ଜରୁରୀକାଳୀନ ବିରୋଧୀ ଆନ୍ଦୋଳନ ଆମର ଗଣତାନ୍ତ୍ରିକ ଢ଼ାଞ୍ଚାକୁ ସଂରକ୍ଷଣ କରିବାର ଜୀବନଶକ୍ତିକୁ ପୁନଃନିଶ୍ଚିତ କରିଛି: ପ୍ରଧାନମନ୍ତ୍ରୀ

ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ଇତିହାସର ସବୁଠାରୁ କଳା ଅଧ୍ୟାୟ ମଧ୍ୟରୁ ଗୋଟିଏ ସମୟରେ ଗଣତନ୍ତ୍ରର ରକ୍ଷା ପାଇଁ ଠିଆ ହୋଇଥିବା ଅଗଣିତ ଭାରତୀୟଙ୍କୁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସାମ୍ବିଧାନିକ ମୂଲ୍ୟବୋଧ ଉପରେ ହୋଇଥିବା ଗମ୍ଭୀର ଆକ୍ରମଣକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜୁନ୍ ୨୫ ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଭାବରେ ପାଳନ କରାଯାଏ- ଏପରି ଏକ ଦିନ ଯେବେ ମୌଳିକ ଅଧିକାରକୁ ସ୍ଥଗିତ କରାଯାଇଥିଲା, ପ୍ରେସ୍‌ର ସ୍ୱାଧୀନତା ଲୋପ କରାଯାଇଥିଲା ଏବଂ ଅଗଣିତ ରାଜନୈତିକ ନେତା, ସାମାଜିକ କର୍ମୀ, ଛାତ୍ର ଏବଂ ସାଧାରଣ ନାଗରିକଙ୍କୁ ଜେଲ୍‌ରେ ବନ୍ଦୀ କରାଯାଇଥିଲା ।

ଶ୍ରୀ ମୋଦୀ ସମ୍ବିଧାନରେ ଥିବା ନୀତିଗୁଡିକୁ ସୁଦୃଢ଼ କରିବା ଏବଂ ଏକ ବିକଶିତ ଭାରତର କଳ୍ପନାକୁ ସାକାର କରିବା ପାଇଁ ଏକତ୍ର କାମ କରିବାର ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇଥିଲେ ।

ଜରୁରୀକାଳୀନ ବିରୋଧୀ ଆନ୍ଦୋଳନ ଏକ ଶିକ୍ଷଣୀୟ ଅନୁଭବ ଥିଲା, ଯାହା ଆମର ଗଣତାନ୍ତ୍ରିକ ଢ଼ାଞ୍ଚାଞ୍ଚାକୁ ସଂରକ୍ଷଣ କରିବାର ଜୀବନଶକ୍ତିକୁ ପୁନଃନିଶ୍ଚିତ କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଶ୍ରୀ ମୋଦୀ ଜରୁରୀକାଳୀନ ପରିସ୍ଥିତିର ସେହି କଳା ଦିନଗୁଡିକୁ ମନେ ରଖିଥିବା ସମସ୍ତଙ୍କୁ କିମ୍ବା ସେହି ସମୟରେ ଯେଉଁମାନଙ୍କ ପରିବାର କଷ୍ଟ ଭୋଗିଥିଲେ ସେମାନଙ୍କୁ ନିଜର ଅଭିଜ୍ଞତା ସୋସିଆଲ୍ ମିଡିଆରେ ଶେୟାର କରିବାକୁ ଆହ୍ୱାନ ଦେଇଛନ୍ତି । ଫଳରେ ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ଲଜ୍ଜାଜନକ ସମୟ ସମ୍ପର୍କରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇପାରିବ ।

ଏକ୍ସରେ ଅନେକଗୁଡିଏ ଭିନ୍ନ ଭିନ୍ନ ପୋଷ୍ଟରେ ସେ ଲେଖିଛନ୍ତି;

“ଆଜି ଭାରତର ଗଣତାନ୍ତ୍ରିକ ଇତିହାସର ସବୁଠାରୁ କଳା ଅଧ୍ୟାୟ ମଧ୍ୟରୁ ଗୋଟିଏ, ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୫୦ ବର୍ଷ ପୂରଣ ହୋଇଛି । ଭାରତର ଲୋକମାନେ ଏହି ଦିନକୁ ସମ୍ବିଧାନ ହତ୍ୟା ଦିବସ ଭାବରେ ପାଳନ କରନ୍ତି । ଏହି ଦିନରେ ଭାରତୀୟ ସମ୍ବିଧାନରେ ଲିଖିତ ମୂଲ୍ୟବୋଧଗୁଡିକୁ ପାଶୋରି ଦିଆଯାଇଥିଲା, ମୌଳିକ ଅଧିକାରକୁ ଛଡାଇ ନିଆଯାଇଥିଲା, ପ୍ରେସ୍‌ର ସ୍ୱାଧୀନତାକୁ କ୍ଷୂର୍ଣ୍ଣ କରାଯାଇଥିଲା ଏବଂ ଅନେକ ରାଜନୈତିକ ନେତା, ସାମାଜିକ କର୍ମୀ, ଛାତ୍ର ଏବଂ ସାଧାରଣ ନାଗରିକଙ୍କୁ ଜେଲ୍‌ରେ ବନ୍ଦୀ କରାଯାଇଥିଲା । ଏପରି ଲାଗୁଥିଲା ଯେପରି କ୍ଷମତାରେ ଥିବା କଂଗ୍ରେସ ସରକାର ଗଣତନ୍ତ୍ରକୁ ଗିରଫ କରିଥିଲା ! #SamvidhanHatyaDiwas”

“ସେହି ସମୟରେ ଆମ ସମ୍ବିଧାନର ଭାବନାକୁ କିପରି ଉଲ୍ଲଂଘନ କରାଯାଇଥିଲା, ସଂସଦ ସ୍ୱରକୁ କଣ୍ଠରୋଧ କରାଯାଇଥିଲା ଏବଂ କୋର୍ଟଗୁଡିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଇଥିଲା ତାହା କୌଣସି ଭାରତୀୟ କେବେ ଭୁଲିପାରିବେ ନାହିଁ । ୪୨ତମ ସଂଶୋଧନ ସେମାନଙ୍କର ହୀନମନ୍ୟତା ଏକ ପ୍ରମୁଖ ଉଦାହରଣ । ଗରିବ, ସୀମାନ୍ତରେ ରହୁଥିବା ଲୋକ ଏବଂ ଦଳିତମାନଙ୍କୁ ବିଶେଷ ଭାବରେ ଟାର୍ଗେଟ୍ କରାଯାଇଥିଲା, ଯେଉଁଥିରେ ସେମାନଙ୍କ ସମ୍ମାନକୁ ଅପମାନ ପ୍ରଦର୍ଶନ ମଧ୍ୟ ସାମିଲ ଥିଲା ।#SamvidhanHatyaDiwas”

 “ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ଲଢ଼େଇରେ ଦୃଢ଼ ଭାବରେ ଠିଆ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆମେ ପ୍ରଣାମ କରୁଛୁ! ଏମାନେ ସମଗ୍ର ଭାରତର, ଜୀବନର ସମସ୍ତ କ୍ଷେତ୍ରର ବିଭିନ୍ନ ବିଚାରଧାରାର ଲୋକେ ଥିଲେ ଯେଉଁମାନେ ଗୋଟିଏ ଲକ୍ଷ୍ୟରେ ପରସ୍ପର ସହିତ ଏକତ୍ର ଭାବରେ କାର୍ଯ୍ୟ କରିଥିଲେ । ଭାରତର ଗଣତାନ୍ତ୍ରିକ ଢାଞ୍ଚାକୁ ସୁରକ୍ଷା ଦେବା ଏବଂ ଆମ ସ୍ୱାଧୀନତା ସଂଗ୍ରାୀମାନେ ଯେଉଁ ଆଦର୍ଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ ତାହାକୁ ସଂରକ୍ଷଣ କରିବା । ଏହା ସେମାନଙ୍କର ସାମୂହିକ ସଂଘର୍ଷ ଥିଲା ଯାହା କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସରକାରଙ୍କୁ ବାଧ୍ୟ କରିଥିଲା । ଫଳରେ ତତ୍‌କାଳୀନ କଂଗ୍ରେସ ସରକାର ଗଣତନ୍ତ୍ରର ପୁନରୁଦ୍ଧାର କରିବାକୁ ଏବଂ ନୂତନ ନିର୍ବାଚନ କରିବାକୁ ବାଧ୍ୟ ହୋଇଥିଲା, ଯେଉଁଥିରେ ସେମାନେ ହାରି ଯାଇଥିଲେ ।#SamvidhanHatyaDiwas”

 

 

 “ଆମେ ଆମ ସମ୍ବିଧାରେ ଥିବା ନୀତିଗୁଡିକୁ ସୁଦୃଢ଼ କରିବା ଏବଂ ଏକ ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ଏକାଠି କାମ କରିବାର ଆମର ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଉଛୁ । ଯାହା ଫଳରେ ଆମେ ପ୍ରଗତିର ଶୀର୍ଷରେ ପହଞ୍ଚିବା ସହିତ ଗରିବ ଏବଂ ଦଳିତ ଲୋକମାନଙ୍କର ସ୍ୱପ୍ନ ପୂରଣ କରିବା ।#SamvidhanHatyaDiwas”

 “ଯେତେବେଳେ ଜରୁରୀକାଳୀନ ପରିିସ୍ଥିତି ଲାଗୁ କରାଯାଇଥିଲା, ମୁଁ ଜଣେ ଯୁବ ଆର୍‌ଏସ୍‌ଏସ୍ ପ୍ରଚାରକ ଥିଲି । ଜରୁରୀକାଳୀନ ବିରେଧୀ ଆନ୍ଦୋଳନ ମୋ ପାଇଁ ଏକ ଶିକ୍ଷଣୀୟ ଅଭିଜ୍ଞତା ଥିଲା । ଏହା ଆମର ଗଣତାନ୍ତ୍ରିକ ଢ଼ାଞ୍ଚାକୁ ସଂରକ୍ଷଣ କରିବାର ପ୍ରାଣଶକ୍ତିକୁ ପୁନଃନିର୍ମାଣ କରିଥିଲା । ଏଥିସହ ମୁଁ ରାଜନୈତିକ ବର୍ଗର ଲୋକଙ୍କଠାରୁ ବହୁତ କିଛି  ଶିଖିବାକୁ ପାଇଥିଲି । ବ୍ଲୁକ୍ରାଫ୍ଟ ଡିଜିଟାଲ୍ ଫାଉଣ୍ଡେସନ୍ ସେହି ଅଭିଜ୍ଞତାଗୁଡିକ ମଧ୍ୟରୁ କିଛିକୁ ଏକ ପୁସ୍ତକ ଆକାରରେ ସଂକଳନ କରିଥିବାରୁ ମୁଁ ଖୁସି । ଏହି ପୁସ୍ତକର ମୁଖବନ୍ଧ ଶ୍ରୀ ଏଚ୍‌.ଡି. ଦେବେଗୌଡା ଲେଖିଛନ୍ତି, ଯିଏ ନିଜେ ଜରୁରୀକାଳୀନ ବିରୋଧୀ ଆନ୍ଦୋଳନର ଜଣେ ପ୍ରମୁଖ ନେତା ଥିଲେ ।

@BlueKraft

@H_D_Devegowda

 #SamvidhanHatyaDiwas”

 

 

 “ ‘ଦି ଏମର୍ଜେନ୍ସି ଡାଏରୀଜ୍‌’ ଜରୁରୀକାଳୀନ ବର୍ଷଗୁଡିକରେ ମୋର ଯାତ୍ରାର ବର୍ଣ୍ଣନା କରେ । ଏହା ସେହି ସମୟର ଅନେକ ସ୍ମୃତିକୁ ସତେଜ କରିଛି ।

ଯେଉଁମାନେ ଜରୁରୀକାଳୀନ ପରିସ୍ଥିତିର ସେହି କଳା ଦିନଗୁଡିକୁ ମନେ ରଖିଛନ୍ତି କିମ୍ବା ଯେଉଁମାନଙ୍କର ପରିବାର ସେହି ସମୟରେ କଷ୍ଟ ଭୋଗିଥିଲେ ମୁଁ ସେମାନଙ୍କୁ ସୋସିଆଲ୍ ମିଡିଆରେ ସେମାନଙ୍କର ଅଭିଜ୍ଞତା ବାଣ୍ଟିବାକୁ । ଅନୁରୋଧ କରୁଛି । ଏହା ଫଳରେ ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ଲଜ୍ଜାଜନକ ସମୟ ସମ୍ପର୍କରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ପାରିବ ।  #SamvidhanHatyaDiwas”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi, Guterres Stress Multipolarity, Need To Reform UN Institutions Including UNSC

Media Coverage

PM Modi, Guterres Stress Multipolarity, Need To Reform UN Institutions Including UNSC
NM on the go

Nm on the go

Always be the first to hear from the PM. Get the App Now!
...
Prime Minister offers prayers to Bhagwan Shri Ganesh during Ganpati Darshan at Union Minister Piyush Goyal’s residence
September 14, 2026

The Prime Minister, Shri Narendra Modi has visited the residence of Union Minister Shri Piyush Goyal for Ganpati Darshan.

The Prime Minister prayed for the blessings of Bhagwan Shri Ganesh for everyone.

The Prime Minister wrote on X;

“Went for Ganpati Darshan at the residence of Union Minister Shri Piyush Goyal Ji.

May Bhagwan Shri Ganesh bless everyone!

@PiyushGoyal”