ବ୍ୟବସାୟ ହେଉ କିମ୍ବା କୂଟନୀତି, ଯେକୌଣସି ସହଯୋଗୀତାର ମୂଳଦୁଆ ହେଉଛି ପାରସ୍ପରିକ ବିଶ୍ୱାସ; ଏହି ଭରସା ହେଉଛି ଭାରତ-ରୁଷ ସମ୍ପର୍କର ବଡ଼ ଶକ୍ତି; ଏହି ବିଶ୍ୱାସ ମିଳିତ ପ୍ରୟାସକୁ ଦିଗନିର୍ଦ୍ଦଶ ଓ ଗତି ପ୍ରଦାନ କରେ ଏବଂ ନୂତନ ସ୍ୱପ୍ନ ଓ ଆକାଂକ୍ଷାକୁ ପ୍ରେରଣା ଦେଉଥିବା ଲଞ୍ଚ ପ୍ୟାଡ୍ ଭାବରେ କାର୍ଯ୍ୟ କରେ: ପ୍ରଧାନମନ୍ତ୍ରୀ
୨୦୩୦ ରୁ ପୂର୍ବରୁ ୧୦୦ ବିଲିୟନ୍‌ ଡଲାର୍‌ର ଭାରତ-ରୁଷ ବାଣିଜ୍ୟ ଲକ୍ଷ୍ୟ ପୂରଣ ହେବାକୁ ଯାଉଛି: ପ୍ରଧାନମନ୍ତ୍ରୀ
ସଂଶୋଧନ, ପ୍ରଦର୍ଶନ ଏବଂ ପରିବର୍ତ୍ତନ ନୀତିକୁ ଆଧାର କରି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ଭାରତ – ରୁଷ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରିଥିଲେ। ତାଙ୍କର ବକ୍ତବ୍ୟ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ମହାମହିମ ରାଷ୍ଟ୍ରପତି ପୁଟିନ, ଭାରତ ଏବଂ ବିଦେଶରୁ ଆସିଥିବା ନେତୃବୃନ୍ଦ ତଥା ସମସ୍ତ ମାନ୍ୟବର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ରୁଷ ବ୍ୟବସାୟିକ ଫୋରମ ରାଷ୍ଟ୍ରପତି ପୁଟିନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରତିଫଳିତ କରୁଛି, ଯିଏ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଏକ ବୃହତ୍‌ ପ୍ରତିନିଧିମଣ୍ଡଳୀକୁ ସାଙ୍ଗରେ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ଉପସ୍ଥିତ ଲୋକଙ୍କୁ ତାଙ୍କର ହୃଦୟସ୍ପର୍ଶୀ ସ୍ୱାଗତକୁ ଆଲୋକପାତ କରି ପ୍ରକାଶ କରିଥିଲେ ଯେ, ସେମାନଙ୍କ ଗହଣରେ ରହିବା ଏକ ଅତ୍ୟନ୍ତ ଆନନ୍ଦର ମୁହୂର୍ତ୍ତ। ଶ୍ରୀ ମୋଦୀ ଫୋରମରେ ଯୋଗଦାନ କରି ତାଙ୍କର ଅମୂଲ୍ୟ ଚିନ୍ତାଧାରା ବାଣ୍ଟି ଥିବାରୁ ତାଙ୍କ ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ। ସେ ଜୋର ଦେଇଥିଲେ ଯେ, ବ୍ୟବସାୟ ପାଇଁ ସରଳୀକୃତ ଏବଂ ପୂର୍ବାନୁମାନଯୋଗ୍ୟ ବ୍ୟବସ୍ଥା ସୃଷ୍ଟି କରାଯାଉଛି ଏବଂ ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଭାରତ ଏବଂ ୟୁରେସିଆନ ଅର୍ଥନୈତିକ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ଆରମ୍ଭ ହୋଇଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ଉଲ୍ଲେଖ କରିଥିବା ତଥା ରାଷ୍ଟ୍ରପତି ପୁଟିନ ଭବିଷ୍ୟତର ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଥିବା କଥାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଏବଂ ରୁଷ କମ୍ ସମୟ ମଧ୍ୟରେ ଅତ୍ୟନ୍ତ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିପାରିବେ। ସେ ମନ୍ତବ୍ୟ ଦେଇଥିଲେ ଯେ, ବ୍ୟବସାୟ କିମ୍ବା କୂଟନୀତି ହେଉ, ଯେକୌଣସି ସହଭାଗୀତାର ମୂଳଦୁଆ ହେଉଛି ପାରସ୍ପରିକ ବିଶ୍ୱାସ ଏବଂ ଭାରତ-ରୁଷ ସମ୍ପର୍କର ସର୍ବବୃହତ ଶକ୍ତି ଏହି ବିଶ୍ୱାସରେ ଭରି ରହିଛି। ସେ ଉଲ୍ଲେଖ କରିଥିଲେ ଯେ, ଏହି ବିଶ୍ୱାସ ମିଳିତ ପ୍ରୟାସକୁ ଦିଗଦର୍ଶନ ଓ ଗତି ପ୍ରଦାନ କରୁଛି ଏବଂ ନୂତନ ସ୍ୱପ୍ନ ଓ ଆକାଂକ୍ଷାକୁ ପ୍ରେରଣା ଦେବା ପାଇଁ ଲଞ୍ଚ ପ୍ୟାଡ୍ ଭାବରେ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ସ୍ମରଣ କରାଇଥିଲେ ଯେ ଗତ ବର୍ଷ ରାଷ୍ଟ୍ରପତି ପୁଟିନ ଏବଂ ସେ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟରେ ୧୦୦ ବିଲିୟନ ଡଲାରର ଲକ୍ଷ୍ୟ ଅତିକ୍ରମ କରିବାକୁ ସଂକଳ୍ପ ନେଇଥିଲେ, କିନ୍ତୁ ରାଷ୍ଟ୍ରପତି ପୁଟିନଙ୍କ ସହ ତାଙ୍କର ସମ୍ପ୍ରତି ଆଲୋଚନାରେ ଏବଂ ଦୃଶ୍ୟମାନ ସମ୍ଭାବନାକୁ ଦୃଷ୍ଟିରେ ରଖି ଏହା ସ୍ପଷ୍ଟ ଯେ, ୨୦୩୦ ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ନାହିଁ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତ ଏବଂ ରୁଷ ସମୟ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଦୃଢ଼ ସଂକଳ୍ପ ସହିତ ଆଗକୁ ବଢ଼ୁଛନ୍ତି, ତାଙ୍କର ଆତ୍ମବିଶ୍ୱାସ ମଧ୍ୟ ଆହୁରି ଦୃଢ଼ ହେଉଛି। ଶ୍ରୀ ମୋଦୀ ଆହୁରି ମନ୍ତବ୍ୟ ଦେଇଥିଲେ ଯେ, ଶୁଳ୍କ ଏବଂ ଅଣ-ଶୁଳ୍କରେ ରହିଥିବା ପ୍ରତିବନ୍ଧକଗୁଡ଼ିକୁ ଆହୁରି ହ୍ରାସ କରାଯାଉଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ପ୍ରୟାସଗୁଡ଼ିକର ପ୍ରକୃତ ଶକ୍ତି ବ୍ୟବସାୟିକ ନେତାମାନଙ୍କଠାରେ ନିହିତ, ସେ ଉଲ୍ଲେଖ କରିଥିଲେ ଯେ, ସେମାନଙ୍କର ଶକ୍ତି, ନବସୃଜନ ଏବଂ ମହତ୍ୱାକାଂକ୍ଷା ଭାରତ ଏବଂ ରୁଷର ସହଭାଗୀ ଭବିଷ୍ୟତକୁ ଗଢ଼ି ତୋଳିବା ଦିଗରେ ସହାୟତା ପ୍ରଦାନ କରିବ।
 

ଗତ ଏଗାର ବର୍ଷ ମଧ୍ୟରେ ଭାରତରେ ପରିବର୍ତ୍ତନର ଗତି ଏବଂ ପରିମାଣ ଅଭୂତପୂର୍ବ ହୋଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ସଂଶୋଧନ, ପ୍ରଦର୍ଶନ ଏବଂ ପରିବର୍ତ୍ତନ (Reform, Perform and Transform) ନୀତି ଅନୁସରଣ କରି ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏଗାର ବର୍ଷର ଏହି ସଂସ୍କାର ଯାତ୍ରାରେ, ଭାରତ ଥକି ନାହିଁ କିମ୍ବା ଅଟକି ଯାଇ ନାହିଁ, ଏହାର ସଂକଳ୍ପ ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହୋଇଛି ଏବଂ ଲକ୍ଷ୍ୟ ହାସଲ ପାଇଁ ଗଭୀର ଆତ୍ମବିଶ୍ୱାସ ସହିତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ବ୍ୟବସାୟ କରିବାର ସୁଗମତାକୁ ପ୍ରୋତ୍ସାହନ ଦେବା ପାଇଁ ଜିଏସ୍‌ଟିରେ ପରବର୍ତ୍ତୀ ପିଢ଼ିର ସଂସ୍କାର ଏବଂ ଅନୁପାଳନ ନୀତିରେ ପରିବର୍ତ୍ତନ କରାଯାଇଛି। ସେ କହିଥିଲେ ଯେ, ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରରେ ଘରୋଇ ସହଭାଗୀତା ନିମନ୍ତେ ଦ୍ୱାର ଉନ୍ମୁକ୍ତ କରାଯାଇଛି, ନୂତନ ସୁଯୋଗ ସୃଷ୍ଟି କରୁଛି, ଏବଂ ବେସାମରିକ ପରମାଣୁ କ୍ଷେତ୍ରରେ ମଧ୍ୟ ସମ୍ଭାବନାର ନୂତନ ଦ୍ୱାର ଖୋଲାଯାଉଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏଗୁଡ଼ିକ କେବଳ ପ୍ରଶାସନିକ ସଂସ୍କାର ନୁହେଁ ବରଂ ମାନସିକ ସଂସ୍କାର, ଯାହା ବିକଶିତ ଭାରତ ପାଇଁ ଏକ ଏକମାତ୍ର ସଂକଳ୍ପ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ଦୁଇ ଦିନ ଧରି ବହୁତ ଉପଯୋଗୀ ଏବଂ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଛି। ବୈଠକରେ ଭାରତ-ରୁଷ ସହଯୋଗର ସମସ୍ତ କ୍ଷେତ୍ରକୁ ପ୍ରତିନିଧିତ୍ୱ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ ଏବଂ ଅଂଶଗ୍ରହଣକାରୀଙ୍କ ପରାମର୍ଶ ଓ ପ୍ରୟାସ ପାଇଁ ସହୃଦୟତାର ସହିତ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ସହଯୋଗକୁ ଆହୁରି ମଜଭୁତ କରିବା ପାଇଁ ଅନେକ ଚିନ୍ତାଧାରା ଉପସ୍ଥାପନ କରାଯାଇଛି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଲଜିଷ୍ଟିକ୍ସ ଏବଂ ଯୋଗାଯୋଗ କ୍ଷେତ୍ରରେ, ରାଷ୍ଟ୍ରପତି ପୁଟିନ ଏବଂ ସେ ସଂଯୋଗୀକରଣର ପୂର୍ଣ୍ଣ ସମ୍ଭାବନାକୁ ସାକାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି, ଚେନ୍ନାଇ-ଭ୍ଲାଡିଭୋଷ୍ଟକ୍ କରିଡର ସମେତ ଆଇଏନଏସଟିସି ଏବଂ ଉତ୍ତର ସମୁଦ୍ର ମାର୍ଗ ଭଳି ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ପ୍ରତିଶ୍ରୁତିବଦ୍ଧ, ଯାହା ଦ୍ୱାରା ପରିବହନ ସମୟ ହ୍ରାସ, ଖର୍ଚ୍ଚ ହ୍ରାସ ଏବଂ ବ୍ୟବସାୟ ପାଇଁ ନୂତନ ବଜାର ସୃଷ୍ଟି ଦିଗରେ ଦ୍ରୁତ ପ୍ରଗତି ଆଶା କରାଯାଉଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଡିଜିଟାଲ ପ୍ରଯୁକ୍ତିର ଶକ୍ତି ସହିତ, କଷ୍ଟମ୍ସ, ଲଜିଷ୍ଟିକ୍ସ ଏବଂ ନିୟାମକ ପ୍ରଣାଳୀକୁ ଏକ ଭର୍ଚୁଆଲ୍ ବାଣିଜ୍ୟ କରିଡର ମାଧ୍ୟମରେ ସଂଯୋଗ କରାଯାଇପାରିବ, ଯାହା ଦ୍ରୁତ କଷ୍ଟମ୍ସ କ୍ଲିୟରାନ୍ସ, କମ କାଗଜପତ୍ର ଏବଂ ଅଧିକ ସୁଗମ କାର୍ଗୋ ପରିବହନକୁ ସମର୍ଥ କରିବ।
 

ଶ୍ରୀ ମୋଦୀ ଦର୍ଶାଇଥିଲେ ଯେ, ସାମୁଦ୍ରିକ ଉତ୍ପାଦ କ୍ଷେତ୍ରରେ, ରୁଷ ସମ୍ପ୍ରତି ଦୁଗ୍ଧ ଏବଂ ସାମୁଦ୍ରିକ ଉତ୍ପାଦ ରପ୍ତାନୀ କରିବାକୁ ଯୋଗ୍ୟ ଭାରତୀୟ କମ୍ପାନୀଗୁଡ଼ିକର ତାଲିକାକୁ ବିସ୍ତାର କରିଛି, ଯାହା ଭାରତୀୟ ରପ୍ତାନୀକାରୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତର ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସାମୁଦ୍ରିକ ଉତ୍ପାଦ, ମୂଲ୍ୟଯୁକ୍ତ ସାମୁଦ୍ରିକ ଖାଦ୍ୟ ଏବଂ ପ୍ରକ୍ରିୟାକୃତ ଖାଦ୍ୟର ବିଶ୍ୱ ସ୍ତରରେ ପ୍ରବଳ ଚାହିଦା ରହିଛି ଏବଂ କୋଲ୍ଡ ଚେନ୍‌ ଲଜିଷ୍ଟିକ୍ସ, ଗଭୀର ସମୁଦ୍ର ମାଛ ଧରିବା ଓ ମାଛ ଧରିବା ବନ୍ଦରଗୁଡ଼ିକର ଆଧୁନିକୀକରଣରେ ମିଳିତ ଉଦ୍ୟୋଗ ଓ ପ୍ରଯୁକ୍ତିବିଦ୍ୟା ସହଭାଗୀତା ଭାରତୀୟ ଉତ୍ପାଦ ପାଇଁ ନୂତନ ବଜାର ଖୋଲିବା ସହିତ ରୁଷର ଘରୋଇ ଚାହିଦା ପୂରଣ କରିପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅଟୋମୋବାଇଲ କ୍ଷେତ୍ରରେ, ଭାରତ ଆଜି ସୁଲଭ ଓ ଦକ୍ଷ ଇଭି ଦୁଇଚକିଆ ଯାନ ଓ ସିଏନ୍‌ଜି ଗତିଶୀଳତା ସମାଧାନ କ୍ଷେତ୍ରରେ ସାରା ବିଶ୍ୱରେ ଏକ ପ୍ରମୁଖ ନେତୃତ୍ୱ, ପାଲିଟିଛି ଏବଂ ରୁଷ ଉନ୍ନତ ସାମଗ୍ରୀର ଏକ ପ୍ରମୁଖ ଉତ୍ପାଦକ ହୋଇପାରିଛି ତଥା ଉଭୟ ଦେଶ ମିଳିତ ଭାବରେ ଇଭି ନିର୍ମାଣ, ଅଟୋମୋଟିଭ ଉପାଦାନ ଏବଂ ସେୟାରଡ୍ ଗତିଶୀଳତାରେ ସହଯୋଗ କରିପାରିବେ। ଏହାଦ୍ୱାରା ଘରୋଇ ଆବଶ୍ୟକତା ପୂରଣ ହୋଇପାରିବ ଏବଂ ଗ୍ଲୋବାଲ ସାଉଥ, ବିଶେଷକରି ଆଫ୍ରିକାର ବିକାଶରେ ଯୋଗଦାନ ଦେଇପାରିବେ।

ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଥିଲେ ଯେ, ଔଷଧ କ୍ଷେତ୍ରରେ, ଭାରତ ସମଗ୍ର ବିଶ୍ୱକୁ ଉଚ୍ଚତମ ଗୁଣଯୁକ୍ତ ଔଷଧ ସୁଲଭ ମୂଲ୍ୟରେ ଯୋଗାଇ ଦେଇଆସୁଛି, ଯାହା ଭାରତକୁ “ଫାର୍ମାସୀ ଅଫ୍ ଦ ଓ୍ୱର୍ଲ୍ଡ” ଭାବରେ ପରିଚିତ କରିଛି। ଉଭୟ ଦେଶ ମିଳିତ ଟୀକା ବିକାଶ, କର୍କଟ ଚିକିତ୍ସା, ରେଡିଓ-ଫାର୍ମାସିଉଟିକାଲ୍ସ ଏବଂ ଏପିଆଇ ଯୋଗାଣ ଶୃଙ୍ଖଳା, କ୍ଷେତ୍ରରେ ସହଯୋଗ କରିପାରିବେ, ଯାହା ଦୁଇ ଦେଶର ସ୍ୱାସ୍ଥ୍ୟ ସୁରକ୍ଷାକୁ ଉନ୍ନତ କରିବା ସହିତ ନୂତନ ଶିଳ୍ପକୁ ମଧ୍ୟ ପ୍ରୋତ୍ସାହିତ କରିବ।
 

ବୟନଶିଳ୍ପ ବିଷୟରେ ଆଲୋଚନା କରି ଶ୍ରୀ ମୋଦୀ କହିଥିଲେ ଯେ, ଭାରତରେ ପ୍ରାକୃତିକ ତନ୍ତୁଠାରୁ ଆରମ୍ଭ କରି ବୈଷୟିକ ବୟନଶିଳ୍ପ ପର୍ଯ୍ୟନ୍ତ ବ୍ୟାପକ କ୍ଷମତା ରହିଛି, ଯାହା ଡିଜାଇନ୍, ହସ୍ତଶିଳ୍ପ ଏବଂ କାର୍ପେଟରେ ବିଶ୍ୱସ୍ତରୀୟ ସ୍ୱୀକୃତି ପାଇଛି, ଯେତେବେଳେ ରୁଷ ପଲିମର ଏବଂ ସିନ୍ଥେଟିକ୍ କଞ୍ଚାମାଲର ଏକ ପ୍ରମୁଖ ଉତ୍ପାଦକ, ଯାହା ଉଭୟ ଦେଶକୁ ଏକ ସ୍ଥିର ବୟନଶିଳ୍ପ ମୂଲ୍ୟ ଶୃଙ୍ଖଳ ନିର୍ମାଣ କରିବାକୁ ସକ୍ଷମ କରିଥାଏ। ସେ ଆହୁରି ମଧ୍ୟ କହିଥିଲେ ଯେ, ସାର, ମାଟି ଶିଳ୍ପ, ସିମେଣ୍ଟ ଉତ୍ପାଦନ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗ ପାଇଁ ସମାନ ସୁଯୋଗ ଉପଲବ୍ଧ।

ସମସ୍ତ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାରେ ମାନବଶକ୍ତି ଗତିଶୀଳତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ 'ବିଶ୍ୱର କୌଶଳୀ ରାଜଧାନୀ' ଭାବରେ ଉଭା ହେଉଛି। ସେ ଉଲ୍ଲେଖ କରିଥିଲେ ଯେ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ସ୍ୱାସ୍ଥ୍ୟସେବା, ନିର୍ମାଣ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ଭାରତର ଯୁବ ପ୍ରତିଭା ବିଶ୍ୱ ଆବଶ୍ୟକତା ପୂରଣ କରିବା ଦିଗରେ ସାମର୍ଥ୍ୟ ହାସଲ କରିଛି। ଶ୍ରୀ ମୋଦୀ ମତ ଦେଇଥିଲେ ଯେ, ରୁଷର ଜନସଂଖ୍ୟାଗତ ଓ ଅର୍ଥନୈତିକ ପ୍ରାଥମିକତାକୁ ବିଚାର କରି, ଏହି ସହଭାଗୀତା ଉଭୟ ଦେଶ ପାଇଁ ଅତ୍ୟନ୍ତ ଲାଭଦାୟକ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତୀୟ ପ୍ରତିଭାଙ୍କୁ ରୁଷୀୟ ଭାଷା ଓ ମୃଦୁ କୌଶଳରେ ପ୍ରଶିକ୍ଷଣ ପ୍ରଦାନ କରି, ଏକ ରୁଷିଆ-ପ୍ରସ୍ତୁତ କର୍ମଶକ୍ତି ମିଳିତ ଭାବରେ ବିକଶିତ କରାଯାଇପାରିବ, ଯାହା ଉଭୟ ଦେଶ ପାଇଁ ସହଭାଗୀ ସମୃଦ୍ଧିକୁ ତ୍ୱରାନ୍ୱିତ କରିବ।
 

ଉଭୟ ଦେଶର ନାଗରିକଙ୍କ ପାଇଁ ପର୍ଯ୍ୟଟନ ଭିସା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ, ଟୁର୍ ଅପରେଟରମାନଙ୍କ ପାଇଁ ନୂତନ ବ୍ୟବସାୟ ସୁଯୋଗ ସୃଷ୍ଟି କରିବ ଏବଂ ନିଯୁକ୍ତି ପାଇଁ ପଥ ଉନ୍ମୁକ୍ତ କରିବ।

ଭାରତ ଏବଂ ରୁଷ ସହ-ସୃଜନ, ସହ-ଉତ୍ପାଦନ ଏବଂ ସହ-ସୃଷ୍ଟିର ଏକ ନୂତନ ଯାତ୍ରାରେ ଏକତ୍ର କାର୍ଯ୍ୟ ଆରମ୍ଭ କରୁଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଉଦ୍ଦେଶ୍ୟ କେବଳ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବା ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ବିଶ୍ୱ ଆହ୍ବାନର ସ୍ଥାୟୀ ସମାଧାନ ପ୍ରସ୍ତୁତ କରି ମାନବତାର କଲ୍ୟାଣ ସୁନିଶ୍ଚିତ କରିବା। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତ ଏହି ଯାତ୍ରାରେ ରୁଷ ସହିତ କାନ୍ଧକୁ କାନ୍ଧ ମିଳାଇ ଚାଲିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥିସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ଆସନ୍ତୁ, ଭାରତରେ ତିଆରି କରନ୍ତୁ, ଭାରତ ସହିତ ସହଭାଗୀ ହୁଅନ୍ତୁ ଏବଂ ଏକତ୍ର ହୋଇ, ବିଶ୍ୱ ପାଇଁ ନିର୍ମାଣ କରନ୍ତୁ"। ସେ ରାଷ୍ଟ୍ରପତି ପୁଟିନ ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ଧନ୍ୟବାଦ ସହିତ ବକ୍ତବ୍ୟ ସମାପ୍ତ କରିଥିଲେ।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways renews 54,600 km of tracks since 2014, boosting speed potential and safety

Media Coverage

Indian Railways renews 54,600 km of tracks since 2014, boosting speed potential and safety
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi speaks with the President of Iran
March 12, 2026
President Pezeshkian shares his perspective on the situation in Iran and the region.
PM reiterates India’s consistent position on resolving all issues through dialogue and diplomacy.
PM highlights India’s priority regarding safety and well-being of Indian nationals and unhindered transit of energy and goods.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the current situation in Iran and shared his perspective on recent developments in the region.

The Prime Minister expressed deep concern about the evolving security situation in the region and reiterated India’s consistent position that all issues must be resolved through dialogue and diplomacy.

The Prime Minister highlighted India’s priority regarding the safety and well-being of Indian nationals in the region, including in Iran, as also the importance of unhindered transit of energy and goods.

The two leaders agreed to remain in touch.