ଆଜି ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଏବଂ ଉଦ୍ୟୋଗୀଙ୍କଠାରୁ ସାମଗ୍ରୀ କିଣିଥିଲେ । ମହିଳା ଉଦ୍ୟୋଗୀ ଏବଂ ଆତ୍ମନିର୍ଭର ଭାରତକୁ ଏକ ଉତ୍ସାହ ଦେବା ପାଇଁ ଏହା ଏକ ପ୍ରୟାସ ।

ଭାରତର ଆତ୍ମନିର୍ଭରତା ପାଇଁ ମହିଳାଙ୍କ ଭୂମିକା ବିଷୟରେ ଶ୍ରୀ ମୋଦୀ ଟ୍ୱଇଟ୍ କରି କହିଛନ୍ତି ଯେ, ଆତ୍ମନିର୍ଭର ହେବାକୁ ଭାରତ ପାଇ ଅନୁସନ୍ଧାନରେ ମହିଳାମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଆନ୍ତର୍ଜାତୀୟ ମହିଳା ଦିବସରେ, ଆସନ୍ତୁ ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତାକୁ ଉତ୍ସାହିତ କରିବା ।

ଆଜି ମୁଁ କିଛି ସାମଗ୍ରୀ କିଣିଲି ଯାହା ମହିଳା ଉଦ୍ୟୋଗ, ସୃଜନଶୀଳତା ଏବଂ ଭାରତର ସଂସ୍କୃତିର ଜୟଗାନକୁ ପାଳନ କରେ । ନାରୀ ଶକ୍ତି।

ତାମିଲନାଡୁର ଟୋଡା ଜନଜାତିର କାରିଗରମାନଙ୍କ ଦ୍ୱାରା ର୍ନିମିତ ଏମ୍ବ୍ରୋଇଡରଡ ଶାଲ୍ କିଣିବା ପରେ ସେ କହିଛନ୍ତି ଯେ ତାମିଲନାଡୁର ଟୋଡା ଜନଜାତିର କାରିଗରମାନଙ୍କ ଦ୍ୱାରା ର୍ନିମିତ ସୂକ୍ଷ୍ମ ହାତ ତିଆରି ଏମ୍ବ୍ରୋଇଡରଡ ଶାଲ୍ ଚମତ୍କାର ଦେଖାଯାଉଛି ।

ମୁଁ ଏହିପରି ଏକ ଶାଲ କିଣିଛି । ଏହି ଉତ୍ପାଦକୁ ଟ୍ରାଇବ୍ସ ଇଣ୍ଡିଆ ଦ୍ୱାରା ବିକ୍ରି କରାଯାଏ । ନାରୀ ଶକ୍ତି” ।

ହାତ ତିଆରି ଗୋଣ୍ଡ କାଗଜ ଚିତ୍ରକଳା ବିଷୟରେ ସେ ଟୁଇଟ୍ କରି କହିଛନ୍ତି ଯେ ଆଖପାଖରେ ଏହା ଅଧିକ ରଙ୍ଗ ଭରି ଦେଉଛି!

ଆମର ଆଦିବାସୀ ସମ୍ପ୍ରଦାୟର କଳା ଚମତ୍କାର ଅଟେ । ଏହି ହାତ ତିଆରି ଗୋଣ୍ଡ କାଗଜ ଚିତ୍ରକଳା ରଙ୍ଗ ଏବଂ ସୃଜନଶୀଳତାର ଏକ ମିଶ୍ରଣ ।

ଆଜି ଏହି ଚିତ୍ରକଳା କିଣିଛି । ନାରୀ ଶକ୍ତି”

ପ୍ରଧାନମନ୍ତ୍ରୀ ମଧ୍ୟ ନାଗାଲ୍ୟାଣ୍ଡରୁ ଏକ ପାରମ୍ପାରିକ ଶାଲ କିଣିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ ଭାରତ ନାଗା ସଂସ୍କୃତି ପାଇଁ ଗର୍ବିତ ଯାହା, ସାହସିକତା, କରୁଣା ଏବଂ ସୃଜନଶୀଳତାର ପର୍ଯ୍ୟାୟବାଚୀ ।

ନାଗାଲ୍ୟାଣ୍ଡରୁ ଏକ ପାରମ୍ପାରିକ ଶାଲ କିଣିଲା“ନାରୀ ଶକ୍ତି” ।

ଖଦି କଟନ ମଧୁବାଣି ପେଣ୍ଟିଂ ଷ୍ଟୋଲ କିଣିବା ଉପରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି

“ମହାତ୍ମା ଗାନ୍ଧୀ ଏବଂ ଭାରତର ସମୃଦ୍ଧ ଇତିହାସ ସହିତ ଖଦି ଘନିଷ୍ଠ ଭାବରେ ଜଡିତ । ଏକ ଖଦି କଟନ ମଧୁବାଣି ପେଣ୍ଟିଂ ଷ୍ଟୋଲ କିଣିଛି । ଏହା ଏକ ଉନ୍ନତ ମାନର ଉତ୍ପାଦ ଏବଂ ଆମ ନାଗରିକଙ୍କ ସୃଜନଶୀଳତା ସହିତ ଘନିଷ୍ଠ ଭାବରେ ଜଡିତ । ନାରୀ ଶକ୍ତି” ।

ପଶ୍ଚିମବଙ୍ଗର ହାତ ତିଆରି ଝୋଟ ଫାଇଲ୍ ଫୋଲ୍ଡର ସଂକ୍ରାନ୍ତରେ ଶ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି ଯେ ମୁଁ ନିଶ୍ଚିତ ଭାବେ ପଶ୍ଚିମବଙ୍ଗର ଏହି ହସ୍ତତନ୍ତ ଝୋଟ ଫାଇଲ୍ ଫୋଲ୍ଡର ବ୍ୟବହାର କରିବାକୁ ଯାଉଛି ।

ରାଜ୍ୟର ଆଦିବାସୀ ସମ୍ପ୍ରଦାୟ ଦ୍ୱାରା ର୍ନିମିତ, ଆପଣ ସମସ୍ତଙ୍କ ଘରେ ପଶ୍ଚିମବଙ୍ଗର ଏକ ଝୋଟ ଉତ୍ପାଦ ରହିବା ଜରୁରୀ! ନାରୀ ଶକ୍ତି “ ।

ପ୍ରଧାନମନ୍ତ୍ରୀ ମଧ୍ୟ ଅସାମର କାକାଟିପାପୁଙ୍ଗ ବିକାଶ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ର୍ନିମିତ ଏକ ଗାମୁସା କିଣିଛନ୍ତି ।

“ଆପଣମାନେ ମୋତେ ବାରମ୍ବାର ଗାମୁସା ପିନ୍ଧିଥିବାର ଦେଖିଛନ୍ତି । ଏହା ଅତ୍ୟନ୍ତ ଆରାମଦାୟକ । ଆଜି ମୁଁ କାକଟିପାପୁଙ୍ଗ ବିକାଶ ବ୍ଲକର ବିଭିନ୍ନ ସ୍ୱ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ର୍ନିମିତ ଏକ ଗାମୁସା କିଣିଛି । ନାରୀ ଶକ୍ତି”

 

ଶ୍ରୀ ମୋଦୀ ମଧ୍ୟ କେରଳର ମହିଳାମାନଙ୍କ ଦ୍ୱାରା ର୍ନିମିତ କ୍ଲାସିକ୍ ପାମ କ୍ରାଫ୍ଟ ନୀଲାଭିଲାକୁ କିଣିବା ବିଷୟରେ ଟୁଇଟ୍ କରିଛନ୍ତି ।

“ମୁଁ କେରଳ ମହିଳାମାନଙ୍କ ଦ୍ୱାରା ର୍ନିମିତ କ୍ଲାସିକ୍ ପାମ କ୍ରାଫ୍ଟ ନୀଲାଭିଲାକ୍ଟ ପାଇବାକୁ ଉତ୍ସାହର ସହିତ ଅପେକ୍ଷା କରିଲି । ଆମର ନାରୀ ଶକ୍ତି କିପରି ସ୍ଥାନୀୟ ହସ୍ତଶିଳ୍ପ ଏବଂ ଉତ୍ପାଦକୁ ସଂରକ୍ଷଣ ଏବଂ ଲୋକପ୍ରିୟ କରିପାରିଛି ତାହା ପ୍ରଶଂସନୀୟ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s march towards self-reliance in med-tech

Media Coverage

India’s march towards self-reliance in med-tech
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Chamba, Himachal Pradesh
August 08, 2026

The Prime Minister, Shri Narendra Modi, condoled loss of lives due to a mishap in Chamba, Himachal Pradesh. "My thoughts are with the families who have lost their loved ones. May those injured recover at the earliest", Shri Modi stated.

The Prime Minister posted on X:

The loss of lives due to a mishap in Chamba, Himachal Pradesh, is deeply saddening. My thoughts are with the families who have lost their loved ones. May those injured recover at the earliest: PM @narendramodi