For the first time, farmers of West Bengal will benefit from this scheme
Wheat procurement at MSP has set new records this year
Government is fighting COVID-19 with all its might

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଆଜି ୯,୫୦, ୬୭, ୬୦୧ ହିତାଧିକାରୀଙ୍କୁ ୨,୦୬, ୬୭, ୭୫, ୬୬,୦୦୦ କୋଟି ଟଙ୍କାର ଅଷ୍ଟମ କିସ୍ତି ଆର୍ଥିକ ସହାୟତା ବଣ୍ଟନ କରିଛନ୍ତି । ଓଡ଼ିଶାର ୨୫,୯୦,୩୧୫ ଜଣ ଚାଷୀ ଏହି ସହାୟତା ରାଶି ପାଇଛନ୍ତି ।

ଭିଡିଓ କନ୍‌ଫରେନ୍ସିଂ ଯୋଗେ ଏହା ପ୍ରଦାନ କରିବା ପରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କ ସହ ମତ ବିନିମୟ କରିଥିଲେ । କେନ୍ଦ୍ର କୃଷିମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ପିଏମ କିଷାନ ହିତାଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଉନାଓର ଚାଷୀ ଅରବିନ୍ଦଙ୍କୁ ପ୍ରଶଂସା କରିଥିଲେ । ଅରବିନ୍ଦ ତାଙ୍କ ଅଞ୍ଚଳର ଯୁବଶକ୍ତି ମାନଙ୍କୁ ଜୈବିକ କୃଷି ଓ ନୂତନ କୃଷି ପଦ୍ଧତି ସମ୍ପର୍କରେ ସମ୍ପର୍କରେ ଶିକ୍ଷା ଦେଉଛନ୍ତି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ପାଟ୍ରିକଙ୍କୁ ବହୁଳଭାବେ ଜୈବିକ କୃଷି ପାଇଁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ଅନନ୍ତପୁରର ଏନ. ଭେନୁରମ୍ମାଙ୍କୁ ୧୭୦ରୁ ଅଧିକ ଆଦିବାସୀ ଚାଷୀଙ୍କୁ ମାର୍ଗଦର୍ଶନ ଦେଉଥିବାରୁ ପ୍ରଶଂସା କରିଥିଲେ । ମେଘାଳୟର ପାର୍ବତ୍ୟାଂଚଳରେ ଅଦା, ହଳଦୀ, ଡାଲଚିନି ଇତ୍ୟାଦି ଚାଷ କରିଥିବା ପାଇଁ ସେ ରେଭିଷ୍ଟ୍ରାରଙ୍କ ପ୍ରଶଂସା କରିଥିଲେ । ସେ ମଧ୍ୟ ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ନିବାସୀ ଖୁରସିଦ ଅହମ୍ମଦ ସିମଳାମିର୍ଚ୍‌, କଂଚାଲଙ୍କା ଓ କାକୁଡି ଜୈବିକ କୃଷି ପଦ୍ଧତିରେ ଉତ୍ପାଦନ କରିଛନ୍ତି ତାଙ୍କ ସହ ମତବିନିମୟ କରିଥିଲେ । ଏହି ଯୋଜନା ଅଧୀନରେ ଓଡିଶାରେ ୨୫ଲକ୍ଷ ୯୦ହଜାର ୩୧୫ଜଣ କୃଷକ ୭୨୦କୋଟି ୪୬ଲକ୍ଷରୁ ଉର୍ଦ୍ଧ୍ୱ ଆର୍ଥିକ ସହାୟତା ପାଇଛନ୍ତି ।

            ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗର ଚାଷୀମାନେ ଏହି ଯୋଜନା ଦ୍ୱାରା ଉପକୃତ  ହେଉଛନ୍ତି । ବୈଶ୍ୱିକ ମହାମାରୀ ସତ୍ୱେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ  ଓ ପନିପରିବା ଉତ୍ପାଦନ କରିବାକୁ ସେ କୃଷକମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ସରକାର ମଧ୍ୟ ପ୍ରତିବର୍ଷ ନ୍ୟୁନତମ ସହାୟକ ମୂଲ୍ୟ ପ୍ରଦାନ କରି ଖାଦ୍ୟଶସ୍ୟ ସଂଗ୍ରହରେ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ।

ଧାନ ସଂଗ୍ରହରେ ନୂତନ ରେକର୍ଡ ସୃଷ୍ଟି ହୋଇଥିବାବେଳେ, ଏବେ ଗହମ ସଂଗ୍ରହରେ ମଧ୍ୟ ନୂତନ ରେକର୍ଡ ହୋଇଛି । ଗତବର୍ଷ ତୁଳନାରେ ଚଳିତବର୍ଷ ଏପର୍ଯ୍ୟନ୍ତ ଶତକଡା ଅଧିକ ଦଶଗୁଣ ଗହମ ସଂଗୃହୀତ ହୋଇଛି ।  ଏପର୍ଯ୍ୟନ୍ତ ଗହମର ସହାୟକ ମୂଲ୍ୟ ବାବଦ ୫୮ହଜାର କୋଟି ଟଙ୍କା ଚାଷୀମାନଙ୍କ ଖାତାରେ ସିଧାସଳଖ ପହଁଚି ପାରିଛି ।

            ଚାଷର ନୂତନ ସମାଧାନ ପନ୍ଥା ଓ ସୁବିଧା ପ୍ରଦାନରେ ସରକାର ସବୁବେଳେ ଚେଷ୍ଟା କରି ଆସୁଛନ୍ତି । ଜୈବିକ କୃଷି ଏହି ପ୍ରଚେଷ୍ଟାର ଏକ ଅଂଶବିଶେଷ । ଜୈବିକ ଚାଷରୁ ଅଧିକ ଲାଭ ମିଳୁଥିବା ବେଳେ ବର୍ତ୍ତମାନ ଅଧିକରୁ ଅଧିକ ଯୁବଚାଷୀ ଏଥିରେ ଆଗ୍ରହ ଦେଖାଉଛନ୍ତି । ଏବେ ଗଙ୍ଗାନଦୀର ଉଭୟ ପାଶ୍ୱର୍ର ପାଞ୍ଚ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏହି ଚାଷ କରାଯାଉଛି ଯାହା ଯୋଗୁଁ ନଦୀ ନିର୍ମଳ ରହିପାରିବ ।

ବୈଶ୍ୱିକ ମହାମାରୀ କାଳରେ କିଶାନ କ୍ରେଡିଟ୍ କାର୍ଡ ସମୟ ସୀମା  ବୃଦ୍ଧି କରାଯିବା ସହ କିସ୍ତି ନବୀକରଣ କାର୍ଯ୍ୟ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବଢାଯାଇଛି । ନିକଟ ଅତୀତରେ ଦୁଇ କୋଟିରୁ ଅଧିକ କିଷାନ କ୍ରେଡିଟ୍ କାର୍ଡ ଜାରି କରାଯାଇଥିବା ଶ୍ରୀ ମୋଦୀ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଶହେ ବର୍ଷରେ ଥରେ ବୈଶ୍ୱିକ ମହାମାରୀ ବିଶ୍ୱର ଆହ୍ୱାନ ଜଣାଇଥାଏ ଓ ତାହା ଆମ ସମ୍ମୁଖରେ ଅଦୃଶ୍ୟ ଶତ୍ରୁ ସଦୃଶ୍ୟ । ସରକାର କୋଭିଡ-୧୯ ବିରୁଦ୍ଧରେ ସମସ୍ତ ଶକ୍ତି ଖଟାଇ ସଂଗ୍ରାମ କରୁଛନ୍ତି ଓ ପ୍ରତ୍ୟେକ ସରକାରୀ ବିଭାଗ ଅହୋରାତ୍ର ଦେଶର ଯନ୍ତ୍ରଣା ଲାଘବ କରିବାକୁ ଚେଷ୍ଟା କରି ଚାଲିଛନ୍ତି ।

ଖୁବ୍ ଶୀଘ୍ର ଯେପରି ଅଧିକରୁ ଅଧିକ ଜନସାଧାରଣ ଟିକା ନେବେ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି ନିରବଚ୍ଛିନ୍ନ ଉଦ୍ୟମ ଚଳାଇଛନ୍ତି ।  ଏ ପର୍ଯ୍ୟନ୍ତ ଦେଶରେ ପ୍ରାୟ  ୧୮କୋଟି ଲୋକଙ୍କୁ ମଧ୍ୟ ଟିକା ଦିଆଯାଇସାରିଲାଣି । ଦେଶର ସରକାରୀ ଡାକ୍ତରଖାନାଗୁଡିକରେ ମାଗଣା ଟିକା ଦିଆଯାଉଛି । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଟିକା ପାଇଁ ପଞ୍ଜୀକରଣ କରିବା ସହ କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ନିବେଦନ କରିଛନ୍ତି । ଏହି ଟିକା କରୋନା ବିରୁଦ୍ଧରେ ବଡ ସୁରକ୍ଷା ଓ ମାରାତ୍ମକ ସଂକ୍ରମଣରୁ ରକ୍ଷା କରିବ ବୋଲି ସେ କହିଛନ୍ତି ।

ଏଭଳି କଠିନ ପରିସ୍ଥିତିରେ ଅମ୍ଳଜାନ ଯୋଗାଣ ସୁନିଶ୍ଚିତ କରିବାକୁ ସଶସ୍ତ୍ର ସେନା  ପୁରା ଦମ୍‌ରେକାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରେଳବାଇ ମଧ୍ୟ ଅମ୍ଳଜାନ ପରିବହନ କରୁଛି । ଫାର୍ମା କମ୍ପାନୀ ଗୁଡିକ ମଧ୍ୟ ଅଧିକରୁ ଅଧିକ ଔଷଧ ଉତ୍ପାଦନ କରି ଯୋଗାଉଛନ୍ତି ।  ଔଷଧ ଓ ଆନୁଷଙ୍ଗିକ ଔଷଧ ସାମଗ୍ରୀର କଳାବଜାରୀ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡିକୁ ନିବେଦନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ କଠିନ ସମୟରେ ମଧ୍ୟ  ଆଶା ହରାଏ ନାହିଁ  ଓ ସମସ୍ତ ଘାତ ପ୍ରତିଘାତ ଉତ୍ସର୍ଗୀକୃତ ଭାବ ଓ ଦୃଢ ଇଚ୍ଛାଶକ୍ତି ବଳରେ ଅତିକ୍ରମ କରିଯିବ । ଦେଶର ଗ୍ରାମାଞ୍ଚଳରେ କୋଭିଡ-୧୯ର ସଂକ୍ରମଣ ପ୍ରତି ସତର୍କ କରାଇ ଦେବା ସହ ଗ୍ରାମ ପଞ୍ଚାୟତଗୁଡିକ ପରିମଳ ଓ ଉପଯୁକ୍ତ ସଚେତନତା ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘All set for BRICS 2026!': PM Modi shares video of preparations at venue ahead of mega Summit

Media Coverage

‘All set for BRICS 2026!': PM Modi shares video of preparations at venue ahead of mega Summit
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in mishap in Nanded
September 11, 2026
Prime Minister announces ex-gratia from PMNRF

The Prime Minister, Shri Narendra Modi has expressed grief over the loss of lives due to a mishap in Nanded, Maharashtra.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

Shri Modi announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

In a post on X, the Prime Minister’s Office said;

“Saddened by the loss of lives due to a mishap in Nanded, Maharashtra. My thoughts are with the bereaved families in this hour of grief. Praying for the speedy recovery of the injured.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”