PM Modi, PM Bettel of Luxembourg exchange views on strengthening India-Luxembourg relationship in the post-COVID world
India-Luxembourg agree to strengthen cooperation on realizing effective multilateralism and combating global challenges like the Covid-19 pandemic, terrorism and climate change
Prime Minister welcomes Luxembourg’s announcement to join the International Solar Alliance (ISA)

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଲକ୍ସମବର୍ଗର ପ୍ରଧାନମନ୍ତ୍ରୀ ମହାମହିମ ଜାଭିଏର ବେଟେଲଙ୍କ ମଧ୍ୟରେ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କୋଭିଡ-19 ଯୋଗୁଁ ବହୁମୂଲ୍ୟ ଜୀବନହାନୀ ଘଟିଥିବା ନେଇ ଲକ୍ସମବର୍ଗ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଶୋକ ବ୍ୟକ୍ତ କରିଥିବା ବେଳେ ପରିସ୍ଥିତିର ସୁପରିଚାଳନା ନେଇ ଜାଭିଏର ବେଟେଲ ଶ୍ରୀ ମୋଦୀଙ୍କୁ ସାଧୁବାଦ ଜଣାଇଛନ୍ତି । କୋଭିଡ ପରବର୍ତ୍ତୀ ସମୟରେ ଭାରତ–ଲକ୍ସମବର୍ଗ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ନେଇ ଦୁଇ ନେତା ମତ ବିନିମୟ କରିଥିଲେ । ବିଶେଷକରି ଆର୍ଥିକ ବୈଷୟିକଜ୍ଞାନ, ପରିବେଶ, ମହାକାଶ ଗବେଷଣା, ଡିଜିଟାଲ ଇନୋଭେସନ ଓ ଷ୍ଟାର୍ଟ ଅପ ନେଇ ମୁଖ୍ୟତଃ ଏହି ଆଲୋଚନା ହୋଇଥିଲା । ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ବିଭିନ୍ନ ରାଜିନାମାର ସଫଳ ସମାପ୍ତିକୁ ସ୍ଵାଗତ କରିଥିଲେ । ଏଥିରେ ଉଭୟ ଦେଶର ଆର୍ଥିକ ଓ ବଜାର ନିୟନ୍ତ୍ରଣ, ଷ୍ଟକ ଏକ୍ସଚେଞ୍ଜ ଏବଂ ଉଦ୍ଭାବନ ସଂସ୍ଥା ଇତ୍ୟାଦି ଅନ୍ତର୍ଭୁକ୍ତ ।  

ଦୁଇ ପ୍ରଧାନମନ୍ତ୍ରୀ କୋଭିଡ-19 ଭଳି ବୈଶ୍ଵିକ ମହାମାରୀରୁ ଉତ୍ପନ୍ନ ସ୍ଥିତିର ସୁଧାର ନେଇ ସହଯୋଗ, ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ବିଷୟ ଉପରେ ସମନ୍ଵୟ ରକ୍ଷା ପାଇଁ ସହମତି ପ୍ରକାଶ କରିଥିଲେ । ଆନ୍ତର୍ଜାତିକ ସୌରଶକ୍ତି ମେଣ୍ଟରେ ସାମିଲ ହେବା ପାଇଁ ଲକ୍ସମବର୍ଗର ଘୋଷଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଵାଗତ କରିଥିବା ବେଳେ ଆପତକାଳୀନ ପରିସ୍ଥିତିର ମୁକାବିଲା ନେଇ ଭିତ୍ତିଭୂମିର ବିକାଶ ଦିଗରେ ସହଯୋଗ ପାଇଁ ଆମନ୍ତ୍ରଣ ଜଣାଇଥିଲେ ।

କୋଭିଡ-19 ପରିସ୍ଥିତି ସୁଧୁରିବା ପରେ ଲକ୍ସମବର୍ଗର ପ୍ରଧାନମନ୍ତ୍ରୀ ବେଟେଲ ଭାରତ ପରିଦର୍ଶନରେ ଆସିବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନିଜର ସୁବିଧା ଅନୁସାରେ ଲକ୍ସମବର୍ଗ ପରିଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ବେଟେଲ ଆମନ୍ତ୍ରଣ କରିଥିଲେ ।

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's cumulative exports rise to $720.76 billion in Apr-Jan 2025-26, up 6.15%

Media Coverage

India's cumulative exports rise to $720.76 billion in Apr-Jan 2025-26, up 6.15%
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the King of Jordan
March 02, 2026

Prime Minister Narendra Modi spoke with His Majesty King Abdullah II, the King of Jordan.

The Prime Minister conveyed deep concern at the evolving situation in the region. He reaffirmed support for the peace, security, and well-being of the people of Jordan.

The Prime Minister also thanked His Majesty for taking care of the Indian community in Jordan in this difficult hour.

The Prime Minister shared on X;

"Spoke with His Majesty King Abdullah II, the King of Jordan. Conveyed our deep concern at the evolving situation in the region. We reaffirm our support for peace, security and the well-being of the people of Jordan. I thanked him for taking care of the Indian community in Jordan in this difficult hour."