ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶ ସ୍ଥିତ କୁଲ୍ଲୁର ଧାଲପୁର ପଡିଆରେ କୁଲ୍ଲୁ ଦଶହରା ସମାରୋହରେ ଯୋଗ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସେଠାକୁ ଆସି ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ତଥା ସମ୍ମାନ କରା ଯାଇଥିଲା । ଏହା ପରେ ଭଗବାନ ରଘୁନାଥ ଜୀ’ଙ୍କର ଆଗମନ ସହିତ ରଥ ଯାତ୍ରା ଆରମ୍ଭ ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ନିମନ୍ତେ ବହୁତ ଭିଡ ହୋଇଥିବାର ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ଅନ୍ୟ ଭକ୍ତ ମାନଙ୍କ ସହିତ ପାଦରେ ଚାଲି ଚାଲି ଯାଇଥିଲେ ଏବଂ ଭଗବାନ ରଘୁନାଥ ଜୀ’ଙ୍କୁ ପ୍ରଣାମ କରିଥିଲେ, ଯାହାକି ଏଠାରେ ମୁଖ୍ୟ ଆକର୍ଷଣ ଥିଲା । ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ସମସ୍ତ ଲୋକ ମାନଙ୍କୁ ହାତ ଯୋଡି ଶୁଭେଚ୍ଛା ଜଣେଇଥିଲେ ଏବଂ ଐତିହାସିକ କୁଲ୍ଲୁ ଦଶହରା ସମାରୋହରେ ଦେବତା ମାନଙ୍କର ଭବ୍ୟ ସଭା ସହିତ ତାଙ୍କ ଦିବ୍ୟ ରଥ ଯାତ୍ରାର ସାକ୍ଷୀ ହୋଇଥିଲେ । ଏହା ଏକ ଐତିହାସିକ ଅବସର ଥିଲା, କାରଣ କୁଲ୍ଲୁ ଦଶହରା ସମାରୋହରେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିଥିଲେ । 

ଅନ୍ତର୍ଜାତୀୟ କୁଲ୍ଲୁ ଦଶହରା ମହୋତ୍ସବ ୫ ରୁ ୧୧ ଅକ୍ଟୋବର, ୨୦୨୨ ପର୍ଯ୍ୟନ୍ତ କୁଲ୍ଲୁର ଧାଲପୁର ପଡିଆରେ ପାଳନ କରାଯାଉଛି । ଏହି ଉତ୍ସବ ଏହି ଦୃଷ୍ଟିକୋଣରୁ ସ୍ୱତନ୍ତ୍ର ଯେ, ଏହା ଏହି ଭ୍ୟାଲିର ୩୦୦ରୁ ଅଧିକ ଦେବତା ମାନଙ୍କର ମିଳନ ସଭା ଅଟେ । ଏହି ଉତ୍ସବର ପ୍ରଥମ ଦିନରେ, ଦେବତା ମାନେ ନିଜର ସୁନ୍ଦର ଭାବେ ସଜ୍ଜା ଯାଇଥିବା ପାଲିଙ୍କି ଗୁଡିକରେ ଆସି ମୁଖ୍ୟ ଦେବତା ଭଗବାନ ରଘୁନାଥ ଜୀ’ଙ୍କ ମନ୍ଦିରରେ ତାଙ୍କର ପୂଜା କରିଥାନ୍ତି, ଏବଂ ପୁଣି ଥରେ ଧାଲପୁର ପଡିଆକୁ ପ୍ରସ୍ଥାନ କରିଥାନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ସମାରୋହରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଜୟ ରାମ ଠାକୁର, ହିମାଚଳ ପ୍ରଦେଶର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଏବଂ ବିଜେପିର ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର କଶ୍ୟପଙ୍କ ସହିତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ଏହି ଦିବସର ପ୍ରଥମାର୍ଦ୍ଧରେ, ପ୍ରଧାନମନ୍ତ୍ରୀ ବିଳାସପୁର ସ୍ଥିତ ଏମ୍ସକୁ ଦେଶକୁ ଉତ୍ସର୍ଗ କରିଥିଲେ । ସେ ହିମାଚଳ ପ୍ରଦେଶର ବିଳାସପୁର ସ୍ଥିତ ଲୁହନୁରେ ଅନେକ ପ୍ରକଳ୍ପ ଗୁଡିକର ଉଦ୍‌ଘାଟନ କରିଥିଲେ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen