ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୨ ଅଗଷ୍ଟ ୨୦୨୩ ରେ ଜୋହାନ୍ସବର୍ଗ ଠାରେ ବ୍ରିକ୍ସ ବିଜନେସ ଫୋରମ ଲିଡର୍ସ ଡାଇଲଗ (ବ୍ରିକ୍ସ ବ୍ୟବସାୟ ମଂଚ ନେତୃ ମଣ୍ଡଳୀଙ୍କ ଆଲୋଚନା) ରେ ଅଂଶଗ୍ରହଣ କରିଛନ୍ତି ।

ବ୍ରିକ୍ସ ବିଜନେସ ଫୋରମର ଆଲୋଚନା ସମ୍ପର୍କରେ ନେତା ମାନଙ୍କୁ ଅବଗତ କରାଯାଇଥିଲା ।

ସାମାଜିକ ଓ ଅର୍ଥନୈତିକ ଆହ୍ୱାନ ଗୁଡିକର ମୁକାବିଲା କରିବା ପାଇଁ ପ୍ରଯୁକ୍ତି ଭିତ୍ତିକ ସମାଧାନ ଗୁଡିକ ସମେତ ବ୍ୟବସାୟକୁ ସୁଗମ କରିବା ନିମନ୍ତେ ଭାରତ ଗ୍ରହଣ କରୁଥିବା ବିଭିନ୍ନ ସଂସ୍କାର ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଭାରତର ବିକାଶମୂଳକ ଯାତ୍ରାରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ବ୍ରିକ୍ସ ବ୍ୟବସାୟୀ ନେତା ମାନଙ୍କୁ ଆମନ୍ତ୍ରଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କୋଭିଡ୍ ସହାୟତା ଭିତ୍ତିକ ଏବଂ ଅନ୍ତର୍ଭୁକ୍ତି ଯୋଗାଣ ଶୃଙ୍ଖଳାର ଗୁରୁତ୍ୱ ଉପରେ ଆଲୋକପାତ କରି ଦେଇଛି ଏବଂ ଏହି କାରଣରୁ ପାରସ୍ପରିକ ବିଶ୍ୱାସ ଏବଂ ସ୍ୱଚ୍ଛତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯିବା ଦରକାର ।

ବ୍ରିକ୍ସ ମିଳିତ ଭାବେ ବିଶ୍ୱ କଲ୍ୟାଣ, ବିଶେଷ କରି ଦକ୍ଷିଣ ବିଶ୍ୱର କଲ୍ୟାଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇ ପାରିବ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth