କୋଚି ୱାଟର ମେଟ୍ରୋ କଲେ ଉତ୍ସର୍ଗ
ତିରୁବନ୍ତପୁରମରେ ବିଭିନ୍ନ ରେଳ ପ୍ରକଳ୍ପ ଓ ଡିଜିଟାଲ ବିଜ୍ଞାନ ଉଦ୍ୟାନର କଲେ ଶିଳାନ୍ୟାସ
“କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ କୋଚିର ୱାଟର ମେଟ୍ରୋ ଏବଂ ଅନ୍ୟାନ୍ୟ ଆଜି ନିଆଯାଇଥିବା ପଦକ୍ଷେପ ରାଜ୍ୟର ବିକାଶ ଯାତ୍ରାକୁ ଆହୁରି ଆଗେଇ ନେବ”
“କେରଳବାସୀଙ୍କ କଠିନ ପରିଶ୍ରମ ଓ ନମ୍ରତା ସେମାନଙ୍କୁ ଏକ ଅନନ୍ୟ ପରିଚୟ ଦେଇଛି”
“ବୈଶ୍ୱିକ ମାନଚିତ୍ରରେ ଭାରତ ଏକ ଉଜ୍ଜ୍ୱଳ ସ୍ଥାନ”
“ସରକାର ସମନ୍ୱୟ ଭିତିକ ସଂଘୀୟ ତନ୍ତ୍ର ଉପରେ ପ୍ରଧାନ୍ୟ ଦେଉଥିବା ରାଜ୍ୟଗୁଡିକର ବିକାଶକୁ ଦେଶର ବିକାଶର ଉତ୍ସ ଭାବେ ବିବେଚନା କରନ୍ତି”
“ଭାରତ ଅଭୂତପୂର୍ବ ଗତି ଓ ଉଚ୍ଚତାର ସହ ପ୍ରଗତି କରୁଛି”
“ସଂଯୋଗୀକରଣ ଦିଗରେ ହେଉଥିବା ପୁଞ୍ଜିନିବେଶ କେବଳ ସେଠାରେ ପରିସର ବୃଦ୍ଧି କରୁନାହିଁ, ବରଂ ଦୂରତ୍ୱ ହ୍ରାସ କରିବା ସହ ବିଭିନ୍ନ ସଂସ୍କୃତିକୁ ଜାତି,ବର୍ଣ୍ଣ, ଧନୀ ଓ ଗରିବ ନିର୍ବିଶେଷରେ ଯୋଡୁଛି”
“ଜି-୨୦ ବୈଠକ ଓ କାର୍ଯ୍ୟକ୍ରମ କେରଳକୁ ଅଧିକ ବୈଶ୍ୱିକ ଉପଲବ୍ଧି ଦେଉଛି”
“କେରଳର ସଂସ୍କୃତି ଖାଦ୍ୟ ଓ ଜଳବାୟୁରେ ସମୃଦ୍ଧି ଅନ୍ତର୍ନିହିତ”
“ଶହ ଶହ ବର୍ଷର ମନର କଥା ଦେଶ ଗଠନ ନିମନ୍ତେ ଦେଶବାସୀଙ୍କ ପାଇଁ ଉତ୍ସର୍ଗୀକୃତ ଓ ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରେରଣା ଦ୍ୱାରା ଉଦ୍‌ବୃତ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ତିରୁବନ୍ତପୁରମ ସ୍ଥିତ କେନ୍ଦ୍ରୀୟ ଷ୍ଟାଡିୟମଠାରେ ୩୨୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆଜି (୨୫.୪୨୦୨୩) ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ କୋଚି  ୱାଟର ମେଟ୍ରୋର ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ , ତିରୁବନ୍ତପୁରମଠାରେ ବିଭିନ୍ନ ରେଳ ପ୍ରକଳ୍ପ ଓ ଡିଜିଟାଲ ବିଜ୍ଞାନ ଉଦ୍ୟାନ ଶିଳାନ୍ୟାସ ଅନ୍ତର୍ଭୁକ୍ତ । ପୂର୍ବରୁ ପ୍ରଧାନମନ୍ତ୍ରୀ ତିରୁବନ୍ତପୁରମ ଓ କାଶରଗଡ ମଧ୍ୟରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଯାତ୍ରାରମ୍ଭ କରାଇଥିଲେ ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ବିଶୁ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ । ଆଜିର ପ୍ରକଳ୍ପଗୁଡିକ ଉପରେ ରେଖାପାତ କରି ପ୍ରଧାନମନ୍ତ୍ରୀ କେରଳର ବିକାଶ ଓ ସଂଯୋଗୀକରଣ ନିମନ୍ତେ ଏଗୁଡିକର ଉଦ୍ଦିଷ୍ଟ ଥିବାବେଳେ ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ କୋଚିର ପ୍ରଥମ ୱାଟର ମେଟ୍ରୋ ଏବଂ ବିିଭିନ୍ନ ରେଳବାଇ ବିକାଶ ପ୍ରକଳ୍ପ ଅନ୍ତର୍ଭୁକ୍ତ ବୋଲି କହିଥିଲେ ।  ଏହିସବୁ ବିକାଶମୂଳକ ପ୍ରକଳ୍ପ ନିମନ୍ତେ ସେ କେରଳ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

କେରଳର ଶିକ୍ଷା ଓ ସଚେତନତା ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କଠିନ ପରିଶ୍ରମ ଓ ନମ୍ରତା କେରଳବାସୀଙ୍କୁ ଏକ ଅନନ୍ୟ ପରିଚୟ ଦେଇଛି ବୋଲି କହିଥିଲେ । କେରଳର ଜନସାଧାରଣ ବୈଶ୍ୱିକ ଦୃଶ୍ୟପଟ ସମ୍ପର୍କରେ ବୁଝିଛନ୍ତି ଓ ସେମାନେ କଠିନ ପରିସ୍ଥିତି ମଧ୍ୟରେ ମଧ୍ୟ ଭାରତର  ବିକାଶ କିପରି ବିଶ୍ୱରେ ସ୍ୱୀକୃତୀ ପାଇଛି ତାହାକୁ ମଧ୍ୟ ଜାଣିଛନ୍ତି ।

 ବିଶ୍ୱର ଭାରତ ଉପରେ ଆସ୍ଥା କେନ୍ଦ୍ରର ନିଷ୍ପତ୍ତିମୂଳକ ସରକାର ଯାହା ଦେଶର କଲ୍ୟାଣ ନିମନ୍ତେ ସଅଳ ଓ ଦୃଢ ନିଷ୍ପତ୍ତି ନେଇଥାଏ ତାକୁ ପ୍ରଧାନମନ୍ତ୍ରୀ ଶ୍ରେୟ ଦେଇଥିଲେ । ଦେଶର ଭିତ୍ତିଭୂମିକୁ ଅତ୍ୟାଧୁନିକ କରି ଗଢି ତୋଳିବା ସହ ଏ ଦିଗରେ ଅଭୂତପୂର୍ବ ପୁଞ୍ଜିନିବେଶ, ଯୁବାପୀଢିର କୌଶଳ ବିକାଶ ନିମନ୍ତେ ପ୍ରଚେଷ୍ଠା ତଥା ଜୀବନଧାରଣ ଓ ବ୍ୟାବସାୟିକ ସୁଗମତା ପାଇଁ କେନ୍ଦ୍ର ସରକାରଙ୍କ ଅଙ୍ଗୀକାରବଦ୍ଧତା ଯୋଗୁଁ ବିଶ୍ୱର ଭାରତ ପ୍ରତି ଆସ୍ଥା ଜାଗ୍ରତ ହୋଇଛି । ଏହା ଛଡା ସରକାର ସମନ୍ୱୟଭିତ୍ତକ ସଂଘୀୟ ବ୍ୟବସ୍ଥା ଉପରେ ପ୍ରାଧାନ୍ୟ ଦେଉଥିବାରୁ ରାଜ୍ୟଗୁଡିକର ବିକାଶ ଦେଶର ବିକାଶ ହେବ ବୋଲି ବିଚାର କରୁଛନ୍ତି । ଆମେ ଏକ ସେବା ମନୋଭାବ ନେଇ କାର୍ଯ୍ୟ କରୁଛୁ । “ଦେଶ ଦ୍ରୁତଗତିରେ ପ୍ରଗତି କରିବ ଯଦି କେରଳ ପ୍ରଗତି ହାସଲ କରେ” ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଭାବମୂର୍ତ୍ତି ଅକ୍ଷୂର୍ଣ୍ଣ ରହିବାର ଆଉ ଏକ କାରଣ ହେଉଛି କେନ୍ଦ୍ର ସରକାରଙ୍କ ଦୂରଦୂରାନ୍ତ କ୍ଷେତ୍ର ପର୍ଯ୍ୟନ୍ତ କାର୍ଯ୍ୟ ଯାହା ବିଦେଶରେ ରହୁଥିବା କେରଳବାସୀଙ୍କ ପାଇଁ ସୁବିଧାଜନକ ହୋଇଛି । ପ୍ରବାସୀ ଭାରତୀୟଙ୍କୁ ସାହାଯ୍ୟ ହିଁ ଭାରତର କ୍ରମବର୍ଦ୍ଧିଷ୍ଣୁ  ଶକ୍ତି ବୋଲି ସେ କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ନଅ ବର୍ଷ ମଧ୍ୟରେ ସଂଯୋଗୀକରଣ ଭିତ୍ତିଭୂମି ବିକାଶ ନେଇ ଅଭୂତପୂର୍ବ ଗତି ଓ ସଫଳତାର ସହ କାର୍ଯ୍ୟ ହୋଇଛି । ଚଳିତବର୍ଷ ବଜେଟ୍‌ରେ ମଧ୍ୟ ଦଶଲକ୍ଷ କୋଟିରୁ ଅଧିକ ଭିତ୍ତିଭୂମି ନିର୍ମାଣ ଦିଗରେ ଖର୍ଚ୍ଚ ପାଇଁ ବ୍ୟୟବରାଦ ରଖାଯାଇଛି । “ସାଧାରଣ ପରିବହନ ଓ ରଣନୀତିକ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବସ୍ଥାନ୍ତର ଆସିଛି । ଆମେ ଭାରତୀୟ ରେଳବାଇର ସୁବର୍ଣ୍ଣ ଯୁଗ ଦିଗରେ ଅଗ୍ରସର ହେଉଛି ବୋଲି କହି ୨୦୧୪ ମସିହାପୂର୍ବ ରେଳ ବଜେଟ୍‌ର ହାରାହାରି  ପାଞ୍ଚଗୁଣ ବର୍ତ୍ତମାନ ବୃଦ୍ଧି ପାଇଛି ବୋଲି ସେ କହିଥିଲେ ।

ଗତ ନଅବର୍ଷ ମଧ୍ୟରେ କେରଳରେ ରେଳବାଇର ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ରେଳପଥ ଦୋହରିକରଣ, ପ୍ରଶସ୍ତିକରଣ ଓ ଟ୍ରାକର ବିଦ୍ୟୁତକରଣ ଦିଗରେ ଅଗ୍ରଗତି ଘଟିଛି ବୋଲି କହିଥିଲେ । ବହୁମୁଖୀ ପରିବହନ ପେଣ୍ଠସ୍ଥଳୀ କରିବା ଉଦ୍ଦେଶ୍ୟରେ କେରଳର ତିନିଟି ମୁଖ୍ୟ ରେଳଷ୍ଟେସନର ପୁନର୍ବିିନ୍ୟାସ କାର୍ଯ୍ୟ ଆଜିଠାରୁ ଆରମ୍ଭ କରିବାକୁ ପଦକ୍ଷେପ ନିଆଯାଇଛି । “ବନ୍ଦେ ଭାରତ ଏକ୍ସପ୍ରେସ  ଆକାଂକ୍ଷିତ ଭାରତର ଏକ ପରିଚୟ” ହୋଇଥିବା ବେଳେ ସେ ଅର୍ଦ୍ଧ ଉଚ୍ଚ ଗତିଯୁକ୍ତ ଟ୍ରେନର ସୁପରିଚାଳନା ନିମନ୍ତେ ଦେଶର ରେଳ ବ୍ୟବସ୍ଥାରେ ସୁଧାର ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏପର୍ଯ୍ୟନ୍ତ ସମସ୍ତ ବନ୍ଦେ ଭାରତ ଟ୍ରେନ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ଗୁରୁତ୍ୱ ବହନ କରୁଥିବା ସ୍ଥାନ ସହ ସଂଯୋଗ କରୁଥିବା ଉତ୍ତର କେରଳକୁ ଦକ୍ଷିଣ କେରଳ ସହ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ । କେରଳର ପ୍ରଥମ ବନ୍ଦେ ଭାରତ ଟ୍ରେନ ଉତ୍ତର କୂଳକୁ ଦକ୍ଷିଣ କେରଳ ସହ ସଂଯୋଗ କରିବ । ଏହି ଟ୍ରେନ ଯୋଗୁଁ କୋଲମ, କୋଟାୟମ, ଏର୍ଣ୍ଣାକୁଲମ, ତ୍ରିଶୂର ଓ କାନ୍ନୁର ଇତ୍ୟାଦି ସ୍ଥାନକୁ ଯାତ୍ରା ପାଇଁ ସୁବିଧାଜନକ ହେବ। ସେ ମଧ୍ୟ ଆଧୁନିକ ଟ୍ରେନର ପରିବେଶ ଗତ ସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ ।  ମଧ୍ୟ ଉଚ୍ଚ ଗତିଯୁକ୍ତ ଟ୍ରେନ ତିରୁବନ୍ତପୁରମ-ସୋର୍ଣ୍ଣୁର ମଧ୍ୟରେ ଚଳାଚଳ ପାଇଁ ପଦକ୍ଷେପ ନିଆଯାଉଛି । ଏହା ଶେଷ ହେଲେ ମଧ୍ୟମ, ଉଚ୍ଚ ଗତି ଯୁକ୍ତ ଟ୍ରେନ ତିରୁବନ୍ତପୁରମଠାରୁ ମାଙ୍ଗାଲୁରୁ ମଧ୍ୟରେ ଚଳାଚଳ ସମ୍ଭବ ହେବ ବୋଲି ସେ କହିଥିଲେ ।

ସ୍ଥାନୀୟ ଆବଶ୍ୟକତା ଅନୁସାରେ ଭିତ୍ତିଭୂମି ବିକାଶ ନିମନ୍ତେ ସ୍ୱଦେଶୀ ଜ୍ଞାନ କୌଶଳ ଉପଯୋଗ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ । ସେମି ହାଇବ୍ରିଡ ଟ୍ରେନ, ରିଜିଓନାଲ ରାପିଡ ଟ୍ରାନ୍ସପୋର୍ଟ ସିଷ୍ଟମ, ରୋ ରୋ ଫେରି ଓ ରୋପ ୱେ ଭଳି ସଂଯୋଗୀକରଣ ସମାଧାନ ପନ୍ଥାର ସେ ବର୍ଣ୍ଣନା କରିଥିଲେ । ତେବେ ପରିସ୍ଥିତିକୁ ବୁଝି ବିଚାରି ଏହାର ଉପଯୋଗ କରାଯିବ ଦରକାର । ସେ ମଧ୍ୟ ଏହି ଅବସରରେ ଭାରତ ନିର୍ମିତ ବନ୍ଦେ ଭାରତ ଓ ମେଟ୍ରୋ କୋଚ ଉପରେ ଆଲୋକପାତ କରିଥିଲେ । ଛୋଟ ଛୋଟ ସହରଗୁଡିକରେ ମେଟ୍ରୋ ଲାଇଟ୍ ଓ ସହରୀ ରୋପୱେ ପ୍ରକଳ୍ପ ନେଇ ସେ କହିଥିଲେ ।

 

କୋଚି ୱାଟର ମେଟ୍ରୋ ଏକ ଭାରତ ତିଆରି ପ୍ରକଳ୍ପ ଓ ଏଥିପାଇଁ ସେ କୋଚି ବନ୍ଦର ଓ ସିପ୍ ୟାର୍ଡକୁ ବିକାଶ ପାଇଁ ଅଭିନନ୍ଦନ ଜଣାଇଥିଲେ । କୋଚି ୱାଟର ମେଟ୍ରୋ କୋଚି ଆଖପାଖରେ ରହୁଥିବା  ଜନସାଧାରଣଙ୍କ ନିମନ୍ତେ ଆଧୁନିକ ତଥା ଶସ୍ତା ପରିବହନ ସଂଯୋଗ ଯୋଗାଇବା ସହ ବସ୍ ଟର୍ମିନାଲ ଓ ମେଟ୍ରୋ ନେଟୱାର୍କ ସହ ଯୋଗାଯୋଗ ସୁବିଧା କରାଇବ । ଏହା ରାଜ୍ୟରେ ଜଳବେଷ୍ଟିତ ଭୂଭାଗ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ସହ ଯାନବାହନ ଗହଳି ମଧ୍ୟ ହ୍ରାସ କରିବ । ଦେଶର ଅନ୍ୟାନ୍ୟ ରାଜ୍ୟ ନିମନ୍ତେ କୋଚି ୱାଟର ମେଟ୍ରୋ ଏକ ଆଦର୍ଶ  ହେବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ପ୍ରକଟ କରିଥିଲେ ।

ବସ୍ତୁଗତ ସଂଯୋଗ ସହ ଡିଜିଟାଲ ସଂଯୋଗ ମଧ୍ୟ ଦେଶର ପ୍ରାଥମିକତା ବୋଲି ଶ୍ରୀ ମୋଦୀ ଦୃଢୋକ୍ତି ପ୍ରକାଶ କରିଥିଲେ । ତିରୁବନ୍ତପୁରମରେ ଡିଜିଟାଲ ବିଜ୍ଞାନ ଉଦ୍ୟାନ ଭଳି ପ୍ରକଳ୍ପ ଡିଜିଟାଲ ଇଣ୍ଡିଆର ସହାୟକ ହେବ । ଭାରତୀୟ ଡିଜିଟାଲ ପଦ୍ଧତି ପ୍ରତି ବିଶ୍ୱର ପ୍ରଶଂସା ନେଇ ମୋଦୀ ଆଲୋକପାତ କରିବା ସହ “ଏହି କ୍ଷେତ୍ରରେ ଭାରତୀୟ ଢାଞ୍ଚାରେ ବିକଶିତ ଫାଇଭ-ଜି ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂଯୋଗୀକରଣ ବାବଦରେ ହେଉଥିବା ପୁଞ୍ଜିନିବେଶ କେବଳ ସେବାର ପରିସର ସମ୍ପ୍ରସାରିତ କରୁନାହିଁ ବରଂ ଜାତି, ବର୍ଣ୍ଣ, ଧନୀ,  ଗରିବ ଓ ନିର୍ବିଶେଷରେ ବିଭିନ୍ନ  ସଂସ୍କୃତିକୁ ଯୋଡିବାରେ ମଧ୍ୟ ସହାୟକ ହୋଇଛି । ଏହା ହିଁ ହେଉଛି ବିକାଶର ସଠିକ୍ ମଡେଲ ଓ ସମଗ୍ର ଭାରତ ଏହା ଦେଖିବା ସହ “ଏକ ଭାରତ ଶ୍ରେଷ୍ଠ ଭାରତ’ର ଉତ୍ସାହ ହେବ ବୋଲି ସେ ଗୁରୁତ୍ୱଆରୋପ କରି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେରଳର ଦେଶ ଓ ବିଶ୍ୱକୁ ବହୁ କିଛି ଦେବାର ଅଛି । “କେରଳର ସଂସ୍କୃତି, ଖାଦ୍ୟ ଓ ଜଳବାୟୁ ସହିତ ସମୃଦ୍ଧିର ଉତ୍ସ ଏଥିରେ ଅନ୍ତର୍ନିହିତ ରହିଛି” ବୋଲି ସେ କହିଥିଲେ । କୁମାରକୋମରେ  ନିକଟରେ ହୋଇଥିବା ଜି-୨୦ ବୈଠକର ନଜିର ଦେଇ ଏପରି କାର୍ଯ୍ୟକ୍ରମ କେରଳକୁ ବୈଶ୍ୱିକ ପରିଚିତ ଆଣି ଦେବ ବୋଲି ସେ କହିଥିଲେ ।

ଶ୍ରୀ ମୋଦୀ କେରଳର ଶ୍ରୀ ଅନ୍ନ ପ୍ରସିଦ୍ଧ ରାଗି ପାଟ୍ଟୁର କଥା କହିଥିଲେ । ସ୍ଥାନୀୟ ସାମଗ୍ରୀ ଓ ଉତ୍ପାଦକୁ ନେଇ ଭୋକାଲ ଫର ଲୋକାଲ ନେଇ ପଶ୍ଚାତ୍‌ପଦ ନ ହେବାକୁ ସେ ପରାମର୍ଶ ଦେଇଥିଲେ । ଯେତେବେଳେ ଆମର ସାମଗ୍ରୀ ବିଶ୍ୱ ବଜାରରେ ପହଂଚିବ ସେତେବେଳେ ବିକଶିତ ଭାରତର ରାସ୍ତା ମଜବୁତ ହେବ” ବୋଲି ସେ କହିଥିଲେ ।

 

 ନାଗରିକମାନଙ୍କ ସଫଳତା ନେଇ ପ୍ରଧାନମନ୍ତ୍ରୀ ତାଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ସବୁବେଳେ କେରଳର  ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଭୋକାଲ ଫର ଲୋକାଲକୁ ପ୍ରୋତ୍ସାହିତ କରିବାର ଅବତାରଣା କରିଥିଲେ । ମନ୍ କି ବାତ୍ ଏହାର ଶହେ ତମ ସଂସ୍କରଣ ରବିବାର ଦିନ ସମ୍ପୂର୍ଣ୍ଣ କରୁଛି ଓ ଦେଶକୁ ଏକ ଭାରତ ଶ୍ରେଷ୍ଠ ଭାରତ ଭାବେ ଗଢି ତୋଳିବାରେ ଯେଉଁମାନଙ୍କ ଅବଦାନ ରହିଛି ସେହିମାନଙ୍କ ଉଦ୍ଦେଶ୍ୟରେ ସେ ଏହାକୁ ଉତ୍ସର୍ଗ କରୁଛନ୍ତି ବୋଲି କହିଥିଲେ । ଏକ ବିକଶିତ ଭାରତ ଗଠନ ପାଇଁ ପ୍ରତ୍ୟେକଙ୍କୁ ଉତ୍ସଗୀ ଭାବାପନ୍ନ ହେବାକୁ ପଡିବ ବୋଲି କହି ସେ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

କେରଳ ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖାଁ, କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନ୍ନାରାଇ ବିଜୟନ, କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭି ମୁରଲୀଧରନ, ତିରୁବନ୍ତପୁରମ ସଂସଦ ସଦସ୍ୟ ଡକ୍ଟର ଶଶୀ ଥରୁର୍ ଓ କେରଳ ସରକାରଙ୍କ ମନ୍ତ୍ରୀଗଣ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି : ପ୍ରଧାନମନ୍ତ୍ରୀ ଆଜି ୩୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ କୋଚି ୱାଟର ମେଟ୍ରୋ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପ କୋଚି ଆଖପାଖର ଦଶଟି ଦ୍ୱୀପକୁ ବ୍ୟାଟେରୀ ଚାଳିତ ଇଲେକଟି୍‌ର ହାଇବ୍ରିଡ ନୌକା ଜରିଆରେ ସଂଯୋଗ କରୁଛି ।

 

କୋଚ ୱାଟର ମେଟ୍ରୋ ରେଳ ବ୍ୟତୀତ ଡିଣ୍ଡିଗୁଲ-ପାଲାନୀ ପାଲ୍‌କାନ ସେକ୍ସନ ରେଳ ବିଦ୍ୟୁତୀକରଣ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ତିରୁବନ୍ତପୁରମ, କୋଝିକୋଡ-ଭାରକାଲା- ଶିବଗିରି ରେଳଷ୍ଟେସନ ନବୀକରଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି । ତିରୁବନ୍ତପୁରମ-ସୋର୍ଣ୍ଣୁର ସେକ୍ସନର ଗତି ବୃଦ୍ଧି ସହ ନିମୋନ ଓ କୋଚୁଭେଲୀ ଓ ତିରୁବନ୍ତପୁରମର ବ୍ୟାପକ ଉନ୍ନୟନ କାର୍ଯ୍ୟର ମଧ୍ୟ ଶିଳାନ୍ୟାସ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ତିରୁବନ୍ତପୁରମ୍ ଠାରେ ଡିଜିଟାଲ ବିଜ୍ଞାନ ଉଦ୍ୟାନର ଶିଳାନ୍ୟାସ କରିଛନ୍ତି । ଡିଜିଟାଲ ସାମଗ୍ରୀ ଓ ସେବାର ଶିଳ୍ପଗତ ବିକାଶ ଦିଗରେ ଏହା ସହାୟକ ହେବା ସହ କୃତ୍ରିମ ମେଧା, ତଥ୍ୟ ବିଶ୍ଲେଷଣ, ସାଇବର ସୁରକ୍ଷା ଇତ୍ୟାଦି କ୍ଷେତ୍ରରେ ବିକାଶ ଘଟାଇବ । ବିଭିନ୍ନ ବିଶ୍ୱ ବିଦ୍ୟାଳୟ ସହ ସହଯୋଗ କରି ପ୍ରୟୋଗାତ୍ମକ ଗବେଷଣା  ଦିଗରେ ଏହା ବିଭିନ୍ନ ଅନୁଷ୍ଠାନଗୁଡିକୁ ସହାୟତା କରିବ । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ ୨୦୦କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବା ବେଳେ ମୋଟ ପ୍ରକଳ୍ପ ବାବଦରେ ପ୍ରାୟ ୧୫୧୫କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India emerges as world’s 2nd-largest solar market, green energy momentum accelerates: Experts

Media Coverage

India emerges as world’s 2nd-largest solar market, green energy momentum accelerates: Experts
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting how enthusiasm and positive energy lead to success
April 30, 2026

Prime Minister Shri Narendra Modi today shared a Sanskrit Subhashitam highlighting that enthusiasm and positive energy inspire a person to remain consistently active in their actions.

The Prime Minister noted that this unwavering enthusiasm leads all those efforts to success which a person resolves to accomplish.

The Prime Minister posted on X:

"कर्मशील और ऊर्जावान देशवासी ही राष्ट्र की सबसे बड़ी शक्ति हैं, जिनके परिश्रम से विकास की नई राहें तय होती हैं। इनके प्रयासों से देश समृद्धि, आत्मनिर्भरता और उन्नति के शिखर को छूता है।

अनिर्वेदो हि सततं सर्वार्थेषु प्रवर्तकः।

करोति सफलं जन्तोः कर्म यच्च करोति सः॥"
Enthusiasm and positive energy inspire a person to remain consistently active in their actions. This unwavering enthusiasm leads all those efforts to success which a person resolves to accomplish.