ମହାମହିମ ନରଓ୍ବେର ପ୍ରଧାନମନ୍ତ୍ରୀ,

ଦୁଇ ଦେଶର ପ୍ରତିନିଧିମଣ୍ଡଳ,

ଗଣମାଧ୍ୟମ ସହଯୋଗୀ, 

ନମସ୍କାର!

ନରଓ୍ବେ ଯାତ୍ରା କରି ମୁଁ ବେଶ ଆନନ୍ଦ ଅନୁଭବ କରୁଛି। ଏହି ଦେଶ ପ୍ରକୃତି ଓ ମାନବ ପ୍ରଗତି ମଧ୍ୟରେ ସମନ୍ବୟର ଏକ ସୁନ୍ଦର ଉଦାହରଣ। 

ପ୍ରଥମତଃ ପ୍ରଧାନମନ୍ତ୍ରୀଙ୍କ ଏହି ଆତ୍ମୀୟତାଭରା ସ୍ବାଗତ ପାଇଁ ମୁଁ ତାଙ୍କୁ ହୃଦୟର ସହ କୃତଜ୍ଞତା ଜ୍ଞାପନ କରୁଛି। ଗତକାଲି, ନରୱେ ସମ୍ବିଧାନ ଦିବସର ଗୁରୁତ୍ୱପୂର୍ଣ୍ଣ ଅବସରରେ, ବିଶ୍ୱର ବୃହତ୍ତମ ଗଣତନ୍ତ୍ର ପକ୍ଷରୁ, ମୁଁ ନରୱେ ଭଳି ଏକ ସୁଦୃଢ଼ ଏବଂ ଜୀବନ୍ତ ଗଣତନ୍ତ୍ରର ଲୋକମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।

ଗତବର୍ଷ ମୋର ନରୱେ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଏହି ଯାତ୍ରା ସ୍ଥଗିତ ରଖିବାକୁ ପଡିଥିଲା। ସେହି କଠିନ ସମୟରେ, ନରୱେ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ଭାରତ ସହିତ ଦୃଢ଼ ଭାବରେ ଠିଆ ହୋଇ ପ୍ରକୃତ ବନ୍ଧୁତା ପ୍ରଦର୍ଶନ କରିଥିଲା। ଆଜି, ମୁଁ ନରୱେ ଗସ୍ତ କରୁଥିବା ସମୟରେ, ସେହି ସମର୍ଥନ ପାଇଁ ମୁଁ ମୋର ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି।

ବନ୍ଧୁଗଣ,

ଆଜି ବିଶ୍ୱ ଅସ୍ଥିରତା ଏବଂ ଅନିଶ୍ଚିତତାର ଏକ ପର୍ଯ୍ୟାୟ ଦେଇ ଗତି କରୁଛି। ୟୁକ୍ରେନ ହେଉ କିମ୍ବା ପଶ୍ଚିମ ଏସିଆ, ବିଶ୍ୱର ଅନେକ ସ୍ଥାନରେ ସଂଘର୍ଷ ଜାରି ରହିଛି। ଏପରି ସ୍ଥିତିରେ ଭାରତ ଏବଂ ୟୁରୋପ ସେମାନଙ୍କ ସମ୍ପର୍କରେ ଏକ ନୂତନ ସୁବର୍ଣ୍ଣ ଯୁଗରେ ପ୍ରବେଶ କରୁଛନ୍ତି।

ଗତ ବର୍ଷ, ଭାରତ ଏବଂ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ଏକ ଐତିହାସିକ ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗୀତା ଚୁକ୍ତିନାମା କାର୍ଯ୍ୟକାରୀ କରିଥିଲେ। ଏହି ଚୁକ୍ତିନାମା ଭାରତ ଏବଂ ନରୱେ ମଧ୍ୟରେ ମିଳିତ ପ୍ରଗତି ଏବଂ ସମୃଦ୍ଧି ସୁନିଶ୍ଚିତ କରିବା ପାଇଁ ଏକ ବ୍ଲୁପ୍ରିଣ୍ଟ ଭାବରେ କାର୍ଯ୍ୟ କରିବ। ଏହି ଚୁକ୍ତିନାମା ଅନୁସାରେ ଆସନ୍ତା ୫ ବର୍ଷରେ ଭାରତରେ ୧୦୦ ବିଲିୟନ ଡଲାର ନିବେଶ ଏବଂ ଦଶ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଜି, ଆମେ ଉଭୟ ଏହି ଚୁକ୍ତିନାମାର ସଂକଳ୍ପକୁ ଫଳାଫଳରେ ପରିବର୍ତ୍ତନ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ।

ବନ୍ଧୁଗଣ,

ଆଜି ଆମେ ଭାରତ-ନରଓ୍ବେ ସଂପର୍କକୁ ଏକ ସବୁଜ ରଣନୈତିକ ସହଭାଗିତାର ରୂପ ଦେଉଛୁ। ଏହି ସହଭାଗିତା ମାଧ୍ୟମରେ ନିର୍ମଳ ଉର୍ଜ୍ଜାଠାରୁ ଆରମ୍ଭ କରି ଜଳବାୟୁ ସହନକ୍ଷମତା, ନୀଳ ଅର୍ଥନୀତିଠାରୁ ଆରମ୍ଭ କରି ଗ୍ରୀନ ସିପିଂ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଭାରତର ବିସ୍ତାରତା, ଶୀଘ୍ରତା ଓ ପ୍ରତିଭା ସହ ନରଓ୍ବେର ଜ୍ଞାନକୌଶଳ ଓ ପୁଞ୍ଜିର ମିଶ୍ରଣରେ ଆମ କମ୍ପାନିମାନେ ବୈଶ୍ବିକ ସମାଧାନ ତିଆରି କରିବେ।

ବନ୍ଧୁଗଣ,

ଗବେଷଣା, ଶିକ୍ଷା ଏବଂ ନବସୃଜନ ମଧ୍ୟ ଆମ ସମ୍ପର୍କର ଦୃଢ଼ ସ୍ତମ୍ଭ ଭାବରେ ଉଭା ହେଉଛନ୍ତି। ଆଜି, ଆମେ ସ୍ଥାୟୀତ୍ବ, ସମୁଦ୍ର ଶକ୍ତି, ଭୂତତ୍ତ୍ୱ ଏବଂ ସ୍ୱାସ୍ଥ୍ୟ ଭଳି କ୍ଷେତ୍ରରେ ଗବେଷଣା ସହଯୋଗ ବୃଦ୍ଧି କରିବା ପାଇଁ ଏକ ସହମତିରେ ପହଞ୍ଚିଛୁ। ଆମେ ଇଞ୍ଜିନିୟରିଂ, ଏଆଇ, ସାଇବର ଏବଂ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରଗୁଡ଼ିକରେ ଆମର ବିଶ୍ୱବିଦ୍ୟାଳୟ ଏବଂ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମଗୁଡ଼ିକୁ ସଂଯୋଗ କରି ଆମର ସହଭାଗୀତାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବୁ। ଦକ୍ଷତା ବିକାଶ ଏବଂ ପ୍ରତିଭା ଗତିଶୀଳତାରେ ଆମର ସହଯୋଗ ମଧ୍ୟ ଅଧିକ ବ୍ୟାପକ ହେବାକୁ ଯାଉଛି।

ବନ୍ଧୁଗଣ,

ନରୱେ ଆର୍କଟିକ ଅଞ୍ଚଳର ଏକ ପ୍ରମୁଖ ଦେଶ। ଦୁଇ ଦେଶ ମଧ୍ୟରେ ଆର୍କଟିକ ଏବଂ ମେରୁ ଗବେଷଣା କ୍ଷେତ୍ରରେ ଏକ ଦୀର୍ଘକାଳୀନ ଇତିହାସ ରହିଛି। ଭାରତର ଆର୍କଟିକ ଗବେଷଣା କେନ୍ଦ୍ର "ହିମାଦ୍ରି"ର କାର୍ଯ୍ୟରେ ନରୱେର ସମର୍ଥନ ପାଇଁ ଆମେ କୃତଜ୍ଞ। ଇସ୍ରୋ ଏବଂ ନରୱେର ମହାକାଶ ଏଜେନ୍ସି ମଧ୍ୟରେ ଆଜି ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର ମହାକାଶ କ୍ଷେତ୍ରରେ ଆମର ସହଯୋଗରେ ନୂତନ ଦିଗ ଯୋଡ଼ିବ। ଏହି ସମସ୍ତ କ୍ଷେତ୍ରରେ ଗଭୀର ସହଯୋଗ ମାଧ୍ୟମରେ, ଆମର ବୈଜ୍ଞାନିକମାନେ ଜଳବାୟୁ ପରିବର୍ତ୍ତନକୁ ବୁଝିବା, ଦୁର୍ବଳ ପରିବେଶକୁ ସୁରକ୍ଷା ଦେବା ଏବଂ ମାନବତାର ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ଯୋଗଦାନ ଦେବେ।

ବନ୍ଧୁଗଣ,

ଭାରତ ଓ ନରଓ୍ବେ ମଧ୍ୟରେ ସବୁ ରଣନୈତିକ ସହଭାଗିତା ସଂପୂର୍ଣ୍ଣ ବିଶ୍ବ ପାଇଁ ଲାଭଦାୟକ ହେବ। ମୁଁ ଆନନ୍ଦିତ ଯେ ଆଜି ନରଓ୍ବେ ଭାରତୀୟ-ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ ପଦକ୍ଷେପ ସହ ଯୋଡ଼ି ହୋଇଛି। 

ଦୁଇଟି ପ୍ରମୁଖ ସାମୁଦ୍ରିକ ରାଷ୍ଟ୍ର ଭାବରେ, ଆମେ ସାମୁଦ୍ରିକ ଅର୍ଥନୀତି, ସାମୁଦ୍ରିକ ସୁରକ୍ଷା ଏବଂ କ୍ଷମତା ନିର୍ମାଣରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏକାଠି କାମ କରିବୁ। ଆଜି, ଆମେ ଏକ ତ୍ରିକୋଣୀୟ ବିକାଶ ସହଯୋଗ ଚୁକ୍ତିନାମା କରିଛୁ। ଆମେ ଏବେ ଭାରତର ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ପ୍ରକଳ୍ପ ମାଧ୍ୟମରେ ବିଶ୍ୱ ଦକ୍ଷିଣର ଦେଶଗୁଡ଼ିକରେ ମାନବ ବିକାଶରେ ଯୋଗଦାନ ଦେବା ପାଇଁ ସହଯୋଗ କରିବୁ।

ବନ୍ଧୁଗଣ,

ଭାରତ ଏବଂ ନରୱେ ଉଭୟ ଏକ ନିୟମ-ଭିତ୍ତିକ ବିଶ୍ବବ୍ୟବସ୍ଥା, ଆଲୋଚନା ଏବଂ କୂଟନୀତିରେ ବିଶ୍ୱାସ ରଖନ୍ତି। ଆମେ ସହମତ ଯେ ସାମରିକ ସଂଘର୍ଷ କୌଣସି ସମସ୍ୟାର ସମାଧାନ କରିପାରିବ ନାହିଁ। ୟୁକ୍ରେନ ହେଉ କିମ୍ବା ପଶ୍ଚିମ ଏସିଆ, ଆମେ ସଂଘର୍ଷର ଶୀଘ୍ର ବନ୍ଦ ଏବଂ ଶାନ୍ତି ପୁନଃସ୍ଥାପନ ପାଇଁ ପ୍ରତ୍ୟେକ ପ୍ରୟାସକୁ ସମର୍ଥନ କରୁ ଏବଂ ସମର୍ଥନ କରିଚାଲିବୁ।

ଆମେ ସହମତ ଯେ ବଢ଼ୁଥିବା ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା ପାଇଁ ବୈଶ୍ବିକ ପ୍ରତିଷ୍ଠାନଗୁଡ଼ିକର ସଂସ୍କାର ଅତ୍ୟନ୍ତ ଜରୁରୀ। ଏହା ବ୍ୟତୀତ, ସମସ୍ତ ପ୍ରକାରର ଆତଙ୍କବାଦର ମୂଳୋତ୍ପାଟନ ଆମର ମିଳିତ ସଂକଳ୍ପ ରହିଆସିଛି।

ବନ୍ଧୁଗଣ,

ଆର୍କଟିକରୁ ବାହ୍ୟ ମହାକାଶ ପର୍ଯ୍ୟନ୍ତ, ସବୁଜ ପରିବହନରୁ ନୀଳ ଅର୍ଥନୀତି ପର୍ଯ୍ୟନ୍ତ, ଶକ୍ତି ସୁରକ୍ଷାରୁ ଖାଦ୍ୟ ସୁରକ୍ଷା ପର୍ଯ୍ୟନ୍ତ - ଆମର ସହଯୋଗ ନୂତନ ସୀମା ଛୁଇଁଛି। ଆସନ୍ତୁ, ଆମର ସବୁଜ ରଣନୈତିକ ସହଭାଗୀତା ମାଧ୍ୟମରେ, ଏକ ବିଶ୍ୱସ୍ତ, ଭବିଷ୍ୟତବାଦୀ ଏବଂ ଦୀର୍ଘକାଳୀନ ସହଭାଗୀତାର ଏକ ନୂତନ ଅଧ୍ୟାୟ ଲେଖିବା।

ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 16, 2026
August 16, 2026

Aatmanirbhar Ambitions Meet Global Alliances: The Modi Doctrine in Action