ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ଶିଗେରୁ ଇଶିବା,  ଆଜି ଜାପାନର ରାଜଧାନୀ ଟୋକିଓଠାରେ ଭାରତୀୟ ଶିଳ୍ପ ମହାସଂଘ ଏବଂ ଜାପାନ ବ୍ୟବସାୟ ମହାସଂଘ (କେଇଡାନରେନ) ଦ୍ୱାରା ଆୟୋଜିତ ଭାରତ-ଜାପାନ ଅର୍ଥନୈତିକ ଫୋରମରେ ଯୋଗ ଦେଇଥିଲେ। ଭାରତ ଓ ଜାପାନର ବିଶିଷ୍ଟ ବ୍ୟବସାୟୀ ଓ ସିଇଓମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

 

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ଭାରତ-ଜାପାନ ମଧ୍ୟରେ ଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ସହଭାଗୀତାର ସଫଳତା, ବିଶେଷକରି ନିବେଶ, ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଉପରେ ଆଲୋକପାତ କରିଥିଲେ। ଭାରତରେ ଜାପାନୀ କମ୍ପାନୀଗୁଡ଼ିକୁ ବିସ୍ତାରିତ କରିବା ପାଇଁ ସେ ଆମନ୍ତ୍ରଣ କରିଥିଲେ। ଭାରତର ବିକାଶ କାହାଣୀ ସେମାନଙ୍କ ପାଇଁ ଆକର୍ଷଣୀୟ ସୁଯୋଗ ସୃଷ୍ଟି କରୁଛି ବୋଲି କହିଥିଲେ ଶ୍ରୀ ମୋଦୀ। ସେ କହିଥିଲେ ଯେ ବିଶ୍ୱସ୍ତ ବନ୍ଧୁମାନଙ୍କ ମଧ୍ୟରେ ଗଭୀର ଆର୍ଥିକ ସହଭାଗୀତା ବର୍ତ୍ତମାନର ଅସ୍ଥିର ବିଶ୍ୱ ଆର୍ଥିକ ପରିସ୍ଥିତି ପରିପ୍ରେକ୍ଷୀରେ ବିଶେଷ ଭାବରେ ପ୍ରାସଙ୍ଗିକ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜନୈତିକ ସ୍ଥିରତା, ନୀତି ପୂର୍ବାନୁମାନ, ସଂସ୍କାର ପ୍ରତି ପ୍ରତିବଦ୍ଧତା ଏବଂ ବ୍ୟବସାୟ ପାଇଁ ସହଜ ବାତାବରଣ ସୃଷ୍ଟି ପ୍ରୟାସ ଭାରତୀୟ ବଜାରରେ ନିବେଶକମାନଙ୍କୁ ଏକ ନୂତନ ବିଶ୍ୱାସ ଦେଇଛି। ଏହା ବିଶ୍ୱର ବିଭିନ୍ନ ଏଜେନ୍ସି ଦ୍ୱାରା ନିର୍ଣ୍ଣୟ କରାଯାଉଥିବା ଭାରତର ସଦ୍ୟତମ କ୍ରେଡିଟ୍ ରେଟିଂ ଉନ୍ନତିରେ ଉପଯୁକ୍ତ ଭାବରେ ପ୍ରତିଫଳିତ ହୋଇଛି।

 

ଭାରତ ଏବଂ ଜାପାନ ମଧ୍ୟରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ, ନିବେଶ ଏବଂ ମାନବ ସମ୍ବଳ ଆଦାନପ୍ରଦାନ କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ବିଶ୍ୱ ଅଭିବୃଦ୍ଧିରେ ପ୍ରାୟ ୧୮% ଯୋଗଦାନ ଦେଉଛି ଏବଂ କିଛି ବର୍ଷ ମଧ୍ୟରେ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥନୀତି ହେବାକୁ ଯାଉଛି। ଦୁଇ ଦେଶର ଅର୍ଥନୀତିକ ପରିପୂରକତାକୁ ଦୃଷ୍ଟିରେ ରଖି, ସେ ମେକ୍ ଇନ୍ ଇଣ୍ଡିଆ ଏବଂ ଅନ୍ୟାନ୍ୟ ପଦକ୍ଷେପ ପାଇଁ ଜାପାନ ଏବଂ ଭାରତ ମଧ୍ୟରେ ଅଧିକ ବ୍ୟବସାୟିକ ସହଯୋଗ ପାଇଁ ପାଞ୍ଚଟି ପ୍ରମୁଖ କ୍ଷେତ୍ର ଉପରେ ଆଲୋକପାତ କରିଥିଲେ। ସେଗୁଡ଼ିକ ହେଉଛି: (କ) ଉତ୍ପାଦନ - ବ୍ୟାଟେରୀ, ରୋବୋଟିକ୍ସ, ସେମିକଣ୍ଡକ୍ଟର, ଜାହାଜ ନିର୍ମାଣ ଏବଂ ପରମାଣୁ ଶକ୍ତି କ୍ଷେତ୍ର; ଖ) ଏଆଇ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ମହାକାଶ ଏବଂ ବାୟୋଟେକ୍ ସମେତ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନରେ ସହଯୋଗ; ଗ) ସବୁଜ ଶକ୍ତି ପରିବର୍ତ୍ତନ; ଘ) ଗତିଶୀଳତା, ହାଇ ସ୍ପିଡ୍ ରେଳ ଏବଂ ଲଜିଷ୍ଟିକ୍ସ ସମେତ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି; ଏବଂ ଙ] ଦକ୍ଷତା ବିକାଶ ଏବଂ ଲୋକ-ଙ୍କ ସହ ଲୋକଙ୍କ  ସମ୍ପର୍କ। ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ବକ୍ତବ୍ୟ ଏଠାରେ ଦେଖାଯାଇପାରିବ [ଲିଙ୍କ]

 

ଜାପାନର ପ୍ରଧାନମନ୍ତ୍ରୀ ଇଶିବା ତାଙ୍କ ଭାଷଣରେ, ସ୍ଥାୟୀ ଯୋଗାଣ ଶୃଙ୍ଖଳ ନିର୍ମାଣ ପାଇଁ ଭାରତୀୟ ପ୍ରତିଭା ଏବଂ ଜାପାନୀ ପ୍ରଯୁକ୍ତିବିଦ୍ୟା ମଧ୍ୟରେ ସହଭାଗୀତା ଗଠନ କରିବାରେ ଜାପାନୀ କମ୍ପାନୀଗୁଡ଼ିକର ଆଗ୍ରହକୁ ଉଲ୍ଲେଖ କରିଥିଲେ। ସେ ଭାରତ ଏବଂ ଜାପାନ ମଧ୍ୟରେ ତିନୋଟି ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଲୋକଙ୍କ ସହ ଲୋକଙ୍କ ସହଭାଗୀତାକୁ ସୁଦୃଢ଼ ​​କରିବା, ପ୍ରଯୁକ୍ତିର ମିଶ୍ରଣ, ସବୁଜ ପଦକ୍ଷେପ ଓ ବଜାର, ଏବଂ ଉଚ୍ଚ ଓ ଉଦୀୟମାନ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ, ବିଶେଷକରି ସେମିକଣ୍ଡକ୍ଟର କ୍ଷେତ୍ରକୁ ସେ ତାଙ୍କ ବକ୍ତବ୍ୟରେ ପ୍ରାଧାନ୍ୟ ଦେଇଥିଲେ।

 

ଦ୍ୱାଦଶ ଭାରତ ଜାପାନ ବ୍ୟବସାୟ ନେତା ମଞ୍ଚ (ଆଇଜେବିଏଲ୍‍ଏଫ୍‍) ର ରିପୋର୍ଟକୁ ସେ ମଞ୍ଚ ପକ୍ଷରୁ ସହ-ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିଲେ। ଭାରତ ଏବଂ ଜାପାନର ଶିଳ୍ପାନୁଷ୍ଠାନ ମଧ୍ୟରେ ବୃଦ୍ଧି ପାଉଥିବା ସହଭାଗୀତା ଉପରେ ଆଲୋକପାତ କରି, ଜାପାନ ବାହ୍ୟ ବାଣିଜ୍ୟ ସଂଗଠନର ଅଧ୍ୟକ୍ଷ ଏବଂ ସିଇଓ ଶ୍ରୀଯୁକ୍ତ ନୋରିହିକୋ ଇଶିଗୁରୋ, ଇସ୍ପାତ, ଏଆଇ, ଅନ୍ତରୀକ୍ଷ, ଶିକ୍ଷା ଏବଂ ଦକ୍ଷତା, ସ୍ୱଚ୍ଛ ଶକ୍ତି ଏବଂ ମାନବ ସମ୍ବଳ ବିନିମୟ ଭଳି ବିଭିନ୍ନ କ୍ଷେତ୍ରରେ ଭାରତୀୟ ଏବଂ ଜାପାନୀ କମ୍ପାନୀଗୁଡ଼ିକ ମଧ୍ୟରେ ସ୍ୱାକ୍ଷରିତ ବିଭିନ୍ନ ବିଟୁବି ବୁଝାମଣାପତ୍ର ଘୋଷଣା କରିଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Built for tomorrow's wars: How India's new turbojet engine changes the missile and drone equation

Media Coverage

Built for tomorrow's wars: How India's new turbojet engine changes the missile and drone equation
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026