ଭାରତର ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଭୈରୋ ସିଂ ଶେଖାୱତଙ୍କ ୧୦୦ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଭୈରୋ ସିଂ ଭାରତର ଗଣତାନ୍ତ୍ରିକ ଢାଞ୍ଚାକୁ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି ଏବଂ ତାଙ୍କ କାର୍ଯ୍ୟକାଳରେ ସଂସଦୀୟ ବିତର୍କ ଏବଂ ଆଲୋଚନାର ମାନଦଣ୍ଡକୁ ଆଗକୁ ବଢ଼ାଇବାରେ ତାଙ୍କ ପ୍ରତିବଦ୍ଧତା ସର୍ବଦା ସ୍ମରଣୀୟ । ପୂର୍ବତନ ଉପରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତାର କିଛି ଝଲକ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି ।

 

ଏକାଧିକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଆଜି ଏକ ବିଶେଷ ଦିନ । ସମ୍ମାନନୀୟ ରାଷ୍ଟ୍ରନେତା ଶ୍ରୀ ଭୈରୋ ସିଂ ଶେଖାୱତଙ୍କ ୧୦୦ତମ ଜନ୍ମ ବାର୍ଷିକୀ । ଭାରତ ତାଙ୍କ ଉଲ୍ଲେଖନୀୟ ନେତୃତ୍ୱ ଏବଂ ରାଷ୍ଟ୍ରର ପ୍ରଗତି ଲାଗି ପ୍ରୟାସକୁ ସର୍ବଦା ସବୁବେଳେ କୃତଜ୍ଞ ରହିବ । ସେ ଏପରି ଜଣେ ବ୍ୟକ୍ତିତ୍ୱ ଯାହାକୁ ରାଜନୈତିକ ଦୃଷ୍ଟିକୋଣ ସମେତ ବିଭିନ୍ନ ବର୍ଗର ଲୋକେ ପସନ୍ଦ କରୁଥିଲେ ।

 

ତାଙ୍କ ସହ ମୋର କଥାବାର୍ତ୍ତାର କିଛି ଝଲକ ମଧ୍ୟ ସେୟାର କରୁଛି ।

 

‘ଭୈରୋ ସିଂ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ତଥା ପ୍ରଭାବଶାଳୀ ପ୍ରଶାସକ ଥିଲେ । ରାଜସ୍ଥାନର ପ୍ରଗତିକୁ ନୂଆ ଉଚ୍ଚତାକୁ ନେଇ ସେ ନିଜକୁ ଜଣେ ଉତ୍ତମ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ସୃଷ୍ଟି କରିଥିଲେ । ରାଜସ୍ଥାନର ଗରିବ, କୃଷକ, ଯୁବକ, ମହିଳାମାନଙ୍କ ପାଇଁ ଏକ ଉନ୍ନତମାନର ଜୀବନ ସୁନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଉଥିଲେ । ଗ୍ରାମାଞ୍ଚଳର ବିକାଶ ପାଇଁ ସେ ଅନେକ ପଦକ୍ଷେପ ନେଇଥିଲେ ।

 

ଭାରତର ଉପରାଷ୍ଟ୍ରପତି ଭାବେ ଭୈରୋ ସିଂ ଜୀ ଆମ ଗଣତାନ୍ତ୍ରିକ ଢାଞ୍ଚାକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସଂସଦୀୟ ବିତର୍କ ଏବଂ ଆଲୋଚନାର ମାନକୁ  ବଢ଼ାଇବା ପାଇଁ ତାଙ୍କର ପ୍ରତିବଦ୍ଧତା ଲାଗି ତାଙ୍କ କାର୍ଯ୍ୟକାଳ ସର୍ବଦା ସ୍ମରଣୀୟ । ତାଙ୍କ ବୁଦ୍ଧି ଏବଂ ହାସ୍ୟରସ ମଧ୍ୟ ସବୁବେଳେ ମନେ ରହିବ ।

 

 

ଭୈରୋ ସିଂଙ୍କ ସହ କଥାବାର୍ତ୍ତାର ମୋର ଅସଂଖ୍ୟ ସ୍ମୃତି ରହିଛି । ୧୯୯୦ ଦଶକ ପ୍ରାରମ୍ଭରେ ଦଳୀୟ ସଙ୍ଗଠନ ପାଇଁ ମୁଁ କାର୍ଯ୍ୟ କରୁଥିବାବେଳେ ଏବଂ ଏକତା ଯାତ୍ରାବେଳେ ତାଙ୍କ ସହ ଭେଟ ହୋଇଥିଲା । ତାଙ୍କୁ ଭେଟିବାବେଳେ ମୁଁ ସବୁବେଳେ ଜଳ ସଂରକ୍ଷଣ, ଦାରିଦ୍ର‌୍ୟ ଦୂରୀକରଣ ଏବଂ ଅନ୍ୟାନ୍ୟ ବିଷୟରେ ବହୁତ କିଛି ଶିଖିବାକୁ ମିଳିଛି ।

 

୨୦୦୧ରେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲି ଏବଂ ଏହାର ବର୍ଷକ ପରେ ଭୈରୋ ସିଂ ଭାରତର ଉପରାଷ୍ଟ୍ରପତି ହୋଇଥିଲେ । ସେହି ବର୍ଷଗୁଡ଼ିକରେ ତାଙ୍କର ନିରନ୍ତର ସମର୍ଥନ ପାଇବାର ସୌଭାଗ୍ୟ ମୋତେ ମିଳିଥିଲା । ସେ ୨୦୦୫ ଭାଇବ୍ରାଣ୍ଟ ଗୁଜରାଟ ସମିଟର ଶୋଭା ବଢ଼ାଇଥିଲେ ଏବଂ ଗୁଜରାଟରେ ଆମେ କରୁଥିବା କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ ।

 

ଏପରିକି ସେ ମୋ ଦ୍ୱାରା ଲିଖିତ ଏକ ପୁସ୍ତକ ‘ଆଙ୍ଖ୍ ଆ ଧନ୍ୟା ଚେ’ ପ୍ରକାଶ କରିଥିଲେ । ସେହି କାର୍ଯ୍ୟକ୍ରମର ଏକ ଫଟୋ ଏଠାରେ ସେୟାର କରିଛି ।

 

ଆଜି ଆମେ ଆମ ଦେଶ ପାଇଁ ଭୈରୋ ସିଂଙ୍କ ଦୂରଦୃଷ୍ଟି ହାସଲ କରିବା ଏବଂ ପ୍ରତ୍ୟେକ ଭାରତୀୟ ସମ୍ମାନର ସହ ଜୀବନଯାପନ କରି ଭାରତର ଅଭିବୃଦ୍ଧିକୁ ଉଜ୍ଜ୍ୱଳ ତଥା ସମୃଦ୍ଧ କରିବା ପାଇଁ ଅନେକ ସୁଯୋଗ ପାଇବା ଲାଗି ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ ।’

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s power sector set for strong FY27 growth on rising demand, capacity additions: Report

Media Coverage

India’s power sector set for strong FY27 growth on rising demand, capacity additions: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 20, 2026
July 20, 2026

Yuva to Global Stage: How PM Modi’s Policies Are Turning India’s Youth, Farms & Factories into Growth Engines