ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟସାରା ଭାରତରେ ସାମାଜିକ-ରାଜନୈତିକ ଜାଗରଣକୁ ପ୍ରେରଣା ଦେବାରେ, ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଭୂମିକାକୁ ସ୍ମରଣ କରିଥିଲେ ପ୍ରଧାନମନ୍ତ୍ରୀ
ଜରୁରୀକାଳୀନ ପରିସ୍ଥିତିରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଲିଖିତ 'ଜେଲ ଡାଏରୀ'ର ବିରଳ ପୃଷ୍ଠାକୁ ସେୟାର କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କୁ ଭାରତର ସର୍ବଶ୍ରେଷ୍ଠ ଅନ୍ତରାତ୍ମାର ନିର୍ଭୀକ ସ୍ୱର ଏବଂ ଗଣତନ୍ତ୍ର ଓ ସାମାଜିକ ନ୍ୟାୟର ନିରନ୍ତର ଚାମ୍ପିଅନ ଭାବେ ବର୍ଣ୍ଣନା କରିଥିଲେ । 

ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକନାୟକ ଜୟପ୍ରକାଶ ତାଙ୍କ ଜୀବନକୁ ସାଧାରଣ ନାଗରିକଙ୍କୁ ସଶକ୍ତ କରିବା ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ ଦୃଢ଼ କରିବା ଦିଗରେ ଉତ୍ସର୍ଗ କରିଥିଲେ । ସମ୍ପୂର୍ଣ୍ଣ କ୍ରାନ୍ତି ପାଇଁ ସେ ଯେଉଁ ବିଗୁଲ ବଜାଇଥିଲେ ତାହା ଏକ ସାମାଜିକ ଅନ୍ଦୋଳନ ଆରମ୍ଭ କରିଥିଲା ଯାହା କି ସମାନତା,ନୈତିକତା ଏବଂ ସୁଶାସନ ଭିତ୍ତିକ ରାଷ୍ଟ୍ରର କଳ୍ପନା କରିଥିଲା ।

ତାଙ୍କର ସ୍ଥାୟୀ ଐତିହ୍ୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଲୋକନାୟକ ଜୟପ୍ରକାଶ ନାରାୟଣ ଅନେକ ଜନ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ, ବିଶେଷକରି ବିହାର ଏବଂ ଗୁଜରାଟରେ, ଯାହା ସମଗ୍ର ଭାରତରେ ଏକ ସାମାଜିକ-ରାଜନୈତିକ ଜାଗରଣ ଆଣିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଆନ୍ଦୋଳନଗୁଡ଼ିକ କେନ୍ଦ୍ରର ତତ୍କାଳୀନ କଂଗ୍ରେସ ସରକାରଙ୍କୁ ହଲାଇ ଦେଇଥିଲା, ଯାହା ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲା ଏବଂ ସମ୍ବିଧାନକୁ ପଦଦଳିତ କରିଥିଲା।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଅଭିଲେଖାଗାରରୁ ଜରୁରୀକାଳୀନ ସ୍ଥିତି ସମୟରେ ଲେଖାହୋଇଥିବା ଲୋକନାୟକ ଜୟପ୍ରକାଶଙ୍କ ପୁସ୍ତକ ‘ଜେଲ ଡାଏରୀ’ର ଦୁର୍ଲଭ ପୃଷ୍ଠା ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପୁସ୍ତକ ଜୟପ୍ରକାଶ ନାରାୟଣଙ୍କ ପୀଡ଼ା ଏବଂ ଏକାନ୍ତ କାରାବାସ ସମୟରେ ଗଣତନ୍ତ୍ର ପ୍ରତି ତାଙ୍କର ଅତୁଟ ଆସ୍ଥାକୁ ଦର୍ଶାଉଛି । ଲୋକନାୟକ ଜୟପ୍ରକାଶଙ୍କୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ତାଙ୍କ ମାର୍ମିକ ଶବ୍ଦ ଉପରେ ଆଲୋକପାତ କରିଛନ୍ତି, ‘ଭାରତୀୟ ଗଣତନ୍ତ୍ରର କବରରେ ପିଟାଯାଇଥିବା ପ୍ରତ୍ୟେକ କଣ୍ଟା,ମୋ ହୃଦୟରେ ପିଟାଯାଇଥିବା କଣ୍ଟା ଭଳି’ ।

ଏକ୍ସର ଅନେକ ଗୁଡ଼ିଏ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତର ସର୍ବଶ୍ରେଷ୍ଠ ନିର୍ଭୀକ ଅନ୍ତରାତ୍ମାର ସ୍ୱର ମଧ୍ୟରୁ ଅନ୍ୟତମ ଏବଂ ଗଣତନ୍ତ୍ର ଓ ସାମାଜିକ ନ୍ୟାୟର ଅତୁଟ ସମର୍ଥକ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ।”

“ଲୋକନାୟକ ଜୟପ୍ରକାଶ ନାରାୟଣ ତାଙ୍କ ଜୀବନକୁ ସାଧାରଣ ନାଗରିକଙ୍କୁ ସଶକ୍ତ କରିବା ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ ମଜଭୁତ କରିବା ଦିଗରେ ସମର୍ପିତ କରିଥିଲେ । ସମ୍ପୂର୍ଣ୍ଣ କ୍ରାନ୍ତି ପାଇଁ ତାଙ୍କର ଆହ୍ୱାନ ଏକ ସାମାଜିକ ଅନ୍ଦୋଳନକୁ ପ୍ରଜ୍ୱଳିତ କରିଥିଲା,ଯେଉଁଥିରେ ସମାନତା, ନୈତିକତା ଏବଂ ସୁଶାସନ ଆଧାରିତ ରାଷ୍ଟ୍ରର କଳ୍ପନା କରାଯାଇଥିଲା । ସେ ବିଶେଷ ଭାବେ ବିହାର ଏବଂ ଗୁଜରାଟରେ ଅନେକ ଜନଅନ୍ଦୋଳନକୁ ପ୍ରୋତ୍ସାହିତ କରିଥିଲେ, ଯାହାଦ୍ୱାରା ସମଗ୍ର ଭାରତରେ ସାମାଜିକ-ରାଜନୈତିକ ଜାଗରୂକତା ଆସିଥିଲା । ଏହି ଅନ୍ଦୋଳନ କେନ୍ଦ୍ରର ତକ୍ରାଳୀନ କଂଗ୍ରେସ ସରକାରକୁ ଥରହର କରିଥିଲା, ଯିଏକି ପରେ ଜରୁରୀକାଳୀନ ସ୍ଥିତି ଜାରି କରିଥିଲା ଏବଂ ସମ୍ବିଧାନକୁ ଭୁଲୁଣ୍ଠିତ କରିଥିଲା ।” 

 

 

ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ଅଭିଲେଖାଗାରରୁ ଏକ ଦୁର୍ଲଭ ଝଲକ...

ଏଠାରେ ଜରୁରୀକାଳୀନ ସ୍ଥିତି ସମୟରେ ଲେଖାଯାଇଥିବା ତାଙ୍କ ପୁସ୍ତକ ‘ପ୍ରିଜନ ଡାଏରୀ’ର କିଛି ପୃଷ୍ଠା ଅଛି ।

ଜରୁରୀକାଳୀନ ସ୍ଥିତି ସମୟରେ ଲୋକନାୟକ ଜୟପ୍ରକାଶ ନାରାୟଣ ଅନେକ ଦିନ ଏକାନ୍ତ କାରାବାସ ବିତାଇଥିଲେ । ତାଙ୍କ ‘ପ୍ରିଜନ ଡାଏରୀ’ରେ ତାଙ୍କ କଷ୍ଟ ଏବଂ ଗଣତନ୍ତ୍ର ପ୍ରତି ଅତୁଟ ବିଶ୍ୱାସ ସ୍ଥାନ ପାଇଛି । 

ସେ ଲେଖିଛନ୍ତି, “ଭାରତୀୟ ଗଣତନ୍ତ୍ରର କବରରେ ପିଟାଯାଇଥିବା ପ୍ରତ୍ୟେକ କଣ୍ଟା,ମୋ ହୃଦୟରେ ପିଟାଯାଇଥିବା କଣ୍ଟା ସହ ସମାନ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi, Guterres Stress Multipolarity, Need To Reform UN Institutions Including UNSC

Media Coverage

PM Modi, Guterres Stress Multipolarity, Need To Reform UN Institutions Including UNSC
NM on the go

Nm on the go

Always be the first to hear from the PM. Get the App Now!
...
Prime Minister offers prayers to Bhagwan Shri Ganesh during Ganpati Darshan at Union Minister Piyush Goyal’s residence
September 14, 2026

The Prime Minister, Shri Narendra Modi has visited the residence of Union Minister Shri Piyush Goyal for Ganpati Darshan.

The Prime Minister prayed for the blessings of Bhagwan Shri Ganesh for everyone.

The Prime Minister wrote on X;

“Went for Ganpati Darshan at the residence of Union Minister Shri Piyush Goyal Ji.

May Bhagwan Shri Ganesh bless everyone!

@PiyushGoyal”