ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାନ ଚିନ୍ତକ, ସମାଜ ସଂସ୍କାରକ ତଥା ପ୍ରଖର ରାଷ୍ଟ୍ରବାଦୀ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ମହାନ ଚିନ୍ତକ, ସମାଜ ସଂସ୍କାରକ ଏବଂ ପ୍ରଖର ରାଷ୍ଟ୍ରବାଦୀ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କୁ ତାଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ । ସେ ଆଜୀବନ ସମାଜକୁ ଅଜ୍ଞାନତା, ଅନ୍ଧବିଶ୍ୱାସ ଏବଂ ଆଡମ୍ବର ବିରୁଦ୍ଧରେ ସଚେତନ କରିବାରେ ଅତିବାହିତ କରିଥିଲେ । ଶିକ୍ଷା ଓ ମହିଳା ସଶକ୍ତିକରଣ ସହ ଭାରତୀୟ ଐତିହ୍ୟ ଏବଂ ସଂସ୍କୃତିର ସଂରକ୍ଷଣ ପାଇଁ ତାଙ୍କର ଉଦ୍ୟମ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇବ ।”
महान चिंतक, समाज सुधारक और प्रखर राष्ट्रवादी महर्षि दयानंद सरस्वती जी को उनकी जन्म-जयंती पर कोटि-कोटि नमन। वे जीवनपर्यंत समाज को अज्ञानता, अंधविश्वास और आडंबर के खिलाफ जागरूक करने में जुटे रहे। शिक्षा और महिला सशक्तिकरण के साथ-साथ भारतीय विरासत और संस्कृति के संरक्षण के लिए उनके…
— Narendra Modi (@narendramodi) February 12, 2025


