗାମୀ ଇଦ୍ ଅଲ୍ ଆଧା ଉତ୍ସବ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମହାମହୀମ ସୁଲତାନ ଏବଂ ଓମାନର ଜନସାଧାରଣଙ୍କୁ ଶୁଭକାମନା ଜଣାଇଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains fastest-growing major economy, domestic investors power market resilience

Media Coverage

India remains fastest-growing major economy, domestic investors power market resilience
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 15, 2026
March 15, 2026

Empowering Bharat: From Loans to Global Leadership Under PM Modi