ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଆୟାଙ୍କାଲିଙ୍କର ଜୟନ୍ତୀ ଅବସରରେ ତାଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ତାଙ୍କୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣର ଜଣେ ସ୍ଥାୟୀ ପ୍ରତୀକ ଭାବରେ ମନେ ପକାଇଛନ୍ତି । ଶ୍ରୀ ମୋଦୀ ଶିକ୍ଷା ଏବଂ ସମାନତା ପ୍ରତି ମହାତ୍ମା ଆୟାଙ୍କାଲିଙ୍କ ଅଟଳ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି । ତାଙ୍କର ଐତିହ୍ୟ ସମାବେଶୀମୂଳକ ପ୍ରଗତି ଆଡକୁ ଦେଶର ସାମୂହିକ ଯାତ୍ରାକୁ ପ୍ରେରଣା ଦେଇ ଆସୁଛି ।
ଏକ୍ସରେ ପୃଥକ ପୋଷ୍ଟରେ ସେ ଲେଖିଛନ୍ତି:
“ମହାତ୍ମା ଆୟାଙ୍କାଲିଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି । ତାଙ୍କୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣର ପ୍ରତୀକ ଭାବରେ ସ୍ମରଣ କରାଯାଇଥାଏ । ସେ ଜ୍ଞାନ ଏବଂ ଶିକ୍ଷା ପ୍ରତି ମଧ୍ୟ ସମର୍ପିତ ଥିଲେ । ତାଙ୍କ ପ୍ରୟାସ ଆଗାମୀ ପିଢ଼ିକୁ ଏକ ନ୍ୟାୟପୂର୍ଣ୍ଣ ଏବଂ ସମାନ ସମାଜ ପାଇଁ କାମ କରିବାକୁ ପ୍ରେରଣା ଯୋଗାଇବ ।”
Tributes to Mahatma Ayyankali on his Jayanti. He is remembered as an icon of social justice and empowerment. He was also deeply passionate about knowledge and learning. His efforts will continue motivating generations to work towards a just and equitable society.
— Narendra Modi (@narendramodi) August 28, 2025
മഹാത്മാ അയ്യങ്കാളിയുടെ ജയന്തി ദിനത്തിൽ അദ്ദേഹത്തിന് ആദരാഞ്ജലികൾ. സാമൂഹിക നീതിയുടെയും ശാക്തീകരണത്തിന്റെയും അടയാളമായി അദ്ദേഹം ഓർമ്മിക്കപ്പെടുന്നു. അറിവിലും പഠനത്തിലും അദ്ദേഹത്തിന് അഗാധമായ അഭിനിവേശമുണ്ടായിരുന്നു. അദ്ദേഹത്തിന്റെ പരിശ്രമങ്ങൾ,നീതിയും സമത്വവും നിറഞ്ഞ ഒരു സമൂഹത്തിനായി…
— Narendra Modi (@narendramodi) August 28, 2025


