Ram belongs to everyone; Ram is within everyone: PM Modi in Ayodhya
There were efforts to eradicate Bhagwaan Ram’s existence, but He still lives in our hearts, he is the basis of our culture: PM
A grand Ram Temple will become a symbol of our heritage, our unwavering faith: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାଠାରେ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର’ ପାଇଁ ଭୂମି ପୂଜନ ସମ୍ପନ୍ନ କରିଛନ୍ତି ।

ଭାରତ ପାଇଁ ଏକ ଗୌରବମୟ ଅଧ୍ୟାୟ

ପ୍ରଧାନମନ୍ତ୍ରୀ ଏହି ପବିତ୍ର ଅବସରରେ ଉଦବୋଧନ ଦେଇ ଦେଶବାସୀ ଓ ସାରା ବିଶ୍ୱରେ ଥିବା ରାମଭକ୍ତମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାକୁ ଏକ ଐତିହାସିକ କ୍ଷଣ ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ ଭାରତ ଆଜି ଏକ ଗୌରବମୟ ଅଧ୍ୟାୟର ଆରମ୍ଭ କରୁଛି । ଆଜି ସାରା ଦେଶବାସୀ ଉତ୍ସାହିତ ଏବଂ ଭାବପ୍ରବଣ ହୋଇଉଠିଛନ୍ତି । ସେମାନଙ୍କ ଦୀର୍ଘ ଶତାବ୍ଦୀର ସ୍ୱପ୍ନ ଆଜି ସାକାର ହୋଇପାରିଛି । ସେମାନଙ୍କ ମଧ୍ୟରୁ କିଛି ଲୋକ ସେମାନଙ୍କ ଜୀବନ କାଳ ମଧ୍ୟରେ ଏପରି କିଛି ଘଟୁଥିବା ବିଶ୍ୱାସ କରିପାରୁନାହାନ୍ତି । ସେ କହିଥିଲେ ଯେ ରାମ ଜନ୍ମଭୂମି ବାରମ୍ବାର ଭାଙ୍ଗିବା ଏବଂ ପୁନଃନିର୍ମାଣ ହେବା ଚକ୍ରରୁ ମୁକ୍ତ ହୋଇଛି । ଏବେ ଟେଂଟ ସ୍ଥାନରେ ରାମଲଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 15 ଅଗଷ୍ଟ ଯେପରି ସ୍ୱାଧୀନତା ପାଇଁ ସାରା ଦେଶରେ ସଂଗ୍ରାମ କରିଥିବା ଳୋକମାନଙ୍କ ବଳିଦାନର ପ୍ରତିନିଧିତ୍ୱ କରିଥାଏ ଠିକ ସେହିପରି ଆଜିର ଦିନ ରାମ ମନ୍ଦିର ପାଇଁ ପିଢ଼ି ପରେ ପିଢ଼ି ସଂଘର୍ଷ କରିଥିବା ଲୋକମାନଙ୍କ ସମର୍ପଣ ଏବଂ ନିରନ୍ତର ସଂଘର୍ଷର ପ୍ରତିନିଧିତ୍ୱ କରିବ । ରାମ ମନ୍ଦିର ସ୍ୱପ୍ନକୁ ସାକାର କରିବା ଲାଗି ସଂଘର୍ଷ କରିଥିବା ଲୋକମାନଙ୍କୁ ସେ ସ୍ମରଣ କରିବା ସହିତ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

 

 

 

 

 

ଶ୍ରୀରାମ – ଆମ ସଂସ୍କୃତିର ଆଧାର

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀରାମଙ୍କ ଅସ୍ଥିତ୍ୱକୁ ଶେଷ କରିଦେବା ପାଇଁ ବାରମ୍ବାର ପ୍ରୟାସ କରାଯାଇଛି, କିନ୍ତୁ ସେ ଏବେ ବି ଆମ ସଂସ୍କୃତିର ଆଧାର ହୋଇ ରହିଛନ୍ତି । ସେ କହିଥିଲେ ଯେ ରାମ ମନ୍ଦିର ଆମ ସଂସ୍କୃତି, ଚିରନ୍ତନ ବିଶ୍ୱାସ, ରାଷ୍ଟ୍ରୀୟ ଭାବନା ଏବଂ ସାମୁହିକ ଇଚ୍ଛାଶକ୍ତିର ଆଧୁନିକ ପ୍ରତୀକ ଯାହା ଭବିଷ୍ୟତର ପିଢ଼ିକୁ ଅନୁପ୍ରାଣିତ କରିବ । ରାମ ମନ୍ଦିର ନିର୍ମାଣ ହେବା ଫଳରେ ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ସୁଯୋଗ ସୃଷ୍ଟି ହେବ ଏବଂ ଏହା ସ୍ଥାନୀୟ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଆଣିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଦିନ କୋଟି କୋଟି ରାମଭକ୍ତମାନଙ୍କର ଅତୁଟ ବିଶ୍ୱାସ ଓ ଦୃଢ଼ସଂକଳ୍ପର ପ୍ରମାଣ ଦେଉଛି । ଗତ ବର୍ଷ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ପ୍ରତ୍ୟେକ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ଦେଶବାସୀ ପ୍ରକଟ କରିଥିବା ଧୈର୍ଯ୍ୟ ଓ ସଂଯମକୁ ସେ ପ୍ରଶଂସା କରିଥିଲେ । ସମାନ ପ୍ରକାରର ଧୈର୍ଯ୍ୟ ଓ ସଂଯମ ଆଜି ମଧ୍ୟ ଦେଖିବାକୁ ମିଳିଛି ।

ଶ୍ରୀରାମ ଚନ୍ଦ୍ରଙ୍କ ବିଜୟ, ଶ୍ରୀକୃଷ୍ଣଙ୍କ ଦ୍ୱାରା ଗୋବର୍ଦ୍ଧନ ପର୍ବତ ଧାରଣ, ଛତ୍ରପତି ଶିବାଜୀଙ୍କ ଦ୍ୱାରା ସ୍ୱରାଜ ପ୍ରତିଷ୍ଠା, ଗାନ୍ଧୀଜୀ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେବା ଭଳି ଗରିବ, ପଛୁଆ, ଦଳିତ, ଆଦିବାସୀଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ କିଭଳି ଭାବେ ସଫଳତା ଅର୍ଜନ କରିଛନ୍ତି ସେ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ । ସେହିପରି, ସାଧାରଣ ଜନତାଙ୍କ ସହଯୋଗ ଏବଂ ଯୋଗଦାନ ବଳରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି ବୋଲି ସେ କହିଥିଲେ ।

ଶ୍ରୀରାମ ଚନ୍ଦ୍ରଙ୍କ ଚରିତ୍ର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଭୁ ଶ୍ରୀରାମ ସବୁବେଳେ ସତ୍ୟ ପ୍ରତି ଗଭୀର ନିଷ୍ଠା ରଖୁଥିଲେ ଏବଂ ସାମାଜିକ ସଦଭାବନାକୁ ସେ ନିଜ ଶାସନର ଆଧାର ଭାବେ ପ୍ରତିଷ୍ଠା କରିଥିଲେ । ସେ ନିଜ ପ୍ରଜାମାନଙ୍କୁ ସମାନ ଭାବେ ଭଲ ପାଉଥିଲେ, କିନ୍ତୁ ଗରିବ ଓ ବଂଚିତଙ୍କ ପାଇଁ ତାଙ୍କ ହୃଦୟରେ ଅପାର କରୁଣା ଭରି ରହିଥିଲା । ଜୀବନର ଏପରି କୌଣସି ଗୋଟିଏ ଦିଗ ନାହିଁ ଯେଉଁଥିରେ ଶ୍ରୀରାମ ଅନ୍ୟମାନଙ୍କୁ ଅନୁପ୍ରାଣିତ କରୁନଥିବେ । ଦେଶର ସଂସ୍କୃତି, ଦର୍ଶନ, ବିଶ୍ୱାସ ଏବଂ ପରମ୍ପରାର ବ୍ୟାପକ କ୍ଷେତ୍ରରେ ଶ୍ରୀରାମଙ୍କ ପ୍ରଭାବ ଦୃଶ୍ୟମାନ ହୋଇଥାଏ ।

ଶ୍ରୀରାମ – ବିବିଧତା ମଧ୍ୟରେ ଏକତାର ସୂତ୍ର

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀରାମ ସବୁବେଳେ ଅନ୍ୟମାନଙ୍କ ପାଇଁ ଆଲୋକବର୍ତ୍ତିକା ସାଜିଛନ୍ତି । ପ୍ରାଚୀନ କାଳର ବାଲ୍ମିକୀ ରାମାୟଣ, ମଧ୍ୟଯୁଗରେ ତୁଲସୀଦାସ, କବୀର ଓ ଗୁରୁନାନକ ଏବଂ ମହାତ୍ମା ଗାନ୍ଧୀଙ୍କ ଭଜନରେ ସେ ଅହିଂସା ଓ ସତ୍ୟାଗ୍ରହର ପ୍ରେରଣାଶକ୍ତି ହୋଇ ରହିଥିଲେ । ଭଗବାନ ବୁଦ୍ଧ ମଧ୍ୟ ଶ୍ରୀରାମଙ୍କ ସହିତ ଯୋଡ଼ି ହୋଇ ରହିଥିଲେ । ଅଯୋଧ୍ୟା ସହର ଶହ ଶହ ବର୍ଷ ଧରି ଜୈନମାନଙ୍କର ଆସ୍ଥାର କେନ୍ଦ୍ର ହୋଇ ରହିଆସିଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀରାମ ଦେଶରେ ବିବିଧତା ମଧ୍ୟରେ ଏକତାର ସାଧାରଣ ସୂତ୍ର ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଅନ୍ୟ ଦେଶରେ ମଧ୍ୟ ଶ୍ରୀରାମ ପୂଜନୀୟ । ସର୍ବାଧିକ ମୁସଲିମ ବହୁଳ ରାଷ୍ଟ୍ର ଇଣ୍ଡୋନେସିଆ, କାମ୍ବୋଡ଼ିଆ, ଲାଓସ, ମାଲେସିୟା, ଥାଇଲାଣ୍ଡ, ଶ୍ରୀଲଙ୍କା, ନେପାଳ ଆଦି ଦେଶରେ ରାମାୟଣ ଖୁବ ଲୋକପ୍ରିୟ ବୋଲି ସେ ତାଲିକା ଦେଇ କହିଥିଲେ । ଏପରିକି ଚୀନ ଓ ଇରାନରେ ମଧ୍ୟ ଶ୍ରୀରାମଙ୍କ ବିଷୟରେ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଥାଏ । ବିଭିନ୍ନ ଦେଶରେ ରାମକଥା ବିଶେଷ ଲୋକପ୍ରିୟ । ରାମ ମନ୍ଦିର ନିର୍ମାଣ ସହିତ ଏସବୁ ଦେଶର ଲୋକମାନେ ଏବେ ନିଶ୍ଚିତ ଭାବେ ଆନନ୍ଦିତ ହେଉଥିବେ ।

ସମଗ୍ର ମାନବ ଜାତି ପାଇଁ ପ୍ରେରଣା

ଭବିଷ୍ୟତରେ ଏହି ମନ୍ଦିର ସମଗ୍ର ମାନବ ଜାତି ପାଇଁ ପ୍ରେରଣା ସାଜିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଶ୍ରୀରାମଙ୍କ ବାଣୀ, ରାମମନ୍ଦିର ଏବଂ ଆମର ବହୁପ୍ରାଚୀନ ପରମ୍ପରା ସମଗ୍ର ବିଶ୍ୱରେ ପହଁଚିବା ଜରୁରି  । ଏହାକୁ ଦୃଷ୍ଟିରେ ରଖି ଦେଶରେ ରାମ ସର୍କିଟ ନିର୍ମାଣ କରାଯାଉଛି ।

ରାମରାଜ୍ୟ

ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ ଜାତିର ପିତା ମହାତ୍ମା ଗାନ୍ଧୀ ରାମରାଜ୍ୟ ପ୍ରତିଷ୍ଠାର ପରିକଳ୍ପନା କରିଥିଲେ । ସେ କହିଥିଲେ ଯେ ଶ୍ରୀରାମଙ୍କ ବାଣୀ ସାରା ଦେଶର ମାର୍ଗଦର୍ଶନ କରି ଚାଲିଛି, ଏଥିରେ ସାମିଲ ରହିଛି : ଦେଶରେ କେହି ଯେପରି ଗରିବ ଓ ଦୁଃଖୀ ରହିବେ ନାହିଁ, ପୁରୁଷ ଓ ମହିଳା ସମାନ ଭାବେ ସୁଖୀ ରହିବେ; କୃଷକ ଓ ପଶୁପାଳକ ସବୁବେଳେ ସୁଖରେ ରହିବେ; ବୃଦ୍ଧ, ଶିଶୁ ଏବଂ ଚିକିତ୍ସକମାନଙ୍କୁ ସବୁବେଳେ ସୁରକ୍ଷା ଦିଆଯିବ; ଆଶ୍ରା ଚାହୁଁଥିବା ଲୋକମାନଙ୍କୁ ସବୁବେଳେ ସୁରକ୍ଷା ଯୋଗାଇ ଦିଆଯିବ; ଜନ୍ମଭୂମି ସ୍ୱର୍ଗଠାରୁ ବଳି ଏବଂ ରାଷ୍ଟ୍ର ଯେତେ ଅଧିକ ଶକ୍ତିଶାଳୀ ହେବ ଶାନ୍ତି ବଜାୟ ରଖିବାର ସାମର୍ଥ୍ୟ ସେତିକି ବଢ଼ିବ ।  ଶ୍ରୀରାମ ଆଧୁନିକତା ଏବଂ ପରିବର୍ତ୍ତନର ପ୍ରତୀକ । ଶ୍ରୀରାମଙ୍କ ଏସବୁ ଆଦର୍ଶକୁ ପାଳନ କରି ଦେଶ ପ୍ରଗତି ପଥରେ ଅଗ୍ରସର ହେଉଛି ।

ଆପୋସ ସ୍ନେହ  ଭ୍ରାତୃତ୍ୱଭାବର ମୂଳଦୁଆ

ଆପୋସ ସ୍ନେହ ଏବଂ ଭ୍ରାତୃତ୍ୱ ଭାବର ମୂଳଦୁଆ ଉପରେ ମନ୍ଦିର ନିର୍ମାଣ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ । ସେ କହିଥିଲେ ଯେ ‘ସବକା ସାଥ (ସମସ୍ତଙ୍କର ସହଯୋଗ)’ ଜରିଆରେ ଓ ‘ସବକା ବିଶ୍ୱାସ (ସମସ୍ତଙ୍କର ବିଶ୍ୱାସ)’ ସହିତ ଆମେ ‘ସବକା ବିକାଶ (ସମସ୍ତଙ୍କର ବିକାଶ)’ର ଲକ୍ଷ୍ୟ ହାସଲ କରିବୁ ଏବଂ ଆତ୍ମବିଶ୍ୱାସୀ ଓ ଆତ୍ମନିର୍ଭର ଭାରତର ନିର୍ମାଣ କରିବୁ । ବିଳମ୍ବ ହେବା ଅନୁଚିତ ଏବଂ ଆମେ ଆଗକୁ ଆଗେଇ ଯିବା ଉଚିତ, ଶ୍ରୀରାମଙ୍କ ଏହି ବାଣୀ ଉପରେ ସେ ଆଲୋକପାତ କରିବା ସହିତ ସାରା ଦେଶ ଏହାକୁ ଅନୁସରଣ କରିବା ଆବଶ୍ୟକ ବୋଲି କହିଥିଲେ ।

କୋଭିଡ ସମୟରେ ମର୍ଯ୍ୟାଦା

ଅଭିଭାଷଣର ଶେଷରେ ପ୍ରଧାନମନ୍ତ୍ରୀ ବର୍ତ୍ତମାନର କୋଭିଡ ପରିସ୍ଥିତିରେ ଶ୍ରୀରାମଙ୍କ ‘ମର୍ଯ୍ୟାଦା’ ମାର୍ଗର ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ‘ଦୁଇ ଗଜ ଦୂରତା–ମାସ୍କ ଜରୁରି’ ବର୍ତ୍ତମାନର ପରିସ୍ଥିତିରେ ଆବଶ୍ୟକ ମର୍ଯ୍ୟାଦା ଏବଂ ଏହାକୁ ସମସ୍ତେ ପାଳନ କରିବା ଉଚିତ ବୋଲି ସେ ଆହ୍ୱାନ କରିଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives due to a mishap in Badaun, Uttar Pradesh
June 17, 2026

The Prime Minister, Shri Narendra Modi has expressed deep grief over the loss of lives due to a mishap in Badaun, Uttar Pradesh. Shri Modi also wished speedy recovery for those injured in the mishap.

The Prime Minister’s Office posted on X;

“The loss of lives due to a mishap in Badaun, Uttar Pradesh, is deeply painful. I extend my condolences to the bereaved families. Praying for the speedy recovery of the injured: PM @narendramodi”