ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅକ୍ଲାଣ୍ଡଠାରେ ଆୟୋଜିତ “କିଆ ଓରା ମୋଦୀ” କାର୍ଯ୍ୟକ୍ରମରେ ନ୍ୟୁଜିଲ୍ୟାଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମାରୋହରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ କ୍ରିଷ୍ଟୋଫର ଲକ୍ସନ ମଧ୍ୟ ସାମିଲ ହୋଇଥିଲେ। ପ୍ରାୟ ୧୦,୦୦୦ରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତି ଯୋଗୁଁ ଏହି ସମାବେଶ ଆନ୍ତରିକତା, ଶକ୍ତି ଏବଂ ବେଶ୍ ଉତ୍ସାହରେ ପରିପୂର୍ଣ୍ଣ ଥିଲା। 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିଜର ଅଭିଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଲକ୍ସନଙ୍କୁ ତାଙ୍କର ଗାରିମାମୟ ଉପସ୍ଥିତି ଏବଂ କିୱି-ଭାରତୀୟ ସମୁଦାୟର କଲ୍ୟାଣ ସମେତ ଦ୍ୱିପାକ୍ଷିକ ସହଭାଗିତା ପାଇଁ ତାଙ୍କର ସମର୍ଥନ ନିମନ୍ତେ ଧନ୍ୟବାଦ ଜଣାଇଥିଲେ। ଏହି ସମୁଦାୟ ପକ୍ଷରୁ ତାଙ୍କୁ ଦିଆଯାଇଥିବା ବିଶେଷ ସ୍ୱାଗତକୁ ସେ ପ୍ରଶଂସା କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଦୃଢ ସଂକଳ୍ପ, କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ କିୱି ଭାରତୀୟ ସମୁଦାୟ ଏକ ଗତିଶୀଳ ଶକ୍ତି ଭାବରେ ଉଭା ହୋଇଛି, ଯାହା ନ୍ୟୁଜିଲ୍ୟାଣ୍ଡର ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି।  

ନ୍ୟୁଜିଲ୍ୟାଣ୍ଡର ବହୁସାଂସ୍କୃତିକ ସମାଜକୁ ସମୃଦ୍ଧ କରିବା ସହିତ ନିଜର ସଂସ୍କୃତି, ପର୍ବପର୍ବାଣୀ ଏବଂ ପରମ୍ପରାକୁ ବଜାୟ ରଖିଥିବାରୁ ପ୍ରଧାନମନ୍ତ୍ରୀ ଏହି ସମୁଦାୟକୁ ପ୍ରଶଂସା କରିଥିଲେ। ସେ ବିଶେଷ କରି ସମୁଦାୟର 'ସେବା' (ସ୍ୱାର୍ଥହୀନ ସେବା) ମନୋଭାବକୁ ପ୍ରଶଂସା କରି ସେମାନଙ୍କର ସ୍ୱେଚ୍ଛାସେବୀ ମନୋଭାବ, ଦାନଶୀଳତା ଏବଂ ଗୋଷ୍ଠୀ କଲ୍ୟାଣର ଅନନ୍ୟ ରେକର୍ଡ ବିଷୟରେ ଉଲ୍ଲେଖ କରିଥିଲେ। 

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଏହି ସମାବେଶ ହୁଏତ ଭାରତୀୟ ପ୍ରବାସୀମାନଙ୍କର ହୋଇଥାଇପାରେ, କିନ୍ତୁ ପ୍ରକୃତରେ ଏହା ଥିଲା ଭାରତ-ନ୍ୟୁଜିଲ୍ୟାଣ୍ଡ ବନ୍ଧୁତା, କ୍ରୀଡ଼ା ସମ୍ପର୍କ ଏବଂ ସେମାନଙ୍କର ଆର୍ଥିକ ସହଭାଗିତାର ଏକ ମହୋତ୍ସବ। ୨୦୨୬ ମସିହା କ୍ରୀଡ଼ା ସହଯୋଗର ୧୦୦ ବର୍ଷ ପୂର୍ତ୍ତିକୁ ସୂଚାଉଥିବା ଉଲ୍ଲେଖ କରି ସେ କହିଥିଲେ ଯେ, ଉଭୟ ଦେଶ ନିଜର କ୍ରୀଡ଼ା ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଆଗ୍ରହୀ ଅଛନ୍ତି। ସ୍ଥାନୀୟ ମାଓରି ସଂସ୍କୃତିର ସମାବେଶୀ ଏବଂ ସ୍ଥାୟୀ ଆଭିମୁଖ୍ୟକୁ ପ୍ରଶଂସା କରି ସେ କହିଥିଲେ ଯେ, ଭାରତ ମଧ୍ୟ ଏକ ବିକାଶ ପଥରେ ଆଗକୁ ବଢୁଛି ଯାହା ଐତିହ୍ୟ ସହିତ ପ୍ରଗତିକୁ ଯୋଡ଼ିଥାଏ। 

ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟକୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବନ୍ଧୁତା, ବିଶ୍ୱାସ ଏବଂ ସହଯୋଗର ଏକ ସେତୁ ଭାବରେ କାର୍ଯ୍ୟ ଜାରି ରଖିବାକୁ ଆହ୍ୱାନ କରିଛନ୍ତି, ଯାହାଫଳରେ ଉଭୟ ଦେଶର ମଙ୍ଗଳ ପାଇଁ ଏହି ରଣନୀତିକ ସହଭାଗିତାର ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ବାସ୍ତବ ରୂପ ଦିଆଯାଇପାରିବ। 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI — an eventful journey

Media Coverage

UPI — an eventful journey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 25, 2026
August 25, 2026

Nari Shakti to Capital Markets: PM Modi’s Reforms Are Rewiring India’s Growth Story