ଚିତ୍ରମାୟା ଶିବ ପୁରାଣ ଗ୍ରନ୍ଥର ଉନ୍ମୋଚନ କରିଛନ୍ତି
ଲୀଳା ଚିତ୍ର ମନ୍ଦିର ପରିଦର୍ଶନ କରିଛନ୍ତି
“ଗୀତା ପ୍ରେସ୍ କେବଳ ପ୍ରିଣ୍ଟିଂ ପ୍ରେସ୍ ନୁହେଁ ବରଂ ଜୀବନ୍ତ ବିଶ୍ୱାସ”
“ବାସୁଦେବ ସର୍ବମ ଅର୍ଥାତ ବାସୁଦେବ ହିଁ ସବୁ କିଛି”
“୧୯୨୩ ମସିହାରେ ଗୀତା ପ୍ରେସ୍ ଆକାରରେ ପ୍ରଜ୍ଜ୍ଵଳିତ ହୋଇଥିବା ଆଧ୍ୟାତ୍ମିକ ଆଲୋକ ଆଜି ସମଗ୍ର ମାନବିକତାର ମାର୍ଗଦର୍ଶକ ହୋଇପାରିଛି”
“ଗୀତା ପ୍ରେସ୍ ଭାରତକୁ ଯୋଡିଥାଏ, ଭାରତର ଏକତାକୁ ମଜବୁତ କରେ”
“ଗୀତା ପ୍ରେସ୍ ‘ଏକ ଭାରତ, ଶ୍ରେଷ୍ଠ ଭାରତ'ର ଉତ୍ସାହକୁ ପ୍ରତିନିଧିତ୍ୱ କରେ”
“ଯେତେବେଳେ ଅନ୍ୟାୟ ଏବଂ ଆତଙ୍କ ବୃଦ୍ଧି ପାଇଯାଏ ଏବଂ ସତ୍ୟ ଉପରେ ବାଦଲ ଢାଙ୍କି ହୋଇଯାଏ ସେତେବେଳେ ଭଗବଦ୍ ଗୀତା ସର୍ବଦା ପ୍ରେରଣା ଉତ୍ସ ହୋଇ ରହିଥାଏ”
“ମାନବୀୟ ମୂଲ୍ୟବୋଧ ଏବଂ ଆଦର୍ଶକୁ ପୁନର୍ଜୀବିତ କରିବା ପାଇଁ ଗୀତା ପ୍ରେସ ପରି ସଂଗଠନଗୁଡ଼ିକ ଜନ୍ମ ଗ୍ରହଣ କରିଛନ୍ତି”
“ଆମେ ଏକ ନୂତନ ଭାରତ ଗଠନ କରିବୁ ଏବଂ ବିଶ୍ୱ କଲ୍ୟାଣ ବିଷୟରେ ଆମର ଦୃଷ୍ଟିକୋଣକୁ ସଫଳ କରିବୁ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗୋରଖପୁରରେ ଐତିହାସିକ ଗୀତା ପ୍ରେସର ଶତବାର୍ଷିକୀ ପାଳନର ଉଦ୍‍ଯାପନୀ ସମାରୋହକୁ ସମ୍ବୋଧିତ କରି ଚିତ୍ରମାୟା ଶିବ ପୁରାଣ ଗ୍ରନ୍ଥକୁ ଉନ୍ମୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗୀତା ପ୍ରେସରେ ଲୀଳା ଚିତ୍ର ମନ୍ଦିର ପରିଦର୍ଶନ କରି ଭଗବାନ ଶ୍ରୀ ରାମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂଜାର୍ଚ୍ଚନାର ମାସ ଶ୍ରାବଣରେ ଏବଂ ଇନ୍ଦ୍ରଦେବଙ୍କ ଆଶୀର୍ବାଦରେ ସେ ଗୋରଖପୁରର ଗୀତା ପ୍ରେସରେ ଉପସ୍ଥିତ ରହିବାର ସୁଯୋଗ ପାଇଛନ୍ତି ଯାହାକି ଶିବ ଅବତାର ଗୁରୁ ଗୋରଖନାଥଙ୍କ ଉପାସନାର ସ୍ଥାନ ଏବଂ ଅନେକ ସାଧୁଙ୍କ କର୍ମକ୍ଷେତ୍ର ଅଟେ । ଗୋରଖପୁର ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକାଶ ଏବଂ ଐତିହ୍ୟର ଏହା ଏକ ଚମତ୍କାର ଉଦାହରଣ । ଗୀତା ପ୍ରେସରେ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ଗୋରଖପୁର ରେଳ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ପାଇଁ ସେ ଗୋରଖପୁର ରେଳ ଷ୍ଟେସନକୁ ଯିବେ ବୋଲି ସୂଚନା ଦେଇଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରସ୍ତାବିତ ରେଳ ଷ୍ଟେସନର ଚିତ୍ର ନାଗରିକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ବନ୍ଦେ ଭାରତ ଏକ୍ସପ୍ରେସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ମଧ୍ୟବିତ୍ତଙ୍କ ପାଇଁ ସୁବିଧା ସ୍ତରକୁ ବୃଦ୍ଧି କରିଛି । ନିଜ ଅଞ୍ଚଳରେ ଟ୍ରେନ ଅଟକି ରହିବା ପାଇଁ ମନ୍ତ୍ରୀମାନଙ୍କୁ ଚିଠି ଲେଖିବାକୁ ଥିବା ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ମନ୍ତ୍ରୀମାନେ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ ପାଇଁ ଚିଠି ଲେଖୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବନ୍ଦେ ଭାରତ ଟ୍ରେନ୍ ଏକ କ୍ରେଜରେ ପରିଣତ ହୋଇଛି । ଆଜିର ପ୍ରକଳ୍ପ ପାଇଁ ଶ୍ରୀ ମୋଦୀ ଗୋରଖପୁର ଏବଂ ଭାରତର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

ଗୀତା ପ୍ରେସ କେବଳ ପ୍ରିଣ୍ଟିଂ ପ୍ରେସ ନୁହେଁ ବରଂ ଜୀବନ୍ତ ବିଶ୍ୱାସ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୀତା ପ୍ରେସ କାର୍ଯ୍ୟାଳୟ କୋଟି କୋଟି ଲୋକଙ୍କ ମନ୍ଦିରଠାରୁ କମ୍ ନୁହେଁ । ସେ କହିଛନ୍ତି ଯେ ଗୀତା ସହିତ କୃଷ୍ଣ ଆସନ୍ତି, କୃଷ୍ଣଙ୍କ ସହ ଦୟା ଏବଂ "କର୍ମ” ଅଛି ଏବଂ ସେଠାରେ ବୈଜ୍ଞାନିକ ଅନୁସନ୍ଧାନ ସହିତ ଜ୍ଞାନର ଭାବନା ଅଛି । ପ୍ରଧାନମନ୍ତ୍ରୀ ଗୀତା ଉଦ୍ଧେଶ୍ୟରେ କହିଛନ୍ତି, ବାସୁଦେବ ସରଭମ ଅର୍ଥାତ ବାସୁଦେବଙ୍କଠାରୁ ସବୁ କିଛି ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ୧୯୨୩ ମସିହାରେ ଗୀତା ପ୍ରେସ ଆକାରରେ ଆଲୋକିତ ହୋଇଥିବା ଆଧ୍ୟାତ୍ମିକ ଆଲୋକ ଆଜି ସମଗ୍ର ମାନବିକତାର ମାର୍ଗଦର୍ଶିକା ପାଲଟିଛି । ଏହି ମାନବିକ ମିଶନର ସୁବର୍ଣ୍ଣ ଶତାବ୍ଦୀର ସାକ୍ଷୀ ହୋଇଥିବାରୁ ସେ ଭାଗ୍ୟକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଐତିହାସିକ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୀତା ପ୍ରେସକୁ ସରକାର ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରିଛନ୍ତି । ଗୀତା ପ୍ରେସରେ ମହାତ୍ମା ଗାନ୍ଧୀଙ୍କ ଭାବପ୍ରବଣତା ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଗାନ୍ଧୀଜୀ ଏକଦା କଲ୍ୟାଣ ପତ୍ରିକା ମାଧ୍ୟମରେ ଗୀତା ପ୍ରେସ ପାଇଁ ଲେଖୁଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ କଲ୍ୟାଣ ପତ୍ରିକାରେ ବିଜ୍ଞାପନ ପ୍ରକାଶ କରାଯିବା ଉଚିତ ନୁହେଁ ବୋଲି ଗାନ୍ଧିଜୀ ହିଁ ପରାମର୍ଶ ଦେଇଥିଲେ ଏବଂ ଆଜି ବି ଏହାକୁ ପାଳନ କରାଯାଉଛି । ଏହି ଅବଦାନ ତଥା ଏହାର ୧୦୦ ବର୍ଷ ପୁରୁଣା ଉତ୍ତରାଧିକାରୀଙ୍କୁ ସମ୍ମାନିତ କରୁଥିବାରୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରି ଦେଶ ଗୀତା ପ୍ରେସକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଜାରି ରଖି କହିଛନ୍ତି ଯେ ଏହି ୧୦୦ ବର୍ଷ ମଧ୍ୟରେ ଗୀତା ପ୍ରେସ କୋଟି କୋଟି ପୁସ୍ତକ ପ୍ରକାଶ କରିଛି ଯାହା ବାସ୍ତବ ମୂଲ୍ୟଠାରୁ କମ୍ ମୂଲ୍ୟରେ ବିକ୍ରି ହୋଇ ଘର ଘରେ ପହଞ୍ଚିଛି । ସେ ଆଧ୍ୟାତ୍ମିକ ଏବଂ ବୌଦ୍ଧିକ ତୃପ୍ତି ବିଷୟରେ ଉଲ୍ଲେଖ କରିଛନ୍ତି ଯେ ଏହି ଜ୍ଞାନର ପ୍ରବାହ ନିଶ୍ଚିତ ଭାବରେ ଅନେକ ପାଠକଙ୍କୁ ପ୍ରଦାନ କରିବା ସହିତ ଏକ ସମୟରେ ସମାଜ ପାଇଁ ଅନେକ ଉତ୍ସର୍ଗୀକୃତ ନାଗରିକ ସୃଷ୍ଟି କରିଥଲା, ଏହି ସମୟରେ ପ୍ରଧାନମନ୍ତ୍ରୀ ନିଃସ୍ୱାର୍ଥପର ଭାବରେ ସହଯୋଗ କରୁଥିବା ତଥା ସହାୟତା କରୁଥିବା ବ୍ୟକ୍ତିତ୍ୱମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଯେକୌଣସି ପ୍ରଚାରର ଆବଶ୍ୟକତା ଏବଂ ସେଠଜୀ ଜୟଦୟାଲ ଗୋୟନ୍ଦକା ଏବଂ ଭାଇଜୀ ଶ୍ରୀ ହନୁମାନ ପ୍ରସାଦ ପୋଦ୍ଦାରଙ୍କ ପରି ବ୍ୟକ୍ତିତ୍ୱଙ୍କୁ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୀତା ପ୍ରେସ ପରି ଏକ ସଂଗଠନ କେବଳ ଧର୍ମ ଏବଂ କାର୍ଯ୍ୟ ସହ ଜଡିତ ନୁହେଁ ବରଂ ଏହାର ଜାତୀୟ ଚରିତ୍ର ମଧ୍ୟ ରହିଛି । ଗୀତା ପ୍ରେସ୍ ଭାରତକୁ ଯୋଡି ଥାଏ, ଭାରତର ଏକତାକୁ ମଜବୁତ କରେ ବୋଲି ଶ୍ରୀ ମୋଦୀ କହିବା ସହିତ ସେ ଦେଶର ୨୦ ଟି ଶାଖା ବିଷୟରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଦେଶର ପ୍ରତ୍ୟେକ ରେଳ ଷ୍ଟେସନରେ ଜଣେ ଗୀତା ପ୍ରେସ ଷ୍ଟଲ ପାଇପାରିବେ । ସେ ସୂଚନା ଦେଇଛନ୍ତି ଯେ ଗୀତା ପ୍ରେସ୍ ୧୫ ଟି ବିଭିନ୍ନ ଭାଷାରେ ୧୬୦୦ ଟାଇଟଲ୍ ପ୍ରକାଶ କରେ ଏବଂ ବିଭିନ୍ନ ଭାଷାରେ ଜନସାଧାରଣଙ୍କ ପାଇଁ ଭାରତର ମୌଳିକ ଚିନ୍ତାଧାରା ପ୍ରଚାର କରେ । ସେ କହିଛନ୍ତି ଯେ ଗୀତା ପ୍ରେସ୍ ଏକ ପ୍ରକାରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ'ର ଉତ୍ସାହକୁ ପ୍ରତିପାଦିତ କରେ ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବା ସମୟରେ ଗୀତା ପ୍ରେସ ୧୦୦ ବର୍ଷର ଯାତ୍ରା ସମାପ୍ତ କରିଛି । ୧୯୪୭ ପୂର୍ବରୁ ହୋଇଥିବା ସମୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଭାରତ ପୁନଃ ର୍ନିମାଣ ପାଇଁ ବିଭିନ୍ନ କ୍ଷେତ୍ରରେ ନିରନ୍ତର ଉଦ୍ୟମ କଲା, ସେତେବେଳେ ଭାରତର ଉତ୍ସାହକୁ ଜାଗ୍ରତ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ଗଠନ ହେଲା । ଫଳସ୍ୱରୂପ ୧୯୪୭ ସୁଦ୍ଧା ଭାରତ ମନ ଓ ଆତ୍ମା ସହିତ ଦାସତ୍ୱର ବନ୍ଧନକୁ ଭାଙ୍ଗିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା । ସେ ଦର୍ଶାଇଛନ୍ତି ଯେ ଗୀତା ପ୍ରେସ ପ୍ରତିଷ୍ଠା ମଧ୍ୟ ଏହା ପାଇଁ ଏକ ପ୍ରମୁଖ ଆଧାର ପାଲଟିଛି । ଶହ ଶହ ବର୍ଷ ପୂର୍ବେ ଦାସତ୍ୱ ଭାରତର ଚେତନାକୁ ଦୁର୍ବଳ କରିଦେଇଥିଲା ଏବଂ ବିଦେଶୀ ଆକ୍ରମଣକାରୀମାନେ ଭାରତର ଲାଇବ୍ରେରୀଗୁଡ଼ିକୁ ପୋଡି ଦେଇଥିଲେ । ସେ କହିଛନ୍ତି ଯେ ବ୍ରିଟିଶ ଶାସନ ସମୟରେ ଗୁରୁକୁଳ ଏବଂ ଗୁରୁ ପରମ୍ପରା ପ୍ରାୟ ନଷ୍ଟ ହୋଇଯାଇଥିଲା । ସେ ମଧ୍ୟ ଭାରତର ପବିତ୍ର ଗ୍ରନ୍ଥଗୁଡ଼ିକର ବିଲୁପ୍ତ ଆରମ୍ଭ ଉପରେ ଆଲୋକପାତ କରିଥିଲେ କାରଣ ସେହି ସମୟରେ ପ୍ରିଣ୍ଟିଂ ପ୍ରେସଗୁଡ଼ିକ ଅଧିକ ଦର ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ଥିଲା । ଗୀତା ଏବଂ ରାମାୟଣ ବିନା ଆମ ସମାଜ କିପରି ଚାଲିବ? ଯେତେବେଳେ ମୂଲ୍ୟ ଏବଂ ଆଦର୍ଶର ଉତ୍ସ ଶୁଖିବା ଆରମ୍ଭ କରେ, ସମାଜର ପ୍ରବାହ ଛାଏଁ ଛାଏଁ ଅଟକିଯାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଯେତେବେଳେ ଅନ୍ୟାୟ ଏବଂ ଆତଙ୍କ ବଢି ଚାଲେ ଏବଂ ସତ୍ୟ ବିପଦରେ ଢାଙ୍କି ହୋଇଯାଏ ସେତେବେଳେ ଭଗବଦ୍ ଗୀତା ସର୍ବଦା ପ୍ରେରଣାର ଉତ୍ସ ପାଲଟିଥାଏ । ପ୍ରଧାନମନ୍ତ୍ରୀ ଗୀତାରୁ ଉଦ୍ଧୃତ କରି କହିଛନ୍ତି ଯେ ଯେତେବେଳେ ବି ଧର୍ମ ଏବଂ ସତ୍ୟ ଉପରେ ସଙ୍କଟ ଆସେ, ସେତେବେଳେ ଭଗବାନ ଏହାକୁ ରକ୍ଷା କରିବା ପାଇଁ ପୃଥିବୀରେ ଦେଖାଦିଅନ୍ତି । ଗୀତାର ଦଶମ ଅଧ୍ୟାୟ ବିଷୟରେ ଉଲ୍ଲେଖ କରି ଈଶ୍ୱର ଯେକୌଣସି ରୂପରେ ଦେଖାଦେଉଥିବା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବେଳେବେଳେ ଗୀତା ପ୍ରେସ୍ ଭଳି ସଂଗଠନ ମାନବିକ ମୂଲ୍ୟବୋଧ ଏବଂ ଆଦର୍ଶକୁ ପୁନର୍ଜୀବିତ କରିବା ପାଇଁ ଜନ୍ମ ଗ୍ରହଣ କରନ୍ତି । ସେ କହିଛନ୍ତି ଯେ ଗୀତା ପ୍ରେସ୍ ୧୯୨୩ ମସିହାରେ ପ୍ରତିଷ୍ଠା ହେବା ମାତ୍ରେ ଭାରତ ପାଇଁ ଚେତନା ଏବଂ ଚିନ୍ତାଧାରାର ପ୍ରବାହକୁ ତ୍ୱରାନ୍ୱିତ କରିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ପରିବାର ଏବଂ ନୂତନ ପୀଢି ଏହି ପୁସ୍ତକଗୁଡ଼ିକ ସହିତ ଯୋଡି ହେବା ଆରମ୍ଭ କରିଥିଲେ ଏବଂ ଆମର ପବିତ୍ର ପୁସ୍ତକଗୁଡ଼ିକ ଭବିଷ୍ୟତ ପୀଢି ପାଇଁ ଆଧାର ହେବାରେ ଲାଗିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୀତା ପ୍ରେସ୍ ହେଉଛି ପ୍ରମାଣ ଯେ ଯେତେବେଳେ ତୁମର ଉଦ୍ଦେଶ୍ୟ ଶୁଦ୍ଧ, ତୁମର ମୂଲ୍ୟ ର୍ନିମଳ ହୁଏ ସେତେବେଳେ ସଫଳତାର ପର୍ଯ୍ୟାୟ ପ୍ରସ୍ତୁତ ହୁଏ । ସେ ଦର୍ଶାଇଛନ୍ତି ଯେ ଏକ ଅନୁଷ୍ଠାନ ଭାବରେ ଗୀତା ପ୍ରେସ ସର୍ବଦା ସାମାଜିକ ମୂଲ୍ୟବୋଧକୁ ସମୃଦ୍ଧ କରିଛି ଏବଂ ଲୋକଙ୍କ ନିକଟରେ କର୍ତ୍ତବ୍ୟର ମାର୍ଗ ଦେଖାଇଛି, ସେ ଗଙ୍ଗା ନଦୀର ପରିଷ୍କାର ପରିଚ୍ଛନ୍ନତା, ଯୋଗ ବିଜ୍ଞାନ, ପତଞ୍ଜଳି ଯୋଗ ସୂତ୍ର ‘ଆରୋଗ୍ୟ ଅଙ୍କ’ ପ୍ରକାଶନ, ଆୟୁର୍ବେଦ ସହିତ ଜଡିତ ‘ଜୀବନଚର୍ଯ୍ୟା ଅଙ୍କ', ଲୋକଙ୍କୁ ଭାରତୀୟ ଜୀବନଶୈଳୀ, ସମାଜ ପାଇଁ ସେବା ଆଦର୍ଶ, ‘ସେବା ଅଙ୍କ' ଏବଂ ‘ଦାନ ମହିମା' ସହିତ ପରିଚିତ କରାଇବା ପାଇଁ ଉଦାହରଣ ଦେଇଛନ୍ତି । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମସ୍ତ ଉଦ୍ୟମ ପଛରେ ଦେଶ ସେବା କରିବାର ପ୍ରେରଣା ଯୋଡି ହୋଇ ରହିଛି ଏବଂ ରାଷ୍ଟ୍ର ଗଠନ ପାଇଁ ସଂକଳ୍ପବଦ୍ଧ ହୋଇ ରହିଛି ।

ସାଧୁସନ୍ଥଙ୍କ ତପସ୍ୟା କେବେ ବିଫଳ ହୁଏ ନାହିଁ, ସେମାନଙ୍କର ସଂକଳ୍ପ କେବେ ଶୂନ୍ୟ ହୁଏ ନାହିଁ ବୋଲି ଶ୍ରୀ ମୋଦୀ କହିଛନ୍ତି । ଦାସତ୍ୱର ମାନସିକତାରୁ ମୁକ୍ତି ତଥା ଆମର ଐତିହ୍ୟ ପାଇଁ ଗର୍ବ ଅନୁଭବ କରିବା ବିଷୟରେ ଲାଲ କିଲ୍ଲାରୁ ତାଙ୍କର ଅଭିଭାଷଣକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଭୟ ବିକାଶ ଏବଂ ଐତିହ୍ୟକୁ ନେଇ ଦେଶ ଆଗକୁ ବଢୁଛି । ଗୋଟିଏ ପଟେ ଡିଜିଟାଲ ଜ୍ଞାନକୌଶଳରେ ଭାରତ ନୂଆ ରେକର୍ଡ ସୃଷ୍ଟି କରୁଥିବାବେଳେ କାଶୀ କରିଡରର ପୁନଃ ର୍ନିମାଣ ପରେ କାଶୀରେ ବିଶ୍ୱନାଥ ଧାମଙ୍କ ଈଶ୍ୱରୀୟ ରୂପ ମଧ୍ୟ ଉଭା ହୋଇଛି । ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ର୍ନିମାଣ ବିଷୟରେ ଉଲ୍ଲେଖ କରିଥିବାବେଳେ କେଦାରନାଥ ଏବଂ ମହାକାଳ ମହାଲୋକ ପରି ତୀର୍ଥଯାତ୍ରାର ମହାନତାକୁ ମଧ୍ୟ ଦେଖିଛନ୍ତି । ଅଯୋଧ୍ୟାରେ ଥିବା ମହାନ ରାମ ମନ୍ଦିରର ସ୍ୱପ୍ନ ମଧ୍ୟ ଶତାବ୍ଦୀ ପରେ ପୂରଣ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଛତ୍ରପତି ଶିବାଜୀ ମହାରାଜଙ୍କ ସମୟର ଚିହ୍ନ ଦେଖାଇଥିବା ନୌସେନାର ନୂତନ ପତାକା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । କର୍ତ୍ତବ୍ୟର ଆବେଗକୁ ଉତ୍ସାହିତ କରିବା ପାଇଁ କର୍ତ୍ତବ୍ୟ ପଥର ନାମ ପରିବର୍ତ୍ତନ କରିବା , ଆଦିବାସୀ ପରମ୍ପରା ତଥା ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବା ପାଇଁ ଦେଶବ୍ୟାପୀ ସଂଗ୍ରହାଳୟର ବିକାଶ ତଥା ଦେଶ ବାହାରକୁ ଚୋରି ତଥା ଚାଲାଣ ହୋଇଥିବା ପବିତ୍ର ପ୍ରାଚୀନ ମୂର୍ତ୍ତିଗୁଡ଼ିକୁ ପୁନଃ ସ୍ଥାପିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ ।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ବିକଶିତ ତଥା ଆଧ୍ୟାତ୍ମିକ ଭାରତର ଧାରଣା ଆମ ସାଧୁମାନଙ୍କ ଦ୍ୱାରା ପ୍ରଦାନ କରାଯାଇଛି ଏବଂ ଆଜି ଜଣେ ଏହା ଅର୍ଥପୂର୍ଣ୍ଣ ହୋଇଥିବାର ଦେଖିପାରିବେ । ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଆମର ସାଧୁ ଓ ସନ୍ଥମାନଙ୍କ ଆଧ୍ୟାତ୍ମିକ ଅଭ୍ୟାସ ଭାରତର ସାମଗ୍ରିକ ବିକାଶ ପାଇଁ ଏଭଳି ଶକ୍ତି ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଏକ ନୂତନ ଭାରତ ଗଠନ କରିବୁ ଏବଂ ବିଶ୍ୱର କଲ୍ୟାଣ ବିଷୟରେ ଆମର ଦୃଷ୍ଟିକୁ ସଫଳ କରିବୁ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୋରଖପୁରର ସାଂସଦ ଶ୍ରୀ ରବି କିଷନ, ସାଧାରଣ ସମ୍ପାଦକ ଶ୍ରୀ ବିଷ୍ଣୁ ପ୍ରସାଦ ଚାନ୍ଦଗୋଠିଆ ଏବଂ ଗୀତା ପ୍ରେସର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ କେଶରାମ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views

Media Coverage

Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings to all civil servants on Civil Services Day
April 21, 2026

The Prime Minister, Shri Narendra Modi extended greetings to all civil servants on Civil Services Day, today. Shri Modi remarked that this is an occasion to further strengthen the resolve to work towards good governance and nation building. "From the grassroots to policy-making, the efforts of civil servants touch countless lives and contribute to India’s progress. May our civil servants continue to serve with excellence, compassion and innovation, upholding the highest standards of duty", Shri Modi said.

Shri Modi posted on X:

"Greetings to all civil servants on Civil Services Day. This is an occasion to further strengthen the resolve to work towards good governance and nation building. From the grassroots to policy-making, the efforts of civil servants touch countless lives and contribute to India’s progress. May our civil servants continue to serve with excellence, compassion and innovation, upholding the highest standards of duty."