ଜନ୍ମ ଶତବାର୍ଷିକୀ ଅବସରରେ ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ତିଲକ ଓ ଚନ୍ଦ୍ରଶେଖର ଆଜାଦଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ କିଛି ବର୍ଷ ପୂର୍ବରୁ ମନ କି ବାତରେ ଲୋକମାନ୍ୟ ତିଲକ ଓ ଚନ୍ଦ୍ରଶେଖର ଆଜାଦଙ୍କ ସମ୍ପର୍କରେ କରିଥିବା ଚର୍ଚ୍ଚାର କିଛି ଅଂଶ ଶେୟାର କରିଛନ୍ତି । ଏହାସହିତ ସେ ନିଜ ମୁମ୍ବାଇ ଗସ୍ତ ବେଳର ସ୍ନାପସଟଗୁଡିକ ମଧ୍ୟ ଶେୟାର କରିଛନ୍ତି । ମୁମ୍ବାଇ ଗସ୍ତ ଅବସରରେ ସେ ଲୋକମାନ୍ୟ ତିଲକଙ୍କ ସହ ଘନିଷ୍ଠ ଭାବେ ଜଡିତ ଲୋକମାନ୍ୟ ସେବା ସଙ୍ଘ ଯାଇଥିଲେ ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମା ଭାରତୀଙ୍କ ଦୁଇ ମହାନ ସନ୍ତାନ, ଲୋକମାନ୍ୟ ତିଲକ ଓ ଚନ୍ଦ୍ରଶେଖର ଆଜାଦଙ୍କୁ ସେମାନଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରଣାମ କରୁଛି । ଏହି ଦୁଇ ମହାନ ବ୍ୟକ୍ତିତ୍ୱ ସାହସ ଓ ଦେଶପ୍ରେମର ପ୍ରତୀକ । କିଛି ବର୍ଷ ପୂର୍ବରୁ #MannKiBaatରେ ସେମାନଙ୍କ ସମ୍ପର୍କରେ କରିଥିବା ଚର୍ଚ୍ଚା ଶେୟାର କରୁଛି ।”

“ଲୋକମାନ୍ୟ ତିଲକଙ୍କ ଠାରୁ ପରମ୍ପରା ସୂତ୍ରରେ ମିଳିଥିବା ବ୍ୟାପକ ଗଣେଶ ଉତ୍ସବ ଦେଶବାସୀଙ୍କ ମଧ୍ୟରେ ସାଂସ୍କୃତିକ ଚେତନାକୁ ପ୍ରଜ୍ୱଳିତ କରୁଛି । ମୁମ୍ବାଇ ଗସ୍ତ ବେଳେ ଲୋକମାନ୍ୟ ତିଲକଙ୍କ ସହ ଘନିଷ୍ଠ ଭାବେ ଜଡିତ ଲୋକମାନ୍ୟ ସେବା ସଙ୍ଘ ଯାଇଥିଲି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Operation Sagar Bandhu: India provides assistance to restore road connectivity in cyclone-hit Sri Lanka

Media Coverage

Operation Sagar Bandhu: India provides assistance to restore road connectivity in cyclone-hit Sri Lanka
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 5, 2025
December 05, 2025

Unbreakable Bonds, Unstoppable Growth: PM Modi's Diplomacy Delivers Jobs, Rails, and Russian Billions