ପ୍ରଧାନମନ୍ତ୍ରୀ ଚା ଦୋକାନର ମାଲିକ ସୁଶ୍ରୀ ମୋନାଙ୍କ ସହ କଥାବାର୍ତ୍ତା କରିଛନ୍ତି, ଯିଏକି ଚଣ୍ଡିଗଡ଼ର ଜଣେ କିନ୍ନର ଭିବିଏସଓ୍ବାଇ ଲାଭାର୍ଥୀ ଅଟନ୍ତି। “ସରକାରଙ୍କ ସବକା ସାଥ ସବକା ବିକାଶର ଭାବନା ସମାଜର ପ୍ରତ୍ୟେକବର୍ଗଙ୍କ ନିକଟରେ ପହଞ୍ଚସାରିଛି: ପ୍ରଧାନମନ୍ତ୍ରୀ”
ଚଣ୍ଡିଗଡ଼ର ଜଣେ କିନ୍ନର ଭିବିଏସଓ୍ବାଇ ହିତାଧିକାରୀ ସୁଶ୍ରୀ ମୋନା, ଚଣ୍ଡିଗଡ଼ର ମୂଳ ବାସିନ୍ଦା, ଯିଏ କି ମୂଳତଃ ଝାଡ଼ଖଣ୍ଡର ରାଞ୍ଚିର ବାସିନ୍ଦା, ଚଣ୍ଡିଗଡ଼ରେ ଏକ ଚା' ଦୋକାନର ମାଲିକ ଥିବା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯାହା ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିଥାଏ।

>

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସୱାଇ)ର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସରକାରଙ୍କ ପ୍ରମୁଖ ଏହି ଯୋଜନାଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚିପାରିବ ସେଥିପାଇଁ ଏହି ଯୋଜନାଗୁଡ଼ିକର ଲାଭ ସମସ୍ତ ନିର୍ଦ୍ଦିଷ୍ଟ ଲାଭାର୍ଥୀମାନଙ୍କ ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟ ମଧ୍ୟରେ ଯେପରି ପହଂଚିପାରିବ।

ଚଣ୍ଡିଗଡ଼ର ଜଣେ କିନ୍ନର ଭିବିଏସଓ୍ବାଇ ହିତାଧିକାରୀ ସୁଶ୍ରୀ ମୋନା, ଚଣ୍ଡିଗଡ଼ର ମୂଳ ବାସିନ୍ଦା, ଯିଏ କି ମୂଳତଃ ଝାଡ଼ଖଣ୍ଡର ରାଞ୍ଚିର ବାସିନ୍ଦା, ଚଣ୍ଡିଗଡ଼ରେ ଏକ ଚା' ଦୋକାନର ମାଲିକ ଥିବା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯାହା ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିଥାଏ।

ପ୍ରଧାନମନ୍ତ୍ରୀଙ୍କ ପଚାରିବା ପରେ ସୁଶ୍ରୀ ମୋନା କହିଥିଲେ ଯେ ସେ ପିଏମ ସ୍ୱନିଧି ଯୋଜନା ମାଧ୍ୟମରେ ୧୦,୦୦୦ ଟଙ୍କାର ଋଣ ନେଇଥିଲେ, ଯାହାଦ୍ବାରା ଚା' ଦୋକାନ ଖୋଲିବାରେ ସାହାଯ୍ୟ ମିଳିଲା। ସୁଶ୍ରୀ ମୋନା ଆହୁରି ମଧ୍ୟ କହିଛନ୍ତି ଯେ ଏହା ନଗର ନିଗମର ଏକ କଲ୍ ଥିଲା ଯେଉଁଥିରେ ଋଣ ଉପଲବ୍ଧତା ବିଷୟରେ ସୂଚନା ଦିଆଯାଇଥିଲା। ଶ୍ରୀମତୀ ମୋନାଙ୍କ ଚା' ଦୋକାନରେ ସର୍ବାଧିକ କାରବାର ୟୁପିଆଇ ମାଧ୍ୟମରେ ହେଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ପଚାରିଥିଲେ ଯେ ବ୍ୟାଙ୍କଗୁଡ଼ିକ ଅତିରିକ୍ତ ଋଣ ପାଇଁ ତାଙ୍କ ପାଖକୁ ଯାଇଥିଲେ କି? ସୁଶ୍ରୀ ମୋନା କହିଥିଲେ ଯେ, ତାଙ୍କୁ ପରେ ପରେ ଯଥାକ୍ରମେ ୨୦,୦୦୦ ଟଙ୍କା ଏବଂ ୫୦,୦୦୦ ଟଙ୍କା ଋଣ ଦିଆଯାଇଥିଲା। ସୁଶ୍ରୀ ମୋନା ଶୂନ୍ୟ ସୁଧ ସହିତ ତୃତୀୟ ପର୍ଯ୍ୟାୟରେ ଆଗକୁ ବଢ଼ିଥିଲେ।

ପ୍ରଧାନମନ୍ତ୍ରୀ ଏଭଳି ସରକାରୀ ସୁବିଧାର ଲାଭ ପାଇବା ପାଇଁ କିନ୍ନର ସମାଜର ଅଧିକ ଲୋକମାନଙ୍କୁ ପ୍ରେରିତ କରିବା ର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ମୋଦୀ ସରକାରଙ୍କ ସବକା ସାଥ ସବକା ବିକାଶର ଭାବନା ଉପରେ ଆଲୋକପାତ କରିଥିଲେ ଯେଉଁଠାରେ ସମାଜର ପ୍ରତ୍ୟେକ ସ୍ତରରେ ବିକାଶ ପହଞ୍ଚିଛି । ସୁଶ୍ରୀ ମୋନାଙ୍କ ପ୍ରୟାସ ଓ ପ୍ରଗତି କୁ ନେଇ ସରକାରଙ୍କ ପ୍ରୟାସ ସଠିକ ଦିଗରେ ଅଗ୍ରସର ହେଉଥିବାରୁ  ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଆସାମ ରେଳ ଷ୍ଟେସନରେ ଥିବା ସମସ୍ତ ଦୋକାନର ପରିଚାଳନା କୁ କିନ୍ନର ସମାଜର ଲୋକଙ୍କୁ ହସ୍ତାନ୍ତର କରିବାକୁ ରେଳବାଇର ନିଷ୍ପତ୍ତି ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି ଏବଂ ସେଠାରେ ଦ୍ରୁତଗତିରେ ବ୍ୟବସାୟ ବୃଦ୍ଧି ପାଉଛି । ସେ ସୁଶ୍ରୀ ମୋନାଙ୍କୁ ତାଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Madras incubates 112 startups, files 431 patents in FY26 milestone year

Media Coverage

IIT Madras incubates 112 startups, files 431 patents in FY26 milestone year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 28, 2026
April 28, 2026

From Orchids to Expressways: PM Modi’s Blueprint for a Self-Reliant, Connected & Proud India