ଏହି ସଂଗ୍ରାମ ରାମ, ମହାଭାରତ, ହଳଦୀଘାଟ ଏବଂ ଶିବାଜୀଙ୍କ ଚେତନା ଓ ସାହସିକତାର ସମାନ ପ୍ରତିନିଧିତ୍ୱ କରେ: ପ୍ରଧାନମନ୍ତ୍ରୀ
ଆମର ସନ୍ନ୍ୟାସୀ, ସାଧୁ, ମହନ୍ତ ଏବଂ ଆଚାର୍ଯ୍ୟମାନେ ଦେଶର ପ୍ରତ୍ୟେକ ଭାଗରେ ମୁକ୍ତିର ଶିଖା ପ୍ରଜ୍ଜ୍ୱଳିତ କରି ରଖିଥିଲେ: ଶ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ମୁକ୍ତି ସଂଗ୍ରାମରେ ସାମିଲ ହୋଇଥିବା ମହାନ୍‍ ବ୍ୟକ୍ତିବିଶେଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ମୁକ୍ତି ସଂଗ୍ରାମ କାଳରେ ଯେଉଁ ଅକୀର୍ତ୍ତିତ ଓ ଅଜ୍ଞାତ ନାୟକମାନେ ପ୍ରାଣପାତ କରିଥିଲେ ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ରଭାବେ ଶ୍ରଦ୍ଧାସୁମନ ଅର୍ପଣ କରି ସେମାନଙ୍କ ମହାନ ଅବଦାନକୁ ମନେ ପକାଇଛନ୍ତି । ଅହମ୍ମଦାବାଦର ସାବରମତୀ ଆଶ୍ରମରେ ଆଜି ଆଜାଦୀକା ଅମୃତ ମହୋତ୍ସବ (ଇଣ୍ଡିଆ @ 75)ର ଶୁଭାରମ୍ଭ ଅବସରରେ ସେ ଉଦବୋଧନ ଦେଇ କହିଛନ୍ତି ଯେ ସ୍ୱଳ୍ପଜ୍ଞାତ ଆନ୍ଦୋଳନ ଓ ଲଢେଇମାନ ଦେଶର ସାମଗ୍ରିକ ମୁକ୍ତି ସଂଗ୍ରାମକୁ ଦୃଢୀଭୂତ କରିଥିଲା । ପ୍ରତ୍ୟେକଟି ଲଢେଇ ମିଥ୍ୟାଶକ୍ତି ବିରୋଧରେ ଭାରତର ଏକ ଦୃଢ ସତ୍ୟ ଘୋଷଣାନାମା ଥିଲା । ଏହାକୁ ସେ ସ୍ୱାଧୀନ ମନୋଭାବର ପରିଚାୟକ ବୋଲି ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାମ, ମହାଭାରତର କୁରୁକ୍ଷେତ୍ର, ହଳଦୀଘାଟ ଲଢେଇ ଏବଂ ବୀର ଶିବାଜୀଙ୍କ ଗର୍ଜନ ଆଦି ପ୍ରତ୍ୟେକ ଲଢେଇରେ ସ୍ୱାଧୀନତାର ସେହି ସମାନ ସଚେତନତା ପ୍ରତିନିଧିତ୍ୱ ହୁଏ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଲ୍‍ହ, ଖାସି, ସାନ୍ତାଳ, ନାଗା, ଭିଲ୍‍, ମୁଣ୍ଡା, ସନ୍ନ୍ୟାସୀ, ରାମୋସୀ, କିଟୁର ଆନ୍ଦୋଳନ, ଟ୍ରାଭାଙ୍କୋର ଆନ୍ଦୋଳନ, ବର୍ଦୋଳି ସତ୍ୟାଗ୍ରହ, ଚମ୍ପାରଣ ସତ୍ୟାଗ୍ରହ, ସମ୍ଭାଲପୁର, ଚୁଆର, ବୁନ୍ଦେଲ ଏବଂ କୁକା ବିଦ୍ରୋହ ଓ ଆନ୍ଦୋଳନ ଏ ସବୁ ସ୍ୱାଧୀନତା ଆନ୍ଦୋଳନକୁ ତେଜିଆନ କରିଥିଲା । ଦେଶର ପ୍ରତ୍ୟେକ ଭାଗରେ ପ୍ରତ୍ୟେକ ଅଞ୍ଚଳରେ ଏଭଳି ଅନେକ ସଂଗ୍ରାମ ମୁକ୍ତି ଆନ୍ଦୋଳନ ବହ୍ନିକୁ ତେଜିଆନ କରିବା ସହ ଲୋକଙ୍କୁ ଉଦ୍‍ବୁଦ୍ଧ କରିଥିଲା । ଶିଖ୍‍ଗୁରୁ ପରମ୍ପରା ଦେଶ, ସଂସ୍କୃତି ଓ ପରମ୍ପରା ସୁରକ୍ଷାର ଏକ ଶକ୍ତିଶାଳୀ ନିଦର୍ଶନ ଥିଲା ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶର ସାଧୁସନ୍ଥ, ସନ୍ନ୍ୟାସୀ, ମହନ୍ତ ଓ ଆଚାର୍ଯ୍ୟମାନେ ମୁକ୍ତି ଆନ୍ଦୋଳନରେ ସାମିଲ ହୋଇ ମୁକ୍ତି ସଂଗ୍ରାମର ବହ୍ନିକୁ ତେଜିଆନ କରିବାରେ ଯେଉଁ ଭୂମିକା ନିର୍ବାହ କରିଥିଲେ ଆମେ ତାହାକୁ ମନେ ରଖିବା ଉଚିତ । ସେହିମାନେ ହିଁ ଆମ ଜାତୀୟ ମୁକ୍ତି ଆନ୍ଦୋଳନର ଆଧାରଶିଳା ଥିଲେ ।

ସେ କହିଥିଲେ ଯେ ପୂର୍ବରେ ଚୈତନ୍ୟ ମହାପ୍ରଭୁ ଓ ଶ୍ରୀମନ୍ତ ଶଙ୍କରଦେବ ସମାଜକୁ ଦିଗଦର୍ଶନ ଦେବା ସହିତ ଏ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ପଶ୍ଚିମରେ ମୀରାବାଈ, ଏକନାଥ, ତୁକାରାମ, ରାମ ଦାସ ଓ ନର୍ସି ମେହେତା, ଉତ୍ତରରେ ସନ୍ଥ ରାମାନନ୍ଦ, କବିର ଦାସ, ଗୋସ୍ୱାମୀ ତୁଳସୀଦାସ, ସୂର ଦାସ, ଗୁରୁ ନାନକ ଦେବ ଓ ସନ୍ଥ ରାୟଦାସ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଦକ୍ଷିଣରେ ମଧ୍ୟ ଏ ଦାୟିତ୍ୱ ସମ୍ଭାଳିଥିଲେ ସନ୍ଥ ମାଧବାଚାର୍ଯ୍ୟ, ନିମ୍ବାର୍କଚାର୍ଯ୍ୟ ଏବଂ ରାମାନୁଜାଚାର୍ଯ୍ୟ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭକ୍ତି ଆନ୍ଦୋଳନ ସମୟରେ ମାଲିକ ମହମ୍ମଦ ଜୟେସୀ, ରସ୍‍ ଖାନ୍‍, ସୂର ଦାସ, କେଶବ ଦାସ ଓ ବିଦ୍ୟାପତି ଆଦି ସମାଜକୁ ଅନୁପ୍ରାଣିତ କରି ଏହାର ତ୍ରୁଟିକୁ ସଂଶୋଧନ କରିବା ପାଇଁ ଉଦ୍ୟମ କରିଥିଲେ । ଏହିସବୁ ବ୍ୟକ୍ତିତ୍ୱ ମୁକ୍ତି ସଂଗ୍ରାମର ସର୍ବଭାରତୀୟ ଚରିତ୍ର ପାଇଁ ଦାୟୀ । ଏହିସବୁ ନାୟକ ଓ ନାୟିକାମାନଙ୍କର ଜୀବନୀକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ସେମାନଙ୍କ ପ୍ରେରଣାଦାୟୀ କାହାଣୀ ଆମର ନୂଆ ପିଢିକୁ ଅମୂଲ୍ୟ ଶିକ୍ଷା ଦେବ । ଏହା ଆମ ଐକ୍ୟ ରକ୍ଷା ସହିତ ଲକ୍ଷ୍ୟ ପୂରଣରେ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India exports $140 million worth of goods to UK at zero duty on Day 1 of trade pact implementation

Media Coverage

India exports $140 million worth of goods to UK at zero duty on Day 1 of trade pact implementation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam seeking blessings of Lord Jagannath
July 16, 2026

The Prime Minister, Shri Narendra Modi, shared a Sanskrit Subhashitam, seeking blessings of Lord Jagannath on the sacred occasion of Rath Yatra:

“देवदेव जगन्नाथ सुरासुरनमस्कृत।

पुण्यश्लोकाव्ययानन्त परमात्मन्नमोऽस्तु ते॥"

Shri Modi also expressed the hope that the divine grace of Lord Jagannath would infuse new energy into the lives of all countrymen.

The Prime Minister posted on X:

महाप्रभु जगन्नाथ की रथ यात्रा के पावन अवसर पर मेरी कामना है कि उनका आशीर्वाद हम सभी पर सदैव बना रहे। उनकी दिव्य कृपा से सभी देशवासियों के जीवन में नई ऊर्जा का संचार हो।

देवदेव जगन्नाथ सुरासुरनमस्कृत।

पुण्यश्लोकाव्ययानन्त परमात्मन्नमोऽस्तु ते॥