ଚିତ୍ରମାୟା ଶିବ ପୁରାଣ ଗ୍ରନ୍ଥର ଉନ୍ମୋଚନ କରିଛନ୍ତି
ଲୀଳା ଚିତ୍ର ମନ୍ଦିର ପରିଦର୍ଶନ କରିଛନ୍ତି
“ଗୀତା ପ୍ରେସ୍ କେବଳ ପ୍ରିଣ୍ଟିଂ ପ୍ରେସ୍ ନୁହେଁ ବରଂ ଜୀବନ୍ତ ବିଶ୍ୱାସ”
“ବାସୁଦେବ ସର୍ବମ ଅର୍ଥାତ ବାସୁଦେବ ହିଁ ସବୁ କିଛି”
“୧୯୨୩ ମସିହାରେ ଗୀତା ପ୍ରେସ୍ ଆକାରରେ ପ୍ରଜ୍ଜ୍ଵଳିତ ହୋଇଥିବା ଆଧ୍ୟାତ୍ମିକ ଆଲୋକ ଆଜି ସମଗ୍ର ମାନବିକତାର ମାର୍ଗଦର୍ଶକ ହୋଇପାରିଛି”
“ଗୀତା ପ୍ରେସ୍ ଭାରତକୁ ଯୋଡିଥାଏ, ଭାରତର ଏକତାକୁ ମଜବୁତ କରେ”
“ଗୀତା ପ୍ରେସ୍ ‘ଏକ ଭାରତ, ଶ୍ରେଷ୍ଠ ଭାରତ'ର ଉତ୍ସାହକୁ ପ୍ରତିନିଧିତ୍ୱ କରେ”
“ଯେତେବେଳେ ଅନ୍ୟାୟ ଏବଂ ଆତଙ୍କ ବୃଦ୍ଧି ପାଇଯାଏ ଏବଂ ସତ୍ୟ ଉପରେ ବାଦଲ ଢାଙ୍କି ହୋଇଯାଏ ସେତେବେଳେ ଭଗବଦ୍ ଗୀତା ସର୍ବଦା ପ୍ରେରଣା ଉତ୍ସ ହୋଇ ରହିଥାଏ”
“ମାନବୀୟ ମୂଲ୍ୟବୋଧ ଏବଂ ଆଦର୍ଶକୁ ପୁନର୍ଜୀବିତ କରିବା ପାଇଁ ଗୀତା ପ୍ରେସ ପରି ସଂଗଠନଗୁଡ଼ିକ ଜନ୍ମ ଗ୍ରହଣ କରିଛନ୍ତି”
“ଆମେ ଏକ ନୂତନ ଭାରତ ଗଠନ କରିବୁ ଏବଂ ବିଶ୍ୱ କଲ୍ୟାଣ ବିଷୟରେ ଆମର ଦୃଷ୍ଟିକୋଣକୁ ସଫଳ କରିବୁ”

ଶ୍ରୀ ହରିଃ । ବସୁଦେବ ସୁତଂ ଦେବଂ, କଂସ ଚାରୁର-ମର୍ଦନମ୍।

ଦେବକି ପରମାନନ୍ଦଂ, କୃଷ୍ଣ ବନ୍ଦେଂ ଜଗତଗୁରୁମ୍ ।।

ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହାଶୟ, ଗୀତା ପ୍ରେସର ଶ୍ରୀ କିଶୋରାମ ଅଗ୍ରୱାଲ ମହାଶୟ, ଶ୍ରୀ ବିଷ୍ଣୁ ପ୍ରସାଦ ମହାଶୟ, ସାଂସଦ ଭାଇ ରବି କିଶନ ମହାଶୟ, ଅନ୍ୟ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ !

ଶ୍ରାବଣର ପବିତ୍ର ମାସ, ଇନ୍ଦ୍ର ଦେବଙ୍କ ଆଶୀର୍ବାଦ, ଶିବାବତାର ଗୁରୁ ଗୋରଖନାଥଙ୍କ ତପସ୍ୟାସ୍ଥଳୀ, ଏବଂ ଅନେକ-ଅନେକ ସନ୍ଥଙ୍କ କର୍ମସ୍ଥଳୀ ହେଉଛି ଏହି ଗୀତା ପ୍ରେସ ଗୋରଖପୁର! ଯେତେବେଳେ ସନ୍ଥମାନଙ୍କର ଆଶୀର୍ବାଦ ଫଳବତୀ ହୋଇଥାଏ, ସେତେବେଳେ ଏଭଳି ସୁଖଦ ସୁଯୋଗର ଲାଭ ମିଳିଥାଏ । ଚଳିତ ଥରର ମୋର ଗୋରଖପୁର ଗସ୍ତ, ‘ବିକାଶ ମଧ୍ୟ, ପରମ୍ପରା ମଧ୍ୟ’ ଏହି ନୀତିର ହେଉଛି ଏକ ଅଦ୍ଭୁତ ଉଦାହରଣ । ମୋତେ ଏବେ ସଚିତ୍ର ଶିବପୁରାଣ ଏବଂ ନେପାଳୀ ଭାଷାରେ ଶିବପୁରାଣର ଉନ୍ମୋଚନ କରିବାର ସୌଭାଗ୍ୟ ମିଳିଛି। ଗୀତା ପ୍ରେସର ଏହି କାର୍ଯ୍ୟକ୍ରମ ପରେ ହିଁ ଗୋରଖପୁର ରେଳ ଷ୍ଟେସନ ଯିବି । ଆଜିଠାରୁ ହିଁ ଗୋରଖପୁର ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଆଉ ମୁଁ ଯେବେ ଠାରୁ ସାମାଜିକ ଗଣମାଧ୍ୟମରେ ଏହାର ଫଟୋଚ୍ଚିତ୍ର ପକାଇଛି, ଲୋକମାନେ ଆଶ୍ଚର୍ଯ୍ୟର ସହିତ ଦେଖୁଛନ୍ତି । ଲୋକମାନେ କେବେ ମଧ୍ୟ ଭାବି ନ ଥିଲେ ଯେ ରେଳ ଷ୍ଟେସନର ମଧ୍ୟ ଏଭଳି ଭାବେ କାୟାକଳ୍ପ ହୋଇ ପାରିବ । ଆଉ ଏହି କାର୍ଯ୍ୟକ୍ରମରେ, ମୁଁ ଗୋରଖପୁରରୁ ଲକ୍ଷନୌଉ ପାଇଁ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇବି । ଆଉ ସେହି ସମୟରେ ଯୋଧପୁରରୁ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ମଧ୍ୟ ଯାତ୍ରା ଆରମ୍ଭ ହେବ। ବନ୍ଦେ ଭାରତ ଟ୍ରେନ, ଦେଶର ମଧ୍ୟମ ବର୍ଗଙ୍କୁ ସୁବିଧାଗୁଡ଼ିକ ସହିତ ସୁଲଭ ଯାତ୍ରାର ନୂତନ ଉଡ଼ାଣ ଦେଇଛି। ଗୋଟିଏ ସମୟ ଥିଲା, ଯେତେବେଳେ ନେତାମାନେ ଚିଠି ଲେଖୁଥିଲେ ଯେ ଆମ ଅଞ୍ଚଳରେ ଏହି ଟ୍ରେନ ରହଣୀ ପାଇଁ ମଞ୍ଜୁରୀ ଦିଅନ୍ତୁ, ସେହି ଟ୍ରେନର ପାସେଞ୍ଜର ହଲ୍ଟ ନିର୍ମାଣ କରାନ୍ତୁ । କିନ୍ତୁ ଆଜି ଦେଶରେ କୋଣ- ଅନୁକୋଣରୁ ନେତାମାନେ ମୋତେ ଚିଠି ଲେଖି କହୁଛନ୍ତି ଯେ ଆମ ଅଞ୍ଚଳରେ ମଧ୍ୟ ବନ୍ଦେ ଭାରତ ଚଳାନ୍ତୁ । ଏହା ହେଉଛି ବନ୍ଦେ ଭାରତର ଏକ ସ୍ୱତନ୍ତ୍ର ଆକର୍ଷଣ । ଏହି ସମସ୍ତ ଆୟୋଜନ ପାଇଁ ମୁଁ ଗୋରଖପୁରର ଲୋକମାନଙ୍କୁ, ଦେଶର ଲୋକମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି।

ସାଥୀଗଣ,

ଗୀତା ପ୍ରେସ ହେଉଛି ବିଶ୍ୱର ଏଭଳି ଏକ ମାତ୍ର ପ୍ରିଣ୍ଟିଂ ପ୍ରେସ, ଯାହା କେବଳ ଗୋଟିଏ ସଂସ୍ଥା ନୁହେଁ, ବରଂ ହେଉଛି ଏକ ଜୀବନ୍ତ ଆସ୍ଥା । ଗୀତା ପ୍ରେସର କାର୍ଯ୍ୟାଳୟ, କୋଟି- କୋଟି ଲୋକମାନଙ୍କ ପାଇଁ କୌଣସି ଏକ ମନ୍ଦିର ଠାରୁ ତିଳେ ମାତ୍ର କମ୍ ନୁହେଁ । ଏହାର ନାମରେ ମଧ୍ୟ ଗୀତା ରହିଛି, ଆଉ ଏହାର କାର୍ଯ୍ୟରେ ମଧ୍ୟ ଗୀତା ରହିଛି । ଆଉ ଯେଉଁଠାରେ ଗୀତା ରହିଛି- ସେହିଠାରେ ସାକ୍ଷାତ କୃଷ୍ଣ ରହିଛନ୍ତି । ଆଉ ଯେଉଁଠାରେ କୃଷ୍ଣ ରହିଛନ୍ତି- ସେହିଠାରେ କରୁଣା ମଧ୍ୟ ରହିଛି, କର୍ମ ମଧ୍ୟ ରହିଛି । ସେହିଠାରେ ଜ୍ଞାନର ବୋଧ ମଧ୍ୟ ରହିଛି ଆଉ ବିଜ୍ଞାନର ଶୋଧ (ଗବେଷଣା) ମଧ୍ୟ ରହିଛି । କାରଣ, ଗୀତାର ବାକ୍ୟ ହେଉଛି- ‘ବାସୁଦେବଃ ସର୍ବମ। ସବୁକିଛି ହେଉଛି ବାସୁଦେବମୟ, ସବୁକିଛି ବାସୁଦେବଙ୍କ ଠାରୁ ହିଁ ରହିଛି, ସବୁକିଛି ବାସୁଦେବଙ୍କ ଠାରେ ହିଁ ରହିଛି।

ଭାଇ ଓ ଭଉଣୀମାନେ,

1923ରେ ଗୀତା ପ୍ରେସ ରୂପରେ ଏହିଠାରେ ଯେଉଁ ଆଧ୍ୟାତ୍ମିକ ଜ୍ୟୋତି ପ୍ରଜ୍ଜ୍ୱଳିତ ହେଲା, ଆଜି ତାହାର ପ୍ରକାଶ ସମଗ୍ର ମାନବତା ପାଇଁ ମାର୍ଗଦର୍ଶନ କରୁଛି । ଆମର ଏହା ହେଉଛି ସୌଭାଗ୍ୟ ଯେ ଆମେ ସମସ୍ତେ ଏହି ମାନବୀୟ ମିଶନର ଶତାବ୍ଦୀର ସାକ୍ଷୀ ହୋଇ ପାରିଛେ । ଏହି ଐତିହାସିକ ଅବସରରେ ହିଁ ଆମ ସରକାର ଗୀତା ପ୍ରେସକୁ ଗାନ୍ଧି ଶାନ୍ତି ପୁରସ୍କାର ମଧ୍ୟ ଦେଇଛନ୍ତି। ଗାନ୍ଧିଜୀଙ୍କର ଗୀତା ପ୍ରେସ ସହିତ ଭାବନାତ୍ମକ ସମ୍ପର୍କ ରହିଥିଲା । ଏକ ସମୟ ଥିଲା, ଗାନ୍ଧିଜୀ, କଲ୍ୟାଣ ପତ୍ରିକା ମାଧ୍ୟମରେ ଗୀତା ପ୍ରେସ ପାଇଁ ଲେଖୁଥିଲେ । ଆଉ ମୋତେ ଅବଗତ କରାଯାଇଥିଲା ଯେ ଗାନ୍ଧିଜୀ ହିଁ ପରାମର୍ଶ ଦେଇଥିଲେ ଯେ କଲ୍ୟାଣ ପତ୍ରିକାରେ ବିଜ୍ଞାପନ ପ୍ରକାଶିତ କରା ନ ଯାଉ। କଲ୍ୟାଣ ପତ୍ରିକା ଆଜି ମଧ୍ୟ ଗାନ୍ଧି ଜୀଙ୍କର ପରାମର୍ଶକୁ ଶତ ପ୍ରତିଶତ ଅନୁସରଣ କରି ଆସୁଛନ୍ତି । ମୁଁ ଖୁସି ଯେ ଆଜି ଏହି ପୁରସ୍କାର ଗୀତା ପ୍ରେସକୁ ମିଳିଛି । ଏହା ହେଉଛି ଦେଶର ଏବଂ ଗୀତା ପ୍ରେସର ସମ୍ମାନ, ଏହାର ଯୋଗଦାନର ସମ୍ମାନ, ଆଉ ଏହା ହେଉଛି ଏହାର 100 ବର୍ଷର ପରମ୍ପରାର ସମ୍ମାନ। ଏହି 100 ବର୍ଷ ମଧ୍ୟରେ ଗୀତା ପ୍ରେସ ଦ୍ୱାରା କୋଟି- କୋଟି ପୁସ୍ତକମାନ ପ୍ରକାଶିତ ହୋଇ ସାରିଛି। ପରିସଂଖ୍ୟାନରେ କେବେ କେହି 70 କୁହନ୍ତି, କେହି 80 କୁହନ୍ତି, କେହି 90 କୋଟି କୁହନ୍ତି ! ଏହି ସଂଖ୍ୟା କାହାକୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରି ପାରେ । ଆଉ ଏହି ପୁସ୍ତକଗୁଡ଼ିକ ଖର୍ଚ୍ଚ ଠାରୁ ମଧ୍ୟ କମ୍ ମୂଲ୍ୟରେ ବିକ୍ରି ହେଉଛି, ଘରେ- ଘରେ ପହଞ୍ଚା ଯାଉଛି । ଆପଣ କଳ୍ପନା କରି ପାରିବେ, ଏହି ବିଦ୍ୟା ପ୍ରବାହ କେତେ ହିଁ ଲୋକଙ୍କୁ ଆଧ୍ୟାତ୍ମିକ- ବୌଦ୍ଧିକ ତୃପ୍ତି ଦେଇଥିବ । ସମାଜ ପାଇଁ କେତେ ହିଁ ସମର୍ପିତ ନାଗରିକଙ୍କୁ ସୃଷ୍ଟି କରିଥିବ । ମୁଁ ସେହି ବିଭୂତିମାନଙ୍କୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ଏହି ଯଜ୍ଞରେ ନିଷ୍କାମ ଭାବନାର ସହିତ, ବିନା କୌଣସି ପ୍ରଚାର ଦ୍ୱାରା, ନିଜର ସହଯୋଗ ଦେଇ ଚାଲିଛନ୍ତି । ମୁଁ ଏହି ଅବସରରେ ସେଠଜୀ ଶ୍ରୀ ଜୟଦୟାଲ ଗୋୟନ୍ଦକା, ଆଉ ଭାଇଜୀ ଶ୍ରୀ ହନୁମାନ ପ୍ରସାଦ ପୋଦ୍ଦାରଙ୍କ ଭଳି ବିଭୂତିମାନଙ୍କ ପ୍ରତି ନିଜର ଶ୍ରଦ୍ଧାଞ୍ଜଳୀ ମଧ୍ୟ ଅର୍ପଣ କରୁଛି।

ସାଥୀଗଣ,

ଗୀତା ପ୍ରେସ ଭଳି ସଂସ୍ଥା କେବଳ ଧର୍ମ ଏବଂ କର୍ମ ସହିତ ହିଁ ଯୋଡ଼ି ହୋଇ ନାହିଁ, ବରଂ ଏହାର ଏକ ରାଷ୍ଟ୍ରୀୟ ଚରିତ୍ର ମଧ୍ୟ ରହିଛି । ଗୀତା ପ୍ରେସ, ଭାରତକୁ ଯୋଡ଼ୁଛି, ଭାରତର ଐକବଦ୍ଧତାକୁ ସଶକ୍ତ କରୁଛି । ସାରା ଦେଶରେ ଏହାର 20 ଶାଖା ରହିଛି । ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ରେଳ ଷ୍ଟେସନରେ ଆମକୁ ଗୀତା ପ୍ରେସର ଷ୍ଟଲ ଦେଖିବାକୁ ମିଳୁଛି। 15ଟି ଭିନ୍ନ- ଭିନ୍ନ ଭାଷାରେ ଏଠାରୁ ପ୍ରାୟ 16ଶହ ପ୍ରକାଶନ ହୋଇଥାଏ । ଗୀତା ପ୍ରେସ ଭିନ୍ନ –ଭିନ୍ନ ଭାଷାରେ ଭାରତର ମୌଳିକ ଚିନ୍ତାଧାରାକୁ ଜନ- ଜନ ପର୍ଯ୍ୟନ୍ତ ପହଞ୍ଚାଉଛି । ଗୀତା ପ୍ରେସ ଏକ ପ୍ରକାରରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ପ୍ରତିନିଧିତ୍ୱ ଦେଉଛି ।

ସାଥୀଗଣ,

ଗୀତା ପ୍ରେସ ନିଜର ଶହେ ବର୍ଷର ଏହି ଯାତ୍ରା ଏଭଳି ଏକ ସମୟରେ ସମ୍ପୂର୍ଣ୍ଣ କରିଛି, ଯେତେବେଳେ ଦେଶ ନିଜ ସ୍ୱାଧୀନତାର 75 ବର୍ଷ ପାଳନ କରୁଛି । ଏହି ପ୍ରକାରର ଯୋଗ କେବଳ ଏକ ସଂଯୋଗ ହୋଇ ନ ଥାଏ । 1947 ପୂର୍ବରୁ ଭାରତ ନିରନ୍ତର ନିଜର ପୁନଃଜାଗରଣ ପାଇଁ ଭିନ୍ନ- ଭିନ୍ନ କ୍ଷେତ୍ରରେ ପ୍ରୟାସ କଲା । ଭିନ୍ନ- ଭିନ୍ନ ସଂସ୍ଥାନ ଗୁଡ଼ିକ ଭାରତର ଆତ୍ମାକୁ ଜାଗ୍ରତ କରିବା ପାଇଁ ଆକାର ନେଲା । ଏହାର ପରିଣାମ ଥିଲା ଯେ 1947 ଆସୁ- ଆସୁ ଭାରତ ମନ ଏବଂ ମାନସରେ ପରାଧୀନତାର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲା। ଗୀତା ପ୍ରେସର ସ୍ଥପନା ମଧ୍ୟ ଏହାର ଏକ ବହୁତ ବଡ଼ ଆଧାର ହେଲା । ଶହେ ବର୍ଷ ପୂର୍ବର ଏଭଳି ସମୟ ଯେତେବେଳେ ଶତାବ୍ଦୀ ଶତାବ୍ଦୀର ପରାଧୀନତା ଭାରତର ଚେତନାକୁ ଧୂମିଳ କରି ଦେଇଥିଲା । ଆପଣମାନେ ମଧ୍ୟ ଜାଣିଛନ୍ତି ଯେ ଏହା ଠାରୁ ମଧ୍ୟ ଶହ- ଶହ ବର୍ଷ ପୂର୍ବରୁ ବିଦେଶୀ ଆକ୍ରମଣକାରୀମାନେ, ଆମର ପୁସ୍ତକାଳୟଗୁଡ଼ିକୁ ଜଳାଇ ଦେଇଥିଲେ। ଇଂଗ୍ରେଜମାନଙ୍କ ଶାସନ ସମୟରେ ଗୁରୁକୁଳ ଏବଂ ଗୁରୁ ପରମ୍ପରା ପ୍ରାୟତଃ ନଷ୍ଟ କରି ଦିଆ ଯାଇଥିଲା। ଏଭଳି ସମୟରେ ସ୍ୱାଭାବିକ ଥିଲା ଯେ, ଜ୍ଞାନ ଏବଂ ପରମ୍ପରା ଲୁପ୍ତ ହୋଇ ଯିବାର ସୀମାରେଖାରେ ଥିଲା। ଆମର ପୂଜ୍ୟ ଗ୍ରନ୍ଥମାନ ଉଭାନ ହେବାରେ ଲାଗିଥିଲେ। ଯେଉଁ ପ୍ରିଣ୍ଟିଂ ପ୍ରେସ୍ ଭାରତରେ ଥିଲା ସେମାନେ ଚଢ଼ା ଦାମ କାରଣରୁ ସାଧାରଣ ମଣିଷଙ୍କ ହାତ ପାହାନ୍ତା ଠାରୁ ବହୁ ଦୂରରେ ଥିଲେ। ଆପଣ କଳ୍ପନା କରନ୍ତୁ, ଗୀତା ଏବଂ ରାମାୟଣ ବିନା ଆମ ସମାଜ କିଭଳି ଚାଲୁଥିବ ? ଯେତେବେଳେ ମୂଲ୍ୟବୋଧ ଏବଂ ଆଦର୍ଶ ସବୁର ସ୍ରୋତ ହିଁ ଶୁଖିବାକୁ ଲାଗେ, ତେବେ ସମାଜର ପ୍ରବାହ ଆପେ- ଆପେ ଥମିବାକୁ ଲାଗେ। କିନ୍ତୁ ସାଥୀଗଣ, ଆମ୍ଭମାନଙ୍କୁ ଆଉ ଗୋଟିଏ କଥା ମନେ ରଖିବାକୁ ପଡ଼ିବ। ଆମର ଭାରତର ଅନାଦି କାଳର ଯାତ୍ରାରେ ଏଭଳି କେତେ ହିଁ ସୋପାନ ଆସିଛି, ଯେତେବେଳେ ଆମେ, ଆହୁରି ଅଧିକ ପରିଷ୍କୃତ ହୋଇ ବାହାରିଛେ। କେତେ ହିଁ ଥର ଅଧର୍ମ ଏବଂ ଆତଙ୍କ ବଳବାନ ହୋଇଛି, କେତେ ହିଁ ଥର ସତ୍ୟ ଉପରେ ସଙ୍କଟର ବାଦଲ ଘନେଇ ଆସିଛି, କିନ୍ତୁ ସେତେବେଳେ ଆମକୁ ଭଗବତ ଗୀତାରୁ ହିଁ ସବୁଠାରୁ ବଡ଼ ବିଶ୍ୱାସ ମିଳିଥାଏ- ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ। ଅଭ୍ୟୁତଥାନମଧର୍ମସ୍ୟ ତଦାଃତ୍ମାନଂ ସୃଜାମ୍ୟହମ୍।। ଅର୍ଥାତ୍, ଯେବେ- ଯେବେ ଧର୍ମର ସତ୍ତା ଉପରେ, ସତ୍ୟର ସତ୍ତା ଉପରେ ସଙ୍କଟ ଆସିଥାଏ, ତେବେ- ତେବେ ଈଶ୍ୱର ତାହାର ରକ୍ଷା ପାଇଁ ପ୍ରକଟ ହୁଅନ୍ତି। ଆଉ, ଗୀତାର ଦଶମ ଅଧ୍ୟାୟ ଏହା କହିଥାଏ ଯେ ଈଶ୍ୱର କେତେ ହିଁ ବିଭୂତିର ରୂପରେ ସାମ୍ନାକୁ ଆସି ପାରନ୍ତି । କେବେ କୌଣସି ସନ୍ଥ ଆସି ସମାଜକୁ ନୂତନ ଦିଗଦର୍ଶନ ଦେଖାଇ ଥାଆନ୍ତି । ପୁଣି ଆଉ କେବେ ଗୀତା ପ୍ରେସ ଭଳି ସଂସ୍ଥା ମନବୀୟ ମୂଲ୍ୟବୋଧ ଏବଂ ଆଦର୍ଶଗୁଡ଼ିକୁ ପୁନଃର୍ଜୀବିତ କରିବା ପାଇଁ ଜନ୍ମ ନେଇଥାଏ। ଏଥିପାଇଁ ହିଁ, 1923ରେ ଯେତେବେଳେ ଗୀତା ପ୍ରେସ କାର୍ଯ୍ୟ କରିବା ଆରମ୍ଭ କରିଥିଲା ତେବେ ଭାରତ ପାଇଁ ମଧ୍ୟ ତାହାର ଚେତନା ଏବଂ ଚିନ୍ତନର ପ୍ରବାହ ଦ୍ରୁତ ହୋଇ ଯାଇଥିଲା। ଗୀତା ସମେତ ଆମର ଧର୍ମଗ୍ରନ୍ଥ ପୁଣି ଥରେ ଘରେ- ଘରେ ଗୁଞ୍ଜରିତ ହେବାକୁ ଲାଗୁ। ମାନସ ପୁଣିଥରେ ଭାରତର ମାନସ ସହିତ ମିଳିମିଶି ଗଲା । ଏହି ଗ୍ରନ୍ଥଗୁଡ଼ିକ ସହିତ ପାରିବାରିକ ପରମ୍ପରା ଗୁଡ଼ିକ ଏବଂ ନୂତନ ପିଢ଼ୀମାନେ ଯୋଡ଼ି ହେବାକୁ ଲାଗିଲେ, ଆମର ପବିତ୍ର ଗ୍ରନ୍ଥ ଆଗାମୀ ପିଢ଼ୀମାନଙ୍କ ପାଇଁ ଥାତି ହେବାକୁ ଲାଗିଲା।

ସାଥୀଗଣ,

ଗୀତା ପ୍ରେସ ମଧ୍ୟ ହେଉଛି ଏହି କଥାର ପ୍ରମାଣ ଯେ ଯେତେବେଳେ ଆପଣଙ୍କର ଉଦ୍ଦେଶ୍ୟ ପବିତ୍ର ହୋଇଥାଏ, ଆପଣଙ୍କର ମୂଲ୍ୟବୋଧ ପବିତ୍ର ହୋଇଥାଏ ସେତେବେଳେ ସଫଳତା ଆପଣଙ୍କର ପର୍ଯ୍ୟାୟ ହୋଇ ଯାଇଥାଏ। ଗୀତା ପ୍ରେସ ହେଉଛି ଏଭଳି ଏକ ସଂସ୍ଥାନ, ଯିଏ ଆମର ସାମାଜିକ ମୂଲ୍ୟବୋଧ ଗୁଡ଼ିକୁ ସମୃଦ୍ଧ କରିଛି, ଲୋକମାନଙ୍କୁ କର୍ତ୍ତବ୍ୟ ପଥର ମାର୍ଗ ପ୍ରଦର୍ଶନ କରିଛି । ଗଙ୍ଗା ମାତାଙ୍କ ସ୍ୱଚ୍ଛତାର କଥା ହେଉ, ଯୋଗ ବିଜ୍ଞାନର କଥା ହେଉ, ପତଞ୍ଜଳି ଯୋଗସୂତ୍ରର ପ୍ରକାଶନ ହେଉ, ଆୟୂର୍ବେଦ ସହିତ ଜଡ଼ିତ ଆରୋଗ୍ୟ ଅଙ୍କ ହେଉ, ଭାରତୀୟ ଜୀବନଶୈଳୀ ସହିତ ଲୋକମାନଙ୍କୁ ପରିଚିତ କରାଇବା ପାଇଁ ‘ଜୀବନଚର୍ଯ୍ୟା ଅଙ୍କ’ ହେଉ, ସମାଜରେ ସେବାର ଆଦର୍ଶଗୁଡ଼ିକୁ ସୁଦୃଢ଼ କରିବା ପାଇଁ ‘ସେବା ଅଙ୍କ’ ଏବଂ ‘ଦାନ ମହିମା’ ହେଉ, ଏହି ସବୁ ପ୍ରୟାସଗୁଡ଼ିକ ପଛରେ, ରାଷ୍ଟ୍ର ସେବାର ପ୍ରେରଣା ଯୋଡ଼ି ହୋଇ ରହିଛି, ରାଷ୍ଟ୍ର ନିର୍ମାଣର ସଂକଳ୍ପ ରହିଛି।

ସାଥୀଗଣ,

ସନ୍ଥମାନଙ୍କର ତପସ୍ୟା କେବେ ହେଲେ ମଧ୍ୟ ନିଷ୍ଫଳ ହୋଇ ନ ଥାଏ, ସେମାନଙ୍କର ସଂକଳ୍ପ କେବେ ହେଲେ ମଧ୍ୟ ଶୂନ୍ୟ ହୋଇ ନ ଥାଏ। ଏହିସବୁ ସଂକଳ୍ପ ଗୁଡ଼ିକର ପରିଣାମ ହେଉଛି ଯେ, ଆଜି ଆମର ଭାରତ ସଫଳତାର ନିତ୍ୟ ନୂତନ କୀର୍ତ୍ତି ସ୍ଥାପିତ କରୁଛି । ମୁଁ ଲାଲକିଲ୍ଲାରୁ କହିଥିଲି, ଆଉ ଆପଣମାନଙ୍କର ମନେ ଥିବ, ମୁଁ ଲାଲକିଲ୍ଲାରୁ କହିଥିଲି ଯେ ଏହି ସମୟ ହେଉଛି ପରାଧୀନତାର ମାନସିକତାରୁ ମୁକ୍ତ ହୋଇ ନିଜର ପରମ୍ପରା ଉପରେ ଗର୍ବ କରିବାର ସମୟ। ଆଉ ଏଥିପାଇଁ, ଆରମ୍ଭରୁ ମଧ୍ୟ ମୁଁ କହିଥିଲି, ଆଜି ଦେଶ ବିକାଶ ଏବଂ ପରମ୍ପରା ଦୁଇଟିକୁ ସାଙ୍ଗରେ ନେଇ ଚାଲୁଛି । ଆଜି ଗୋଟିଏ ପଟେ ଭାରତ ଡିଜିଟାଲ ଟେକ୍ନୋଲୋଜିରେ ନୂତନ ରେକର୍ଡମାନ ସ୍ଥାପନ କରୁଛି, ତେବେ ଏହା ସହିତ, ଶତାବ୍ଦୀ ପରେ କାଶୀରେ ବିଶ୍ୱନାଥ ଧାମର ଦିବ୍ୟ ସ୍ୱରୂପ ମଧ୍ୟ ଦେଶ ସାମ୍ନାରେ ପ୍ରକଟ ହୋଇଛି । ଆଜି ଆମେ ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରୁଛେ, ତେବେ ଏହା ସହିତ କେଦାରନାଥ ଏବଂ ମହାକାଳ ମହାଲୋକ ଭଳି ତୀର୍ଥ ଗୁଡ଼ିକର ଭବ୍ୟତାର ସାକ୍ଷୀ ମଧ୍ୟ ହୋଇ ପାରୁଛୁ । ଶତାବ୍ଦୀ ପରେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପାଇଁ ଆମର ରହିଥିବା ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଆମେ ସ୍ୱାଧୀନତାର 75ବର୍ଷ ପରେ ମଧ୍ୟ ଆମର ନୌସେନାର ପତାକାରେ ପରାଧୀନତାର ପ୍ରତୀକ ଚିହ୍ନକୁ ବୋହି ଚାଲିଥିଲେ । ଆମ ରାଜଧାନୀ ଦିଲ୍ଲୀରେ, ଭାରତୀୟ ସଂସଦର ପାଖରେ ଇଂରାଜୀ ପରମ୍ପରା ଉପରେ ଚାଲୁଥିଲା। ଆମେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଏଗୁଡ଼ିକୁ ପରିବର୍ତ୍ତନ କରିବାର କାର୍ଯ୍ୟ କରିଛୁ । ଆମେ ଆମର ଐତିହ୍ୟକୁ, ଭାରତୀୟ ବିଚାରଧାରାଗୁଡ଼ିକୁ ସେହି ସ୍ଥାନ ଦେଇଛୁ, ଯାହା ସେମାନଙ୍କୁ ମିଳିବା ଉଚିତ ଥିଲା । ଏଥିପାଇଁ, ଏବେ ଭାରତର ନୌସେନାର ପତାକାରେ ଛତ୍ରପତି ଶୀବାଜୀ ମହାରାଜଙ୍କ ସମୟର ଚିହ୍ନ ଦେଖା ଯାଉଛି। ଏବେ ପରାଧୀନତାର ସମୟର ରାଜପଥ, କର୍ତ୍ତବ୍ୟପଥ ହୋଇ କର୍ତ୍ତବ୍ୟ ଭାବନାର ପ୍ରେରଣା ପ୍ରଦାନ କରୁଛି । ଆଜି ଦେଶର ଜନ-ଜାତୀୟ ପରମ୍ପରାର ସମ୍ମାନ କରିବା ପାଇଁ, ସମଗ୍ର ଦେଶରେ ଜନଜାତୀୟ ସ୍ବଧୀନତା ସଂଗ୍ରାମୀ ସଂଗ୍ରହାଳୟ ନିର୍ମାଣ କରାଯାଉଛି । ଆମର ଯେଉଁ ପବିତ୍ର ପ୍ରାଚୀନ ମୂର୍ତ୍ତୀମାନ ଚୋରୀ କରି ଦେଶ ବାହାରକୁ ପଠାଇ ଦିଆ ଯାଇଥିଲା, ସେଗୁଡ଼ିକୁ ମଧ୍ୟ ଏବେ ଆମ ମନ୍ଦିରଗୁଡ଼ିକୁ ଫେରାଇ ଅଣାଯାଉଛି । ଯେଉଁ ବିକଶିତ ଏବଂ ଆଧ୍ୟାତ୍ମିକ ଭାରତର ବିଚାରଧାରା ଆମର ମନିଷୀମାନେ ଆମକୁ ଦେଇଛନ୍ତି, ଆଜି ଆମେ ତାହାକୁ ସାର୍ଥକ ହେବାର ଦେଖୁଛୁ । ମୋର ବିଶ୍ୱାସ ରହିଛି ଯେ, ଆମର ସନ୍ଥଗଣ- ଋଷିଗଣ, ମୁନୀଗଣ ତାଙ୍କର ଆଧ୍ୟାତ୍ମିକ ସାଧନା ଭାରତର ସର୍ବାଙ୍ଗୀନ ବିକାଶକୁ ଏହିଭଳି ହିଁ ଉର୍ଜ୍ଜା ପ୍ରଦାନ କରି ଚାଲିବ । ଆମେ ଏକ ନୂତନ ଭାରତର ନିର୍ମାଣ କରିବା, ଆଉ ବିଶ୍ୱ କଲ୍ୟାଣର ନିଜର ଭାବନାକୁ ସଫଳ କରିବା । ଏହା ସହିତ ଆପଣମାନେ ସମସ୍ତେ ଏହି ପବିତ୍ର ଅବସରରେ ମୋତେ ଆପଣମାନଙ୍କ ଗହଣକୁ ଆସିବାର ସୁଯୋଗ ଦେଲେ ଆଉ ମୋତେ ମଧ୍ୟ ଏହି ପବିତ୍ର କାର୍ଯ୍ୟରେ କିଛି କ୍ଷଣ ପାଇଁ ହେଉ ନା କାହିଁକି ଆପଣମାନଙ୍କ ଗହଣରେ ବିତାଇବାର ସୁଯୋଗ ମିଳିଲା, ଏହା ହେଉଛି ମୋ ଜୀବନର ସୌଭାଗ୍ୟ। ଆପଣ ସମସ୍ତଙ୍କୁ ମୁଁ ଆଉ ଥରେ ପୁଣି ହୃଦୟର ସହିତ ବହୁତ- ବହୁତ ଧନ୍ୟବାଦ ଜଣାଉଛି, ବହୁତ- ବହୁତ ଶୁଭକାମନା ପ୍ରଦାନ ଜଣାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership