ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ, ବାପୁ ସର୍ବଦା ସ୍ୱଦେଶୀ ଉପରେ ଗୁରୁତ୍ୱ ଦେଉଥିଲେ, ଯାହା ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ପାଇଁ ଆମର ସଂକଳ୍ପର ଏକ ମୌଳିକ ସ୍ତମ୍ଭ ମଧ୍ୟ। ତାଙ୍କର ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ସର୍ବଦା ଦେଶର ଲୋକଙ୍କୁ କର୍ତ୍ତବ୍ୟ ପଥରେ ଚାଲିବାକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ 'ଏକ୍ସ’ ରେ ପୋଷ୍ଟ କରିଛନ୍ତି:
"ମୁଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ପ୍ରଣାମ କରୁଛି। ପୂଜ୍ୟ ବାପୁ ସର୍ବଦା ସ୍ୱଦେଶୀ ଉପରେ ଗୁରୁତ୍ୱ ଦେଉଥିଲେ, ଯାହା ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ପାଇଁ ଆମର ସଂକଳ୍ପର ମୂଳଦୁଆ ମଧ୍ୟ। ତାଙ୍କର ବ୍ୟକ୍ତିତ୍ୱ ଏବଂ ସୃଜନଶୀଳତା ସର୍ବଦା ଦେଶବାସୀଙ୍କୁ କର୍ତ୍ତବ୍ୟ ପଥରେ ଚାଲିବାକୁ ପ୍ରେରଣା ଯୋଗାଇବ ।’’
राष्ट्रपिता महात्मा गांधी को उनकी पुण्यतिथि पर मेरा शत-शत नमन। पूज्य बापू का हमेशा स्वदेशी पर बल रहा, जो विकसित और आत्मनिर्भर भारत के हमारे संकल्प का भी आधारस्तंभ है। उनका व्यक्तित्व और कृतित्व देशवासियों को कर्तव्य पथ पर चलने के लिए सदैव प्रेरित करता रहेगा।
— Narendra Modi (@narendramodi) January 30, 2026


